ପରିମାଲା ହରିପ୍ରସାଦ ତାଙ୍କର ଯୁବତୀ ସମୟ ଜୀବନ ଦର୍ଶନ ଓ ଲୋକଙ୍କୁ ପଢିବାରେ ବିତାଇଥିବା ବେଳେ, ସେ ଯେବେ କାମ କରିବା ଆରମ୍ଭ କଲେ ଏହି ସବୁ ଶିକ୍ଷା କୁ ସେ ଭଲ ପରୀକ୍ଷଣ ବନେଇବାରେ ନିଯୋଜିତ କଲେ । ପରିମାଲାଙ୍କ ଏହି ପରୀକ୍ଷଣ ଉପରେ ଜ୍ଞାନ, ତାଙ୍କୁ ଅନେକ ଉପରକୁ ନେଇଛି । Moolya Software Testingର ମୁଖ୍ୟ ପ୍ରଦୀପ ସୁନ୍ଦରରାଜନ କୁହନ୍ତି, ପରିମାଲା ଙ୍କ ଭଳି ସଫ୍ଟୱେର ପରୀକ୍ଷଣ ବୋଧେ ବହୁତ କମ ଲୋକ କରିପାରିବେ ।
ପ୍ରାୟ ୪୦ଟି ରୁ ଅଧିକ ଥର ବିଭିନ୍ନ ଚାକିରି ରେ ସେ ବିଫଳ ହେବ ପରେ ସେ ଆଜି ଜଣେ ସଫଳ ପରିକ୍ଷକ ଭାବରେ ନିଜ ପରିଚିତି ହାସଲ କରିଛନ୍ତି ଯାହା ଏତେ ସହଜ ନଥିବା କଥା ସେ କୁହନ୍ତି । Moolya ଟେଷ୍ଟିଙ୍ଗର ଷ୍ଟାର୍ଟ ଅପ ଟେଷ୍ଟ ଲ୍ୟାବ ଆଣ୍ଡ ଏକାଡେମିର ମୁଖ୍ୟ ଭାବରେ ସେ ଆଜି କୁ ୧୧ ବର୍ଷ ଧରି ସୁନାମ ଅର୍ଜନ କରି ଆସିଛନ୍ତି । Oracle ରେ ତାଙ୍କର ପ୍ରଥମ ଚାକିରି ଠାରୁ ଆରମ୍ଭ କରି ଆଜି ଯାଏ ସେ ଜଣେ ସାମାନ୍ୟ ସଫ୍ଟୱେର ପରିକ୍ଷକ ରୁ ଜଣେ ମହିଳା ଭାବରେ ସଫ୍ଟୱେର ଟେଷ୍ଟିଙ୍ଗ ଦୁନିଆରେ ଏକ ସ୍ଵତନ୍ତ୍ର ପରିଚିତି ହାସଲ କରିଛନ୍ତି ।
ଉତ୍ପାଦଙ୍କ ସାବତ ସନ୍ତାନ; ପରୀକ୍ଷଣ
ମୋ ପାଇଁ ପରୀକ୍ଷଣ ହେଉଛି ଲୋକଙ୍କ ଆବଶ୍ୟକତା ଆଉ ଜିଜ୍ଞାଷା କୁ ବୁଝି ସେ ଅନୁସାରେ ନିଜ ବୈଷୟିକ କୌଶଳ ଜରିଆରେ ତାକୁ ପୂର୍ଣ ରୂପ ଦେବା । ତେବେ ଏହା ମଧ୍ୟରେ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛି ।
