Truely Pure ନାରାରେ ପୂର୍ବ ଭାରତରୁ ଦୁଗ୍ଧଜାତ ଅପମିଶ୍ରଣ ହଟାଇବା ଲକ୍ଷ୍ୟରେ Milk Mantra

Truely Pure ନାରାରେ ପୂର୍ବ ଭାରତରୁ ଦୁଗ୍ଧଜାତ ଅପମିଶ୍ରଣ ହଟାଇବା ଲକ୍ଷ୍ୟରେ Milk Mantra

Sunday October 25, 2015,

4 min Read

ଭାରତୀୟ ଖାଦ୍ୟରେ ଏକ ପ୍ରମୁଖ ଭୁମିକା ନିଭାଇଆସିଛି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ । ବିଗତ କିଛି ଦିନ ଧରି ଅପମିଶ୍ରଣ ଓ ପ୍ୟାକିଂରେ ସ୍ୱଚ୍ଛତାର ଅଭାବ ନେଇ ଏହି ଶିଳ୍ପ ଖବରର ଶୀର୍ଷକ ପାଲଟିବା ସହ ବଦନାମ ହୋଇଯାଇଥିଲା । ଫୁଡ ସେଫଟି ଏଣ୍ଡ ଷ୍ଟାଣ୍ଡାର୍ସ ଅଥରିଟି ଅଫ ଉଣ୍ଡିଆ ଦ୍ୱାରା ହୋଇଥିବା ଏକ ସର୍ଭେରେ ୭୦ ପ୍ରତିଶତ ସଂଗୃହିତ ନମୁନା ଖାଦ୍ୟ ନିରାପତାର ମାନଦଣ୍ଡକୁ ମାନୁ ନ ଥିବାର ଜଣାଯାଏ । ଅଧିକାଂଶ ଲୋକ କେବଳ ମୂଲ୍ୟକୁ ପ୍ରାଧାନ୍ୟ ଦେଇ ଦୁଗ୍ଧ କିଣିଥାନ୍ତି । କିନ୍ତୁ ଓଡିଶାର ଜଣେ ଉଦ୍ୟୋଗୀ ଏହି ଧାରାରେ ପରିବର୍ତ୍ତନ ଆଣିବାକୁ ଏକ ପ୍ରୟାସ କରିଛନ୍ତି ।

image


୨୦୦୯ ମସିହାରେ ଶ୍ରୀକୁମାର ମିଶ୍ର ଉନ୍ନତ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟକୁ ନେଇ ନିଜର କମ୍ପାନୀ, Milk Mantra ପ୍ରତିଷ୍ଠା କଲେ। ଓଡିଶା ଓ ପୂର୍ବ ଭାରତରେ ସେ ନିଜର ବ୍ୟବସାୟଟି ଆରମ୍ଭ କଲେ । ଓଡିଶା, ଛତିଶଗଡ ଓ କୋଲକାତାରେ ଗୁଣବତ୍ତାର ମାନଦଣ୍ଡରେ ସାଲିସ ନ କରି ଉନ୍ନତ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ ଆରମ୍ଭ କରିଛି Milk Mantra । FMCG ସେକ୍ଟରରେ ଟାଟା ଟି ସହ ଦୀର୍ଘ ଏକ ଦଶନ୍ଧି ଧରି ଜଡିତ ହୋଇ କିଛିଦିନ ଲଣ୍ଡନରେ ରହିବା ପରେ ୨୦୦୯ ମସିହାର ଆରମ୍ଭରେ ନିଜର ଏକ ଉଦ୍ୟୋଗର ସ୍ୱପ୍ନ ସାକାର କରିବା ପାଇଁ ସେ ଭାରତକୁ ଫେରିଥିଲେ । ଅନେକ ପ୍ରଗତିଶୀଳ ଓ ପ୍ରତିଷ୍ଠିତ ମାର୍କେଟରେ କାମ କରିବାର ଅଭିଜ୍ଞତାରୁ ସେ ଭାରତର ପକ୍ରିୟାକୃତ ଦୁଗ୍ଧ ଶିଳ୍ପରେ ରହିଥିବା ବିରାଟ ବ୍ୟବଧାନକୁ ଲକ୍ଷ୍ୟ କଲେ ବୋଲି କୁହନ୍ତି । ମିଶ୍ର ବୃତ୍ତିରେ ଜଣେ ଇଂଜିନିୟର । ସେ XIMBରୁ ଏମବିଏ କରିଛନ୍ତି ଓ ହାବାର୍ଡ ବିଶ୍ୱବିଦ୍ୟାଳୟରୁ ପରିଚାଳନାଗତ ଶିକ୍ଷା ଲାଭ କରିଛନ୍ତି ।

