୬୮ ବର୍ଷୀୟ ଦୁର୍ଗା କାମୀ ନେପାଳର ସବୁଠାରୁ ବୟସ୍କ ସ୍କୁଲ ଛାତ୍ର

୬୮ ବର୍ଷୀୟ ଦୁର୍ଗା କାମୀ ନେପାଳର ସବୁଠାରୁ ବୟସ୍କ ସ୍କୁଲ ଛାତ୍ର

Thursday June 30, 2016,

2 min Read

ଅନ୍ୟ ୬୮ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ କିଛି ଭିନ୍ନ ପ୍ରକାର ଆରମ୍ଭ ହୁଏ ନେପାଳର ଦୁର୍ଗା କାମୀଙ୍କର ସକାଳ। ସେ ଉଠୁ ଉଠୁ ଖବର କାଗଜ ଓ ଚା’ କପ ଆଡେ ନ ଯାଇ ନିଜ ଲମ୍ବା ଧଳା ଦାଢି କୁଣ୍ଡେଇ ୟୁନିଫର୍ମ – ଧଳା ଶାର୍ଟ, ଧୂସର ପେଣ୍ଟ ଆଉ ଟାଇ – ପିନ୍ଧି ନିଜ ସ୍କୁଲ ଆଡେ ଚାଲନ୍ତି। ୮ଟି ନାତିନାତୁଣୀଙ୍କ ଅଜା ଦୂର୍ଗା, ଦିନେ ଶିକ୍ଷକ ହେବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ସମସ୍ୟା ହେତୁ ସ୍କୁଲ ଅଧାରୁ ଛାଡିବାକୁ ପଡିଥିଲା। ସେ Reutersକୁ କୁହନ୍ତି, ସ୍କୁଲ ପୁନର୍ବାର ଯିବାକୁ ନିଷ୍ପତ୍ତି ନେଲେ କାରଣ ପତ୍ନୀଙ୍କ ମୃତ୍ୟୁ ପରେ ସେ ଘର ଭିତରର ଏକାକୀ ଜୀବନରୁ ମୁକ୍ତି ଚାହୁଁଥିଲେ।

Image: <a href=

Image:

Reutersa12bc34de56fgmedium"/>

“ଦୁଃଖ ଭୁଲିବାକୁ ସ୍କୁଲ ଯିବା ଆରମ୍ଭ କଲି।“ କୁହନ୍ତି ଦୂର୍ଗା, ଯିଏକି ବୋଧହୁଏ ନେପାଳର ସବୁଠାରୁ ବୟସ୍କ ସ୍କୁଲ ଛାତ୍ର। ଦୂର୍ଗା ଶ୍ରୀ କଳା ଭୈରବ ଉଚ୍ଚ ମାଧ୍ୟମିକ ସ୍କୁଲରେ ପ୍ରାୟ ୨୦୦ ଛାତ୍ରଙ୍କ ସହ ମିଶି ପଢନ୍ତି। The Huffington Post କୁହେ ସେ ସ୍କୁଲ ମଧ୍ୟରେ ଥିବା ଛୋଟ ପିଲାଙ୍କ ଚହଳ ପହଳରେ ଭରା ବାତାବରଣକୁ ଖୁବ ପସନ୍ଦ କରନ୍ତି ଏବଂ ଏଠାରେ ଆସି ନିଜର ଏକ କୋଠରୀ ବିଶିଷ୍ଟ ଛୋଟ ଘରେ ଥିବା ଶ୍ମଶାନ ପରି ନୀରବତାରୁ ମୁକ୍ତି ପାଆନ୍ତି।

“ମୁଁ ଆଗରୁ ଭାବୁଥିଲି ଏଇ ବୁଢାଲୋକ ଜଣକ ସ୍କୁଲ ଆସି କାହିଁକି ଆମ ସାଙ୍ଗରେ ପଢୁଛି? କିନ୍ତୁ ସମୟ କ୍ରମେ ମୋତେ ତାଙ୍କ ସଙ୍ଗ ଭଲ ଲାଗୁଛି,” କୁହନ୍ତି ଦୂର୍ଗାଙ୍କର ୧୪ ବର୍ଷୀୟ ସହପାଠୀ ସାଗର ଥାପା। “ସେ ପଢାରେ ଟିକିଏ ଦୁର୍ବଳ। କିନ୍ତୁ ଆମେ ସେଥିରେ ତାଙ୍କୁ ସାହାଯ୍ୟ କରୁ।“ ଦୂର୍ଗା ପ୍ରଥମେ କହରୟା ସ୍କୁଲକୁ ଯାଉଥିଲେ ଯେଉଁଠାରେ ସେ ୭-୮ ବର୍ଷୀୟ ପିଲାଙ୍କ ସହ ମିଶି ଲେଖି ପଢି ଶିଖିଲେ ଓ ପରେ ପଞ୍ଚମ ଶ୍ରେଣୀ ପାସ କଲେ।

Image: <a href=

Image:

Reutersa12bc34de56fgmedium"/>

ଶ୍ରୀ କଳା ଭୈରବର ଶିକ୍ଷକ ଡି. ଆର. କୋଇରାଲା ତାଙ୍କୁ ଏହି ସ୍କୁଲରେ ପଢିବା ପାଇଁ ଆମନ୍ତ୍ରଣ କଲେ। ଏଠାରେ ତାଙ୍କୁ ବହିଖାତା ସହ ୟୁନିଫର୍ମ ମଧ୍ୟ ଦିଆଗଲା। “ମୋ ଜୀବନରେ ପ୍ରଥମ ଥର ପାଇଁ ମୋ ନିଜ ପିତାଙ୍କ ଠାରୁ ବେଶୀ ବୟସ ହୋଇଥିବା ଜଣେ ଛାତ୍ରଙ୍କୁ ମୁ ପଢାଉଛି। ବହୁତ ଖୁସି ଲାଗୁଛି ଯେ ଏପରି ଜଣେ ବ୍ୟକ୍ତି ମୋ ଛାତ୍ର,” କୁହନ୍ତି କୋଇରାଲା।

ଦଶମ ଶ୍ରେଣୀର ତାଙ୍କର ୨୦ ଜଣ ସହପାଠୀ ଦୂର୍ଗାଙ୍କୁ ‘ବା’ ବୋଲି ଡାକନ୍ତି। ନେପାଳୀ ଭାଷାରେ ଏହାର ଅର୍ଥ ବାପା। ନିଜର ଉତ୍ତର ବୟସ ସତ୍ତ୍ୱେ ଦୂର୍ଗା କ୍ଳାସର ସମସ୍ତ କାର୍ଯ୍ୟକଳାପରେ ଭାଗ ନିଅନ୍ତି। ଏପରିକି ସ୍କୁଲ ପଡିଆରେ ନିଜ ସହପାଠୀଙ୍କ ସହ ଭଲିବଲ ମଧ୍ୟ ଖେଳନ୍ତି।

ଦୂର୍ଗା କହନ୍ତି ସେ ମୃତ୍ୟୁ ନଆସିଲା ଯାଏଁ ପଢିବାକୁ ଚାହାଁନ୍ତି। ଲୋକେ ତାଙ୍କୁ ଦେଖି ପାଠ ପଢିବାରେ ଯେ ବୟସ ବାଧା ସାଜି ପାରେନାହିଁ ତାହା ବୁଝିବେ ବୋଲି ସେ ଆଶା କରନ୍ତି।