ବାଙ୍ଗାଲୋର ଜେଏସଏସ କଲେଜରୁ ପାଠ ପଢା ସାରି ସେ ଓରାକେଲରେ ଏକ ପରିକ୍ଷକ ଭାବରେ ଯୋଗଦାନ କରିବା ପରଠୁ ସେ ପଛକୁ ଚାହିଁ ନାହାନ୍ତି । ଚାକିରିର ପ୍ରଥମ କେତେ ଦିନ ପରେ ସେ ଜାଣି ପାରିଥିଲେ ଯେ ତାଙ୍କ ସହ କର୍ମୀ ମାନେ ପରିକ୍ଷକ ଭାବରେ ସନ୍ତୁଷ୍ଟ ନୁହନ୍ତି । ତାଙ୍କର ବନ୍ଧୁମାନେ ତାଙ୍କର ଟେଷ୍ଟିଙ୍ଗ ପ୍ରତି ଆଗ୍ରହକୁ ପସନ୍ଦ କରିନଥିଲେ । ତାଙ୍କୁ ସେଥିପାଇଁ ସାବତ ସନ୍ତାନ ଭଳି ବ୍ୟବହାର ର ସମ୍ମୁଖୀନ ହେବାକୁ ପଡିଥିଲା ।
ମାତ୍ର ୩ ମାସ ମଧ୍ୟ ରେ ସେ ନିଜ ମଧ୍ୟ ରେ ସଫ୍ଟୱେର ଟେଷ୍ଟିଙ୍ଗ ଲାଗି ଅହେତୁକ ଆଗ୍ରହ ସୃଷ୍ଟି କରିପାରିଥିଲେ । ସେ McAfee, SupportSoft ଭଳି କମ୍ପାନୀ ରେ କାମ କରିବା ସହ Weekend Testing ନାମ ରେ ଏକ ସଂସ୍ଥାର ସ୍ଥାପନ କରିଥିଲେ। ଗୁଣାତ୍ମକ ପରୀକ୍ଷଣ ଦ୍ଵାରା ଏକ ପରିକ୍ଷକ ହିଁ କହିପାରିବା ଯେ ଉତ୍ପାଦ ଟି ଭଲ ଅଛି ବା ଏହା କେବଳ ଦେଖା ସୁନ୍ଦର ଯାହା କୌଣସି ସଫ୍ଟୱେର ପାଇ ଅନେକ ଆବଶ୍ୟକ। ମାତ୍ର ଆମ ପାଖରେ ଭଲ ପରିକ୍ଷକ ନାହାନ୍ତି, ଏହା କୁହନ୍ତି ପରିମଲ ।
ସଫ୍ଟ ଟେଷ୍ଟିଙ୍ଗ ଏକ କାରୁକାର୍ଯ୍ୟ ଯାହା ଅନେକ ସୂକ୍ଷ୍ମ ତଥା କଷ୍ଟ ସାଧ୍ୟ । ଜଣେ ଭଲ ପରିକ୍ଷକ ହବା ପାଇ ଅନେକ ପରିଶ୍ରମ ଅବଶ୍ୟକ ହୁଏ ଯାହା ସମସ୍ତେ କରିପାରନ୍ତି ନାହିଁ । ଏକ ପରିକ୍ଷକ ର କାମ ହେଉଛି ସଫ୍ଟୱେର ମଧ୍ୟ ରେ ଭୁଲ ବାଛିବା ଯାହା ଲାଗି ଅନେକ ଧୈର୍ଯ୍ୟ ଓ ବୁଦ୍ଧିମତ୍ତା ଅବଶ୍ୟକ କରେ । ଏହି କାମ ଲାଗି ଆଗ୍ରହ ନଥିଲେ ପରିକ୍ଷକ ବହୁତ ଶୀଘ୍ର କାମ ପ୍ରତି ବୀତସ୍ପୃହ ହୋଇଯାଏ ଯାହା ତାର ପରୀକ୍ଷଣକୁ ପ୍ରଭାବିତ କରେ । ଏହା ସହ ସେ ଅନ୍ୟ ସହକର୍ମୀ ଙ୍କ ସହ ମଧ୍ୟ ନିଜ ସଂପର୍କକୁ ଖରାପ କରିଥାଏ ।
ଶିକ୍ଷା ଏକ ଜୀବନ ବ୍ୟାପୀ ସାଧନା
୨୦୦୮ ରେ ଟେଷ୍ଟିଙ୍ଗ କରୁଥିବା ଲୋକଙ୍କ ସହ ମିଶିବା ପରେ ଏବଂ ଅନେକ କର୍ମଶାଳା ଯୋଗଦାନ କରିବା ଦ୍ଵାରା ସେ ଅନେକ କିଛି ଶିଖିପାରିଥିବା କଥା କୁହନ୍ତି । ତେବେ ୧୧ ବର୍ଷର କର୍ମ ଜୀବନ ମଧ୍ୟ ରେ ସବୁଠୁ ବଡ କଥା ହଉଛି ନିଜ ସହକର୍ମୀଙ୍କ ଠାରୁ ସଠିକ ମତାମତ ପାଇବା, ଯାହାକି ଅନେକ କଷ୍ଟ । ଏପରିକି ପଚାରିବ ପରେ ମଧ୍ୟ ଲୋକମାନେ ଏହା ବିଷୟରେ କିଛି କହିବାକୁ ସମୟ ନିଅନ୍ତି । ତେବେ ମୂଲ୍ୟ ଟେଷ୍ଟିଙ୍ଗ ରେ ଆମେ ସମସ୍ତଙ୍କୁ ଶୀଘ୍ର ମତାମତ ଦେବା ଉପରେ ଜୋର ଦଉଛୁ । ତେବେ ଚୁପଚାପ ରହୁଥିବା ଲାଜକୁଳୀ ସ୍ଵଭାବର ପରିମଲ ଆଜି ବହୁତ ଲୋକଙ୍କ ସହ ଅନେକ ବଡ ସଭା ସମିତି ରେ ଭାଷଣ ଦେବା ଭଳି କାର୍ଯ୍ୟ କରୁଛନ୍ତି ।
ତାଙ୍କର ଜିଜ୍ଞାସୁ ମନୋଭାବ ତାଙ୍କୁ ଆଜି ଜଣେ ଭଲ ପରିକ୍ଷକ କରିପାରିଛି । ଶିକ୍ଷା ଲାଭ କରିବାର କୌଣସି ବୟସ ନଥାଏ । ଏହା କୌଣସି ସାର୍ଟିଫିକେଟ ମଧ୍ୟରେ ସୀମିତ ନୁହେଁ । ଏପରି ଚିନ୍ତାଧାରା ତାଙ୍କୁ ଆଗକୁ ନେଇ ପାରିଛି ବୋଲି ସେ ଭାବନ୍ତି ।
ପରୀକ୍ଷଣ ବାଦ ତାଙ୍କ ଜୀବନର କିଛି
ବିଶ୍ଵକୁ ଏକ ଉନ୍ନତ ଓ ଉତ୍କୃଷ୍ଟ ଜାଗା ଭାବରେ ଗଢିବାର ଚେଷ୍ଟାରେ ସେ ସର୍ବଦା କାର୍ଯ୍ୟରତ । ଯାହା ଆମେ ବ୍ୟବହାର କରୁଛୁ ସବୁକିଛି ପରୀକ୍ଷିତ ଏବଂ ପରୀକ୍ଷଣ ର ଅନେକ ସୁଫଳ ଆମେ ଆମ ଜୀବନରେ ଅନୁଭବ କରୁଛୁ । ତେଣୁ ତାଙ୍କ ଟେଷ୍ଟିଙ୍ଗ ଦ୍ଵାରା ବଜାରକୁ ଆସୁଥିବା ସଫ୍ଟୱେର ଯେ ଭଲ କାମ ରେ ଲାଗିପଡ଼ୁଛି ସେଥିଲାଗି ସେ ଗର୍ବ ଅନୁଭବ କରନ୍ତି ।
ଟେଷ୍ଟିଙ୍ଗ ନ କରୁଥିବା ବେଳେ ସେ ଲେଖିବାକୁ ଭଲ ପାଆନ୍ତି । ନିଜ ବ୍ଲଗ ପାଇ ବା ଟେଷ୍ଟିଙ୍ଗ ମ୍ୟାଗାଜିନ ପାଇ ସେ ଲେଖନ୍ତି । ବୁଲିବାକୁ ଓ ଖାଦ୍ୟ ଖାଇବାକୁ ଭଲ ପାଉଥିବା ପରିମାଲା ଭାରତର ବିଭିନ୍ନ ଅଞ୍ଚଳର ଖାଇବା ଉପରେ ଜ୍ଞାନ ହାସଲ କରିବାକୁ ଚାହାନ୍ତି ଏବଂ ବୁଲିକି ଦେଖିବାକୁ ପସନ୍ଦ କରନ୍ତି । ନିକଟରେ ଯୋଗ କରିବା ଆରମ୍ଭ କରିଥିବା ପରିମାଲା ଙ୍କୁ ପରିବାର ରେ ଯଥେଷ୍ଟ ସମର୍ଥନ ମିଳେ ।
