ଲେହ ରେ ରହୁଥିବା ୫୦ ବର୍ଷ ବୟସ୍କ ଇଞ୍ଜିନିୟର ସୋନମ ୱାଙ୍ଗଚୁକ ସେ ଅଞ୍ଚଳରେ ନିଜ ନାମ ବା ପେସା ଦ୍ଵାରା ନୁହେଁ ବରଂ 3 Idiotsରେ ଆମୀର ଖାନ ନିଭେଇଥିବା ଥିବା ଚରିତ୍ର ‘ଫୂନସୁଖ ୱାଙ୍ଗଡୁ’ ପାଇଁ ପ୍ରେରଣା ହେଇଥିବାରୁ ପ୍ରସିଦ୍ଧ।
ସୋନମ, ବିଶ୍ଵର ଆଉ ଚାରିଜଣ ଇନୋଭେଟରଙ୍କ ସହ ରୋଲେକ୍ସ ଉଦ୍ଯୋଗ ଆୱାର୍ଡ ୨୦୧୬ରେ ପୁରସ୍କୃତ ହେଇଛନ୍ତି। ଗତ ମଙ୍ଗଳବାର ଦିନ ଲସ ଏଞ୍ଜେଲେସ ଠାରେ ସୋନମ ଏହି ଆୱାର୍ଡ ଗ୍ରହଣ କରିଥିଲେ (NDTVର ରିପୋର୍ଟ ଅନୁସାରେ)। ସେ ‘ବରଫ ସ୍ତୂପ’ ନିର୍ମାଣ କରିଥିବାରୁ ଏହି ଆୱାର୍ଡ ପାଇଁ ମନୋନୀତ ହେଇଥିଲେ। ଏହି ବରଫ ସ୍ତୂପ ଗୁଡିକ କୃତ୍ରିମ ହିମଗିରି ଭଳି କାମ କରୁଛି ଓ ଲଦାଖର ଶୁଷ୍କ ଅଞ୍ଚଳ ଗୁଡ଼ିକରେ ଜଳାଭାବ ଦୂରୀକରଣରେ ଅନେକ ମାତ୍ରାରେ ସାହାଯ୍ୟ କରୁଛି।
ଲଦାଖର ବାସିନ୍ଦା ମାନେ ଜୀବନଜୀବିକା ପାଇଁ ମୁଖ୍ଯତଃ କୃଷି ଉପରେ ନିର୍ଭର କରିଥାନ୍ତି। କିନ୍ତୁ କିଛି ଦଶନ୍ଧି ଠାରୁ ପାଗ ପରିବର୍ତ୍ତନ ନିମନ୍ତେ ଅନେକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ସୋନମ ଗଢିଛନ୍ତି ବରଫ ସ୍ତୂପ, ଯାହା ୪୦ ମିଟର ଉଚ୍ଚତା ବିଶିଷ୍ଠ ପାହାଡ଼ ମଧ୍ୟରେ ଶୀତକାଳୀନ ଜଳକୁ ନିଜ ମଧ୍ୟରେ ସଞ୍ଚୟ କରି ରଖିପାରିବ। ଏହା ସାହାଯ୍ୟରେ ୧୦ ହେକ୍ଟର ଜମି ଜଳସେଚିତ ହେଇପାରିବ।
ସୋନମଙ୍କ ପ୍ରୋଜେକ୍ଟ ଆରମ୍ଭ ହେଇଥିଲା ଦୁଇ ବର୍ଷ ପୂର୍ବେ। ଆଜି ଟାଙ୍ଗରା ଭୁଇଁର ରଙ୍ଗ ସବୁଜ ପାଲଟିଛି ