ଆସୁଛି ବିଶାଳ ଯୋଜନା: ଘରେ ଘରେ ପହଂଚିବ ସ୍ୱାସ୍ଥ୍ୟ ବୀମା

ଆସୁଛି ବିଶାଳ ଯୋଜନା: ଘରେ ଘରେ ପହଂଚିବ ସ୍ୱାସ୍ଥ୍ୟ ବୀମା

Tuesday February 16, 2016,

2 min Read

ଭାରତରେ ବୀମା କେତେ ଲୋକଙ୍କ ପାଖରେ ରହିଛି ସେଭଳି ପ୍ରଶ୍ନ ପଚାରିବା ଠିକ ନୁହେଁ । ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ବୀମା ପ୍ରବେଶ କ୍ଷେତ୍ରରେ ଭାରତ ବହୁତ ପଛରେ ରହିଛି । ଏବେ ଧନୀ ରାଷ୍ଟ୍ରଗୁଡ଼ିକ ସହ ଏହି କ୍ଷେତ୍ରରେ ସମକକ୍ଷ ହେବା ପାଇଁ ନରେନ୍ଦ୍ର ମୋଦି ସରକାର ଏକ ନୂଆ ଯୋଜନା ଉପରେ କାମ କରୁଛନ୍ତି । ସରକାରଙ୍କ ଏହି ଯୋଜନା ବିଶାଳ ରୂପ । ଦେଶର ୪୦ କୋଟି ଲୋକଙ୍କ ପାଖରେ ବୀମା ସୁବିଧା ପହଂଚାଇବା ପାଇଁ ହେଉଛି କାମ । ଏହି ଯୋଜନାରେ ୨୩ ହଜାର କୋଟି ଟଙ୍କା ଖର୍ଚ ହେବ ବୋଲି ଅନୁମାନ କରାଯାଉଛି ।

image


ଜୀବନ ବୀମା ପ୍ରବେଶରେ କିଛିଟା ସୁଧାର ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବୀମା ସମସ୍ତଙ୍କ ପାଖରେ ପହଂଚି ନାହିଁ । ଏହି ବିଶାଳ ଯୋଜନାରେ ଲୋକମାନଙ୍କ ପାଖରେ କେବଳ ସ୍ୱାସ୍ଥ୍ୟ ବୀମା ପହଂଚାଯିବ । ଜନ ଧନ ଯୋଜନାର ଅପାର ସଫଳତା ପରେ ମୋଦି ସରକାର ଏବେ ବୀମାକୁ ନେଇ ବେଶ ଉତ୍ସାହିତ ରହିଛି । ଜେ ପି ନଡ୍ଡାଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତୁତ କରିଛି “ହେଲ୍ ର୍ଥ ପ୍ରୋଟେକ୍ସନ ସ୍କିମ୍’ । ଏଥିରେ ଦେଶର ୮ କୋଟି ପରିବାରକୁ ସାମିଲ କରାଯିବ । ୫ ଜଣିଆ ସଦସ୍ୟ ବିଶିଷ୍ଟ ଘରକୁ ଏଥିରେ ପରିବାର ଭାବେ ବିଚାର କରାଯାଇଛି । ମୋଟ ଉପରେ ଦେଖିଲେ ୪୦ କୋଟି ଲୋକଙ୍କ ପାଖରେ ପହଂଚିବ ସ୍ୱାସ୍ଥ୍ୟ ବୀମା ।

image


ଏବେ ସରକାରଙ୍କ ପକ୍ଷରୁ ଯେତେ ପ୍ରକାର ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଛି ଏହା ସେ ସମସ୍ତଙ୍କ ସ୍ଥାନ ନେଇଯିବ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାଠାରୁ ଆରମ୍ଭ କରି ବିପିଏଲ୍ ପରିବାରଗୁଡ଼ିକ ପାଇଁ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ବୀମା ସହ ଏହା ସାମିଲ ହୋଇଯିବ ।

ଲୋକମାନଙ୍କୁ ଅତି କମରେ ୫୦ ହଜାର ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ପ୍ରୟାସ କରାଯାଇଛି । ଅର୍ଥାତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଏହି ବୀମା ଜରିଆରେ ମିଳିପାରିବ । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍କିମ୍ ସ୍ୱତନ୍ତ୍ର ଟପ୍ ଅପ୍ ସୁବିଧା ରହିବ ।

ଏହି ଯୋଜନାକୁ ପାଂଚ ବର୍ଷ ମଧ୍ୟରେ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାର ଯୋଜନା ରହିଛି । ସମସ୍ତ ସରକାରୀ ବୀମା ଯୋଜନାକୁ ମିଶାଇ ଏହି ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି ।

image


ବେସିକ୍ ପ୍ଲାନରେ ପରିବାର ପିଛା ବର୍ଷକୁ ୫୦୦ ଟଙ୍କା ଦେବାକୁ ପଡ଼ିବ । ଏହା ବାଦ ରାଜ୍ୟ ସରକାର ପ୍ରତି ବୀମା ପଲିସି ପିଛା ୩୦୦ ଟଙ୍କା ପ୍ରଦାନ କରିବେ । ଏଭଳି ଭାବେ ୮ କୋଟି ପରିବାର ପାଇଁ ୬୪୦୦ କୋଟି ଟଙ୍କାର ବୀମା ପ୍ରିମିୟମ ସଂଗ୍ରହ ହେବ । ସେଥି ମଧ୍ୟରୁ ୪୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଯୋଜନାର ପରିମାଣ ୧୦୦୦ କୋଟି ଟଙ୍କା ହେବ । ସେ ବାବଦରେ କେନ୍ଦ୍ର ସରକାର ୬୦୦ କୋଟି ଟଙ୍କା ପ୍ରଦାନ କରିବେ । ଏଥିପାଇଁ ସରକାର ନ୍ୟାସନାଲ୍ ହେଲଥ ଏଜେନ୍ସି ଗଠନ କରିବା ଉପରେ ମଧ୍ୟ ବିଚାର କରୁଛନ୍ତି ।