Eventskart- ଉତ୍ସବ ଆୟୋଜନ ଚିନ୍ତାର ସମାଧାନ ସୂତ୍ର

Eventskart- ଉତ୍ସବ ଆୟୋଜନ ଚିନ୍ତାର ସମାଧାନ ସୂତ୍ର

Wednesday April 13, 2016,

2 min Read

image


ବିବାହ, ଜନ୍ମଦିନ ହେଉକି ବନ୍ଧୁ ମିଳନ କୌଣସି ଉତ୍ସବ କଥା ଭବିଲା ବେଳକୁ ଯେଉଁ କଥା ଟି ପ୍ରଥମେ ମନକୁ ଆସେ ତାହା ହେଲା ଆୟୋଜନ କେମିତି ହେବ। ଅନେକ ସମୟରେ ଆମେ ଆୟୋଜନରେ ବ୍ୟସ୍ତ ରହି ଉତ୍ସବର ମଜା ଭଲ ଭାବେ ନେଇପାରି ନଥାଉ। ସେଥିପାଇଁ ତ ଅନେକ ବଡ ସହରରେ ଏବେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ମାନଙ୍କର ଚାହିଦା ଖୁବ ଅଧିକ। ଆପଣଙ୍କ ଉତ୍ସବ ପାଇଁ ଜାଗା ବାଛିବା ଠାରୁ ଆରମ୍ଭ କରି ଆପଣଙ୍କ ବଜେଟ ଅନୁସାରେ ଉତ୍ସବର ଆୟୋଜନ କରିବା ହେଉଛି ଏହି କମ୍ପାନୀ ମାନଙ୍କର କାମ। ଏହି ଟ୍ରେଣ୍ଡ ଏବେ ଓଡିଶାରେ ବି ଆରମ୍ଭ ହେଇଗଲାଣି। ରାଉରକେଲା ବାସନ୍ତୀ କଲୋନୀରେ ଅବସ୍ଥିତ Eventskart ଏବେ ଗ୍ରାହକ ମାନଙ୍କୁ ଇଭେଣ୍ଟ ସମ୍ପର୍କିତ ସମସ୍ତ ସେବା ଯୋଗାଇ ଦେଉଛି।

image


ଆପଣଙ୍କ ଉତ୍ସବ ପାଇଁ ଜାଗା ବାଛିବା ଠାରୁ ଆରମ୍ଭ କରି ଆବଶ୍ୟକ ସାଜସଜା, ଉତ୍ସବର ସ୍ମୃତି ବାନ୍ଧି ରଖିବା ପାଇଁ ଫଟୋଗ୍ରାଫିଠାରୁ କେକ ଓ ଗିଫ୍ଟ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସେବା ଏହି କମ୍ପାନୀ ଯୋଗାଇ ଦେଉଛି। ସବୁଠାରୁ ଭଲ କଥାଟି ହେଲା ଏହି ସେବା ପାଇବା ପାଇଁ ଆପଣଙ୍କୁ କମ୍ପାନୀର ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି ନିଜ କମ୍ପ୍ୟୁଟର ରୁ ଆପଣ ଏହି ସବୁ ସେବା ବିଷୟରେ ଆବଶ୍ୟକ ତଥ୍ୟ ପାଇପାରିବେ ଓ ନିଜ ବଜେଟ କୁ ସୁହାଇଲା ଭଳି ସେବା ଚୟନ କରିପାରିବେ। ଥରେ ବୁକ କରିସାରିବା ପରେ ଇଭେଣ୍ଟ ସମ୍ପର୍କିତ ସମସ୍ତ ଚିନ୍ତା ହେଲା କମ୍ପାନୀର। ଉତ୍ସବର ଆୟୋଜନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଜିନିଷର ଯୋଗାଣକାରୀ ବା ଭେଣ୍ଡରମାନେ Eventskart ସହ ସହବନ୍ଧିତ। ସେଥିପାଇଁ, ଭିନ୍ନ ଭିନ୍ନ ଆବଶ୍ୟକତା ପୂରଣ କରିବାକୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବା ଦରକାର ନାହିଁ।

କମ୍ପାନୀର ନାମକରଣ ସମ୍ପର୍କରେ ମତ ଦେଇ ସଂସ୍ଥାପକ ମାନେ କୁହନ୍ତି ଯେ ଏହି ୱେବସାଇଟ ରେ ଗୋଟିଏ ସପିଙ୍ଗ କାର୍ଟ ରହିଛି ଯାହା ଗ୍ରାହକ ମାନଙ୍କୁ ସେମାନଙ୍କ ଆବଶ୍ୟକତା ଓ ପସନ୍ଦ ଅନୁଯାୟୀ ଭେଣ୍ଡର ବାଛିବାରେ ସହାୟକ ହୋଇଥାଏ। ସେଥିପାଇଁ ହିଁ କମ୍ପାନୀର ନାମ Eventskart ରଖିବାକୁ ସେମାନେ ମନସ୍ଥ କରିଥିଲେ। ଆରମ୍ଭ ଦିନମାନଙ୍କର ସମସ୍ୟା ସମ୍ପର୍କରେ ମତ ଦେଇ ସଂସ୍ଥାପକ ମାନେ କୁହନ୍ତି ଯେ ଏହି ୱେବସାଇଟ ତିଆରି ଓ ଆନୁଷଙ୍ଗିକ ୱେବ ଡେଭଲପମେଣ୍ଟ ପାଇଁ ସେମାନଙ୍କୁ ଅଧିକ ସମୟ ଲାଗିଥିଲା। ଏହାପରେ ଉତ୍ସବ ସମ୍ପର୍କିତ ସୃଜନାତ୍ମକ ଚିନ୍ତାଧାରାକୁ ରୂପରେଖ ଦେବା ମଧ୍ୟ ସମୟସାପେକ୍ଷ ଥିଲା। Eventskartର ସେବା ଧୀରେ ଧୀରେ ଗ୍ରାହକମାନଙ୍କ ମନରେ ଜାଗା ତିଆରି କରିପାରିଥିଲା ଓ ନୂଆ ଗ୍ରାହକ ମଧ୍ୟ ସୃଷ୍ଟି କରିଥିଲା। ଏ କ୍ଷେତ୍ରରେ ସୋସିଆଲ ମିଡିଆ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଛି ବୋଲି ସଂସ୍ଥାପକ ମାନେ ମତ ଦିଅନ୍ତି। ଆଗାମୀ ଦିନରେ ନିଜ ସେବାରେ ଅଧିକ ବିବିଧତା ଆଣିବା ଓ ଭିନ୍ନ ଭିନ୍ନ ସହରରେ ଏହି ସେବା ଯୋଗାଇ ଦେବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। 

ୱେବସାଇଟ

ଫେସବୁକ ପେଜ 

Twitter