ଭାରତର ୧୦ ପ୍ରମୁଖ ଦେବଦୂତ ନିବେଶକ

ଭାରତର ୧୦ ପ୍ରମୁଖ ଦେବଦୂତ ନିବେଶକ

Tuesday January 17, 2017,

5 min Read

ଭାରତର ଷ୍ଟାର୍ଟଅପ ସଂସ୍କୃତିର ଚମକ ଦେଖି ନାନା ଗ୍ଲୋବାଲ ଭେଞ୍ଚର କ୍ୟାପିଟାଲ ଫାର୍ମ ଆମ ଦେଶ ଆଡ଼େ ଆକର୍ଷିତ ହେଉଛନ୍ତି। ତା'ଛଡ଼ା ଶହ ଶହ ଦେବଦୂତ ନିବେଶକାରୀ (ଏଞ୍ଜେଲ ଇନଭେଷ୍ଟର) ମଧ୍ୟ ଷ୍ଟାର୍ଟଅପ ଗୁଡ଼ିକୁ ସାହାଯ୍ୟର ହାତ ବଢାଉଛନ୍ତି। ଏହି ତାଲିକା ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ କ୍ରିକେଟର ମଧ୍ୟ ଅଛନ୍ତି।

image


ଷ୍ଟାର୍ଟଅପର ପ୍ରାରମ୍ଭିକ ସମୟରେ ତା' ପାଖରେ ଥାଏ କିଛି ଚମତ୍କାର ପରିକଳ୍ପନା କିନ୍ତୁ ପୁଞ୍ଜିର ଅଭାବ ଥାଏ। ସେତେବେଳେ ଏଇ ଦେବଦୂତ ନିବେଶକାରୀ ମାନେ ତାଙ୍କୁ ସାହା ହେଇଥାନ୍ତି। ସେମାନେ ଅନେକ ସମୟରେ ଥରକ ପାଇଁ କିଛି ପୁଞ୍ଜି ଦେଇଥାନ୍ତି ଆଉ ଅନେକ ଅଛନ୍ତି ଯେଉଁମାନେ ଅଳ୍ପ ଅଳ୍ପ କରି ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏକ ରାଶି ପରଦାନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ନିଜେ ଉଦ୍ଯୋଗୀ ଏବଂ ନୂଆ କରି ଆରମ୍ଭ କରୁଥିବା ଉଦ୍ଯୋଗୀ ମାନଙ୍କର ପଥପ୍ରଦର୍ଶକ ହେବା ଇଚ୍ଛା ନେଇ ପୁଞ୍ଜିନିବେଶ କରନ୍ତି।

Nasscomର ପରିସଂଖ୍ୟାନ ଅନୁସାରେ ଭାରତରେ ଥିବା ଦେବଦୂତ ନିବେଶକଙ୍କ ସଂଖ୍ୟା ପ୍ରାୟ ତିନିଗୁଣା ବଢି ବର୍ତ୍ତମାନ ୩୦୦ରେ ପହଞ୍ଚିଛି। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ୧୦ ଜଣ ଏପରି ଦେବଦୂତ ଅଛନ୍ତି ଯେଉଁମାନେ ୪୨୫ଟି ଷ୍ଟାର୍ଟଅପକୁ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି। ଆମେରିକାର ଏକ ଭେଞ୍ଚର ଓ ଷ୍ଟାର୍ଟଅପ ବିଶ୍ଳେଷଣ ପ୍ଲାଟଫର୍ମ, Xeler8 ଅନୁସାରେ ଭାରତର ଷ୍ଟାର୍ଟଅପ ପରିବେଶ ପାଇଁ ତଳେ ଦିଆଯାଇଥିବା ୧୦ଜଣ ହେଲେ ପ୍ରଧାନ ଦେବଦୂତ ବା "Archangel"।

