ଏଚ୍ଆଇଭି ସଂକ୍ରମିତ ଲୋକଙ୍କ ଜୀବନ ପରିବର୍ତ୍ତନ କରୁଥିବା Jodhpur Network of Positive People

ଏଚ୍ଆଇଭି ସଂକ୍ରମିତ ଲୋକଙ୍କ ଜୀବନ ପରିବର୍ତ୍ତନ କରୁଥିବା Jodhpur Network of Positive People

Monday November 30, 2015,

5 min Read

୨୦୦୩ର କଥା, ନିଜେ ଏଚ୍ଆଇଭି ସଂକ୍ରମିତ ହୋଇଥିବା ସଂପର୍କରେ ଦିନେଶ ଯୋଶୀ ଜାଣିଲେ । ଏହା ଜାଣିବା ପରେ ତାଙ୍କ ନିକଟରେ କୌଣସି ବିକଳ୍ପ ନଥିଲା । ପ୍ରଥମ ତଥା ସହଜ ରାସ୍ତା ଥିଲା, ସେ ନିଜକୁ ଘରର ଚାରିକାନ୍ଥ ମଧ୍ୟରେ ନିଜକୁ ବନ୍ଦ କରିଦେଇ ଏକୁଟିଆ ଓ ନୈରାଶ୍ୟପୂର୍ଣ୍ଣ ଜୀବନ ବିତାଇବା । ଦ୍ୱିତୀୟଟି ଥିଲା କଷ୍ଟସାଧ୍ୟ ତଥାପି ଏହା ତାଙ୍କୁ ବାହାରକୁ ଆସି ଏଭଳି ଏକ ପରିବେଶ ସୃଷ୍ଟି କରିବା ଯେଉଁଠି ଏଚ୍ଆଇଭି ସଂକ୍ରମିତ ଲୋକଙ୍କୁ ସମାଜ ସହଜରେ ଗ୍ରହଣ କରିପାରିବ ଓ ସେମାନଙ୍କ ସହ ସାଧାରଣ ବ୍ୟବହାର କରିବେ । ଦିନେଶ ଦ୍ୱିତୀୟ ବିକଳ୍ପକୁ ଚୟନ କଲେ, ଯାହାକୁ କାର୍ଯ୍ୟକାରୀ କରିବା ବସ୍ତୁତଃ କଷ୍ଟସାଧ୍ୟ ଥିଲା ।

image


ଦିନେଶ କହନ୍ତି, “ ଯେତେବେଳେ ମୁଁ ମୋର ଏଚ୍ଆଇଭି ସଂକ୍ରମଣ ସଂପର୍କରେ ଲୋକଙ୍କୁ ଜଣାଇଲି, ସେମାନେ ମୋତେ ଭିନ୍ନ ଦୃଷ୍ଟିରେ ଦେଖିଲେ । ସେମାନେ ମୋତେ ସଂପୂର୍ଣ୍ଣ ଭାବେ ପରିତ୍ୟାଗ କଲେ କିମ୍ବା ଅତ୍ୟଧିକ ସହାନୁଭୂତି ଦେଖାଇଲେ । ଏହି ଦୁଇଟି ପ୍ରସଙ୍ଗ ସାଧାରଣ ନଥିଲା ଏବଂ ଏହା ମୋତେ ଏକ ଏଚ୍ଆଇଭି ସଂକ୍ରମିତ ରୋଗୀ ଭାବେ କଷ୍ଟଦାୟକ ଥିଲା ।” ଦିନେଶର ଏକ ମାତ୍ର ସହାୟକ ଥିଲେ ଏସ୍ଏନ୍ ମେଡିକାଲ୍ କଲେଜର ପ୍ରଧାନ କଂଟ୍ରୋଲର ଡାକ୍ତର ଅରବିନ୍ଦ ମାଥୁର । ପ୍ରତିବଦ୍ଧତାର ଶକ୍ତି ହାସଲ କରିବା ସହଜସାଧ୍ୟ ନଥିଲା, କିନ୍ତୁ ଏହା ଦ୍ୱାରା ଶକ୍ତିର ଉଦ୍ଗୀରଣ ଓ ପରିବର୍ତନ ପାଇଁ ପ୍ରେରଣା ଆସିଲା, ଏହି ପରିବର୍ତ୍ତନର ନାମ ଥିଲା Jodhpur Network of Positive People ବା JNP+ ।”

ଦିନେଶ କହନ୍ତି, “ସମାଜରୁ ଆବଶ୍ୟକ ସହାୟତା ମିଳିନଥିଲା । ସରକାରୀ ସହାୟତା ବିଲକୁଲ ନଥିଲା କିମ୍ବା ଆଖିଦୃଶିଆ ନଥିଲା । ଏହି ପରିସ୍ଥିତିରେ ଆବଶ୍ୟକଥିଲା ଏକ ଅଭିଯାନ ଥିଲା ଯେଉଠି ଲୋକମାନେ ଏକଜୁଟ ହେବେ ଏବଂ ପରସ୍ପରକୁ ସହାୟତା କରିବା, ଉତ୍ଥାନ ଓ ପ୍ରେରଣା ଦେବାକୁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିବେ । ଏହି କାର୍ଯ୍ୟ JNP+ କରିବା ଆରମ୍ଭକଲା ।”

ଦିନେଶଙ୍କ ଦ୍ୱାରା ପ୍ରତିଷ୍ଠିତ, ଯୋଧପୁର ନେଟ୍ୱାର୍କ ଅଫ୍ ପଜିଟିଭ୍ ପିପୁଲ୍ ବା JNP+ ଏକ ଗୋଷ୍ଠୀଗତ ସଂଗଠନ ଠାରୁ ଅଧିକ ଅଟେ, ଏହା ହେଉଛି ଆତ୍ମବିଶ୍ୱାସ ଓ ଆତ୍ମ ସମ୍ମାନ ହରାଇଥିବା ସଂକ୍ରମିତଙ୍କ ଏକ ଗୋଷ୍ଠୀ । ଏହି ସଂଗଠନ ଅନ୍ତରରୁ ବାହ୍ୟଜଗତ ପାଇଁ କାମ କରିବାର ବିଶ୍ୱାସ ରଖେ । ସମାଜକୁ ଶିକ୍ଷିତ କରିବା ଅପେକ୍ଷା, JNP+ ସଂକ୍ରମିତ ଲୋକଙ୍କ ଗୋଷ୍ଠୀ ମଧ୍ୟରେ କାମ କରିଥାଏ । ସେମାନଙ୍କ ଠାରୁ ସ୍ୱପ୍ରସୂତ ଅପରାଧବୋଧ ଦୂର କରିବା ଏବଂ ବିଶ୍ୱାସର ଚିନ୍ତାଧାରା ସୃଷ୍ଟି କରିବା ଓ ପ୍ରେରଣା ଦେଇଥାଏ ।

image


ଦିନେଶ ଏହି କଥା ବ୍ୟକ୍ତ କରିବାବେଳେ ଦାର୍ଶନିକ ହୋଇଯାନ୍ତି, “ଥରେ ଅନ୍ତର୍ଯୁଦ୍ଧରେ ବିଜୟଲାଭ କରିବା ପରେ ସମାଜ ମଧ୍ୟକୁ ଯାଇ ସମାଜକୁ ନିଜ ପକ୍ଷକୁ ଆଣିବା ସହଜ ହୋଇଥାଏ । ଏହା ହେଉଛି ପ୍ରଚେଷ୍ଟାର ସହଯୋଗୀ ସଫଳତା ।”

