ଗ୍ରୀନଵେ ଗ୍ରାମୀଣ ଷ୍ଟୋଭ୍ ରୋଷେଇର ନୂଆଁ ଆଶା

ଗ୍ରୀନଵେ ଗ୍ରାମୀଣ ଷ୍ଟୋଭ୍ ରୋଷେଇର ନୂଆଁ ଆଶା

Friday November 20, 2015,

2 min Read

ଗ୍ରୀନଵେ ଗ୍ରାମୀଣ ଇନଫ୍ରା ଆଜି ଗ୍ରାମୀଣ ଭାରତର ଏକ ସର୍ବପୁରାତନ ସମସ୍ୟା ରୋଷେଇକୁ କିପରି ସହଜ ଓ ସରଳ ଢଂଗରେ କରିହେବ ସେଥି ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଏହା ଏପର୍ଯ୍ୟନ୍ତ ପ୍ରାୟ ୨,୫୦,୦୦୦ ବାୟୋମାସ ଚୁଲା ଛଅଟି ରାଜ୍ୟରେ ବିକ୍ରୀ କରିସାରିଲାଣି ବୋଲି କହନ୍ତି ସହ-ପ୍ରତିଷ୍ଠାତ୍ରୀ ନେହା ଜୁନେଜା। ଏହି ଚୂଲା ପାରମ୍ପାରିକ କାଦୁଅ ନିର୍ମିତ ଚୁଲିଠାରୁ ଉନ୍ନତମାନର ଓ ଏଥିରେ ଧୁଁଆ ୭୦ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଥାଏ। ଏହା ପରିବେଶ ଅନୁକୁଳ ହେବା ସହ ଲୋକମାନଙ୍କ ସମୟ ମଧ୍ୟ ବଂଚାଉଛି। ଏହି ଅବଦାନ ପାଇଁ ତାଙ୍କ କମ୍ପାନୀ ୨୦୧୪ରେ Ashden Clean Energy for Women and Girls Award ପୁରଷ୍କାର ପାଇଛି।

image


ଆଜି ଏହା ଗୁଜୁରାଟର ବରୋଦା ଠାରେ ଏକ କାରଖାନା ସ୍ଥାପନ କରିଛି ଯାହା ବର୍ଷକୁ ୮,୦୦,୦୦୦ ବାୟୋମାସ ଚୂଲା ତିଆରି କରିବ ଓ ଆଗାମୀଦିନରେ ମାଟି ନିର୍ମିତ ଚୁଲା କୁ ସମ୍ପୁର୍ଣଭାବେ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ଯାହା ସ୍ଵାସ୍ଥ୍ୟ ଓ ପରିବେଶ ଉଭୟ ପାଇଁ ହାନିକାରକ। ଏହାର ଚୂଲା ଗୁଡିକ ଭାରତ ସରକାରଙ୍କ ଅକ୍ଷୟଉର୍ଜ଼ା ମନ୍ତ୍ରାଳୟ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯାହାକି ଏହାର ବିକ୍ରୀ ବଢାଇବାରେ ସାହାଯ୍ୟ କରିବ। ପୂର୍ବରୁ ଆମେ ଜଣେ ନିର୍ମାତାଙ୍କ ଠାରୁ ଏହାକୁ କିଣୁ ଥିଲୁ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଂଡିଆ ଯୋଜନାରେ ବର୍ତ୍ତମାନ ଆମେ ଏହାକୁ ନିଜେ ଆମ ବରୋଦାରେ ତିଆରି କରିବାର ନିଷ୍ପତ୍ତି ନେଲୁ। ଯାହା ଆମକୁ ଆମର ବ୍ୟବସାୟ ବଢାଇବାରେ ସାହାଯ୍ୟ କରିବା ସହ ଉତ୍ପାଦ ଖର୍ଚ୍ଚ ମଧ୍ୟ କମେଇବ। ଏହା ହେଲେ ଆମେ ଆହୁରି ଶସ୍ତାରେ ଚୂଲା ନିର୍ମାଣ କରିପାରିବୁ ଓ ଆବଶ୍ୟକ ପଡିଲେ ଦର ମଧ୍ୟ କମ କରି ଲୋକମାନଙ୍କୁ ଏହାର ଲାଭ ପ୍ରଦାନ କରିବୁ ବୋଲି କହନ୍ତି ଜୁନେଜା।

image


ବର୍ତ୍ତମାନ ଯଦିଓ ଅନେକ ନିର୍ମାତା ଏହି ପ୍ରକାରର ଚୂଲା ଦେଶରେ ଉତ୍ପାଦନ କରୁଛନ୍ତି କିନ୍ତୁ ଆମ ଚୂଲା ଏ ସମସ୍ତ ଚୂଲାମାନଙ୍କ ତୁଳନାରେ ଶସ୍ତା ଓ ଦୀର୍ଘକାଳ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ। ଏହା ସହଜରେ ଖରାପ ହୁଏ ନାହିଁ ଓ ହାଲକା ହୋଇଥିବା ହେତୁ ସହଜରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିହେବ। ଏହାର ଦାମ୍ ଆମେ ମାତ୍ର ୧୩୯୯ ଟଙ୍କା ବୋଲି ସେ କହନ୍ତି।
image


କିନ୍ତୁ ପ୍ରଥମେ ଏହି ଦାମ୍ କୁ ନେଇ ଅନେକ ଲୋକ ଆମକୁ ପ୍ରଶ୍ନ କରିଥିଲେ, ସେମାନଙ୍କ କହିବା ଥିଲା ଯେ ଗ୍ରାମ ମାନଙ୍କରେ ଲୋକେ ମାଟିର ଚୂଲି ବିନା କୌଣସି ଖର୍ଚ୍ଚ ରେ ତିଆରି କରୁଥିବାବେଳେ ଆମ ଚୂଲାକୁ ଏତେ ଟଙ୍କା ଦେଇ କାହିଁକି କିଣିବେ? ଆମେ ଏଥି ନିମନ୍ତେ ଲୋକମାନକୁ ସଚେତନ କଲୁ ଯେ ଆମ ଚୂଲା ସେମାନଙ୍କ ଚାର ଓ ପରିବେଶ ପାଇଁ ହିତକର। ଯାହା ୭୦% ପର୍ଯ୍ୟନ୍ତ କମ ଧୂଆଁ ସୃଷ୍ଟି କରେ ଓ ସବୁଜ ଗୃହ ଗ୍ୟାସର ପ୍ରସାରଣକୁ କମ କରେ। ଯାହାକି ଲମ୍ବା ଅବଧିରେ ସମସ୍ତଙ୍କ ପାଇଁ ମଙ୍ଗଳକାରୀ।

image


ମୂଳ ଲେଖା - ଫ୍ରାଂଶେଷା ଫରାରିଓ

ଭାଷାନ୍ତର - ପାର୍ଥସାରଥୀ ମହାନ୍ତି