ଭ୍ରମଣ ପ୍ରେମରୁ ଡକ୍ୟୁମେଣ୍ଟାରିଆନ : ଗୌରବ ଜାନୀ

ଭ୍ରମଣ ପ୍ରେମରୁ ଡକ୍ୟୁମେଣ୍ଟାରିଆନ : ଗୌରବ ଜାନୀ

Friday October 23, 2015,

3 min Read

ଦୁଇ ଜଣ ଭ୍ରମଣପ୍ରେମୀଙ୍କ ଦ୍ୱାରା ୨୦୦୬ ମସିହାରେ Dirt Track Productions ପ୍ରତିଷ୍ଠା ହୋଇଥିଲା । ଗୌରବ ଜାନୀ ଓ ପି ଟି ଗିରିଧର ରାଓ ସାଧାରଣ ଆଖିକୁ ଅଦୃଶ୍ୟ ରହୁଥିବା ବିସ୍ତୃତ ଅଂଚଳକୁ ଆବିଷ୍କାର କରିବା ପାଇଁ ଏହା ଆରମ୍ଭ କରିଥିଲେ । ବିଶ୍ୱର ବିଭିନ୍ନ ଦୂର୍ଗମ ଅଂଚଳ ଓ ସେଠାକାର ଲୋକମାନଙ୍କ ଜୀବନଶୈଳୀ ଜାଣିବା ସହ ଯାତ୍ରାର ମନୋରମ ଦୃଶ୍ୟ ଓ ସେମାନେ ଅନୁଭବ କରିଥିବା ଭ୍ରମଣ ଆନନ୍ଦକୁ ନେଇ ଡକୁମେନ୍ଟ କରିବା ପାଇଁ ଦୁହେଁ ଯୋଜନା କରିଥିଲେ ।

image


୨୦୦୬ ମସିହାରେ Dirt Track Productions ପ୍ରଥମ ଡକୁମେନ୍ଟାରି ରାଇଡିଂ ସୋଲୋ ଟୁ ଦ ଟପ୍ ଅଫ ଦ ୱାର୍ଲ୍ଡ ରିଲିଜ ହୋଇଥିଲା, ଯାହାକି ମୁମ୍ବାଇରୁ ଚାଙ୍ଘଥାଙ୍ଘ ପ୍ଲାଟ୍ୟୁ ଯାଏ ଗୌରବ ଜାନୀଙ୍କ ଯାତ୍ରା ପ୍ରଦର୍ଶିତ କରେ । ଗୌରବ ତାଙ୍କର ଏହି ସଫଳତମ ଦୁର୍ଗମ୍ୟ ଯାତ୍ରାରେ ଭେଟିଥିବା ଲୋକମାନଙ୍କ ଦ୍ୱାରା ଏପରି ପ୍ରଭାବିତ ହେଲେ ଯେ ଏହା ସେମାନଙ୍କୁ ରାଇଡିଂ ସୋଲୋ ଟୁ ଦ ଟପ୍ ଅଫ ଦ ୱାର୍ଲ୍ଡ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ପ୍ରବର୍ତାଇଲା, ଯାହାକି ୨୧ଟି ଚଳଚ୍ଚିତ୍ର ଉତ୍ସବରେ ନ୍ୟାସନାଲ ଆୱାର୍ଡକୁ ମିଶାଇ୧୧ଟି ପୁରସ୍କାର ପାଇଲା । ଏହି ସଫଳତା ସେମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଆଣିଦେଲା ଓ ସେମାନେ ନିଜର ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ମନ ବଳାଇଲେ । ଏହା ହେଉଛି ହିମାଳୟର ପାଦଦେଶର ରାଜ୍ୟ ଅରୁଣାଚଳ ପ୍ରଦେଶ ଦେଇ ଗୌରବ ଓ ତାଙ୍କର ଚାରିଜଣିଆ ଟିମ ଅତିକ୍ରମ କରିଥିବା ଦୃଶ୍ୟ ଉପରେ ଆଧାରିତ ଚଳଚ୍ଚିତ୍ର One Crazy Ride ।