ପ୍ରୋଜେକ୍ଟ ବିହାନ

ବିହାନ ପଛରେ ଥିବା ଦର୍ଶନ ସଂପର୍କରେ ଦିନେଶ କହନ୍ତି, “ ଏଚ୍ଆଇଭି ସଂକ୍ରମିତ ଲୋକଙ୍କ ରୋଗ ଏକ ବଡ଼ ମୌଳିକ ସମସ୍ୟା ନୁହେଁ, ଏହା ସହ ଜଡ଼ିତ ସାମାଜିକ ନିନ୍ଦା ବଡ଼ ସମସ୍ୟା ଅଟେ । ଅଭିଭାବକମାନେ ସାଧାରଣତଃ ବିଷାଦଗ୍ରସ୍ତ ହୋଇଯାନ୍ତି ଓ ସାମାଜିକ ଅସମ୍ବେଦନଶୀଳତାକୁ ଏଡ଼େଇବାକୁ ଏକ ଅଦୃଶ୍ୟଜୀବନ ଯାପନ କରନ୍ତି । ପ୍ରୋଜେକ୍ଟ ବିହାନ ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକରେ ।”

ଦିନେଶ କହନ୍ତି, “ବିହାନର ସଂସ୍କୃତ ଅର୍ଥ ହେଉଛି ସୂର୍ଯ୍ୟଙ୍କ ପ୍ରଥମ କିରଣ । ପ୍ରୋଜେକ୍ଟ ବିହାନର ପ୍ରମୁଖ ଉଦେ୍ଧଶ୍ୟ ହେଉଛି ପ୍ରେରଣାର ସ୍ତରକୁ ଉନ୍ନତ ରଖିବା ଓ ଯେଉଁଠି ବିଷାଦ ରହିଛି ସେଠାରେ ଆଶାର କିରଣ ସୃଷ୍ଟି କରିବା ।” “ଏହି ଲୋକଙ୍କ ଭିତରେ ବିଶ୍ୱାସକୁ ସୃଷ୍ଟି କରିବା ଏବଂ ଆତ୍ମତ୍ୟାଗ ଓ ହତାଶବୋଧକୁ ଦୂର କରିବା ପାଇଁ ଆମେ କାମକରୁଛୁ । ଆମେ ସଭା ଓ ଆଲୋଚନାଚକ୍ରର ଆୟୋଜନ କରି କ୍ଷୁଦ୍ର ଏଚ୍ଆଇଭି ସଂକ୍ରମିତ ଲୋକଙ୍କ ଗୋଷ୍ଠୀକୁ ସରକାରୀ ସହାୟତା ଓ ଯୋଜନା, ଔଷଧର ପ୍ରାପ୍ତି, ଏବଂ ଔଷଧ ସେବନର ଆବଶ୍ୟକତା ସଂପର୍କରେ ସଚେତନ କରାଇଥାଉ । ସଂଖ୍ୟାଧିକ ଲୋକ ବଞ୍ଚିବାର ଅନିଚ୍ଛା ଓ ସାଧାରଣ ସାମାଜିକ ଚରିତ୍ର ଅନୁସାରେ ଔଷଧ ଖାଇବାରୁ ନିଜକୁ ଦୂରେଇ ନେଇଥାନ୍ତି, ଏହା ସେମାନେ କୌଣସି ପରିସ୍ଥିତିରେ କରିବା ଉଚିତ ନୁହେଁ । ଏଣୁ, ଆମର ପ୍ରଥମ ପ୍ରଚେଷ୍ଟା ହେଉଛି ବିହା ନ ଦ୍ୱାରା ପରାମର୍ଶ, ପ୍ରେରଣା, ଶିକ୍ଷା ଓ ସହାୟତା ଦେବା ।”

image


ପ୍ରୋଜେକ୍ଟ ବିହାନ ଏଚ୍ଆଇଭି ସଂକ୍ରମିତ ଲୋକଙ୍କ ଜୀବନକୁ ସରଳ କରିବାକୁ ମଧ୍ୟ ଚେଷ୍ଟା କରିଥାଏ । ସହଯୋଗୀମାନେ ସ୍ୱତଃସ୍ପୂର୍ତ ଭାବେ ସାମିଲ ହୋଇ ସଂକ୍ରମିତ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ସଂଗ୍ରହ କରିଥାନ୍ତି, ଏଚଆଇଭି ସଂକ୍ରମିତ ମା’ ଓ ବିଧବାଙ୍କୁ ଭତ୍ତା ଯୋଗାଇଦେବାରେ ସହାୟତା କରିଥାଏ ।

