ଶୁଣନ୍ତୁ ! କଥା କହିପାରୁନଥିବା ପିଲାର ‘ଆବାଜ୍‌’

ଶୁଣନ୍ତୁ ! କଥା କହିପାରୁନଥିବା ପିଲାର ‘ଆବାଜ୍‌’

Thursday December 24, 2015,

3 min Read

ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଫଳରେ ଶିକ୍ଷା କ୍ଷେତ୍ରରେ ଏକ କ୍ରାନ୍ତି ଆସିଛି | ପୁଣି ସ୍ମାର୍ଟଫୋନ୍‌ ଓ ଟାବଲେଟ୍‌ ର ବ୍ୟବାହର ଏହାକୁ ଆହୁରି ରୋଚକ ଓ ମନୋରଂଜକ କରିଦେଇଛି | ବିଭିନ୍ନ ଶାରିରୀକ ଅକ୍ଷମ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଏହି ପ୍ରଯୁକ୍ତିବିଦ୍ୟା ଓ ଆପ୍ଲିକେସନ୍‌ ର ବ୍ୟବହାର ଆମକୁ ସତେ ଯେପରି ଏକ ନୂଆ ଯୁଗ ଆଡକୁ ନେଇ ଯାଉଛି | ଏମିତି ପିଲା ଯେଉଁମାନେ କଥା କହିବାରେ ଅସୁବିଧା ଭୋଗୁଛନ୍ତି କିମ୍ବା ଆଦୌ କଥା କହି ପାରୁନାହାନ୍ତି କିମ୍ବା ଛୋଟ ଛୋଟ କଥାକୁ ବୁଝିବାରେ ଅଧିକ ସମୟ ଲଗାଉଛନ୍ତି, ସେମାନଙ୍କ ସମସ୍ୟାର ସମାଧାନ ମିଳିଯାଇଛି | ଚିତ୍ର ଆଧାରିତ ସଫ୍ଟୱେର୍‌ ଆପ୍ଲିକେସନ୍‌ ‘ଆବାଜ୍‌’ ସେମାନଙ୍କ ଜୀବନକୁ ବଦଳାଇ ଦେଇଛି |

image


୨୫ ଜଣ ବାକ୍‌ ଚିକିତ୍ସକ(ସ୍ପିଚ୍‌ ଥେରାପିଷ୍ଟ) ଓ ୩୦୦ ଭିନ୍ନକ୍ଷମ ପିଲାଙ୍କ ସହ କାମ କରି ଚେନ୍ନାଇର ଇନୋଭେସନ୍‌ ଲ୍ୟାବ୍ସ ଏମିତି ଏକ ଟେବଲେଟ୍‌ ସଫ୍ଟୱେର୍‌ ‘ଆବାଜ୍‌’ ପ୍ରସ୍ତୁତ କରିଛି | ଏହା ସାହାଯ୍ୟରେ ପିଲାମାନେ ନିଜର ଶବ୍ଦକୁ ଚିତ୍ରରେ ପରିବର୍ତ୍ତନ କରି ଅନ୍ୟକୁ ନିଜର ମନର ଭାବ ବୁଝାଇପାରିବେ | ‘ଆବାଜ୍‌’ ଚିତ୍ର ଓ ଭଲ କ୍ୱାଲିଟିର ଭଏସ୍‌ ସିଂଥେସିସ୍‌ ବ୍ୟବହାର କରି ସନ୍ଦେଶ ପ୍ରସ୍ତୁତ କରେ ଓ ଭାଷାକୁ ଉନ୍ନତ କରିଦିଏ |

image


ଏହାର ପୂରା ଶ୍ରେୟ ଯାଉଛି ଇନୋଭେସନ୍‌ ଲ୍ୟାବ୍ସର ପ୍ରତିଷ୍ଠାତା ଅଜିତ୍ ନରାୟଣଙ୍କୁ | ଅଜିତ୍‌ ପ୍ରଥମେ ପ୍ରସିଦ୍ଧ ଆମେରିକାର ପ୍ରସିଦ୍ଧ ମେଗାଟ୍ରେଡ୍‌ କମ୍ପାନୀରେ ଚାକିରି କରୁଥିଲେ | ୨୦୭ରେ ସେ ନିଜ କମ୍ପାନୀ ଆରମ୍ଭ କଲେ| ଆଇଆଇଟି ଚେନ୍ନାଇରୁ ସ୍ନାତକ କରିଥିବା ଅଜିତ୍‌ ୨୦୦୯ରେ ମୂକ ଲୋକଙ୍କପାଇଁ ଏକ ସଂଚାର ଉପରକରଣ ତିଆରି କରିବା ସହ ଏଦି ଦିଗରେ କାମ କରିବା ଆରମ୍ଭ କରିଥିଲେ | ଆଉ ଟାବଲେଟ୍‌ ଓ ସ୍ମାର୍ଟଫୋନ୍‌ ର ସଫ୍ଟୱେର୍‌ ରେ ସେ ବିଶେଷ ଧ୍ୟାନ ଦେଲେ |

