ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ

Wednesday February 10, 2016,

2 min Read

ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମ୍କେଭିଓ୍ୱାଇ) କାର୍ଯ୍ୟକ୍ରମ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସାମିଲ୍ କରି ପାରିଛି I ଜାତୀୟ ଦକ୍ଷତା ବିକାଶ ପରିଷଦ(ଏନ୍ଏସ୍ଡିସି) ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ୧୦୧୨ ତାଲିମ୍ ପ୍ରଦାନକାରୀ ସଂସ୍ଥା ଅନୁବନ୍ଧିତ ରହିଛ‘ବିଶ୍ୱର ସର୍ବ ବୃହତ୍ତ କୌଶଳ ବିକାଶ ଯୋଜନା ଭାବରେ ୧୦ ଲକ୍ଷ ଯୁବକ ଯୁବତୀ ଏଥିରେ ସାମିଲ୍ କରାଇଥିବାରୁ ଏହା ପ୍ରଧାନ ମନ୍ତ୍ରୀଙ୍କ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହେବ ବୋଲି ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ରାଜୀବ ପ୍ରତାପ ରୁଡି କହିଛନ୍ତି। ଏହି ଯୋଜନା ଅନେକଙ୍କ ଜୀବନରେ ନୂତନ ଅାଶା ସଂଚାର କରିବ ବୋଲି ଶ୍ରୀ ରୁଡି ଆଶାବାଦୀ ରହିଛନ୍ତି।

ପଢନ୍ତୁ - କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦିନକୁ ନିର୍ମାଣ ହେଉଛି ୧୬୮୦ ଘର

ଏହି କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସୁଦ୍ଧା ୧୦,୨୮,୬୭୧ ଯୁବକ ଯୁବତୀ ତାଲିମ୍ ପାଇଁ ସାମିଲ୍ ହୋଇଛନ୍ତି। ୩୮୨ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରାୟ ୭୦ ପ୍ରତିଶତ ଯୁବକ ଯୁବତୀ ତାଲିମ୍ ଶେଷ କରିଛନ୍ତି। ଏହି କାର୍ଯ୍ୟକ୍ରମ ୨୯ ରାଜ୍ୟ ୬ କେନ୍ଦ୍ର ଶାସିତ ଅଞ୍ଚଳ ୫୯୬ ଜିଲ୍ଲା, ୫୩୧ ନିର୍ବାଚନ ମଣ୍ଡଳୀରେ ଯୁବତୀ ଯୁବତୀଙ୍କୁ ସାମିଲ୍ କରାଯାଇଛି। ୨୯ଟି ବିଭିନ୍ନ କ୍ଷେତ୍ରରେ ୫୬୬ ବିଭିନ୍ନ ବୃତ୍ତିକୁ ଅIଧାର କରି ଯୁବକ ଯୁବତୀଙ୍କୁ ଏହି ତାଲିମ୍ ପ୍ରଦାନ କରାଯାଉଛି।

image


ଏହି କାର୍ଯ୍ୟକ୍ରମ ପାଇଁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏବଂ ଏନ୍ଏସ୍ଡିସି ବିଭିନ୍ନ ରାଜ୍ୟର ରାଜ୍ୟ ସରକାର, ସ୍ଥାନୀୟ ତାଲିମ୍ ପ୍ରଦାନ କାରୀ ସଂସ୍ଥାଙ୍କ ସହିତ ମିଳିତ ହୋଇ କାର୍ଯ୍ୟ କରୁଛି। ସାରା ଦେଶରେ ୮୭୪୯ କେନ୍ଦ୍ର ଏହି ତାଲିମ୍ ପ୍ରଦାନ କରୁଛନ୍ତି ବୋଲି ଏନ୍ଏସ୍ଡିସିର ଅଧ୍ୟକ୍ଷ ଏସ୍ ରାମଦୁରାଇ କହିଛନ୍ତି। ଉତ୍ତର ପ୍ରଦେଶ, ତାମିଲନାଡୁ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଗୁଡିକରେ ଏହି ତାଲିମ୍ ପ୍ରଦାନରେ ଆଗୁଆ ରହିଛି। ଏହି କ୍ରମରେ ଲଜିଷ୍ଟିକରେ ୧୩୫୬୧୫, କୃଷିରେ ୯୦୪୮୯, ଇଲେକଟ୍ରୋନିକ୍ସରେ ୮୨୯୦୩, ସୌନ୍ଦର୍ଯ୍ୟ ସୁରକ୍ଷା ତାଲିମରେ ୭୨୩୧୬, ଖୁଚୁରା ବ୍ୟବସାୟ ରେ ୬୫୯୦୧ ଏବଂ ଅଟୋମୋଟିଭ୍ କ୍ଷେତ୍ର ପାଇଁ ୬୧୮୪୬ ଯୁବକଯୁବତୀଙ୍କୁ ତାଲିମ୍ ପ୍ରଦାନ କରାଯାଇଛି I ଦେଶରେ ୪୧୦ କୌଶଳ ବିକାଶ ଶିବିର ମାଧ୍ୟମରେ ତାଲିମ୍ ପ୍ରଦାନର ବ୍ୟବସ୍ଥା ରହିଛି I ୨୪ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ୍ ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିବା ବେଳେ ତାଲିମ ସମୟରେ ଆର୍ଥିକ ପ୍ରୋତ୍ସାହନ ଏବଂ ତାଲିମ୍ ପରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଉଛି।

ଆଉ କିଛି ସମ୍ପର୍କିତ କାହାଣୀ -

1। ‘ଥୁନି ସିଡ୍’ର ସଫଳ ଦୂରଦୃଷ୍ଚି - ଗ୍ରାମୀଣ ଉଦ୍ୟୋଗୀ ଏବେ ନିଜ ଭାଗ୍ୟ ନିୟନ୍ତା

2। ଲଘୁ ଉଦ୍ୟୋଗ ଭାରତୀ ବିକିବ ସିଲିଣ୍ଡରରେ ଗୋବର୍ ଗ୍ୟାସ୍

3। ଫୁଡ୍ ଖୋଜ୍ ସହ ଏବେ ଭୋକର ସବୁ ଔଷଧୀ ଏକ କ୍ଲିକ୍ ଦୂରରେ - ଛାତ୍ର ଉଦ୍ୟୋକ୍ତା ଶ୍ଵେତାଂଶୁ ମହାପାତ୍ର