ବେଙ୍ଗାଲୁରୁର ଇଂଜିନିୟର୍ ଶିଖାଇଲେ ଓଡ଼ିଶା ଗ୍ରାମବାସୀଙ୍କୁ ଜୀବିକାର ଉପାୟ

ବେଙ୍ଗାଲୁରୁର ଇଂଜିନିୟର୍ ଶିଖାଇଲେ ଓଡ଼ିଶା  ଗ୍ରାମବାସୀଙ୍କୁ ଜୀବିକାର ଉପାୟ

Thursday January 21, 2016,

3 min Read

ଏସବୁ ସେବେଠୁ ଆରମ୍ଭ ହେଲା, ଯେବେ ପି.ଭି ଭରତ ବିନିତ୍ ବେଙ୍ଗାଲୁରୁରେ ସେ କରୁଥିବା ଆଇ.ଟି ଚାକିରିରୁ ଅବ୍ୟାହତି ନେଇ ଛତିଶଗଡରେ ଏକ ଡାକ୍ତରଖାନାରେ କାମ କରିବା ଆରମ୍ଭ କଲେ । ପାଖରେ ଏମବିଏ ଓ ଇଂଜିନିୟରିଂର ଡିଗ୍ରୀ ଥିଲେ ମଧ୍ୟ ଭରତ ସବୁବେଳେ ସାମାଜ ସେବା ପ୍ରତି ଆଗ୍ରହୀ ଥିଲେ । ୨୦୦୮ରେ ସେ ଟାଟା ଜାଗୃତି ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଛତିଶଗଡରେ କାମ କରୁଥିବା ସମୟରେ ଭରତ ଏସବିଆଇ ୟୁଥ୍ ଫର୍ ଇଣ୍ଡିଆ ଫେଲୋସିପ୍ ବିଷୟରେ ଜାଣିବାକୁ ପାଇଲେ ଏବଂ ଏହା ତାଙ୍କୁ ସମାଜ ସେବା ତଥା ତୃଣମୂଳ ସ୍ତରରେ କାମ କରିବା ପାଇଁ ଏକ ସୁଯୋଗ ପ୍ରଦାନ କଲା ।

ଭରତଙ୍କର ସବୁବେଳେ ଗ୍ରାମୀଣ ସ୍ତରରେ ଅଣୁ ଊଦ୍ୟୋଗ ଉନ୍ନୟନ ପାଇଁ କାର୍ଯ୍ୟ କରିବା ପାଇଁ ଆଗ୍ରହ ରହିଥିଲା । ଏଣୁ ଏହି ଫେଲୋସିପ୍ ତାଙ୍କୁ ଏହା କରିବାର ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲା । ଭରତ ଓଡିଶାର କୋରାପୁଟ ଅନ୍ତର୍ଗତ ଜୟପୁରରେ ଆସି ପହଞ୍ଚି ସେଠାକାର ଗାଁ ଲୋକଙ୍କ ସହ ଆଲୋଚନା କରିଥିଲା । ଶେଷରେ ଗ୍ରାମବାସୀଙ୍କ ପାଇଁ ଜୀବିକାର ଭିନ୍ନ ଏକ ଉତ୍ସ ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡିଥିଲେ । ସେ ଗ୍ରାମବାସୀମାନଙ୍କୁ ଏକ ସ୍ୱତନ୍ତ୍ର ଶୈଳୀର ଭାତଛାଣି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ନିକଟସ୍ଥ କିଛି ବାଉଁଶ ବୁଣାକାର ଏବଂ ସ୍ୱୟଂସହାୟକ ଗୋଷ୍ଠୀଙ୍କ ସାହାଯ୍ୟରେ ଗାଁ ଲୋକମାନଙ୍କୁ ପାଳକୁଟା, ବାଉଁଶ ଓ ଝୋଟ ସାହାଯ୍ୟରେ ଭାତଛାଣି ପ୍ରସ୍ତୁତ କରିବା ଶିଖାଇଥିଲେ । ଭରତ ପୂର୍ବରୁ କାମ କରୁଥିବା ଆନ୍ଧ୍ର ପ୍ରଦେଶର ଏକ ଏନଜିଓ ଏହି ଭାତଛାଣି ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚିନ୍ତା କରିଥିଲା । ଏହି ଭାତଛାଣି ଗ୍ରାହକମାନଙ୍କୁ ଖୁବ୍ କମ୍ ଟଙ୍କାରେ ମିଳବା ସହ ଭାତକୁ ୬ ଘଣ୍ଟା ପର୍ଯ୍ୟନ୍ତ ଗରମ ରଖିଥାଏ ।

