“ଜୋ ନହିଁ ମିଲା ଵହି ହମେ ବିଲିୟନ ପେ ଲେ ଯାଏଗା! - ଶ୍ରଦ୍ଧା ଶର୍ମା Tech for Billion ପାଇଁ କୁହନ୍ତି

“ଜୋ ନହିଁ ମିଲା ଵହି ହମେ ବିଲିୟନ ପେ ଲେ ଯାଏଗା! - ଶ୍ରଦ୍ଧା ଶର୍ମା Tech for Billion ପାଇଁ କୁହନ୍ତି

Saturday October 31, 2015,

4 min Read

Tech for a Billion କଣ? ଆମେ ଏହା ପାଇବାକୁ କଣ କରୁଛୁ ଓ ସେଠି ଆମେ ପହଞ୍ଚିବା କେମିତି?

ଭିଡରେ ବସିଥିବା ଲୋକମାନେ ଭଲ ଭାବେ ଶୁଣିବାକୁ ବୁଝିବାକୁ ଟିକେ ଆଗକୁ ଝୁଙ୍କି ବସିଲେ। ଫୁସଫୁସ କଥାବାର୍ତ୍ତା ଆରମ୍ଭ ହେଇଗଲା।

image


“ଆମ ଚାରିପାଖେ ଆମେ ଆଖିରେ ଅସୁମାରୀ ସ୍ଵପ୍ନ, କିଛି କରି ଦେଖାଇବାର ଆକାଂକ୍ଷାରେ ଭର୍ତ୍ତି ଅନେକ ବ୍ୟକ୍ତି ଦେଖିପାରୁ। ତାଙ୍କ ମଧ୍ୟରୁ କିଛି ବିଲିୟନ ଡଲାର କମ୍ପାନି ତିଆରି କରିବାର ସ୍ଵପ୍ନ ଦେଖନ୍ତି ତ କିଛି ବାସ ପୁଞ୍ଜିନିବେଶକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହାନ୍ତି। କିନ୍ତୁ ସଭିଏଁ ସଫଳ ହେବାକୁ ଚାହାନ୍ତି। ଏହି ନିଷ୍ଠୁର ଟଣାଭିଡା ମଧ୍ୟରେ ନିଜ ଉଦ୍ୟମ ପାଇଁ ତାଳି ମାରିବାକୁ ଆମେ ଭୁଲିଯାଉକି?” ଶ୍ରଦ୍ଧା ଶର୍ମା, ପ୍ରତିଷ୍ଠାତା, Yourstory.com Techsparks ୨୦୧୫ର ଅନ୍ତିମ ଦିନରେ ଏକାଠି ହେଇଥିବା ଦର୍ଶକ ମାନଙ୍କୁ ଏଇ ପ୍ରଶ୍ନ ପଚାରିଥିଲେ।

“ଏକ ଉଦ୍ୟୋଗୀ ଭାବେ ଆମେ ଗୋଟିଏ ଜିନିଷରେ ବିଶ୍ଵାସ କରୁ ବୋଲି ଭାବି ଚାଲିଥାଉ, କିନ୍ତୁ ବାସ୍ତବରେ ତାହା ସତ ନୁହେଁ। ନିଜ ଅନ୍ତରାତ୍ମାରେ ଗଭୀର ଭାବେ ଖୋଜିଲେ ଆମେ ପାଇବା ଯେ ଆମେ ପ୍ରକୃତରେ ନିଜକୁ ସୁପରଷ୍ଟାର ବୋଲି ଭାବି ନ ଥାଉ। କେହି ଜଣେ ପାଖରେ ଥିଲେ ସଂଘର୍ଷର ସମୟ ମଧ୍ୟ ଖୁବ ସହଜରେ ପାରି ହେଇଯାଏ। କିନ୍ତୁ ବିଶାଳ ଦର୍ଶକଙ୍କ ସାମ୍ନାରେ ନିଜେ ଏକୁଟିଆ ଠିଆ ହେବା ଖୁବ କଷ୍ଟକର,” କୁହନ୍ତି ଶ୍ରଦ୍ଧା।

ସେ ତାଙ୍କ ଉଦ୍ୟୋଗୀ ଜୀବନରୁ ଯାହା କିଛି ଶିଖିଛନ୍ତି ତା’ଭିତରୁ ମୂଳ କଥାଟି ହେଲା ନିଜେ ନିଜକୁ ଭଲ ନପାଇ ପାରିଲେ ଓ ନିଜକୁ ସମ୍ମାନ ଦେଇ ନପାରିଲେ ନିଜ ଆଖପାଖ ଲୋକଙ୍କୁ ସମ୍ମାନ ଆମେ କିପରି ଦେବା। Yourstoryର ଟିମ ଠିକ ତାହା କରିପାରିଛି। “ଆମେ ନିଜକୁ ଢେର ଭଲପାଇଛୁ, ନିଜ ଉପରେ ଅନେକ ବିଶ୍ଵାସ ରଖି Yourstory.comକୁ ଗଢି ପାରିଛୁ।