ବାଲ୍ ବସେରା, ଏଚ୍ଆଇଭି ସଂକ୍ରମିତ ଶିଶୁଙ୍କ ପାଇଁ ବାଳାଶ୍ରମ

ଦିନେଶ, ଏହି ପ୍ରସଙ୍ଗ ଉପରେ, ବିଶେଷତଃ ଯୋଧପୁର ଓ ଏହାର ଆଖପାଖ ଇଲାକାର ସାମାଜିକ ସ୍ଥିତି ସଂପର୍କରେ ଭଲଭାବେ ଅବଗତ ଅଟନ୍ତି । ଏହି ଅଂଚଳର ଛୋଟ ଶିଶୁଙ୍କୁ ସାମାଜିକ ଅଭିଶାପରୁ ରକ୍ଷା କରିବାକୁ କିଛି ଉଲ୍ଲେଖନୀୟ କାମ କରିବାକୁ ଇଚ୍ଛା ରଖିଛନ୍ତି ।

ଭାବନା ପାରେଖ ସମାଜର ଏଭଳି କଠିନ ମନୋଭାବ ସମ୍ପର୍କରେ ଦୁଃଖ ପ୍ରକାଶ କରି କହନ୍ତି,“ଏକ ଯୁବକ ଭାବେ ଆମେ ସମ୍ଭବତଃ ସାମାଜିକ ମନସ୍ତତ୍ୱ ଓ ଆମର ଘନିଷ୍ଠ ସମାଜର ରୂପରେଖ ସଂପର୍କରେ ଜାଣିଛୁ, କିନ୍ତୁ ଶିଶୁମାନେ ଏହା ଜାଣିବାରେ ଅନେକ ସରଳ ଅଟନ୍ତି । ଜଣେ ଏଚ୍ଆଇଭି ସଂକ୍ରମିତ ଶିଶୁ ପକ୍ଷରେ, ସେ କାହିଁକି ସାମାଜିକ ବାସନ୍ଦର ଶିକାର ହେଉଛି ତାହା ଜାଣିବା କଷ୍ଟକର ଅଟେ ।” ଭାବନା ନିଜର ସ୍ୱାମୀ ଓ ଝିଅକୁ ୧୦ ବର୍ଷ ପୂର୍ବେ ଏଚ୍ଆଇଭି ସଂକ୍ରମଣ ଯୋଗୁଁ ହରାଇବସିଥିଲେ, ସଂପ୍ରତି ସେ ବାଲ୍ ବସେରାରେ କାମ କରୁଛନ୍ତି । ଏହି ମୃତ୍ୟୁ ଭାବନାଙ୍କ ପିତାମାତାଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଥିଲା । ଆଜିକାଲି, ସେ ଏଚ୍ଆଇଭି ସଂକ୍ରମିତ ଶିଶୁଙ୍କ ମଧ୍ୟରେ ଓ ସେମାନଙ୍କ ସେବାରେ ବିତାଇବାରେ ଆନନ୍ଦ ପାଆନ୍ତି ।

ଏହି ବାଳାଶ୍ରମରେ ଥିବା ଅଧିକାଂଶ ଶିଶୁ ଅନାଥ ଅଟନ୍ତି ଯେଉଁମାନେ ନିଜର ଅଭିଭାବକଙ୍କୁ ଏଚ୍ଆଇଭି ସଂକ୍ରମଣରେ ହାଇଇବସିଛନ୍ତି । ଭାବନା କହନ୍ତି,“ବାଲ୍ ବସେରା ବାଳାଶ୍ରମ ଏକ ପବିତ୍ର କେନ୍ଦ୍ର ଯେଉଁଠି ଏହି ପିଲାମାନେ ଖେଳନ୍ତି, ଶିକ୍ଷାକରନ୍ତି, ଜିଁଅନ୍ତି ଓ ଅନ୍ୟ ସମସ୍ତ ଶିଶୁଙ୍କ ଭଳି କାର୍ଯ୍ୟ କରିଥାନ୍ତି । ଆମେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟଗତ, ଆମେଦପ୍ରମୋଦ ଆଦିର ଯତ୍ନ ନେଇଥାଉ ।”

