ଭାରତରେ ଗରିବ ପିଲାମାନଙ୍କ ପୃଷ୍ଟିହୀନତା ଦୂର କରି ସେମାନଙ୍କୁ ଶିକ୍ଷାଲାଭରେ ସାହାଯ୍ୟ କରିବାରେ ଅକ୍ଷୟ ପାତ୍ରର ଭୂମିକା ପ୍ରଶଂସନୀୟ

ଭାରତରେ ଗରିବ ପିଲାମାନଙ୍କ ପୃଷ୍ଟିହୀନତା ଦୂର କରି ସେମାନଙ୍କୁ ଶିକ୍ଷାଲାଭରେ ସାହାଯ୍ୟ କରିବାରେ ଅକ୍ଷୟ ପାତ୍ରର ଭୂମିକା ପ୍ରଶଂସନୀୟ

Wednesday November 25, 2015,

3 min Read

ସତ୍ ପୁରୁଷ ସାଧୁ ଏ ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଦିନେ କୋଲକାତାର ମାୟାପୁର ଗ୍ରାମରେ ବାସ କରୁଥିବା ସମୟରେ ଝରକା ଫାଙ୍କରେ କିଛି ପିଲା ରାସ୍ତାରେ ଅଇଁଠା ଖାଦ୍ୟ ପାଇଁ କୁକୁର ସହ ସଂଘର୍ଷ କରୁଥିବାର ଦେଖିଲେ । ଏଭଳି ଦୁଃଖଦ ଦୃଶ୍ୟ ଦେଖି ସେ ତାଙ୍କ ଇସ୍କନ କେନ୍ଦ୍ରଠାରୁ ୧୦ କିଲୋ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ସ୍ଥିର କଲେ। ଏପରି ଏକ ଉଦ୍ଧେଶ୍ୟ ରଖି ୨୦୦୦ ମସିହାରେ ଅକ୍ଷୟ ପାତ୍ରର ଆରମ୍ଭ ହୋଇଥିଲା । ସେହି ଦିନରୁ ଏହା ଏକ ସଫଳ ଅନୁଷ୍ଠାନରେ ପରିଣତ ହୋଇ ଦେଶର ୯ ଟି ରାଜ୍ୟରେ ୧.୩ ମିଲିଅନ ପିଲାଙ୍କୁ ୧୦,୦୦୦ ସରକାରୀ ବିଦ୍ୟାଳୟର ମଧ୍ୟାନ ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ଖାଦ୍ୟ ଯୋଗାଉଛି । ଏପରି କରି ସେମାନେ ପିଲାମାନଙ୍କୁ ପୃଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରି ଏକ ଉନ୍ନତ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ରଖିଛନ୍ତି । ଅକ୍ଷୟ ପାତ୍ରର ଏପରି ଏକ ମହାନ ଉଦ୍ଧେଶ୍ୟ ସଂପର୍କରେ ଜାଣି YS ଏହାର ବେଙ୍ଗାଲୁରୁ ସ୍ଥିତ ଅକ୍ଷୟ ପାତ୍ର ରୋଷେଇ ଘର ବୁଲିଥିଲା ଓ ଏହାର କମ୍ୟୁନିକେଶନ୍ସ ବିଭାଗର ସ୍ୱାମୀ ଭଟ୍ଟାଚାର୍ଯ୍ୟଙ୍କ ସହ ହୋଇଥିବା ଆଳାପର କିଛି ଅଂଶ ଏଠାରେ ବର୍ଣ୍ଣିତ କରୁଛି।

image


୧। ବଡ ସମସ୍ୟାର ବଡ ସମାଧାନ ଖୋଜିବା

ଭାରତରେ ୪୫ ମିଲିଅନ ପିଲା ବିଦ୍ୟାଳୟ ଯାଇପାରନ୍ତି ନାହିଁ କାରଣ ସେମାନଙ୍କୁ ସେମାନଙ୍କ ନିଜର ଓ ନିଜ ପରିବାରର ଦେଖାଶୁଣା କରିବାକୁ ପଡିଥାଏ । ସେଥିପାଇଁ ସେମାନଙ୍କୁ ଛୋଟମୋଟ କାମ କରିବାକୁ ପଡିଥାଏ ଓ ଏହି ଦାରିଦ୍ର୍ୟ ସେମାନଙ୍କୁ ଶିକ୍ଷାରୁ ବଂଚିତ କରିଥାଏ । ଯେଉଁମାନେ ବି ବିଦ୍ୟାଳକୁ ଶିକ୍ଷାଲାଭ ପାଇଁ ଯାଆନ୍ତି ସେମାନେ ପୃଷ୍ଟିହୀନତାର ଶୀକାର ହୋଇଥାନ୍ତି । ଯାହାକି ସେମାନଙ୍କୁ ଶିକ୍ଷାଲାଭରେ ମଧ୍ୟ କ୍ଷତି ପହଂଚାଇଥାଏ । ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଅକ୍ଷୟ ପାତ୍ର ଏକ ଅନନ୍ୟ ପ୍ରଚେଷ୍ଟା ଚଳାଇଛି । ମଧ୍ୟାନ ଭୋଜନ ଏକ ସୀମିତ ରୋଷେଇର ପ୍ରକଳ୍ପ ହୋଇଥିବା ବେଳେ ଅକ୍ଷୟ ପାତ୍ର ଏହାକୁ ବର୍ଦ୍ଧିତ କରି ଯେତେ ସଂଭବ ଅଧିକରୁ ଅଧିକ ଲୋକଙ୍କ କ୍ଷୁଧା ଦୂର କରି ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ଚେଷ୍ଟାରତ । ସାଧାରଣରେ ସେମାନଙ୍କର ଗୋଟିଏ ରୋଷେଇଘର ୫୦୦୦୦-୧୦୦୦୦୦ ପିଲାଙ୍କୁ ଖାଦ୍ୟ ଯୋଗାଇଥାଏ । ସେମାନଙ୍କ ହୁବୁଳି ସ୍ଥିତ ସବୁଠୁ ବଡ ରୋଷେଇଘର ୨୫୦୦୦୦ ପିଲାଙ୍କୁ ଖାଦ୍ୟ ଯୋଗାଇଥାଏ ।