ରାଜନ ଆନନ୍ଦ

image


ଗୁଗଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ୨୦୦୬ରୁ ଷ୍ଟାର୍ଟଅପ ମାନଙ୍କରେ ନିବେଶ କରିଆସୁଛନ୍ତି ଏବଂ ଏଯାବତ ୮୦ରୁ ଊର୍ଦ୍ଧ୍ଵ ଷ୍ଟାର୍ଟଅପରେ ପୁଞ୍ଜିନିବେଶ କରିସାରିଛନ୍ତି। ତାଙ୍କର ଅଧିକାଂଶ ନିବେଶ ଇ-କମର୍ସ କମ୍ପାନୀ ଏବଂ କ୍ଲାଉଡ ସେବା ପ୍ରଦାନକାରୀ କମ୍ପାନୀରେ ହେଇଛି। ରାଜନଙ୍କ ପାଇଁ ନିବେଶ କରିବାର ନିଷ୍ପତ୍ତି ନେବାରେ ସେ ଷ୍ଟାର୍ଟଅପର ଟୀମ କିପରି, ତାହା ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଇଥାଏ।

ରାଜନ ନିବେଶ କରିଥିବା କିଛି ଷ୍ଟାର୍ଟଅପର ତାଲିକା ହେଲା,

ନାମ    ବ୍ୟବସାୟ

Burrp   Restaurant discovery platform

Explara Event   ticketing platform

Mapmygenome     Consumer genomics startup

MissMalini.com    Entertainment news portal

Sheroes       Jobs portal for women

Uniphore       Speech recognition solutions startup

ଅନୁପମ ଗୋପାଳ ମିତ୍ତଲ

image


People ଗ୍ରୁପର ସିଇଓ ଏବଂ ପ୍ରତିଷ୍ଠାତା। ଏହି ଗ୍ରୁପ ମଧ୍ୟରେ ଯାଉଛି ମାଟ୍ରିମୋନିଆଲ ସାଇଟ shaadi.com, ଘରବାଡ଼ି କିଣାବିକା ୱେବସାଇଟ makaan.com ଏବଂ ମିଡ଼ିଆ କମ୍ପାନୀ ମଉଜ ମୋବାଇଲ। ମିତ୍ତଲ ପ୍ରାୟ ୫୦ ଷ୍ଟାର୍ଟଅପରେ ପୁଞ୍ଜିନିବେଶ କରିଛନ୍ତି। ୨୦୧୫ରେ ସେ ସବୁଠାରୁ କାର୍ଯ୍ୟକ୍ଷମ ଦେବଦୂତ ମାନଙ୍କ ମଧ୍ୟରୁ ଜଣେ ଥିଲେ ଓ ୧୨ଟି ଷ୍ଟାର୍ଟଅପରେ ନିବେଶ କରିଥିଲେ।

ଇଣ୍ଡିଆନ ଏଞ୍ଜେଲ ନେଟୱର୍କ ଏବଂ ମୁମ୍ବାଇ ଏଞ୍ଜେଲ୍ସର ଜଣେ ସଦସ୍ୟ ଭାବେ ମିତ୍ତଲ ମୋବାଇଲ ଏବଂ ଗ୍ରାହକ ଇଣ୍ଟରନେଟ ସମ୍ବନ୍ଧୀୟ ଷ୍ଟାର୍ଟଅପ ମାନଙ୍କରେ ନିବେଶ କରିବାକୁ ପସନ୍ଦ କରିଥାନ୍ତି। ସେ ନିବେଶ କରିଥିବା ଷ୍ଟାର୍ଟଅପ ମାନଙ୍କ ମଧ୍ୟରେ ଅଛନ୍ତି,