ବାଲ୍ ବସେରାରେ ସମାଜରୁ ବାସନ୍ଦ ହୋଇଥିବା ୬୦ଜଣ ଶିଶୁ ଅଛନ୍ତି । ଦିନେଶ ଯୋଶୀ ଓ ତାଙ୍କ ଟିମ୍ ସଦସ୍ୟମାନେ ବିନାଦ୍ୱନ୍ଦ୍ୱ, ବିନାଦ୍ୱିଧାରେ ସଂକ୍ରମିତ ଶିଶୁ୍ଙ୍କୁ ବଂଚିବାର ସମସ୍ତ ସୁବିଧା ଦେଇଥାନ୍ତି, ଫଳରେ ସେମାନେ ବିଶ୍ୱାସୀ ଯୁବକରେ ପରିଣତ ହେବେ ଓ ସେମାନଙ୍କ ଏଚ୍ଆଇଭି+ ପାଇଁ ଲଜ୍ଜାବୋଧ କରିବେନାହିଁ ।

ଅନ୍ତିମ ସଫଳତା

ପ୍ରଜେକ୍ଟ ବିହାନ ଓ ବାଲବସେରା ଭଳି ସଫଳ ଉଦ୍ୟମ ବ୍ୟତୀତ JNP+ ନିକଟରେ ଏଭଳି ଅନେକ ସଫଳ କାହାଣୀ ରହିଛି । ପ୍ରଥମତଃ, ଅନେକ ଲୋକ ଆତ୍ମଗ୍ଲାନି, ଅପରାଧବୋଧ ଓ ହତାଶବୋଧରେ ବଂଚିବା ତ୍ୟାଗ କରିଛନ୍ତି । ଲୋକମାନେ ସରକାରଙ୍କ ଅନେକ ଯୋଜନ ଓ ନିୟମ ସଂପର୍କରେ ସଚେତନ ହୋଇଛନ୍ତି ଯଦ୍ୱାରା ସେମାନେ କର୍ମସ୍ଥଳରେ ବିଭେଦର ଶିକାର ହେବେନାହିଁ ଓ ନିଜର ଅଧିକାରକୁ ବ୍ୟକ୍ତ କରିପାରିଛନ୍ତି । ସଠିକ୍ ସ୍ୱାସ୍ଥ୍ୟ ପରାମର୍ଶ ଓ ଶିକ୍ଷା ଦ୍ୱାରା ଏଚ୍ଆଇଭି ସଂକ୍ରମିତ ଅଭିଭାବକଙ୍କୁ ସଂକ୍ରମଣହୀନ ସନ୍ତାନ ଜନ୍ମ ଦେଇଥାନ୍ତି । ଦିନେଶ ଖୁସିରେ କହନ୍ତି, “ ଏହା ବାସନ୍ତବରେ, କେତେକ ଅଭିଭାବକଙ୍କ ପାଇଁ ଏହା ଆଶ୍ଚର୍ଯ୍ୟ ଅଟେ ଓ ସେହି ସମୟରେ ରୋମାଂଚକର ଅଟେ କାରଣ ସେମାନେ ଏଚ୍ଆଇଭି ସଂକ୍ରମିତ ହେଲେ ମଧ୍ୟ ଜନ୍ମିତ ସନ୍ତାନମାନେ ସଂକ୍ରମଣ ବିହୀନ ହୋଇ ଜନ୍ମ ନିଅନ୍ତି ।”

