Sole ପାଇଁ Soul : Greensoleର ଖାରିଜ ସ୍ପୋର୍ଟ୍ସ ଜୋତା ସହ କାରନାମା

0

ମୁଁ ଶ୍ରୀୟାନ୍ସ ଭଣ୍ଡାରୀ। ଜୟହିନ୍ଦ କଲେଜ ମୁମ୍ବାଇର ବ୍ୟାଚଲର ଅଫ୍ ମ୍ୟାନେଜମେଣ୍ଟର ତୃତୀୟ ବର୍ଷର ଛାତ୍ର। ମୋ ସାଙ୍ଗ ରମେଶ ଧାମୀ ଜାତୀୟସ୍ତରର ଜଣେ ଭାରତୀୟ ଆଥଲେଟ। ଉତ୍ତରାଖଣ୍ଡରୁ ଆସିଥିବା ରମେଷ କୌଶମି ଶିକ୍ଷାଲାଭ କରିନାହିଁ। ଆମେ ଗ୍ରୀନ ସୋଲ ନାମକ ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ଯାହା ଅବ୍ୟବହୃତ ଜୋତାର ପୁର୍ନବ୍ୟବହାର ଯୋଗ୍ୟ କରିଥାଏ। କୋଟିକୋଟି ଲୋକ ଯାହାକିଣି ପାରନ୍ତିନି ତାଙ୍କୁ ଏହି ଯୋତା ଯୋଗାଇ ଦିଆଯାଏ। ଖେଳ ଜୋତା ଅଦରକାରୀ ହେବା ପରେ ଆମେ ତାକୁ ବ୍ୟବହାର ଯୋଗୀ କରିଥାଉ।

ଗ୍ରୀନ୍ ସୋଲ କଣ ପାଇଁ

ପ୍ରତି ବର୍ଷ 35 କୋଟି ହଳ ଖେଳ ଜୋତା ଫିଙ୍ଗାଯାଇଥାଏ। ପାଖାପାଖି 120କୋଟି ଲୋକ ଯାହା ଭାରତୀୟ ଜନସଂଖ୍ୟା ସହ ପ୍ରାୟ ସମାନ, ପ୍ରତିଦିନ ଶଯ୍ୟାତ୍ୟାଗ ପରେ ଖାଲି ପାଦରେ ଦିନ ସାରା ଚାଲିଥାନ୍ତି।

କିପରି ଆରମ୍ଭ ହେଲା ଏ କଳ୍ପନାର ରୁପରେଖ-

ରମେଶ ଏବଂ ମୁଁ ଖେଳାଳି ହୋଇଥିବାରୁ ଆମେ ଖେଳ ଜୋତା ବ୍ୟବହାର କରିଥାଉ। ବହୁଳ ବ୍ୟବହାର ଫଳରେ ବର୍ଷକୁ 3-4ହଳ ଜୋତା ଆମେ ବ୍ୟବହାର କରିଥାଉ। ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଆମେ ଏହି ଛିଣ୍ଡା ଜୋତାକୁ ସ୍ଲିପର ଭାବରେ ବ୍ୟବହାର କଲୁ। ଏହା ଆମକୁ ଆନନ୍ଦ ଦେଇଥିଲା ଏହାକୁ ନେଇ ଏକ ଶିଳ୍ପ ଆରମ୍ଭ କରିବାର ଯୋଜନା ଆମ ମୁଣ୍ଡକୁ ଆସିଥିଲା। ଏଠାରୁ ହିଁ ଗ୍ରୀନ ସୋଲ ଜନ୍ମ ନେଇଥିଲା।

ଆଜି ପର୍ଯ୍ୟନ୍ତ କି ପ୍ରକାରର ସଫଳତା ମିଳିଛି-

ଆମର ଏହି ପରିକଳ୍ପନାକୁ ବହୁ ଭଲ ମତାମତ ମିଳିଛି। ମୁମ୍ବାଇର 50ଜଣ ଲୋକଙ୍କୁ ଏହି ଜୋତା ଆମେ ବିକି ପାରିଛୁ ଏବଂ ବିନା ଜୋତାରେ ଚାଲୁଥିବା 100ଜଣଙ୍କ ଆମେ ଏହି ଜୋତା ଦାନ କରିଛୁ। ଆମ ପାଖରେ 2ଟି ଇଣ୍ଡଷ୍ଟ୍ରିଆଲ ପ୍ୟାଟେଣ୍ଟ (D262161 ଏବଂ D262162) ରହିଛି। ଆମେ ପ୍ରସ୍ତୁତ କରୁଥିବା ଜୋତାର ଡିଜାଇନରେ ଏହା ଦେଖିବାକୁ ମିଳେ।