image


ଜୟପୁରରେ ସାଧାରଣତଃ ଚାଷ କାମ ବର୍ଷା ଉପରେ ନିର୍ଭର କରିଥାଏ । ଏଣୁ ଏଠାକାର ଲୋକ ପ୍ରଚୁର ମାତ୍ରାରେ ଧାନ ଚାଷ କରିଥାନ୍ତି । ଏଣୁ ଏହି ଭାତଛାଣି ପ୍ରସ୍ତୁତ କରିବାରୁ କଞ୍ଚାମାଲ ମିଳିବାରେ କୌଣସି ଅସୁବିଧା ହେଲା ନାହିଁ । ଯେଉଁମାନେ ଭରତଙ୍କ ପରାମର୍ଶ କ୍ରମେ ଭାତଛାଣି ପ୍ରସ୍ତୁତ କରିଥିଲେ, ସେମାନଙ୍କୁ ପରିଶ୍ରମର ମୂଲ୍ୟ ମିଳିଲା । ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ନିକଟରେ ୪୦ଟି ଅର୍ଡର ପହଞ୍ଚିଲା । ଖୁବ୍ ଶୀଘ୍ର ସେ ଏହାର କାମ ଶେଷ ବି ହେଲା । ଭରତ ଯୋଗାଡ କରିଥିବା ୩୦ ଜଣ ବାଉଁଶ ବୁଣାକାରଙ୍କ ମଧ୍ୟରୁ ୧୦ ଜଣ ଏହି ଭାତଛାଣି ପ୍ରସ୍ତୁତ କରିବାକୁ ଜୀବିକା କରି ନେଇଛନ୍ତି ଏବଂ ଏବେ ଏହା ସେମାନଙ୍କର ଆୟକୁ ସାତଗୁଣ କରି ପାରିଛି ।