ହେଲେ ଏହା କଣ ସଫଳ ହେବା ପାଇଁ ଏକ ମାତ୍ର ରାସ୍ତା? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିଲା - ଖାଲି ଉଦ୍ୟୋଗୀ ନୁହେଁ, ବରିଷ୍ଠ ନିବେଶକ ମାନଙ୍କ ମଧ୍ୟରେ ବି। ଲୋକଙ୍କୁ ସେମାନଙ୍କର ଅସାଧାରଣ ପ୍ରତିଭାର କାହାଣୀ ଶୁଣେଇବା, ତାଙ୍କୁ ପ୍ରୋତ୍ସାହନ ଦେବା ଶ୍ରଦ୍ଧାଙ୍କୁ ସଫଳତାର ଶ୍ରେୟ ଦେଇଥିଲା। ଶିଶୁସୁଲଭ ସରଳତାର ସହ ଶ୍ରଦ୍ଧା Yourstory.comରେ ସେ କେମିତି ଠିକ ସେଇଆ କରି ତାକୁ ଗଢି ଚାଲିଲେ, ତାହା ବଖାଣିଲେ।

“ମୁ Twitter ଟିକେ ବିଳମ୍ବରେ ଯୋଗ ଦେଇଥିଲି। ପ୍ରଥମେ ମୋର ଇଚ୍ଛା ଥିଲା ଯେ କିଏ ଏକ ବିଶାଳ ହସ୍ତୀ ମୋତେ retweet କରନ୍ତା କି। ତେଣୁ ମୁ ସମସ୍ତଙ୍କୁ ଟ୍ୟାଗ କରିଚାଲିଲି। ଏପରିକି ମୁଁ ସ୍ପାମ ଭଳି ହେଇଗଲି। ମୁ ବୁଝିପାରୁନଥିଲି ଲୋକେ କାହିଁକି ବିଶେଷ ଭାବେ ବେଶୀ retweet କରୁନଥିଲେ। କାହିଁକି ଲୋକେ ସାଧାରଣ ଏକ retweet ସାହାଯ୍ୟରେ ପରସ୍ପର ପ୍ରତି ଆଦର ଦେଖାଉନଥିଲେ”।

“କିନ୍ତୁ ଲୋକେ ଯେ ତାଙ୍କୁ" ବିଶେଷ retweet କଲେ ନାହିଁ ତାହା କିଛି ପ୍ରଭାବ ପକେଇଲା ନାହିଁ। "ମୋ ପାଇଁ ଏହା ଥିଲା ଭଲ ପାଇବା ବାଣ୍ଟି ଚାଲିବା, କୁହୁକଭରା ସମୀରଣ ଭଳି। ସେ tweet କରିଚାଲିଲେ ଓ ଲୋକଙ୍କୁ ଟ୍ୟାଗ କରିବା ବନ୍ଦ କଲେନି,” ମନେ ପକାନ୍ତି ଶ୍ରଦ୍ଧା। ସେ ଜୋଡନ୍ତି, “ବିଶାଳ ହସ୍ତୀ ମାନେ ମୋତେ ସାହାଯ୍ୟ କରୁନଥିଲେ ମଧ୍ୟ ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲି। ଆଜି ଆମେ ଗଢିଥିବା ପ୍ରତ୍ୟେକ ସମ୍ପର୍କ ପଛରେ ଅଛି ଅସରନ୍ତି ଭଲ ପାଇବା।"

ଲୋକମାନେ ତାଙ୍କର ରାୟ ଶୁଣାଇବାରେ ସିଦ୍ଧହସ୍ତ, କିନ୍ତୁ ଆମେ କିଏ କହିବାକୁ ଯେ କେଉଁ ଏକ କମ୍ପାନୀ ମଲ୍ଟି ବିଲିୟନ ଡଲାରର ସଂସ୍ଥା ହେବ ବା ନହେବ,” ସେ ଜୋଡନ୍ତି। ତୁମେ ଅନ୍ୟମାନଙ୍କୁ ନିଃସ୍ଵାର୍ଥପର ଭାବେ ସାହାଯ୍ୟ କଲେ, ଏକ ଭଲ ନାମ ବ୍ୟାପିବାରେ ସାହାଯ୍ୟ କଲେ, ଏହା ଅନେକ ଆନନ୍ଦ ଅଣେ ଓ ତୁମ ଆଖପାଖରେ ମଧ୍ୟ ଆନନ୍ଦ ଆଣିଥାଏ। ଭଲପାଇବା ଓ ଉତ୍ସାହ ଆଣିବାରେ ଯେ କେତେ ସକାରାତ୍ମକ ଶକ୍ତି ଆସିଥାଏ ତା’ର ପ୍ରମାଣ ଦେବାକୁ ଶ୍ରଦ୍ଧା କୌତୁକର ସହ ନିଜ ଚେହେରା ଆଡକୁ ଦେଖାଇ କୁହନ୍ତି, “ମୋତେ ଦେଖ! ମୋର ତ୍ଵଚା କେମିତି ଖୁସି ଯୋଗୁ ଚମକୁଛି। ମୁଁ ରାଣ ଖାଇ କହୁଛି ଏହା ମେକଅପର କମାଲ ନୁହେଁ।“