ନାମ     ବ୍ୟବସାୟ

HackerEarth   Competitive coding platform

InnerChef    Food technology startup

Ketto      Online crowdfunding startup

LetsVenture    Deal-making platform

LittleEyeLabs (acquired by Facebook) Performance analysis tools startup

Ola       Ride-hailing startup

Pipemonk    Data integration platform

ସଞ୍ଜୟ ମେହତା

image


ଇଣ୍ଡିଆନ ଏଞ୍ଜେଲ ଗ୍ରୁପ, ମୁମ୍ବାଇ ଏଞ୍ଜେଲ୍ସ, B2B 1K Ventures, ଓ Venture Nursery ଭଳି ନାମଜାଦା ନିବେଶକାରୀ ସଂସ୍ଥାରେ ସାମିଲ ସଞ୍ଜୟ ୪୦ରୁ ଊର୍ଦ୍ଧ୍ଵ ଷ୍ଟାର୍ଟଅପରେ ନିବେଶ କରିସାରିଛନ୍ତି। ସେ ପ୍ରାୟତଃ ଡାଟା, ମାର୍କେଟିଙ୍ଗ ଅଟୋମେଶନ ଓ ଉପଭୋକ୍ତା ସେବା କମ୍ପାନୀ ଗୁଡ଼ିକରେ ନିବେଶ କରିବା ପସନ୍ଦ କରନ୍ତି।

ସେ ନିବେଶ କରିଥିବା କିଛି ଷ୍ଟାର୍ଟଅପ ମାନେ ହେଲେ,

ନାମ    ବ୍ୟବସାୟ

Box8    On-demand food delivery startup

Faballey   Online retail startup

OYO Rooms  Budget hotel network

PrettySecrets    Online lingerie store

Zippr       Smart address creating startup

ଜୀଶାନ ହାୟାଥ

image


ନିଜେ ଜଣେ ସିରିୟାଲ ଉଦ୍ଯୋଗୀ, ଜୀଶାନ ପ୍ରଥମେ ୨୦୧୧ରେ Uberର ପ୍ରତିଦ୍ଵନ୍ଦୀ Olaରେ ନିବେଶ କରି ତାଙ୍କର ଏ ଯାତ୍ରା ଆରମ୍ଭ କରିଥିଲେ। ଏବେ ସେ ୩୦ରୁ ଊର୍ଦ୍ଧ୍ଵ ଷ୍ଟାର୍ଟଅପରେ ପୁଞ୍ଜି ନିବେଶ କରିସାରିଛନ୍ତି। ସେ ନିଜେ ପାୱାଇ ଲେକ ଭେଞ୍ଚର ନାମରେ ଏକ ଏଞ୍ଜେଲ ଇନଭେସ୍ଟମେଣ୍ଟ ଗ୍ରୁପ ମଧ୍ୟ ଚଳାନ୍ତି।

ହାୟାଥ ଅନଲାଇନ ପରୀକ୍ଷା ପ୍ରସ୍ତୁତି ଷ୍ଟାର୍ଟଅପ Startup Toppr ଏବଂ ଫୋନ ଭିତ୍ତିକ କମର୍ସ ଷ୍ଟାର୍ଟଅପ ଚଉପାଟି ବଜାରର ସହ ପ୍ରତିଷ୍ଠାତା ଅଟନ୍ତି। ଚଉପାଟି ବଜାରକୁ ୨୦୧୦ରେ ଫିଉଚର ଗ୍ରୁପ କିଣି ନେଇଥିଲା। ସେ ନିବେଶ କରିଥିବା କିଛି ଷ୍ଟାର୍ଟଅପ ହେଲେ,