ଆମର ଅଳ୍ପ ଦିନର ଯାତ୍ରା ଭିତରେ ଆମେ କିଛି ଭଲ ଉପଦେଷ୍ଟା ପାଇପାରିଛୁ। ଉଦୟ ୱାଙ୍କାୱାଲା(ଏନଇଏନ କନସୁଲଟାଣ୍ଟ, ମୁମ୍ବାଇ ଭାଗ), ୟାଦୁଭେନ୍ଦ୍ରା ମାଥୁର (ଚେୟାରମ୍ୟାନ, ଏକ୍ସିମ୍ ବ୍ୟାଙ୍କ), ଆସାଦ ଆର୍ ରହମାନୀ(ଡାଇରେକ୍ଟର, ବିଏନଏଚଏସ ) ଏବଂ ମେଜର ଜେନେରାଲ କେବିଏସ୍ ଲାଲୋତ୍ରା (ପୂର୍ବତନ ପ୍ରଧାନମନ୍ତ୍ରୀ, ମାୟୋ କଲେଜ, ଆଜମେର)ଙ୍କ ଭଳି ଉପଦେଷ୍ଟା ଆମ ସହିତ ରହିଛନ୍ତି।

ଏହି ଉଦ୍ଭାବନ ଆମକୁ କିଛି ପ୍ରସିଦ୍ଧି ମଧ୍ୟ ଆଣି ଦେଇଛି। କିଛି ସପ୍ତାହ ତଳେ Ridea ନ୍ୟାସନାଲ ବି-ପ୍ଲାନ କମ୍ପିଟିସନରେ ଏହା ଦ୍ବିତୀୟ ସ୍ଥାନରେ ପୁରସ୍କୃତ ହୋଇଥିଲା। ଏହା ପୂର୍ବରୁ ଆଇଆଇଟି ବମ୍ବେରେ ଅନୁଷ୍ଠିତ ଏସିଆର 2ୟ ବୃହତ ନ୍ୟାସନାଲ ବି-ପ୍ଲାନ କମ୍ପିଟିସନ ଉରେକାର ଟେକନୋଲୋଜି ଏବଂ ସଷ୍ଟେନେବିଲିଟି ଆୱାର୍ଡ ଜିତିଥିଲା। ଟାଟା ଫାଷ୍ଟ ଡଟ ଦ୍ବାରା ଭାରତର ପ୍ରମୁଖ ନୂଆ ସଂସ୍ଥାମାନଙ୍କ ମଧ୍ୟରେ ଏହା 25ତମ ସ୍ଥାନ ହାସଲ କରିପାରିଥିଲା। ଇଡିଆଇଆଇ, ଅହମ୍ମଦାବାଦ ଦ୍ବାରା ପ୍ରସ୍ତୁତ ନୂଆ ଉଦ୍ଭାବନ ସଂସ୍ଥା ମଧ୍ୟରେ 30ତମ ସ୍ଥାନରେ ରହିପାରିଛି। ସେହିପରି ଗତବର୍ଷ ଜୟହିନ୍ଦ କଲେଜ ଏବଂ ଏନଇଏନ୍ ଠାରେ ଅନୁଷ୍ଠିତ ବି-ପ୍ଲାନ କମ୍ପିଟିସନରେ ଆମେ ବିଜୟ ଲାଭ କରିଥିଲୁ ବୋଲି ଶ୍ରୀୟାନ୍ସ କହନ୍ତି। ଜୀବନ ଏତେ ସରଳ ନୁହେଁ। ଘର, ସାଙ୍ଗସାଥୀ, କଲେଜ କର୍ତ୍ତୃପକ୍ଷଙ୍କୁ ବୁଝାଇବା ସହ ଆମର ଏ କାମକୁ ସହଯୋଗ କରିବା ପାଇଁ ସମର୍ଥନ ଯୋଗାଡ଼ କରିବା ଭଳି ପ୍ରତିବନ୍ଧକ ଆସିଥାଏ ବୋଲି ସେ କୁହନ୍ତି।