“ଦର୍ଶକ ମାନଙ୍କୁ ସମାନ ପଥରେ ଆଣିବାକୁ ସେ ଏକ ଅଣପାରମ୍ପରିକ ପରାମର୍ଶ ଦିଅନ୍ତି, “ତୁମକୁ ଯିଏ କହିବ ଯେ ତୁମେ କରିପାରିବନି, ତାକୁ ଏକ ଚୁମା ଦିଅ। ମୁଁ କହିବି ଏହା ଏକ ଉପହାର”। ଦର୍ଶକ ମାନେ ହସରେ ଫାଟିପଡନ୍ତି – ମୁନ୍ନା ଭାଇର ‘ଯାଦୁକି ଝପ୍ପୀ’ ଠାରୁ ଏଇଟା ତିନି ପାଦ ଆଗକୁ ଚାଲିଗଲା!

ଶ୍ରଦ୍ଧା ମନେପକାନ୍ତି, କେମିତି ସେ ମୁମ୍ବାଇଠାରେ ଏକ ବଡବଡିଆଙ୍କ ସମ୍ମେଳନରେ କହିଥିଲେ ଯେ ସେ ଉଦ୍ୟୋଗ ଓ ଉଦ୍ୟୋଗୀଙ୍କ କାହାଣୀ ଲେଖିବେ। ଜଣେ ବିଶେଷଜ୍ଞ ତାର ଉତ୍ତରରେ କହିଲେ: “ଲିଖୋ। ସାତ ଦିନ ଭି ନହିଁ ଚଲେଗା। (ଲେଖ କିନ୍ତୁ ସାତଦିନ ମଧ୍ୟ ଚାଲିବ ନାହିଁ)।“ ଶ୍ରଦ୍ଧା ଘରେ ଆସି ଖୁବ କାନ୍ଦିବା ପରେ ନିଜ ବାପାଙ୍କୁ ଫୋନ କରି ସବୁ କହିଲେ।

“ମ୍ୟାଡାମ ଶ୍ରଦ୍ଧାଜୀ! ଅବ ବାହାର ହୋ ତୋ ସୀନା ତାନକେ ଖଡେ ରହୋ। (ଯଦି ତୁମେ କିଛି କରିବା ପାଇଁ ବାହାରିଛ ତେବେ ଛାତି ଫୁଲେଇ ସବୁ କିଛିର ମୁକାବିଲା କର)

ତାଙ୍କ ବାପା ତାଙ୍କୁ କହିଥିଲେ।

YourStory ସାତ ଦିନ ଭିତରେ ବନ୍ଦ ହେଇଯାଇନଥିଲା। ଏହା ଏବେ ସାତ ବର୍ଷ ପୁରୁଣା, ଉଦ୍ୟୋଗ ଓ ଉଦ୍ୟୋଗୀଙ୍କ କାହାଣୀ କହୁଛି ୧୦ଟି ଭାଷାରେ। “ଆମେ ଆହୁରି ସାତ ବର୍ଷ ଓ ତାଠୁ ଢେର ଅଧିକା ଦିନ ଲେଖିବୁ” ସେ ପ୍ରତିଶ୍ରୁତି ଦେଲେ।

Tech for Billion

ଶ୍ରଦ୍ଧାଙ୍କ ମତରେ, “ଆମ ପାଖରେ ଯାହା ନାହିଁ, ଯାହା ଆମକୁ ଦିଆଯାଇନାହିଁ, ଯାହା ଆମକୁ କୁହାଯାଇଛି ଯେ ଆମ ପକ୍ଷେ ନାହିଁ; ତାହା ଆମକୁ ଗଢି ତୋଳିବ, ଆମକୁ ଲକ୍ଷେରେ ଗୋଟିଏ କରି ଦେଖାଇବ: “ଜୋ ନହିଁ ମିଲା, ଵହି ହମେ ଦଉଡାଏଗା। ହମେ ବିଲିୟନ ପେ ଲେ ଯାଏଗା!”

Techsparks ୨୦୧୫ରେ ଏକାଠି ହେଇଥିବା ଯୁବଉଦ୍ୟୋଗୀ ମାନଙ୍କୁ ସେ ପ୍ରତିଶ୍ରୁତି ଦିଅନ୍ତି:

ଆପକୀ ସକ୍ସେସ ମେ ହମାରି ସକ୍ସେସ ହେ! (ଆପଣଙ୍କ ସଫଳତାରେ ଆମ ସଫଳତା!)