image


ଭାରତର ୪୦ ବିଲିଅନର ଦୁଗ୍ଧଜାତ ଶିଳ୍ପରେ ପୂର୍ବ ଭାରତର ଭୂମିକା ଅତି ନଗଣ୍ୟ । ଉଭୟ ପ୍ରଡକ୍ଟ ଓ ପ୍ୟାକେଜିଂରେ ଥିବା ଦୁର୍ବଳତା ଏହାର ଅନ୍ୟ ଏକ କାରଣ । ନିଜର ବ୍ୟବସାୟୀକ କାର୍ଯ୍ୟକଳାପ ସହ ଶ୍ରୀକୁମାର ନିଜ ସହରରେ ଏକ ବିଶେଷତା ପ୍ରତିପାଦନ କରିବାକୁ ଚାହିଁଥିଲେ । ଯାହାକି ସେ Milk Mantra ବିଭିନ୍ନ ଯୋଜନା ମାଧ୍ୟମରେ କରୁଛନ୍ତି ଓ ଦୁଗ୍ଧ ଚାଷର ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛନ୍ତି । ଏହି ସେବାରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବା, କମ ସୁଧରେ ଋଣ ପାଇଁ ମାଇକ୍ରୋ ଫାଇନାନସ ସଂସ୍ଥା ଓ ବ୍ୟାଙ୍କ ସହ ଅନୁବନ୍ଧିତ ହେବା, ଉଚିତ ମୂଲ୍ୟ ଦେବା ଆଦି ଅର୍ନ୍ତଭୁକ୍ତ ।

ଶ୍ରୀକୁମାର କୁହନ୍ତି, ଆମର ୨୪ ଘଣ୍ଟିଆ ସାହାଯ୍ୟ ସେବାରେ ଚାଷୀମାନେ ଯେ କୌଣସି ସମସ୍ୟା ନେଇ ବ୍ୟବସ୍ଥାର ଯେ କୌଣସି ବିଷୟରେ ଜାଣିପାରିବେ ।

ସେ ନିଜକୁ ଜଣେ ସାମାଜିକ ଶିଳ୍ପଦ୍ୟୋଗୀର ପରିଚୟରେ ପରିଚିତ ହେବାକୁ ଚାହାଁନ୍ତି ନାହିଁ । ତାଙ୍କ ଭାଷାରେ, Milk Mantra ଏକ ବ୍ୟବସାୟୀକ ଅନୁଷ୍ଠାନ ଏବଂ ମୁଁ ସଚେତନ ପୁଞ୍ଜିବାଦରେ ବିଶ୍ୱାସ କରେ । ଏବଂ ଆମର ଅନନ୍ୟତା ପ୍ରତିପାଦନର ଚେଷ୍ଟା ବ୍ୟବସାୟ ବିଧି ସହ ସଂପୃକ୍ତ ।

image


ଭାରତରେ ଷ୍ଟାର୍ଟ ଅପ କଂପାନୀମାନଙ୍କ ପାଇଁ ଆରମ୍ଭରୁ ବିଭିନ୍ନ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଏକ ସାଧାରଣ କଥା । ଯଦିଓ ମୁମ୍ବାଇ, ବେଙ୍ଗାଲୁର ଭଳି ସହରରେ କିଛି ମାତ୍ରାରେ ଅଧିକ ସୁବିଧା ଜନକ ହୋଇଥାଏ । ନିବେଶକାରୀମାନେ ନିବେଶ ପାଇଁ ବଡ ସହରକୁ ପସନ୍ଦ କରୁଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ Milk Mantra ପାଇଁ ଅର୍ଥ ଯୋଗାଡ କରିବା କଷ୍ଟକର ଥିଲା । ଏହା ବ୍ୟତୀତ ଶ୍ରୀକୁମାର ପ୍ରଚଳିତ ବ୍ୟବସାୟ ଧାରାର ବାହାରେ କଛି କରିବାକୁ ଚେଷ୍ଟା କରୁଥିଲେ । ଓଡିଶାରେ ଏକ FMCG ବ୍ୟବସାୟ ପାଇଁ ୨୦୦୯ ମସିହାରେ ବଡ ଆକାରର ମୂଳ ପୁଞ୍ଜି ଯୋଗାଡ କରିବା ନିହାତି ଭାବରେ ଏକ କଷ୍ଟକର ବ୍ୟାପାର ଥିଲା । ଭାରତ ଓ ଭାରତ ବାହାରର ନିବେଶକମାନଙ୍କ ପାଖରୁ ଅର୍ଥ ଯୋଗାଡ କରିବା ପାଇଁ ୧୮ ମାସ ସମୟ ଲାଗିଥିଲା ବୋଲି ଶ୍ରୀକୁମାର କୁହନ୍ତି ।

