Lawrence & Mayo ଷ୍ଟୋର୍ ଭୁବନେଶ୍ୱରରେ ଉଦ୍ଘାଟିତ

Lawrence & Mayo ଷ୍ଟୋର୍ ଭୁବନେଶ୍ୱରରେ ଉଦ୍ଘାଟିତ

Wednesday December 30, 2015,

2 min Read

ଭାରତର ପ୍ରିମିୟମ୍ ଅପ୍ଟିକାଲ୍ ରିଟେଲ୍ କମ୍ପାନି ଲରେନ୍ସ୍ ଆଣ୍ଡ୍ ମାୟୋ ଷ୍ଟୋର୍ ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ଲରେନ୍ସ୍ ଆଣ୍ଡ୍ ମାୟୋର ଉତ୍ତର ଏବଂ ପୂର୍ବ ଜୋନାଲ୍ ମୁଖ୍ୟ ଶ୍ରୀ ସୁମନ ଅଞ୍ଜୟ, ଓଡ଼ିଶା ଅପଥାଲ୍ମୋଲୋଜି ଆସୋସିଏସନ୍ ମୁଖ୍ୟ ଶ୍ରୀ ଅଶୋକ ନନ୍ଦା ଏବଂ ଭୁବନେଶ୍ୱର AMRI ହସପିଟାଲର ବରିଷ୍ଠ ଅପଥାଲ୍ମୋଲୋଜିଷ୍ଟ୍ ଶ୍ରୀ ଏ. ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ ।

image


ଲରେନ୍ସ୍ ଆଣ୍ଡ୍ ମାୟୋ ଆଇ କେୟାର ସେବା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ସହିତ ସମସ୍ତ ବର୍ଗଙ୍କ ପାଇଁ ଶ୍ରେଷ୍ଠ ଲାଟେଷ୍ଟ୍ ଆଇୱେର୍ ଉପଲବ୍ଧ କରିଥାଏ । ସମ୍ପ୍ରତି ଏହାର ଆରମ୍ଭ ହେବାଦ୍ୱାରା ଭୁବନେଶ୍ୱରରେ ଆଇୱେର ଫେସନରେ ନୂତନତ୍ୱ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାଛଡା ଲରେନ୍ସ୍ ଆଣ୍ଡ୍ ମାୟୋ ପକ୍ଷରୁ ପ୍ରଥମ କରି ‘ଡାଇରେକ୍ଟ ଟୁ ହୋମ୍ ଆଇ କେୟାର ସର୍ଭିସ୍’ର ପ୍ରଚଳନ କରାଯାଇଛି । ଫଳରେ ଗ୍ରାହକ ସେମାନଙ୍କର ଘରେ ବସି ଆବଶ୍ୟକ ଆଇ କେୟାର ସେବା ଉପଲବ୍ଧ କରିପାରିବେ ।

ଭୁବନେଶ୍ୱରର ଖାରବେଳନଗରସ୍ଥିତ ଜନପଥରେ ଏହି ଷ୍ଟୋର ୬୫୦ ବର୍ଗ ଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବାବେଳେ ଏଠାରେ ଡିଜିଟାଲ୍ ଆଇ ଟେଷ୍ଟିଙ୍ଗ୍, କଣ୍ଟାକ୍ଟ ଲେନ୍ସ୍ କ୍ଲିନିକ୍, ତାଲିମ ପ୍ରାପ୍ତ ଅପ୍ଟିମେଟ୍ରିଷ୍ଟ୍, ବ୍ରାଣ୍ଡେଡ୍ ଡିସ୍ପ୍ଲେ ଲାଉଞ୍ଜ୍, ପିଇଟି, ଫାଷ୍ଟଟ୍ରାକ୍ ଅପଥାଲ୍ମୋଲୋଜିଷ୍ଟ୍ ଚେକ୍ ଅପ୍ ଏବଂ ବୃହତ୍ ବର୍ଗର ସ୍ପେଟାକିଲ୍ ଫ୍ରେମ୍ ପ୍ରଭୃତି ଉପଲବ୍ଧ ହେଉଛି । ଏହାଛଡା ଏଠାରେ ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ୟୁପୋରିଓ ଅରମାନୀ, କାର୍ଟଇର୍, ସିଲ୍ହୱେଟ୍, ମଣ୍ଟ ବ୍ଳାଙ୍କ, ନ୍ୟାସା, ପରସ୍କ୍, ଟଗ୍ ହେୱର, ଭର୍ସାକ୍, ପୋଲୋ, ରେବ୍ୟାନ୍, ଭୋଗ୍, ଟମି, ସିକେ ଏବଂ ଅନ୍ୟାନ୍ୟ ସନଗ୍ଲାସ୍ ମହଜୁଦ୍ ରହିଛି । ଏହାଛଡା ଏଠାରେ ବିଭିନ୍ନ ବର୍ଗର ଖ୍ୟାତି ସମ୍ପନ୍ନ ବ୍ରାଣ୍ଡ୍ର ଲାଟେଷ୍ଟ୍ କଂଟାକ୍ଟ ଲେନ୍ସ୍ ମହଜୁଦ୍ ରହିଛି ଯାହାକି ସ୍ମାର୍ଟ ଏବଂ ପ୍ରୋଗେସିଭ୍ ଲୁକ୍ ପ୍ରଦାନ କରିବାକୁ ସକ୍ଷମ ।

