ଏସ୍‌ବିଆଇ ଅଧ୍ୟକ୍ଷା ଅରୁନ୍ଧତୀ ଆଜି ଓଡ଼ିଶାରେ

ଏସ୍‌ବିଆଇ ଅଧ୍ୟକ୍ଷା ଅରୁନ୍ଧତୀ ଆଜି ଓଡ଼ିଶାରେ

Thursday December 01, 2016,

2 min Read

ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏକ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ଭୁବନେଶ୍ୱରରେ ପହଞ୍ଚିବା ସହିତ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ସେ ନିମାପଡ଼ା ଯାଇ ସେଠାରେ ଏକ ଶାଖା ଉଦ୍‌ଘାଟନ କରିବା ସହିତ ପୁରୀ ଗସ୍ତରେ ମଧ୍ୟ ଯାଇଥିଲେ। ପୁରୀରୁ ଫେରି ସେ ଭୁବନେଶ୍ୱରରେ ରାତ୍ରିଯାପନ କରିଥିବାବେଳେ ଆସନ୍ତାକାଲି ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟରେ ସକାଳେ କର୍ମଚାରୀମାନଙ୍କର ଏକ ସମୀକ୍ଷା ବୈଠକରେ ଯୋଗଦେବେ। ମେକ୍‌ ଇନ୍‌ ଓଡ଼ିଶା ପରିପ୍ରେକ୍ଷୀରେ ଓଡ଼ିଶା ଆସିଥିବା ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ଆସନ୍ତାକାଲି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

image


ଅରୁନ୍ଧତୀଙ୍କ ପୂର୍ବରୁ State Bank of Indiaର ଦୁଇ ଜଣ ଅଧ୍ୟକ୍ଷ, କ୍ରମାଗତ ଭାବରେ Reserve Bank of Indiaର Governor ହୋଇସାରିଛନ୍ତି। ସେମାନେ ହେଲେ ଶ୍ରୀ ହାରାଭୁ ଭେଙ୍କଟନରସିଂହା ବରଦାରାଜା ଅାୟାଙ୍ଗାର (୧ ମାର୍ଚ ୧୯୫୭ରୁ ୨୮ ଫେବୃଆରି ୧୯୬୨) ଏବଂ ଶ୍ରୀ ପରେଶଚନ୍ଦ୍ର ଭଟ୍ଟାଚାର୍ଯ୍ୟ ( ୧ ମାର୍ଚ ୧୯୬୨ରୁ ୩୦ ଜୁନ୍ ୧୯୬୭)। ୧୯୫୫ ମସିହାରୁ State Bank of India ଏକ ସରକାରୀ ବ୍ୟାଙ୍କ୍ ହୋଇ ସାରିଥିଲେ ବି ସେତେବେଳେ ଏହା ଲୋକଙ୍କ ବ୍ୟାଙ୍କରେ ପରିଣତ ହୋଇନଥିଲା। କାରଣ, ଆଜିକାଲି ସରକାରୀ ବ୍ୟାଙ୍କ୍ SBI କହୁଛି Banker of Every Indian (ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ‌) ଏବଂ ୨୦୧୬ ମସିହା ବେଳକୁ ବାସ୍ତବରେ ସେୟା ହୋଇଯାଇଛି। ଏ ପରିପ୍ରେକ୍ଷୀରେ ଅରୁନ୍ଧତୀଙ୍କ ନାମ ସହ କେବଳ ‘ମହିଳା’ ମାର୍କା ବା ‘ଜନତାଙ୍କ ସାଥୀ’ ମାର୍କାରେ ସୀମିତ ନରଖି ସେ ଦେଶର ‘‘ପ୍ରକୃତ ରତ୍ନ’’ ବୋଲି ବିବେଚନା କରିବାରେ ଅତିରଂଜନ ନାହିଁ।

ଡେପୁଟି ଗଭର୍ନରମାନେ ବରିଷ୍ଠ ଭାବରେ ନିଜର ପ୍ରସ୍ତାବ ବିନିମୟ କରିବାର ସୁଯୋଗ ପାଉଥିବାରୁ ସେମାନଙ୍କର ଦେଶ ପାଇଁ ଅବଦାନ ମାଡ଼ ଖାଇବ ନାହିଁ। କିନ୍ତୁ କେହି ବି ପୁରୁଷ ନିଜକୁ ଯେତେ ବାମାପନ୍ଥୀ ବା ବାମାବାଦୀ ବୋଲି ଦାବି କଲେ ବି ମହିଳାଙ୍କ ଦୂଷ୍ଟିଭଙ୍ଗୀର ସବୁଦିଗକୁ ଧରିପାରିବେ ନାହିଁ। ବିଶ୍ୱବ୍ୟାପୀ ବିଭିନ୍ନ ଗବେଷଣାରୁ ଏହା ସ୍ପଷ୍ଟ ହୋଇସାରିଛି। ଅନ୍ୟ ପକ୍ଷରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ (Financial Inclusion)ରେ ଦେଶର ଜନସଂଖ୍ୟାର ୫୦%ଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବା କେବଳ ସମ୍ଭବ ହୋଇପାରିବ, ଜଣେ ମହିଳାଙ୍କ ନେତୃତ୍ୱ ଦ୍ୱାରା। ତେଣୁ ଦେଶରେ ଦ୍ରୁତ ପରିବର୍ତନ ଓ ବିକାଶ ଚାହୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ନିଶ୍ଚୟ ଅରୁନ୍ଧତୀଙ୍କୁ ହିଁ ଭାରତର ରିଜର୍ଭ ବ୍ୟାଙ୍କ୍ ର ଗଭର୍ନର କରିବେ ଏହା ନିଃସନ୍ଦେହ। କେବଳ ସେଇ ସୁଦିନ ଓ ନୂଅାଦିନର ମୁହୂର୍ତକୁ ପ୍ରତୀକ୍ଷା।