image


ସେମାନେ ଏହି ଯାତ୍ରାରେ ନିଜର ଗତିପଥକୁ ହିଁ ଭ୍ରମଣର ଲକ୍ଷ୍ୟସ୍ଥଳ ବନାଇଥିଲେ । ଏପରିକି ରାସ୍ତା ନ ଥିବା ଅନେକ ଦୁର୍ଗମ ଉପତ୍ୟକାରେ ଦେଇ ସେମାନେ ଭ୍ରମଣ କରିଥିଲେ । ଏହି ଚଳଚ୍ଚିତ୍ରରେ ଥିବା ଲୋମ ହର୍ଷଣକାରୀ ଆନନ୍ଦକୁ ଜାଣିବା ପାଇଁ ଜଣେ କେବଳ ଟ୍ରେଲରର ଶେଷ ୩୦ ସେକଣ୍ଡ ଦେଖିଲେ ବୁଝିପାରିବ । ଜଣେ ଦୁଃସାହସୀ ମୋଟର ଚାଳକ ଅଗମ୍ୟ ପ୍ରକୃତିର ଲୁପ୍ତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କିପରି ଏକ ଋଗ୍ଣ କାଠ ପୋଲ ଉପରେ ଦୁସାଧ୍ୟ ବାଇକ ଚାଳନା କରୁଛି ତାହା କ୍ୟାମେରା ଲେନ୍ସରେ ଉତ୍ତୋଳନ କରାଯାଇଛି । ଚଳଚ୍ଚିତ୍ରଟି ୧୪ ଟି ଚଳଚ୍ଚିତ୍ର ଉତ୍ସବରେ ୩ଟି ପୁରସ୍କାର ଜିତିଛି ।

ଏହି ବ୍ୟାନରର ତୃତୀୟ ଚଳଚ୍ଚିତ୍ର ମୋଟର ସାଇକଲ ଚାଙ୍ଗ ପା ୨୦୧୩ ରେ ମୁକ୍ତିଲାଭ କରିଥିଲା । ଏହା ବମ୍ବେରୁ ଲଦାଖକୁ ଏକ ବର୍ଷର ମୋଟର ସାଇକଲ ଯାତ୍ରା ଉପରେ ଆଧାରିତ । ଯାତ୍ରା କାଳରେ ଋତୁଚକ୍ରର ପରିବର୍ତନ ଓ ପାଣିପାଗ ସହ ଅଧିବାସୀମାନଙ୍କର ପରିବର୍ତିତ ଜୀବନଶୈଳୀକୁ କ୍ୟାମେରା ଲେନ୍ସ ଧରିରଖିଛି । ଅଂଚଳର ଅଧିବାସୀମାନେ କିପରି ଆଦିମ ସଭ୍ୟତାର ପାରମ୍ପାରିକ ଜୀବନଶୈଳୀକୁ ଜାବୁଡିଧରି ଅସହ୍ୟ ପରିସ୍ଥିତି ସହ ଖାପଖୁଆଇବାକୁ ସଦା ପ୍ରସ୍ତୁତ ତାହା ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥିଲୁ ବୋଲି ବ୍ୟାନରର ମାର୍କେଟିଂ ମୁଖ୍ୟ ଦୀପା କୁହନ୍ତି ।

ଗୌରବ ପ୍ରଥମଥର ପାଇଁ ଗ୍ରୀଷ୍ମ ସମୟରେ ଲଦାଖ ଯାଇଥିଲେ, ଯାହାକି ସେଠିକାର ସବୁଠୁ ଭଲ ସମୟ । କିନ୍ତୁ ବର୍ଷର ଅନ୍ୟ ଛଅମାସ ଏଠାରେ ବଂଚିବା ଅତ୍ୟନ୍ତ କଠିନ । ଶୀତ ସମୟରେ ୪୦ଂ ସେଲିସୟସ ତାପମାତ୍ରାରେ ଜନଜୀବନ ପ୍ରଭୃତି ବରଫ ମରୂଭୂମିରେ ପରିଣତ ହୋଇଯାଏ ।

ଏଭଳି ଏକ ଜଳବାୟୁରେ ବିନା କାହାରି ସାହାଯ୍ୟରେ ସେଠାକାର ଅଧିବାସୀ ନ ହୋଇ ପ୍ରକୃତିର ଏକ ନୂତନ ଦୁନିଆରେ ୪୦ଂ ସେଲସିୟସ୍ ତାପମାତ୍ରାରେ ଜୀବନ ଅତିବାହିତ କରିବା ନିହାତି ଭାବରେ ଏକ ଦୂରୁହ ବ୍ୟାପାର। ଯେଉଁଥିପାଇଁ କି ଏହା ଆମର ସବୁଠୁ ଉତ୍କଣ୍ଠିତ ପ୍ରୋଜେକ୍ଟ ହୋଇଥିଲା ବୋଲି ସେ ମତ ରଖନ୍ତି ।