ପରବର୍ତ୍ତୀ ଯୋଜନା-

ଆମେ କରୁଥିବା କାମକୁ ଦେଖି ବହୁ ଲୋକ ଉତ୍ସାହିତ ହେବା ଦେଖି ଆମେ ଖୁସି ଅନୁଭବ କରୁ। ଆମେ ଏହାକୁ ଆମ ଜୀବନର ଲକ୍ଷ୍ୟ ହୋଲି ଗ୍ରହଣ କରିବୁ। ଆମେ ଆପଣେଇଥିବା ପଦକ୍ଷେପ ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ବାଟ ଦେଖାଇବା ସହ ଜୋତା ପିନ୍ଧି ପାରୁନଥିବା ଲୋକର ପାଦରେ ହଳେ ଜୋତା ପିନ୍ଧିବାର ଆଶା ସଫଳ ହେବ ବୋଲି ଆମେ ଆଶାବାଦୀ। ପ୍ରଥମେ ଭାରତରେ ହିଁ ଆମେ ପୁରୁଣା ଜେତାକୁ ପିନ୍ଧିବା ଉପଯୋଗୀ କରିବୁ ଏବଂ ପରେ ଅନ୍ୟ ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରିବୁ।

ବିଶ୍ବାସ ହୁଏ ନାହିଁ ଯେ ବିଶ୍ବର ଅର୍ଦ୍ଧାଧିକ ଲୋକ ଦୈନିକ ଶହେ ପଚାଶଟଙ୍କାରୁ ବି କମ୍ ଅର୍ଥରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଆହୁରି ଦୁଃଖର ବିଷୟ କୋଟିଏ ଲୋକ ଅସୁରକ୍ଷିତ ଭାବରେ ଖାଲି ପାଦରେ ଚାଲିବା ଦ୍ବାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି। ବର୍ତ୍ତମାନ ଆମେ Catapooolt ମାଧ୍ୟମରେ ଏକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛୁ ଏବଂ ଆଶା କରୁ ଯେ ଆମକୁ ଏଥିପାଇଁ ଲୋକଙ୍କ ସମର୍ଥନ ମିଳିବ।

ସମାଜର ସମର୍ଥନରେ ଆମେ ଅବ୍ୟବହୃତ ଜୋତାଗୁଡ଼ିକୁ ଯେଭଳି ରୁପ ଦେଉଛୁ, ତା ଠାରୁ ଆହୁରି ଉନ୍ନତ ଧରଣର କରିବାର ସ୍ବପ୍ନ ରଖିଛୁ। ଯେଉଁମାନେ ଜୋତା ବ୍ୟବହାର କରିବାକୁ ଅକ୍ଷମ, ଆମେ ସେମାନଙ୍କୁ ପୁର୍ନବ୍ୟବହାର ଜୋତା ଯୋଗାଇ ଦେବା ସହ ପୁରୁଣା ଜୋତାରୁ ନୂଆ ସ୍ଲିପର ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛୁ। ସାହାଯ୍ୟକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଗ୍ରୀନ୍ ସୋଲର ଜୋତା ସହ ମୋ ଲିଖିତ ବାର୍ଡସ୍ ଅଫ୍ ଆରାବଳୀସର ଏକ ପୁସ୍ତକ ଦେବାର ବ୍ୟବସ୍ଥା ରହିଛି। ଆମେ ଭାରତର କେତେକ ଗ୍ରାମାଞ୍ଚଳକୁ ଆପଣେଇବା ପାଇଁ ଲକ୍ଷ୍ୟ ରଖିଛୁ।

ଏହି ପ୍ରକଳ୍ପ ଆମର ହୃଦୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମେ ଆଶା କରୁ ଯେ ସମସ୍ତଙ୍କର ସହଯୋଗରେ ମିଳିତ ଭାବରେ ଆମେ ସମାଜରେ କିଛି ଅଲଗା କରିପାରିବା। ମୁଁ ଆଶା କରେ ଯେ ଏହା ଦ୍ବାରା ପ୍ରଭାବିତ ହୋଇ ଯୁବପିଢ଼ୀ ମଧ୍ୟ ସମାଜକୁ ସାହାଯ୍ୟ କରିବାକୁ ଆଗେଇ ଆସିବ। ଯାହା ହେଲେ ବି ବିଶ୍ବରେ ଆମେ ଏକାଛି ରହୁଛୁ ବୋଲି ସୋ କହିଛନ୍ତି ।