image


ଭବିଷ୍ୟତର ଲକ୍ଷ୍ୟ

ଦିନେଶ ସକାରାତ୍ମକ ଭାବେ କହନ୍ତି, “ JNP+ ର ଭବିଷ୍ୟତ ଯୋଜନାରେ ଏଚ୍ଆଇଭି ସଂକ୍ରମିତ ମହିଳା ଓ ଶିଶୁଙ୍କୁ ବିକାଶର ଧାରାରେ ସାମିଲ କରିବା, ଫଳରେ ସେମାନେ ସହଜରେ ସମାଲୋଚନା ଓ ଟାହିଟାପରାର ଶିକାର ହେବେନାହିଁ ।” “ଆମେ ସରକାରଙ୍କ ସହ ଏକ ସହବନ୍ଧନ ପାଇଁ ଉଦ୍ୟମ କରୁଛୁ, ଯେଉଁଠି ଆମକୁ କିଛି ପରିମାଣରେ ଜମି ପ୍ରଦାନ କରାଯିବ ଓ ସେଠାରେ ଆମେ ଏଚ୍ଆଇଭି ସଂକ୍ରମିତ ଶିଶୁଙ୍କ ପାଇଁ ଏକ ପବିତ୍ର ବାଳାଶ୍ରମ ନିର୍ମାଣ କରିବୁ । ସମାଜର ଏବଂ ଏଚ୍ଆଇଭି ସଂକ୍ରମିତଙ୍କ ମଧ୍ୟରେ ପରିବର୍ତନ ଦେଖି ମୋର ବିଶ୍ୱାସ ବଢ଼ିଛି ।”

ଉପସଂହାର

୨୦୧୩ର ପରିସଂଖ୍ୟାନ ଅନୁସାରେ, ଏଚ୍ଆଇଭି ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ତୃତୀୟ । ୨୦୧୪ରେ ଦେଶରେ ୧୫ହଜାର ଏଚ୍ଆଇଭି ନିଦାନ ଓ ପରାମର୍ଶ କେନ୍ଦ୍ର (ଏଚ୍ଟିସି) ସ୍ଥାପନ କରାଯିବା ସତ୍ୱେ, ସଂକ୍ରମିତଙ୍କ ମଧ୍ୟରୁ କେବଳ ୧୩% ସେମାନଙ୍କ ସ୍ଥିତି ସଂପର୍କରେ ସଚେତନ ହୋଇପାରିଛନ୍ତି ଓ ଏହି ଦୃଷ୍ଟିରୁ ଏଡ୍ସ ପ୍ରତିରୋଧ କରିବା ସୁଦୂରପରାହତ ହୋଇଛି । ଏହି ୧୩ ପ୍ରତିଶତ ସଂକ୍ରମିତଙ୍କ ମଧ୍ୟରେ, ଅଧିକାଂଶ ରୋଗର ହତାଶା ଅନ୍ଧକାର ମଧ୍ୟରେ ବଂଚୁଛନ୍ତି । JNP+ ଭଳି ସଂସ୍ଥାର ପ୍ରଚେଷ୍ଟା ସାମାଜିକ ନିନ୍ଦା, ଆତ୍ମତ୍ୟାଗ ଓ ଲଜ୍ଜାରୁ ଉଦ୍ଧାର ପାଇବାରେ ସହାୟତା ଦେଉଛନ୍ତି । ବିଶେଷତଃ ଏହି ଅଭିଯାନର ଫଳ ସ୍ୱରୂପ, ଏଚ୍ଆଇଭି ସଂପର୍କରେ ଲୋକମାନଙ୍କୁ ପରାମର୍ଶ, ସ୍ୱଯତ୍ନ ସଂପର୍କରେ ସଚେତନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି ଫଳରେ ଭୂତାଣୁ ଆହୁରି ଅଧିକ ସଂକ୍ରମିତ ହୋଇପାରିବନାହିଁ ।

ମୂଳ ଲେଖା - ସିମ୍ରନ ଚୀବର

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ

    Share on
    close