ନାମ    ବ୍ୟବସାୟ

Chaayos   Chain of tea outlets

Holachef   Curated food-delivery service

Housing.com   Real estate portal

Zo Rooms (acquired by OYO Rooms) Budget hotels chain

ଶରଦ ଶର୍ମା

image


Yahooର ଗବେଷଣା ଓ ବିକାଶ ବିଭାଗ, ଭାରତର ପୂର୍ବତନ ମୁଖ୍ୟ, ଶର୍ମା ସଫ୍ଟୱେର ଇଣ୍ଡଷ୍ଟ୍ରିର ଏକ ଥିଙ୍କ ଟ୍ୟାଙ୍କ iSPIRTର ପ୍ରତିଷ୍ଠାତା ମାନଙ୍କ ମଧ୍ୟରୁ ଜଣେ। ଶର୍ମା କୌଣସି ଷ୍ଟାର୍ଟଅପରେ ନିଜର ପୁଞ୍ଜିନିବେଶ କରିବା ପୂର୍ବରୁ ଦେଖନ୍ତି ଯେ ସେ ଷ୍ଟାର୍ଟଅପର ଆଇଡିୟା କେତେ ଆକର୍ଷଣୀୟ। ସେ ପ୍ରାୟ ୨୫ରୁ ଊର୍ଦ୍ଧ୍ଵ ଷ୍ଟାର୍ଟଅପରେ ପୁଞ୍ଜିନିବେଶ କରିସାରିଛନ୍ତି। ସେଥିରୁ କିଛି ହେଲା,

ନାମ    ବ୍ୟବସାୟ

Druva   Data protection solutions

Ezetap   Mobile-based payments

LetsVenture  Deal making platform

Silvan Innovation Labs  Home security startup

Wishberry      Crowdfunding platform

ଆନନ୍ଦ ଲାଡସରୀୟା

image


ମୁମ୍ବାଇସ୍ଥିତ ଏକ ରସାୟନ କମ୍ପାନୀ ଏଭେରେଷ୍ଟ ଫ୍ଲେବର୍ସର ସିଇଓ, ଆନନ୍ଦ ଆଇଆଇଏମ ଅହମଦାବାଦର ପ୍ରାକ୍ତନ ଛାତ୍ର। ଭାରତ ସରକାର ଦ୍ଵାରା ସ୍ଥାପିତ ଏକ ରପ୍ତାନୀ ଉନ୍ନୟନ ସଂସ୍ଥା, CHEMEXCILର ପୂର୍ବତନ ଚେୟାରମ୍ଯାନ ଥିଲେ। ଆନନ୍ଦ ପ୍ରାୟ ୩୫ଟି ଷ୍ଟାର୍ଟଅପରେ ନିବେଶ କରିଛନ୍ତି ଏବଂ ଇଣ୍ଡିଆନ ଏଞ୍ଜେଲ ନେଟୱର୍କ ଏବଂ ମୁମ୍ବାଇ ଏଞ୍ଜେଲ୍ସ ମାଧ୍ୟମରେ ନିୟମିତ ଭାବେ ନିବେଶ କରନ୍ତି। ସେ ମୁଖ୍ଯତଃ ବୈଷୟିକ ଷ୍ଟାର୍ଟଅପ ଗୁଡ଼ିକରେ ନିବେଶ କରିବାକୁ ପସନ୍ଦ କରନ୍ତି।

ସେ ନିବେଶ କରିଥିବା କରିଥିବା କିଛି ଷ୍ଟାର୍ଟଅପ ହେଲେ,

ନାମ         ବ୍ୟବସାୟ

Exclusively.com (acquired by Snapdeal) Online retail of luxury and lifestyle products

Myshaadi.in     Portal for wedding-related services

Stayzilla      Online budget hotels aggregator

Uniphore       Speech recognition solutions company

ସୁନୀଲ କାଲରା

image


ଦିଲ୍ଲୀରେ ରହୁଥିବା ସୁନୀଲ ୨୦୦୨ରୁ ଷ୍ଟାର୍ଟଅପ ମାନଙ୍କରେ ପୁଞ୍ଜିନିବେଶ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ୫୦ରୁ ଊର୍ଦ୍ଧ୍ଵ ଷ୍ଟାର୍ଟଅପରେ ନିବେଶ କରି ଏକ ପ୍ରମୁଖ ଦେବଦୂତ ଭାବେ ଜଣା। ଷ୍ଟାର୍ଟଅପ ପରିବେଶ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେ ନିଜର ଏକ୍ସପୋର୍ଟ ବ୍ୟବସାୟ ଓ ଚମଡା ପରିଧାନ ତିଆରି କାରଖାନା ଚଳାଉଥିଲେ।