ଏହି ଅବସରରେ ଲରେନ୍ସ୍ ଆଣ୍ଡ୍ ମାୟୋର ଉତ୍ତର ଏବଂ ପୂର୍ବ ଜୋନାଲ୍ ମୁଖ୍ୟ ଶ୍ରୀ ଅଞ୍ଜୟ କହିଲେ, “ ଆମ୍ଭେ ଲରେନ୍ସ୍ ଆଣ୍ଡ୍ ମାୟୋରେ ରହି ସବୁବେଳେ ଶ୍ରେଷ୍ଠ ଆଇୱେର୍ ଏବଂ ଆଇକେୟାର୍ ସେବା ଆମ୍ଭର ଗ୍ରାହକଙ୍କୁ ଉପଲବ୍ଧ କରାଇଥାଉ । 

ଆମ୍ଭର ଡାଇରେକ୍ଟ ଟୁ ହୋମ୍ ସର୍ଭିସ ପାଇଁ ଗ୍ରାହକ ଆମ୍ଭ ପାଖକୁ ଏକ ହଟ୍ ଲାଇନ୍ ନମ୍ବରରେ କଲ୍ କରିଆପଏଣ୍ଟମେଣ୍ଟ୍ ବୁକ୍ କରିପାରିବେ । ଆମ୍ଭ ମୋବାଇଲ୍ ଭ୍ୟାନ୍ ଏହି ସେବା ପାଇଁ ଆପଣଙ୍କ ଘର ପାଖରେ ପହଞ୍ଚିବ । 

ଆମ୍ଭେ ଆଶା ରଖିଛୁ ଏହି ସେବାଦ୍ୱାରା ନିଶ୍ଚିତ ଭାବରେ ଆମ୍ଭର ଗ୍ରାହକ ଉପକୃତ ହେବେ । ୨୦୧୬ ଶେଷ ସୁଦ୍ଧା ଆମ୍ଭେ ଭୁବନେଶ୍ୱରରେ ୨ଟି ଷ୍ଟୋର୍ ସ୍ଥାପନର ଯୋଜନା ରଖିଛୁ । ସେହିପରି ୨୦୧୮ ସୁଦ୍ଧା ଓଡ଼ିଶାର କଟକ, ରାଉରକେଲା, ବ୍ରହ୍ମପୁରରେ ୩ଟି ଷ୍ଟୋର ପ୍ରତିଷ୍ଠାର ଲକ୍ଷ୍ୟ ରଖିଛୁ ଏବଂ ୨୦୧୯ ସୁଦ୍ଧା ପାରାଦ୍ୱୀପରେ ଗୋଟିଏ ଷ୍ଟୋର୍ ସ୍ଥାପନର ଯୋଜନା ରଖିଛୁ ।”

ଲରେନ୍ସ୍ ଆଣ୍ଡ୍ ମାୟୋ ସମ୍ପର୍କରେ:

ଲରେନ୍ସ୍ ଆଣ୍ଡ୍ ମାୟୋ ୧୮୭୭ ମସିହା ଠାରୁ ଭାରତରେ ଅଗ୍ରଣୀ ଅପ୍ଟିସିଆନ୍ ଭାବରେ ଗ୍ରାହକଙ୍କୁ ଉଚ୍ଚ ଗୁଣବତ୍ତାଯୁକ୍ତ ପର୍ସିୟାନ୍ ଆଇ କେୟାର ଉପଲବ୍ଧ କାର୍ଯ୍ୟ ଲାଟେଷ୍ଟ୍ ଆଇ କେୟାର ଟେଷ୍ଟିଙ୍ଗ୍ ଜ୍ଞାନକୌଶଳ ସହାୟତାରେ ଜାରି ରଖିଛି । ଏହାର ପ୍ରଥମ ଶୋ’ରୁମ୍ କଲିକତା(କୋଲକତା)ରେ ଆରମ୍ଭ ହୋଇଥିଲା । ଲରେନ୍ସ୍ ଆଣ୍ଡ୍ ମାୟୋ ଉଚ୍ଚ ଗୁଣବତ୍ତାଯୁକ୍ତ ଆଇ-ୱେର ଉତ୍ପାଦ ଲାଟେଷ୍ଟ୍ ଫେସନବୁଲ୍ ଷ୍ଟାଇଲ୍ ଏବଂ ଟ୍ରେଣ୍ଡରେ ଉପଲବ୍ଧ କରାଇଥାଏ । ଗତ ୧୩୫ ବର୍ଷରୁ ଅଧିକ ସମୟ ଧରି କମ୍ପାନି ଦେଶର ୪୧ଟି ସହରରେ ଥିବା ଏହାର ୧୦୫ ଆଉଟଲେଟର ନିରନ୍ତର ଖ୍ୟାତି ସମ୍ପନ୍ନ ସେବା ଜାରି ରଖିଛି ।