ଦେଶର ପୁଷ୍ଟିହୀନତା ବିରୋଧରେ ଲଢିବ ରାଇପୁର ବୈଜ୍ଞାନିକଙ୍କ ଉଚ୍ଚ ଜିଙ୍କ ସମ୍ପନ୍ନ ଚାଉଳ

ଦେଶର ପୁଷ୍ଟିହୀନତା ବିରୋଧରେ ଲଢିବ ରାଇପୁର ବୈଜ୍ଞାନିକଙ୍କ ଉଚ୍ଚ ଜିଙ୍କ ସମ୍ପନ୍ନ ଚାଉଳ

Friday October 23, 2015,

2 min Read

ଭାରତରେ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ସାଧାରଣ ସମସ୍ୟା । ଛତିଶଗଡରେ ପ୍ରାୟ ୭ଲକ୍ଷ ଶିଶୁ ଆଜି ବି ପୁଷ୍ଟିହୀନତାର ଶୀକାର । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହି ପୁଷ୍ଟିହୀନତା ଦୂର କରିବା ପାଇଁ ରାଇପୁରର କିଛି ବୈଜ୍ଞାନିକ ଦଳ ଏକ ଉଚ୍ଚ ଜିଙ୍କ ସମ୍ପନ୍ନ ଚାଉଳ ପକ୍ରିୟାକରଣ କରିଛନ୍ତି । ଯାହାକି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିଶୁମାନଙ୍କ ପୌଷ୍ଟିକ ବିକାଶରେ ସହାୟକ ହେବ ।

image


ଛତିଶଗଡ ଜିଙ୍କ ୧ ନାମରେ ନାମିତ ଏହି ଧାନ ଭାରତର ପ୍ରଥମ ଜୌବିକ ପକ୍ରିୟାକ୍ରିତ ଧାନ । ନୂତନ ଶସ୍ୟ ଓ ବିହନ ଉତ୍ପାଦନ ନିମିତ୍ତ କାର୍ଯ୍ୟ କରୁଥିବା ଷ୍ଟେଟ ଭେରାଇଟି ରିଲିଜ କମିଟି ଦ୍ୱାରା ଏହି ଧାନ ମାର୍ଚ୍ଚ ୨୦୧୫ ପ୍ରଦର୍ଶିତ କରାଯାଇ ଆଗାମୀ ଖରିଫ ଋତୁରେ ଚାଷ କରାଯିବାକୁ ସ୍ଥିର କରାଯାଇଛି । ରାଇପୁର ସ୍ଥିତ ଇନ୍ଦିରାଗାନ୍ଧି ଏଗ୍ରିକଲଚରାଲ ୟୁନିଭରସିଟିର ବୈଜ୍ଞାନିକମାନେ ପ୍ରଫେସର ଗିରିଶ ମଣ୍ଡେଲଙ୍କ ନେତୃତ୍ୱରେ ଉଚ୍ଚ ଜିଙ୍କରେ ଭରପୁର ଦୁଇପ୍ରକାର ଧାନ ପ୍ରସ୍ତୁତ କରିଛନ୍ତି । ତନ୍ମଧ୍ୟରୁ ପ୍ରଥମଟି, ଛତିଶଗଡ ଜିଙ୍କ ୧ ପ୍ରଦର୍ଶିତ ହୋଇଛି ।

ଦେଶରେ ସବୁଜ ବିପ୍ଳବ ଆରମ୍ଭ ହେବାଠୁ ଆମେ ଆମର ଶଷ୍ୟ ଉତ୍ପାଦନ କ୍ଷମତା ବଢାଇବାକୁ ଚେଷ୍ଠା କରିଆସିଛୁ । ଆମେ ଶଷ୍ୟର ଉତ୍ପାଦନ କ୍ଷମତା ବଢାଇ ପାରିଥିଲେ ମଧ୍ୟ ଗୁଣାତ୍ମକମାନ ବୃଦ୍ଧି କରିପାରିନଥିଲୁ ବୋଲି ଚଣ୍ଡେଲ ପିଟିଆଇ କୁ କହିଛନ୍ତି ।