ନାୟକ ଗୌରବ ଚଳଚ୍ଚିତ୍ରରେ ଅନେକ ଅଗମ୍ୟ ସ୍ଥାନକୁ ସର୍ବସମ୍ମୁଖକୁ ଆଣିବା ସହ କାହାଣୀଟି ସଂପୂର୍ଣ୍ଣରୂପେ ଆକ୍ସନ, ଇମୋସନ, ଫିଜିକାଲ ଷ୍ଟ୍ରଗଲରେ ଭରପୁର । ନାୟକ ହିମାଳୟ ପାଦଦେଶରେ ଶୀତ ଋୁତୁର ବିପର୍ଯ୍ୟସ୍ତ ପାଣିପାଗରେ ଏକ ଦୁସାଧ୍ୟ ଯାତ୍ରାରେ ବ୍ୟସ୍ତ । ଅପରୂପା ହିମାଳୟର ଯୌବନ ଭରା ଅକ୍ଷୂର୍ଣ୍ଣ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସେ ପାଗଳ ପ୍ରାୟ ଘୁରିବୁଲୁଛି । କେବଳ ପରଦା ଆଢୁଆଳର କିଛି ବ୍ୟକ୍ତି ଚିତ୍ରଉତ୍ତୋଳନରେ ସାମିଲ । ନ ହେଲେ ସେ ସଂପୂର୍ଣ୍ଣ ଦିଗହରା ଯାଯାବର ପାଲଟି ଯାଇଛନ୍ତି ପ୍ରକୃତିର ମାଧୁରିମାରେ ।

ଯାତ୍ରା ସମୟରେ ସେ ଆଧୁନିକତାରୁ ଅନେକ ଦୂରରେ ଥିବା ପୁରୁଣା ପରମ୍ପରାର ସ୍ଥିତି ଓ ଜନଜୀବନକୁ ପଦାକୁ ଆଣିଛନ୍ତି, ଯାହାକି କାହାଣୀର ଅନ୍ୟ ଏକ ଦିଗ । ସହରୀ ସଭ୍ୟତାରେ କର୍ମବ୍ୟସ୍ତ, ଚିନ୍ତାଭରା ଜୀବନକୁ ଲୋକମାନେ ଜୀବନର ପ୍ରତିକୂଳ ସମୟରୂପେ କହିବୁଲୁଛନ୍ତି । ଅଥଚ ଏହି ଆଦିମ ଅଧିବାସୀମାନେ ଋତୁଚକ୍ରରେ ନିଜକୁ ସାମିଲ କରି ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ମଧ୍ୟ ଯେପରି ସୁଖର ଜିବନ ବିତାଉଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗେ । ଆମ ସହରୀ ଜୀବନରେ ସେପରି ସରଳ ଜୀବନ ଅଦୌ ନାହିଁ ବୋଲି ଦୀପା କୁହନ୍ତି ।

ଚଳଚ୍ଚିତ୍ର ମାଧ୍ୟମରେ ସେଠାକାର ଲୋକମାନଙ୍କର ଜୀବନକୁ ଏପରି ଭାବେ ପରିବେଷଣ କରାଯାଇଅଛି ଯେ, ତାହା ନିହାତି ଭାବେ ଦର୍ଶକଙ୍କ ଉପରେ ଏକ ଗଭୀର ପ୍ରଭାବ ପକାଇବ । ଜୀବନରେ କିପରି କଠିନରୁ କଠିନ ପରିସ୍ଥିତି ଓ ସମୟ ଆସିପାରେ ହୃଦବୋଧ ହେବ । ବାସ୍ତବତାର ପ୍ରତିଛବିରେ ଭରପୁର ଚଳଚ୍ଚିତ୍ରଟି ଦର୍ଶକମାନଙ୍କୁ ଆତ୍ମଚିନ୍ତନ କରିବାକୁ ବାଧ୍ୟକରିବା ସହ ମୋଟର ସାଇକ୍ଲିଷ୍ଟ ଓ ଭ୍ରମଣପ୍ରେମୀମାନଙ୍କୁ ଏକ ଭିନ୍ନ ସ୍ୱାଦର କାହାଣୀରେ ମତୁଆଲା କରିବ ବୋଲି ଦୀପା କହୁଛନ୍ତି ।

Here are links to the videos you should watch: One Crazy Ride and Riding Solo to the top of the world.

More such articles on Sreeni’s Blog.