image


ସେହିପରି ଗ୍ରାମୀଣ ବିକାଶ କ୍ଷେତ୍ରରେ ଭରତଙ୍କର ଆଉ ଏକ ପ୍ରଚେଷ୍ଟା ହେଉଛ. ସ୍କୁଲ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ପରିବା ବଗିଚା ସୃଷ୍ଟି କରିବା । କୋରାପୁଟ ଜିଲ୍ଲାରେ ଅପପୃଷ୍ଟିର ମାତ୍ରା ଯଥେଷ୍ଟ ଅଧିକ(୪୬%) । ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ନମିଳିବା ଏହାର ପ୍ରମୁଖ କାରଣ ହୋଇଥିଲେ ହେଁ, ଆଦିବାସୀମାନଙ୍କ ଖାଦ୍ୟାଭ୍ୟାସ ମଧ୍ୟ ଅନେକ ମାତ୍ରାର ଦାୟୀ । ଗାଁର ସବୁଠୁ ପାଖରେ ଥିବା ପରିବା ବଜାର ସେଠାରୁ ପ୍ରାୟ ୧୫ କିଲୋମିଟର ଦୂର । ଗାଁ ଲୋକମାନେ କେହି ବି ପରିବା ଚାଷ କରନ୍ତି ନାହିଁ । ଏଣୁ ପ୍ରତ୍ୟେହ ସତେଜ ପରିବା ମିଳିବା ପ୍ରାୟତଃ ସେଠାରେ ଅସମ୍ଭବ । ଏଣୁ ଭରତ ଚିନ୍ତା କଲେ, ସ୍କୁଲର ଏକ ଅନାବାଦୀ ଜାଗାକୁ ବ୍ୟବହାର କରି ସେଠାରେ ପରିବା ଚାଷ କରିବା ପାଇଁ । ଫଳରେ ମଧ୍ୟାହ୍ନ ଭୋଜନରେ ପିଲାମାନେ ସେହି ପରିବାକୁ ଆହାର କରିବା କରିବା ସହ ଅପପୃଷ୍ଟିରୁ ରକ୍ଷା ପାଇ ପାଇବେ । ମାସକୁ ଏହି ପରିବା ବଗିଚାରୁ ଅତି କମରେ ୩୦ କିଲୋ ପରିବା ବଜାରକୁ ପଠାଇବା ପାଇଁ ମଧ୍ୟ ସ୍ଥିର କରାଗଲା । ଏ ବିଷୟରେ ଭରତ ପ୍ରଥମେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ଆଗରେ ଅନେକ ପ୍ରତିବନ୍ଧକ କରିଥିଲେ । ଭରତ ସ୍ଥାନୀୟ ଭାଷା ବୁଝିବା ଓ କହିବା ପାଇଁ ଅକ୍ଷମ ଥିଲେ । ଏଣୁ ଜଣେ ମଧ୍ୟସ୍ଥି ଭରତ ଓ ଗ୍ରାମବାସୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିଥିଲେ । ସେହିପରି ସ୍କୁଲରେ ପରିବା ବଗିଚା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗାଁ ଲୋକଙ୍କ ବିଶ୍ୱାସ ଜିତିବାକୁ ପଡିଥିଲା । ଶେଷରେ ଭରତଙ୍କ ପରିଶ୍ରମ ସାକାର ହୋଇଥିଲା । ଏବେ ସେଠାରେ ପିଲାମାନେ ମଧ୍ୟାହ୍ନ ଭୋଜନ ପାଇଁ ସତେଜ ପରିବା ପାଇ ପାରୁଛନ୍ତି ।

image


ଭରତଙ୍କ କହିବା ଅନୁଯାୟୀ, “କୌଣସି ପ୍ରତିବନ୍ଧକ ଚିରସ୍ଥାୟୀ ନୁହେଁ । ଆମେ ସବୁବେଳେ ଆଗକୁ ବଢ଼ିବା ଉଚିତ୍ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ସବୁ କିଛି ଠିକ୍ କରି ଦେଇଥାଏ ।” 

ଏବେ ଗୋଟିଏ ବର୍ଷ ଗ୍ରାମୀଣ ବିକାଶ ପାଇଁ କାମ କରି ସାରିବା ପରେ ଭରତ ପୁନଃ ନିଜ କର୍ମ କ୍ଷେତ୍ରକୁ ଫେରିଛନ୍ତି । କିନ୍ତୁ ଭବିଷ୍ୟତରେ ମଧ୍ୟ ସେ ତୃଣମୂଳ ସ୍ତରରେ କାମ କରିବା ପାଇଁ ଆଶା ରଖିଛନ୍ତି । ତାଙ୍କୁ ମିଳିଥିବା ଫୋଲୋସିପ୍ ଭରତଙ୍କୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବେ ପରିବର୍ତ୍ତିତ କରି ପାରିଛି । ଏବେ ସେ ଅଧିକ ଆତ୍ମବିଶ୍ୱାସୀ ହେବା ସହ ଭବିଷ୍ୟତରେ ଅନେକ କିଛି କରିବାକୁ ଲକ୍ଷ୍ୟ ରଖିଥିବା ଭରତ କହିଛନ୍ତି ।