ବିଶେଷ ଭାବରେ ଲୌହସାର, ଜିଙ୍କ ଓ ଭିଟାମିନ ଏ ଅଭାବରୁ ୬୦-୭୦ ପ୍ରତିଶତ ଲୋକ ପୁଷ୍ଟିହୀନତାର ଶୀକାର ହେଉଛନ୍ତି ବୋଲି ୨୦୦୦ ମସିହାରେ ଆମ କେନ୍ଦ୍ର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି କରିଥିବା ସର୍ଭେରୁ ଜାଣିବାକୁ ପାଇଲୁ । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ରାଜ୍ୟରେ ଧାନ ଓ ମକା ଉପରେ ଗବେଷଣା କରି ଏହାର ଗୁଣାତ୍ମକମାନ ବୃଦ୍ଧି କରିବାକୁ ସ୍ଥିର କଲେ ବୋଲି ସେ କୁହନ୍ତି ।

ପିଟିଆଇ ସୂତ୍ରରୁ ଜଣାଯାଏ, ଏହି କାର୍ଯ୍ୟକ୍ରମରେ ଛତିଶଗଡ ଦେଶର ଚାଉଳ ହାଣ୍ଡିର ମାନ୍ୟତା ପାଇଲା ଓ ରାଇସ ବାୟୋ ଫର୍ଟିଫିକେସନ ରିସର୍ଚ୍ଚ ପ୍ରୋଜେକ୍ଟ ମାଧ୍ୟମରେ ଧାନର ଗୁଣାତ୍ମକମାନ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବାକୁ ସ୍ଥିର କଲା ।

ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟ, ୨୦୦୩-୨୦୦୫ ମସିହାରେ ପାଖାପାଖି ୨୦୦ ପ୍ରଜାତିର ସ୍ୱଳ୍ପ ଅମଳକ୍ଷମ ପୁଷ୍ଟିକର ଧାନ ଚିହ୍ନଟ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ, ୨୦୦୯-୨୦୧୧ରେ ଏହି ସବୁ ପ୍ରଜାତି ଉପରେ ଗବେଷଣା କରାଯାଇ ଜେନେଟିକ ବିକାଶ କରାଗଲା । ଯାହାକି ସାତ ପ୍ରଜାତିର ଜିଙ୍କରେ ଭରପୁର ଧାନ ଚିହ୍ନଟ କରିବାରେ ସାହାଯ୍ୟ କଲା । ୨୦୧୩ରେ ହାଇଦ୍ରାବାଦ ସ୍ଥିତ ଡିରେକ୍ଟୋରେଟ ଅଫ ରାଇସ ରିସର୍ଚ୍ଚ ସହାୟତାରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଧାନ ଗବେଷଣା ଉପରେ ଏକ ଭିନ୍ନଧରଣର ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ ସ୍ଥିର ହେଲା । ଏହି ପରୀକ୍ଷଣରେ ଗୁଣାତ୍ମକମାନରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୪ ପ୍ରଜାତି ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ଛତିଶଗଡରୁ ଆସିଥିଲା ।

ବର୍ତମାନ ଆମ ପାଖରେ ୧୦୦ କିଲୋ ଛତିଶଗଡ ଜିଙ୍କ ୧ ଧାନ ବିହନ ଅଛି ଓ ଆମେ ଏହାକୁ ୧୦ ଏକର ଜମିରେ ଚାଷକରି ଏହାର ପରିମାଣ ବୃଦ୍ଧି କରିବାର ଯୋଜନା କରିଛୁ । ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସ ସୁଦ୍ଧା ଆମେ ରାଜ୍ୟର ପ୍ରାୟ ୫୦୦୦ ଚାଷୀଙ୍କୁ ଏହି ବିହନ ବିତରଣ କରିବୁ । ଯାହା ଆଗାମୀ ଖରିଫ ଋତୁରେ ଚାଷ ହେବ ବୋଲି ପ୍ରଫେସର ଚଣ୍ଡେଲ କୁହନ୍ତି ।

Image Credit : Shutterstock

Related Stories :

I like seeking the extraordinary in the ordinary: P. Sainath on creating the world’s most unique digital archive

ConnectFarmer – helping farmers to market online

How EcoFarms changed the lives of 15,000 farmers