୨୦୧୫ରେ Forbesକୁ ଦେଇଥିବା ଏକ ସାକ୍ଷାତକାରରେ କାଲରା କହିଥିଲେ ଯେ,

ଯଦିଓ ମୁଁ ନିଜେ ଟେକ ପୃଷ୍ଠଭୂମିରୁ ନୁହେଁ, କିନ୍ତୁ ମୋ ବିଚାରରେ ଟେକ କମ୍ପାନୀ ମାନେ ଅଳ୍ପ ପୁଞ୍ଜି ବ୍ୟବହାର କରି ନିଜର ପରିକଳ୍ପନାକୁ ରୂପ ଦେଇପାରିବାର କ୍ଷମତା ରଖନ୍ତି। ତେଣୁ ମୁଁ ନିଜର ଧ୍ୟାନ ବର୍ତ୍ତମାନ ପାଇଁ ଟେକ ଷ୍ଟାର୍ଟଅପ ଗୁଡ଼ିକୁ ଦେଉଛି।

ସେ ଇଣ୍ଡିଆନ ଏଞ୍ଜେଲ ନେଟୱର୍କର ଏକ ସଦସ୍ୟ ଏବଂ ଇଉନିଭର୍ସିଟି ଅଫ ପେଟ୍ରୋଲିଅମ ଓ ଏନର୍ଜି ସ୍ଟଡି, ଦେହରାଦୁନର ଜଣେ ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି। ସେ ନିବେଶ କରିଥିବା କିଛି ଷ୍ଟାର୍ଟଅପ ହେଲେ,

ନାମ         ବ୍ୟବସାୟ

Airwoot      Social media helpdesk system

Aurality      Personal mobile radio

Instamojo      Payments solutions provider

Jigsee       Mobile video streaming startup

Wooplr       Fashion discovery app

ରାଜେଶ ସାହାଣି

image


Times Internet, ଦେଶର ଅଗ୍ରଣୀ ଗଣମାଧ୍ୟମ ପ୍ରତିଷ୍ଠାନ Times Groupର ଡିଜିଟାଲ ଅଙ୍ଗର ପ୍ରତିଷ୍ଠାତା ରାଜେଶ ନିଜର କିଛି ଷ୍ଟାର୍ଟଅପ ଗଢିବା ସମୟରେ ହିଁ ଅନ୍ୟାନ୍ୟ କେତେକ ଷ୍ଟାର୍ଟଅପକୁ ଆର୍ଥିକ ସହାୟତା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୩୫ଟି ଷ୍ଟାର୍ଟଅପରେ ନିବେଶ କରିସାରିଛନ୍ତି। ସାହାଣି ରିଲାଏନ୍ସ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ସଭାପତି ଥିଲେ ଏବଂ GSF Accelerator ନାମରେ ଏକ ସଂସ୍ଥା ଆରମ୍ଭ କରିଥିଲେ ଯାହା ଷ୍ଟାର୍ଟଅପ ମାନଙ୍କୁ ପ୍ରାରମ୍ଭିକ ପୁଞ୍ଜି ଓ ପରାମର୍ଶ ଯୋଗାଏ।

ସେ ନିଜେ ଏକ ଉଦ୍ଯୋଗୀ ଏବଂ ବର୍ତ୍ତମାନ ଗୁଡ଼ଗାଓଁ ସ୍ଥିତ ଫୁଡ ଟେକ ଷ୍ଟାର୍ଟଅପ InnerChef ଚଳାନ୍ତି। ଏହି ଷ୍ଟାର୍ଟଅପଟି ଖାଇବା ପାଇଁ ଏବଂ ରାନ୍ଧିବା ପାଇଁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବ୍ୟବସାୟ କରେ। ସେ ନିବେଶ କରିଥିବା କିଛି ଷ୍ଟାର୍ଟଅପ ଗୁଡ଼ିକ ହେଲେ,

