ରାଜକୋଟ ଠାରେ ୩.୫ଲକ୍ଷରୁ ଅଧିକ ଲୋକ ଜାତୀୟ ସଙ୍ଗୀତ ଗାନ କରି କଲେ ବିଶ୍ୱ ରେକର୍ଡ

ରାଜକୋଟ ଠାରେ ୩.୫ଲକ୍ଷରୁ ଅଧିକ ଲୋକ ଜାତୀୟ ସଙ୍ଗୀତ ଗାନ କରି କଲେ ବିଶ୍ୱ ରେକର୍ଡ

Saturday January 21, 2017,

1 min Read

ଏହା ପୂର୍ବରୁ ୨୦୧୪ରେ ବାଂଲାଦେଶ ଠାରେ ୨,୫୪,୫୩୭ ଜଣ ଲୋକ ନିଜର ଜାତୀୟ ସଙ୍ଗୀତ ଗାନ କରି ରେକର୍ଡ ସୃଷ୍ଟି କରିଥିଲେ। ଶନିବାର ଦିନ ଏହି ରେକର୍ଡ ଭାଙ୍ଗିଛି ଭାରତ। 

Image : <a href=

Image :

Indian Expressa12bc34de56fgmedium"/>

ଗୁଜୁରାଟରେ ରାଜକୋଟରେ ୩ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଭାରତର ଜାତୀୟ ସଂଙ୍ଗୀତ ଗାନ କରି ନୂଆ ବିଶ୍ୱ ରେର୍କଡ କରିଛନ୍ତି। ରାଜକୋଟ ଜିଲ୍ଲାର କାଗଭାଡ୍‌ରେ ଆୟୋଜିତ ଏକ ସମାରୋହରେ ଏତେ ସଂଖ୍ୟକ ଲୋକ ଏକାଠି ହୋଇ ଜାତୀୟ ସଂଙ୍ଗୀତ ଗାନ କରିଥିଲେ।

ଖୋଦାଲ୍‌ ଧାମ୍‌ ମନ୍ଦିରରେ ନୂଆକରି ଦେବୀ ଖୋଡିୟାର ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ହେଉଥିବା ସମୟରେ ଜାତୀୟ ସଂଙ୍ଗୀତ ଗାନ କରାଯାଇଛି। ଏହି ସମୟରେ ଗିନସ୍‌ ବୁକ୍‌ର ଅଧିକାରୀମାନେ ଉପସ୍ଥିତ ରହି ଏହାକୁ ଅନୁଧ୍ୟାନ କରିଥିଲେ। ପୂର୍ବରୁ ୨ ଲକ୍ଷ ୫୪ ହଜାର ଲୋକ ବଙ୍ଗଳାଦେଶରେ ଏକାଠି ଜାତୀୟ ସଙ୍ଗୀତ ଗାନ କରି ବିଶ୍ୱ ରେକର୍ଡ କରିଥିଲେ।ଏହି ମନ୍ଦିର ପ୍ରତିଷ୍ଠାର ୫ ଦିନ ଭିତରେ ୫୦ ଲକ୍ଷ ଶ୍ରଦ୍ଧାଳୁ ମାଆଙ୍କର ଦର୍ଶନ କରିସାରିଲେଣି। ୬୦ କୋଟି ଟଙ୍କା ବ୍ୟୟରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଖୁବ୍‌ ଶୀଘ୍ର ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମନ୍ଦିର ଟ୍ରଷ୍ଟ ଲକ୍ଷ୍ୟ ରଖିଛି।