ପରିମାଲା ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଥିବା ମହିଳା
ତାଙ୍କ ପରିବାର ରେ ସେ ପ୍ରଥମ ମହିଳା ଯିଏ ୧୦ମ, ଦ୍ଵାଦଶ ଓ ମହାବିଦ୍ୟାଳୟ ଶିକ୍ଷା ଶେଷ କରିଛନ୍ତି । ତାଙ୍କ ଛଡା ୨୬ ବର୍ଷରୁ ଅଧିକ ବୟସ ଯାଏଁ କୌଣସି ମହିଳା ତାଙ୍କ ପରିବାର ରେ ଅବିବାହିତ ରହିନାହାନ୍ତି । ମହିଳାଙ୍କ ସ୍ଵାଧୀନତାର ପ୍ରକୃତ ମୂଲ୍ୟ ସେ ବୁଝନ୍ତି ଆଉ ସେଇ ଲାଗି ସେ ନିଜ ଉଦ୍ୟମ ଜାରି ରଖିଛନ୍ତି । ସେ କୁହନ୍ତି ଯେ ଅନେକ ମହିଳା ୮ ଘଣ୍ଟା ର କାମ ସାରିବା ପରେ ଘରେ ଅନେକ ସମାଲୋଚିତ ହୁଅନ୍ତି ଯାହା ତାଙ୍କୁ ଦୁଖ ଦେଇଥାଏ ।
ପୁରୁଷ ହଉ ବା ମହିଳା, ଲୋକଙ୍କ ମନୋଭାବ ସଠିକ ରହିବା ଆବଶ୍ୟକ । ମାତ୍ର ୩୩ ଶତକଡା ଆରକ୍ଷଣ ଦ୍ଵାରା କିଛି ସମାଧାନ ହେବ ନାହିଁ । ପରିବାର ମଧ୍ୟ ରେ ସମସ୍ତେ ଏକାଭଳି ରହିବା ଆବଶ୍ୟକ। ମହିଳା ଓ ପୁରୁଷ ଉଭୟ ସମାନ, ଲୋକଙ୍କ ମାନସିକତା ରେ ପରିବର୍ତନ ଆସିବା ଆବଶ୍ୟକ । ମୂଲ୍ୟ ଟେଷ୍ଟିଙ୍ଗ ରେ ସେ ମହିଳାଙ୍କ ପାଇ ଅନେକ କିଛି ସୁଧାର ଆଣିଛନ୍ତି । ଚୟନ ପ୍ରକ୍ରିୟା କୁ ସରଳ କରିବା ସହ ନୂଆ ମହିଳା କର୍ମଚାରୀଙ୍କ ପାଇ ଉତ୍ତମ ପରିବେଶ ଉପରେ ସେ ବିଶେଷ ଦ୍ରୁଷ୍ଟି ଦିଅନ୍ତି । ଏହା ଅତି ଗୁରୁତ୍ତ୍ଵପୂର୍ଣ୍ଣ ଯେ ଆମେ ସମସ୍ତେ ଜାଣିବା ଆବଶ୍ୟକ “କଣ କରୁଛେ ଓ କାହିଁକି କରୁଛେ” ଠିକ ଯେମିତି ପରିମାଲା ନିଜର ଲକ୍ଷ୍ୟ ତଥା ଆଗ୍ରହ ବିଷୟରେ ସଠିକ ଜାଣିଛନ୍ତି ।
She tweets at @CuriousTester and can be found on Linked as well.
Related Stories
March 14, 2017
March 14, 2017
Stories by Team Odia