ଅଜିତ୍‌ ନାରାୟଣଙ୍କ କହିବା କଥା ହେଲା ଆଇପଡ୍‌ ଓ ଆଣ୍ଡ୍ରୋଏଡ ଆଧାରିତ ଟାବଲେଟ୍ ଭଳି ଉପକରଣ ଭିନ୍ନକ୍ଷମ ପିଲାଙ୍କ ସଂଚାର ପ୍ରକ୍ରିୟାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣୁଛି | ସେ କହନ୍ତି, ଏହି ଆପ୍ଲିକେସନ୍‌ ଚିତ୍ର ଓ ହାତର ସଂକେତ ସହାୟତାରେ ପରସ୍ପର ସହ କଥା ହେବାରେ ସାହାଯ୍ୟ କରୁଛି | ସେ ଭିନ୍ନ ଭିନ୍ନ ଚିତ୍ର ନେଇ ତାକୁ କ୍ରମାଙ୍କରେ ରଖନ୍ତି, ଆଇ ଏହା ବାକ୍ୟରେ ରୂପାନ୍ତିରତ ହୋଇଯାଏ | ଯାହାକୁ ତାପରେ ସହଜରେ ପଢି ହୁଏ |

ବର୍ତ୍ତମାନ ‘ଆବାଜ୍‌’ରେ ତିନି ଗ୍ରେଡ୍‌ ବାଲା ଗବେଷଣା ଆଧାରିତ ଶବ୍ଦକୋଶ ରହିଛି | ଯେଉଁଥିରେ ମୂଳ ଓ ଅତିରିକ୍ତ ଶବ୍ଦ ବିଭିନ୍ନ ବର୍ଗରେ ଏକାଠି ରଖାଯାଇଛି | ଭାରତ ବ୍ୟତୀତ ଇନୋଭେସନ୍ ଲ୍ୟାବ୍ସ ଏବେ ୟିରୋପ, ଆମେରିକା ଓ ଅଷ୍ଟ୍ରେଲିଆ ପରି ବିକଶିତ ରାଷ୍ଟ୍ରର ବଜାରରେ ସଫ୍ଟୱେର୍‌ ବିକ୍ରି କରୁଛି | ଡେନ୍‌ମାର୍କ ଓ ଇଟାଲୀରେ କେବଳ ‘ଆବାଜ୍‌’ ହିଁ ପାରାଲିସିସ୍ ଗ୍ରସ୍ତ ପିଲାଙ୍କ ପାଇଁ ଉପଲବ୍ଧ ଏକମାତ୍ର ଆପ୍ଲିକେସନ୍‌ ବୋଲି ଦାବି କରନ୍ତି ଅଜିତ୍‌ |ଏହାର ବ୍ୟବହାର ଫଳରେ ପିତାମାତା ଓ ପିଲାଙ୍କ ଜୀବନରେ ଅନେକ ସୁଧାର ଆସିଛି |

ଅଜିତ୍ ପୁଣି କୁହନ୍ତି, ପାରାଲିସିସ୍ ଗ୍ରସ୍ତ ପିଲା ଓ ଶୁଣିବାରେ ଅସୁବିଧାର ସାମ୍ନ କରୁଥିବା ପିଲା ନିଜକୁ ଅଭିବ୍ୟକ୍ତି କରିବାରେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି | ତେବେ ସେମାନଙ୍କ ପିତାମାତା, ବନ୍ଧୁବାନ୍ଧବ ଓ ବିଶେଷ ସ୍କୁଲର ଶିକ୍ଷକ ସଂକେତ ମାଧ୍ୟମରେ ସେମାନଙ୍କ ଅଭିବ୍ୟକ୍ତିକୁ ବୁଝିପାରନ୍ତି | କିନ୍ତୁ ଏହି ଉପକରଣ ଏସବୁ ସମସ୍ୟାର ସମାଧାନ କରିବାରେ ବହୁତ ଉପଯୋଗୀ |

ନିଜର ଏହି କାମ ପାଇଁ ୨୦୧୧ରେ ଏମଆଇଟି ଟେକ୍ନୋଲୋଜିର ନୂତନ ଆବିଷ୍କାର ସୂଚୀରେ ଅଜିତ୍‌ ଙ୍କ ନାମ ଆସିଥିଲା | ଭାରତର ରାଷ୍ଟ୍ରପତି ତାଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଅବଦାନ ପାଇଁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି |

‘ଆବାଜ୍‌’ ରେ ମୁଖ୍ୟତଃ ସ୍ପିଚ୍ ସିଂଥେସାଇଜର୍‌ ଓ ଏହାର ସହାୟତାରେ ସଂଚାଳିତ ହେଉଥିବା ଲିଖିତ ପୂର୍ବାନୁମାନ ସଫ୍ଟୱେର୍‌କୁ ନେଇ ତିଆରି ହୋଇଛି | ସ୍ପିଚ୍‌ ସିଂଥେସାଇର୍ କୁ ବିଭିନ୍ନ କ୍ଷମତାର ଭିନ୍ନକ୍ଷମ ପିଲାଙ୍କ ପାଇଁ ଡିଆଇନ୍‌ କରାଯାଇଛି | ଏଥିରେ ଏକ ସାତ ଇଂଚ ବିଶିଷ୍ଚ ଟଚ୍‌ ସ୍କ୍ରିନ୍‌ ଏଲସିଡି, ଭଏସ୍ ଆଉଟପୁଟ୍ ପାଇଁ ସ୍ପିକର ଓ ଅଡିଓ ସଂକେତ ପାଇଁ ଅଡିଓ ଜ୍ୟାକ୍‌, ୟୁଏସବି ପୋର୍ଟ, ମୋନୋ ଜ୍ୟାକ୍‌ ପୋର୍ଟ, ରିଚାର୍ଜ ହେଉଥିବା ବ୍ୟାଟେରୀ ରହିଥାଏ | ଏହାକୁ ଆର୍ମ ଚେୟାରରେ ଲଗାଇବାର ସୁବିଧା ମଧ୍ୟ ରହିଛି | ଲିଖିତ ପୂର୍ବାନୁମାନ ସଫ୍ଟୱେର ଅକ୍ଷମ ପିଲାଙ୍କ ବାକ୍ୟ ପ୍ରସ୍ତୁତ କରିବା ଓ ଏହାକୁ ଅନ୍ୟକୁ ବୁଝାଇବାରେ ସାହାଯ୍ୟ କରେ | ‘ଆବାଜ୍‌’ରେ ସ୍ପିକିଂ ଟେକନିକ ର ବ୍ୟବହାର କରି ବାକ୍ୟ ପ୍ରସ୍ତୁତ କରାଯାଏ | ଏହି ଆପ୍ଲିକେସନ୍‌ରେ ବର୍ତ୍ତମାନ ଇଂରାଜୀ ଭାଷାର ୧୦ ହଜାର ଶବ୍ଦକୁ ରଖାଯାଇଛି | ଏହା ବ୍ୟତୀତ ପିଲାଙ୍କ ସୁବିଧା ଅନୁସାରେ ଏଥିରେ ଆହୁରି ଶବ୍ଦ ମଧ୍ୟ ଯୋଡା ଯାଇପାରିବ |

ଯେଉଁମାନେ ନିଜ କଥା ଅନ୍ୟମାନଙ୍କ ନିକଟକୁ ପଂହଚାଇ ପାରୁନଥିଲେ, ସେମାନଙ୍କ ପାଇଁ ‘ଆବାଜ୍‌’ ଆପ୍ଲିକେସନ୍‌ ଆବାଜ୍‌ ଭଳି କାମ କରୁଛି | ଏହାର ସହାୟତାରେ ଏଭଳି ପିଲାମାନେ ଏବେ ନିଜ ମନରେ ରହିଥିବା କଥାକୁ ସ୍ପିଚ୍‌ ସିଂଥେସାଇଜର୍‌ ମାଧ୍ୟମରେ ଅନ୍ୟମାନଙ୍କ ସାମ୍ନାରେ ଅଭିବ୍ୟକ୍ତ କରିପାରୁଛନ୍ତି |

ଅକ୍ଷମ ପିଲାଙ୍କ ପିତାମାତା କିମ୍ବା ସେମାନଙ୍କ ଶୁଭଚିନ୍ତକ ଏହି ଆପ୍‌ କୁ କେବଳ ମାସିକ ୯.୯୯ ଡଲାର(ପ୍ରାୟ ୫ ହଜାର ଟଙ୍କା) ଦେଇ ବ୍ୟବହାର କରିପାରିବେ | କିଣିବା ପୂର୍ବରୁ ଏହାର ବିଶେଷତା ପରୀକ୍ଷଣ ପାଇଁ ସପ୍ତାହେ ମାଗଣାରେ ବ୍ୟବହାର କରିପାରିବେ |

ଏବେ ‘ଆବାଜ୍‍’ ଇଂରାଜୀ ଓ ଅନ୍ୟ ଛଅଟି ଭାରତୀୟ ଭାଷାରେ ଉପଲବ୍ଧ ଅଛି | ଏହାକୁ ଅନ୍ୟ ଭାଷାରେ ମଧ୍ୟ ଆଣିବାକୁ କାମ ଚାଲିଛି |