ଆସିବ ଜିଓ କ୍ୟାବ୍‌ !!

ଆସିବ ଜିଓ କ୍ୟାବ୍‌ !!

Tuesday February 28, 2017,

1 min Read

ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓ ଦେଶବ୍ୟାପୀ ୪ଜି ସେବା ଜାରି ରଖିଥିବାବେଳେ ଏହା ଟ୍ୟାକ୍ସି ବଜାରକୁ ପ୍ରବେଶ କରିବ ବୋଲି ଚର୍ଚ୍ଚା ଚାଲିଛି। ଏହି ଖବର ଯଦି ସତ ହୁଏ ତେବେ ଓଲା ଓ ଉବେର ଭଳି ଜିଓ କ୍ୟାବ୍‌ ସେବା ଭାରତୀୟ ସହରମାନଙ୍କରେ ଉପଲବ୍ଧ ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ କଂପାନି ‘ଜିଓ’ ଏହି ବର୍ଷର ଶେଷ ସୁଦ୍ଧା ଆପ୍‌ ଆଧାରିତ ଟ୍ୟାକ୍ସି ସେବା ଲଞ୍ଚ୍‌ କରିବାକୁ ଯୋଜନା କରୁଛି।

image


ଗଣମାଧ୍ୟମ ରିପୋର୍ଟ ଅନୁସାରେ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଜିଓ ତରଫରୁ ଟ୍ୟାକ୍ସି ସେବା ଦେବାକୁ ଅପ୍ରେଲ ସୁଦ୍ଧା ଯୋଜନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ୬ ମାସ ବିଳମ୍ବ ହେବ। ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ କ୍ୟାବ୍‌ ଶୁଭାରମ୍ଭ କରିବା ପାଇଁ ମହିନ୍ଦ୍ରା ଓ ହୁଣ୍ଡାଇ ସହିତ ଆଲୋଚନା କରୁଛି। ଗ୍ରାହକଙ୍କ ପାଇଁ କେତେ ଟଙ୍କା ଟ୍ୟାକ୍ସି ଭଡା ରହିବ, ସେଥିପାଇଁ କନସଲଟେନ୍ସି କଂପାନି ‘ଇ ଆଣ୍ଡ ଓ୍ଵାଇ’ ସହିତ ଆଲୋଚନା କରୁଛି। ଭାରତୀୟ ବଜାରକୁ ଯଦି ଏହି ସେବା ଆସିବ, ତାହେଲେ ଗ୍ରାହକଙ୍କୁ କମ ଟଙ୍କା ଖର୍ଚ୍ଚ କରି ଜିଓ ସିମ୍‌ ଭଳି ଶସ୍ତାରେ ପରିବହନ ସୁବିଧା ମିଳିବ। ବେଙ୍ଗାଲୁରୁ ଓ ଚେନ୍ନାଇରୁ ଜିଓ କ୍ୟାବ୍‌ ସୁବିଧା ଶୁଭାରମ୍ଭ ହେବ ବୋଲି କୁହାଯାଉଛି। ଏହା ପରେ ଦିଲ୍ଲୀ ଓ ମୁମ୍ବାଇରେ ଚାଲୁ ହେବା ପରେ ଭୋପାଲ ଓ ଜୟପୁର ଭଳି ସହରରେ ଜିଓ କ୍ୟାବ୍‌ ସୁବିଧା ଗ୍ରାହକଙ୍କୁ ମିଳିବ।