ପ୍ରାରମ୍ଭିକ ପୁଞ୍ଜି ହିସାବରେ ସେ ପ୍ରଥମେ ୫ ମିଲିଅନ ଟଙ୍କା ନିବେଶ କରିଥିଲେ । ଯାହାକି, କାରଖାନା ପାଇଁ ଜମି କିଣା, ବ୍ୟବସାୟର ଭିତ୍ତିଭୂମି ସ୍ଥାପନ, କାଗଜ କାମ, କର୍ମଚାରୀ ନିଯୁକ୍ତି ଓ ଏଥିକାଲ ଫାର୍ମିଙ୍ଗ ପ୍ରୋଗ୍ରାମ ଆଦିରେ ଖର୍ଚ୍ଚ କରାଯାଇଥିଲା । ଅର୍ଥ ବ୍ୟତୀତ ସରକାରୀ ଆର୍ଥିକ ସାହାୟତାରେ ଚାଲୁଥିବା କୋଅପରେଟିଭଗୁଡିକ ସହ ଦରଦାମରେ ପ୍ରତିଦ୍ୱନ୍ଦିତା କରିବା ଅତୀବ କଠିନ ଥିଲା ବୋଲି ସେ କୁହନ୍ତି । ଆବଶ୍ୟକୀୟ ଶୀତଳ ଭଣ୍ଡାରର ଅଭାବ ଓ ସଠିକ ମାନବ ସମ୍ବଳ ଯୋଗାଡ ମଧ୍ୟ କିଛି ମାତ୍ରାରେ କଷ୍ଠକର ଥିଲା ।

କଂପାନୀ ଏହାର ପ୍ରଡକ୍ଟକୁ ନେଇ ମାର୍କେଟରେ ନିଜର ସ୍ଥିତି ଜାହିର କରିଛି । ଯାହାକି, ଯେକୌଣସି ପ୍ରତିଷ୍ଠାନର ମେରୁଦଣ୍ଡ ଅଟେ । ତାଙ୍କର ପ୍ୟାକିଂ ସ୍ଵଚ୍ଛତା, ଯାହାକି, ତାଙ୍କର Pure ପରିଚୟର ମୁଳ ମନ୍ତ୍ର ବିଷୟରେ ଶ୍ରୀକୁମାର କୁହନ୍ତି, ଆମେ ତ୍ରିସ୍ତରୀୟ ପାଉଚର ବ୍ୟବହାର ଆରମ୍ଭ କରିଛୁ । ଯାହାକି, ଦୁଗ୍ଧଜାତ ଦ୍ରବ୍ୟକୁ ନଷ୍ଟ କରିବାର ପ୍ରଥମ କାରଣ ସୂର୍ଯ୍ୟ ରଶ୍ମୀକୁ ପ୍ରତିହତ କରେ । ଏବେ କଂପାନୀ ସତେଜ ଛେନା ସହ ନୂତନ କରି Moo ମିଲ୍କଶେକ ବଜାରକୁ ଛାଡିଛି ଓ ଆଗକୁ ଆହୁରି ଅନେକ ନୂଆ ନୂଆ ପ୍ରଡକ୍ଟ ଛାଡିବାର ଯୋଜନାରେ ଅଛି । ସେମାନେ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେବା ସହ ପୂର୍ବ ଭାରତରେ ନିଜର ବ୍ୟବସାୟୀକ ପ୍ରଭାବ ବିସ୍ତାର କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି ।

ଆଜିର ଦିନରେ ୩୫୦ରୁ ଅଧିକ କର୍ମଚାରୀ କଂପାନୀର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ କଂପାନୀର ପେ ରୋଲରେ ଅଛନ୍ତି । ଶ୍ରୀକୁମାର ତାଙ୍କର ବର୍ତମାନର ବୃଦ୍ଧି ହାର ମାସିକ ଅଧା ମିଲିଅନକୁ ଆଗାମୀ କିଛି ମାସ ମଧ୍ୟରେ ୩-୪ ଗୁଣ ବୃଦ୍ଧି କରିବାକୁ ଚାହାଁନ୍ତି । ଏଥି ସହିତ ସେ ଚାଷୀଙ୍କ ସମୃଦ୍ଧି ଓ ସାମଗ୍ରିକ ଭାବେ ଗରାଖମାନଙ୍କୁ ଶୁଦ୍ଧ ଦୁଗ୍ଧ ଦେଇ ସେମାନଙ୍କ ଉନ୍ନତି ଚାହାଁନ୍ତି ।