ନିଜ ବିବାହ ପାଇଁ ଫୋଟୋଗ୍ରାଫର ଖୋଜାରୁ ଆରମ୍ଭ ହେଲା Qyk

ନିଜ ବିବାହ ପାଇଁ ଫୋଟୋଗ୍ରାଫର ଖୋଜାରୁ ଆରମ୍ଭ ହେଲା Qyk

Thursday December 01, 2016,

2 min Read

Qyk ଏକ ୱେବସାଇଟ ଅଟେ ଯାହାକି ଗ୍ରାହକମାନଙ୍କର ଅନେକ ବ୍ୟକ୍ତିଗତ ଆବଶ୍ୟକତାକୁ ସହଜରେ ପୂରଣ କରିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ବିବାହ ପାଇଁ ଫଟୋଗ୍ରାଫରର ଆବଶ୍ୟକତା ହେଉ, ଇଭେଣ୍ଟ ଅର୍ଗାନାଇଜ କରିବା ହେଉ ଅବା ବ୍ୟକ୍ତିଗତ ଯୋଗ ଶିକ୍ଷକର ଆବଶ୍ୟକତା, ଏ ସବୁ ସେବା ଯୋଗାଇବାରେ Qyk ଏକ ପ୍ରମୁଖ ଭୂମିକା ନିଭାଇ ଆସିଛି । ଏହାର ସହଯୋଗୀ ପ୍ରତିଷ୍ଠାତା ଏବଂ ସିଇଓ ଦୀପକ ସିଂଘଲଙ୍କ କହିବାନୁଯାୟୀ ଜଣେ ଗ୍ରାହକ ମାତ୍ର କେଇ ମିନିଟର ପରିଶ୍ରମରେ ନିଜ ପସନ୍ଦର ସବୁଠୁ ଉପଯୁକ୍ତ ପ୍ରଫେସନାଲ ପାଇପାରିବ । 

image


ଅନ୍ୟ ଷ୍ଟାର୍ଟଅପମାନଙ୍କ ପରି Qyk ମଧ୍ୟ ଏକ ବ୍ୟକ୍ତିଗତ ଅନୁଭବରୁ ଆରମ୍ଭ ହୋଇଥିଲା । ଦୀପକ ତାଙ୍କର ବିବାହ ପାଇଁ ଜଣେ ଫଟୋଗ୍ରାଫର ଖୋଜିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ସେ ନିଜର ସାଙ୍ଗମାନଙ୍କ ସହଯୋଗ ନେଇଥଲେ ମଧ୍ୟ ନିଜ ମନ ପସନ୍ଦର ଫଟୋଗ୍ରାଫର ପାଇପାରିବା ନେଇ ସେ ନିଶ୍ଚିତ ନଥିଲେ ।

ମୁଁ ଅନଲାଇନରେ ଏକ ଫଟୋଗ୍ରାଫର ଖୋଜିବାକୁ ଚେଷ୍ଟାକରି ଅନୁଭବ କଲି ଯେ ଏଥି ପାଇଁ ମିଳୁଥିବା ସୂଚନା ଯଥେଷ୍ଟ ନୁହେଁ । ମୁଁ ତିନି ସପ୍ତାହ ଖୋଜିବା ପରେ ଜଣେ ଭଲ ଫଟୋଗ୍ରାଫରଙ୍କୁ ପାଇଥିଲି ବୋଲି ଦୀପକ କୁହନ୍ତି। 

ଏହା ହିଁ Qyk ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କଲା, ଯାହାଦ୍ୱାରା କି ଜଣେ ଖୋଜୁଥିବା ସମସ୍ତ ସେବା ଅତି ସହଜରେ ପାଇପାରିବ ।

image


ଦୀପକ ଓ ସୋବିତ ଅରବାନ ଟଚରେ ଏକାଠି କାମ କରୁଥିବା ସମୟରେ ଉଭୟ ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଠା କରୁଥିଲେ । ଉଭୟଙ୍କ ମିଳିତ ସାଙ୍ଗ ସଙ୍ଘର୍ଷ ଓ ଅନୁଭବ ସେମାନଙ୍କ ସହ ଏ ବିଷୟରେ ଏକମତ ଥିଲେ । ଏ ନେଇ ସେମାନେ ଅନେକ ଚିନ୍ତା ଓ ପ୍ରଚେଷ୍ଟା କରିବା ପରେ ୨୦୧୪ରେ Qykର ଆରମ୍ଭ ହୋଇଥିଲା ।

ଗ୍ରାହକ ଏହି ୱେବ ସାଇଟକୁ ଯାଇ ନିଜର ଆବଶ୍ୟକତା ନେଇ ଏକ ଅନୁରୋଧ ଓ ପିନ କୋଡ ଦେବାକୁ ପଡିଥାଏ। ଏହା ପରେ ଗ୍ରାହକ ମାନଙ୍କୁ ସେମାନଙ୍କ ଆବଶ୍ୟକତା ସମ୍ବନ୍ଧୀୟ କିଛି ସୂଚନା ଦେଇ ଏହା ଆଗକୁ ବଢ଼ିଥାଏ । ଏହା ପରେ ଗ୍ରାହକର ଆବଶ୍ୟକତାକୁ ନଜର ରଖି ତିନୋଟି ସର୍ବୋତ୍ତମ କୋଟେସନ ଦେଇଥାଏ । ଏଥିରୁ ଗ୍ରାହକ ନିଜ ପସନ୍ଦର ପ୍ରଫେସନାଲ ଚୟନ କରିଥାଏ ।

ତିନି ମାସ ମଧ୍ୟରେ ଆମେ ଶୂନରୁ ଦିନକୁ ୧୦୦ରୁ ଅଧିକ ଅନୁରୋଧ ପାଉଛୁ ବୋଲି ଦୀପକ କୁହନ୍ତି । ଆଗାମୀ ୧୨ ମାସରେ ଟିମ ପାଂଚଟି ସହରରେ ଦୈନିକ ୫୦୦୦ ଅନୁରୋଧ ପାଇବାର ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଏହା କମିଶନ ମଡେଲରେ ନିଜର ରୋଜଗାର କରୁଛି । ତାଙ୍କ ମତରେ Qykରେ ବ୍ୟବହୃତ ଜ୍ଞାନକୌଶଳ ହିଁ Qykର ସିକ୍ରେଟ ଅଟେ ।

ବର୍ତ୍ତମାନ Qyk କେବଳ ମେଟ୍ରୋ ପଲିଟାନ ସହରକୁ ଲକ୍ଷ୍ୟ କରି ବ୍ୟବସାୟ କରୁଛି । ଏବଂ ଯୁବ ପ୍ରଫେସନାଲମାନେ ହିଁ ଏହାର ଟାର୍ଗେଟ ଗ୍ରାହକ ଅଟନ୍ତି । ଯୁବଗୋଷ୍ଠୀ ସେମାନଙ୍କ ବ୍ୟସ୍ତ ବହୁଳ ଜୀବନଶୈଳୀରେ ସବୁକିଛି ସ୍ୱଳ୍ପ ସମୟରେ ଓ ସହଜରେ ଅନଲାଇନରେ ବିଭିନ୍ନ ମୋବାଇଲ ଆପରେ କରିବାକୁ ଚାହାଁନ୍ତି, ଏବଂ ଆମର କଂପାନୀ ସେମାନଙ୍କ ଆବଶ୍ୟକତାକୁ ବୁଝି ସହଜରେ ଓ ସ୍ୱଳ୍ପ ସମୟରେ ସେବା ପ୍ରଦାନ କରୁଅଛି । ଆଗକୁ ଆମେ ୨ ଟାୟାର ସହରକୁ ମଧ୍ୟ ଆମର ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଦୀପକ କୁହନ୍ତି ।