ନାମ       ବ୍ୟବସାୟ

Autowale     Online auto-rickshaw booking platform

LittleEyeLabs(Acquired by Facebook) Performance analysis tools startup

MobStac       Marketing and analytics software platform

Pipa Bella      Online Jewellery Store

PosterGully      Curated marketplace for artists and designers

ଟିଭି ମୋହନଦାସ ପାଇ

image


ଦେଶର ଦ୍ଵିତୀୟ ବୃହତ ଆଇଟି କମ୍ପାନୀ Infosysର ପୂର୍ବତନ ସିଏଫଓ, ପାଇ ୪୦ରୁ ଊର୍ଦ୍ଧ୍ଵ ଷ୍ଟାର୍ଟଅପରେ ନିବେଶ କରିସାରିଛନ୍ତି। ବର୍ତ୍ତମାନ ପାଇ ମଣିପାଲ ଗ୍ଲୋବାଲ ଶିକ୍ଷା ସଂସ୍ଥା ଯାହା କି ଉଚ୍ଚଶିକ୍ଷା ଯୋଗାଇଦିଏ ଏବଂ ମାଲୟେସିଆ, ଆଣ୍ଟିଗୁଆ, ଦୁବାଇ ଏବଂ ନେପାଲରେ କ୍ୟାମ୍ପସ ପରିଚାଳନା କରୁଛି।

ପାଇ ମୁଖ୍ଯତଃ ବୈଷୟିକ ଷ୍ଟାର୍ଟଅପରେ ନିବେଶ କରିଛନ୍ତି। ସେ ମଧ୍ୟରୁ କିଛି ହେଲା,

ନାମ       ବ୍ୟବସାୟ

Kaaryah     Online fashion brand

Pepperfry     Online furniture retailer

YourStory      Startup news portal

Zoomcar     Self-driven car rental

ରିହାନ ୟାର ଖାନ

image


Orios Venture Partners ନାମକ ପୁଞ୍ଜିନିବେଶକାରୀ ଫାର୍ମର ପ୍ରତିଷ୍ଠାତା, ରିହାନ ୨୦ରୁ ଅଧିକ ଷ୍ଟାର୍ଟଅପରେ ନିବେଶ କରିଛନ୍ତି। ସେ ମୁଖ୍ଯତଃ ମୋବାଇଲ ଟେକନୋଲଜି, ଇ-କମର୍ସ ଓ ଇଣ୍ଟରନେଟ ଭିତ୍ତିକ ଷ୍ଟାର୍ଟଅପରେ ନିବେଶ କରିବାକୁ ପସନ୍ଦ କରନ୍ତି।

Xeler8 ଅନୁସାରେ ରିହାନଙ୍କ ପାଇଁ ଏକ କମ୍ପାନୀର ଟୀମର ପ୍ରତିବଦ୍ଧତା ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। ଆର୍ଥିକ ନିବେଶ ସହ ରିହାନ ସେ ଷ୍ଟାର୍ଟଅପ ଗୁଡ଼ିକରେ ଅଭିନବ ରଣକୌଶଳ, ଏକ ପରିମାଣଗତ ସଂସ୍କୃତି ଏବଂ ଗୁଣବତ୍ତା ଉପରେ ତୀକ୍ଷଣ ଦୃଷ୍ଟି ଭଳି ଗୁଣ ଆଣିବାକୁ ଚେଷ୍ଟା କରନ୍ତି। ସେ ନିବେଶ କରିଥିବା କିଛି ଷ୍ଟାର୍ଟଅପ ଗୁଡ଼ିକ ହେଲେ,

ନାମ           ବ୍ୟବସାୟ

Cherish Maternity    Online store for pregnancy and maternity needs

Myshaadi.in       Portal for wedding-related services

Ola           Ride-hailing startup

Pipemonk        Data integration platform