୮୨ ବର୍ଷୀୟା 'ରିଭଲଭର ଦାଦି' କିପରି ଆଣିଛନ୍ତି ତାଙ୍କ ଗାଁରେ କ୍ରୀଡ଼ା ବିପ୍ଲବ

୮୨ ବର୍ଷୀୟା 'ରିଭଲଭର ଦାଦି' କିପରି ଆଣିଛନ୍ତି ତାଙ୍କ ଗାଁରେ କ୍ରୀଡ଼ା ବିପ୍ଲବ

Monday October 10, 2016,

2 min Read

୮୨ ବର୍ଷୀୟା ଚାନ୍ଦ୍ରୋ ତୋମରଙ୍କ ପାଇଁ ବୟସ ଏକ ସଂଖ୍ୟା ମାତ୍ର। ରିଭଲଭର ଦାଦି ଭାବେ ଲୋକପ୍ରିୟ ଚାନ୍ଦ୍ରୋ ସୁଟିଙ୍ଗ ପାଇଁ ୨୫ଟି ଜାତୀୟ ସ୍ତରର ଚମ୍ପିୟାନଶିପ ଜିତିଛନ୍ତି। ବିଶ୍ଵର ସବୁଠାରୁ ବୟସ୍କ ସୁଟର ହେଲେ ଚାନ୍ଦ୍ରୋ।

Image : <a href=

Image :

Daily Bhaskara12bc34de56fgmedium"/>

ଚାନ୍ଦ୍ରୋ ଉତ୍ତର ପ୍ରଦେଶରେ ଥିବା ବାଗପାଟ ଜିଲ୍ଲାର ଜୋହରି ଗାଁର ବାସିନ୍ଦା। ୬ଟି ଛୁଆଙ୍କ ମା’ ଓ ୧୫ଟି ନାତିନାତୁଣୀଙ୍କ ଜେଜେମା ଏହି କ୍ଷେତ୍ରରେ ଟ୍ରେନିଂ ନେବା ଆରମ୍ଭ କଲେ ଯେତେବେଳେ ତାଙ୍କ ବୟସ ୬୫। କାହାଣୀ କିଛି ଏପରି ଆରମ୍ଭ ହେଇଥିଲା। ଚାନ୍ଦ୍ରୋଙ୍କ ନାତୁଣୀ ରାଇଫଲ କ୍ଲବ ରେ ଯୋଗ ଦେବାକୁ ଚାହୁଁଥିଲେ। ଜେଜେମାଙ୍କ ସାଙ୍ଗରେ ଯାଇଥିଲେ ଜୋହରି ରାଇଫଲ କ୍ଲବକୁ। ପିସ୍ତଲ ରେଞ୍ଜରେ ଚାନ୍ଦ୍ରୋ ଗୋଟିଏ ପିସ୍ତଲ ନେଇ ଠିକ ଟାର୍ଗେଟକୁ ସୁଟ କଲେ। ଏଇ ବୟସରେ ଏପରି ସୁନ୍ଦର ଭାବେ ଠିକ ଲକ୍ଷ୍ୟଭେଦ କରିପାରିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ।

ସେହିଦିନରୁ ଚାନ୍ଦ୍ରୋ ଆଉ ପଛକୁ ଫେରି ଦେଖିନାହାନ୍ତି। 

ଯେଉଁ ଦିନ ମୁଁ ମୋର ପ୍ରଥମ ପିସ୍ତଲ ଧରିଲି ସେବେଠୁ ଆଉ ପଛକୁ ଫେରି ଦେଖିନାହିଁ। ଏବେ ମୁଁ ସଭିଙ୍କୁ ଦେଖାଇ ଦେଇପାରିଛି ଯେ ବୟସ କେବେ ବାଧା ନୁହେଁ। ଯଦି ଲକ୍ଷ୍ୟ ଉପରେ ଧ୍ୟାନ ରୁହେ ତେବେ କିଛି ବି ଅସମ୍ଭବ ନୁହେଁ। DNAକୁ ଦେଇଥିବା ଏକ ସାକ୍ଷାତକାରରେ ସେ କୁହନ୍ତି।
Image : <a href=

Image :

Hindustan Timesa12bc34de56fgmedium"/>

ଚାନ୍ଦ୍ରୋଙ୍କ ପ୍ରୟାସ ଓ ଲୋକପ୍ରିୟତା ସ୍ଥାନୀୟ ମହିଳା ମାନଙ୍କ ମଧ୍ୟରେ ଏକ ଖେଳ ବିପ୍ଲବ ଆଣିବାରେ ସୂତ୍ରଧର ସାଜିଛି। ଆଜିର ଦିନରେ ତାଙ୍କ ଗାଁର ୨୫ଜଣ ମହିଳା ତାଙ୍କର ଚଉକାଠ ଡେଇଁ ରାଇଫଲ କ୍ଲବରେ ଟ୍ରେନିଂ ନେବା ଆରମ୍ଭ କରିଛନ୍ତି।

Image : <a href=

Image :

Hindustan Timesa12bc34de56fgmedium"/>

୨୦୧୦ରେ ଚାନ୍ଦ୍ରୋଙ୍କ ଝିଅ ସୀମା ପ୍ରଥମ ଭାରତୀୟ ମହିଳା ଭାବେ ରାଇଫଲ ଓ ପିସ୍ତଲ ବିଶ୍ଵକପ ରେ ମେଡାଲ ଜିତିଥିଲେ। ତାଙ୍କ ନାତୁଣୀ ନୀତୁ ସୋଲାଙ୍କି ଜର୍ମାନୀ ଓ ହଙ୍ଗେରୀରେ ଆୟୋଜିତ ହେଇଥିବା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି।

ପ୍ରକାଶୀ ତୋମର, ଚାନ୍ଦ୍ରୋଙ୍କ ୭୭ ବର୍ଷୀୟା ନଣନ୍ଦ ମଧ୍ୟ ଚାନ୍ଦ୍ରୋଙ୍କ ପଦଚିହ୍ନ ଅନୁସରଣ କରୁଛନ୍ତି । ସେ ମଧ୍ୟ କିଛି କମ ନୁହନ୍ତି। ଭାରତୀୟ ଖେଳ ପ୍ରାଧିକରଣର ରେଞ୍ଜ କୋଚ ହିନ୍ଦୁସ୍ଥାନ ଟାଇମସକୁ କୁହନ୍ତି ସେ ଥରେ ସେଠାକାର ପୋଲିସ ଉପ-ଅଧିକ୍ଷକଙ୍କୁ ମଧ୍ୟ ପିସ୍ତଲ ଚଲେଇବାରେ ହରାଇଦେଇଥିଲେ।