୨। ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ

ଅଧିକରୁ ଅଧିକ ଦରିଦ୍ର ଲୋକଙ୍କ କ୍ଷୁଧା ଦୂରକରିବାକୁ ଅକ୍ଷୟ ପାତ୍ର ଚେଷ୍ଟା କରିବା ସହ ଖାଦ୍ୟର ଗୁଣବତ୍ତା, ଓ ସ୍ୱଛତା ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଥାଏ । ଭାତ, ରୁଟି, ସମ୍ବର, ଡାଲି, ଓ ଦହି ଅକ୍ଷୟ ପାତ୍ରର ଖାଦ୍ୟ ପରିବେଷଣରେ ଅନ୍ତର୍ଭୂକ୍ତ । ବିଭିନ୍ନ ଅତ୍ୟାଧୁନିକ ଉପକରଣର ବ୍ୟବହାର କରି ଏକା ସାଥିରେ ଅଧିକ ପରିମାଣର ଖାଦ୍ୟ ପ୍ରସ୍ତତ କରୁ ଥିବାରୁ ଏହା ଖୁବ କମ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ସଫଳ ହୋଇଥାଏ ।

୩। ଏକ ବଡ କମ୍ପାନୀ ଭଳି ବ୍ୟବହାର କରିବା

ଭାରତରେ ଧାର୍ମିକ ଜାଗରଣ ପ୍ରଚାର କରୁଥିବା ଇଷ୍କନ ଓ ଇନଫୋସିସ ପରି ବଡ ବଡ ଟୋକନୋଲୋଜି କଂପାନୀର ବରିଷ୍ଠ ଅଧିକାରୀମାନଙ୍କ ମିଳିତ ସହଯୋଗରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା ସେମାନେ ଏକ ନୂତନ କୌଶଳରେ ଅତ୍ୟାଧୁନିକ ଜ୍ଞ୍ୟାନକୌଶଳର ବ୍ୟବହାରରେ ଯଥାସଂଭବ ସଫଳ କରିବାକୁ ଚେଷ୍ଟା କରିଥିଲେ । ଆମର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଆଇ ଆଇ ଟି ଭଳି ଖ୍ୟାତନାମା ସଂପନ୍ନ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଥିଲେ, ତେଣୁ ଜ୍ଞାନକୌଶଳର ବ୍ୟବହାରରେ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଟେକନୋଲୋଜି କଂପାନୀସହ ଅନୁବନ୍ଧିତ ହୋଇ ଏହାର ପରିଚାଳନାକୁ ସହଜ କରିପାରିଥିଲେ ବୋଲି ସାୟନୀ କୁହନ୍ତି ।

୪। ଗୁଣବତ୍ତା

ଅକ୍ଷୟ ପାତ୍ର ଅଧିକ ସଂଖ୍ୟାର ଖାଦ୍ୟ ପଦାର୍ଥ ପରିବେଷଣ କରିବାର ଲକ୍ଷ୍ୟ ରାଖୀ କଦାପି ଏହାର ଗୁଣବତ୍ତାର ମାନ ସହ କୌଣସି ବୁଝାମଣା କରିନାହିଁ। ଏହାଛଡା ଖାଦ୍ୟ ତିଆରିର ପ୍ରଣାଳୀ ଉପରେ ମଧ୍ୟ ଅଧିକନ୍ତୁ ଧ୍ୟାନ ଦିଆ ହେଇଛି। ଅକ୍ଷୟ ପାତ୍ର ଉର୍ଜ୍ଜା ଚୁଲ୍ଲା ବ୍ୟବହାର କରି ରୋଷେଇ କରିବା ସହ ପରିବେଶ ଉପଯୋଗୀ ରୋଷେଇ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥାଏ ।

୫। ସ୍ଵପ୍ନ

ଅକ୍ଷୟ ପାତ୍ର ଭଳି ସଂସ୍ଥା ବଢିବା ପାଇଁ ହେଇଛି। ଏହା ଖାଲି ଦକ୍ଷ ନୁହେଁ ବରଂ ଏହାର ଏକ ଦୂରଗାମୀ ସ୍ଵପ୍ନ ମଧ୍ୟ ରହିଛି। ଏହା ବିଶ୍ଵାସ କରେ ଯେ "ଦେଶର କୌଣସି ଛୁଆ ଭୋକ ପାଇଁ ଶିକ୍ଷାରୁ ବଞ୍ଚିତ ନହେଉ।" ସେମାନେ ଏହି ଦିଗରେ ଯାହା ସମ୍ଭବ ତାହା କରିବାରେ ରତ। ବର୍ତ୍ତମାନ ଅକ୍ଷୟ ପାତ୍ର ବିଶ୍ଵର ସର୍ବବୃହତ ଖାଦ୍ୟ ବଣ୍ଟନ ଯୋଜନା। ତାଙ୍କର ଲକ୍ଷ୍ୟ ୨୦୨୦ ସୁଧା ୫ ମିଲିୟନ ଶିଶୁଙ୍କୁ ଖାଦ୍ୟ ଯୋଗାଇବା।

ମୂଳ ଲେଖା - ଆଲେସିଓ ପିରୋନି

ଭାଷାନ୍ତର - ସୌରଭ ପରିଡ଼ା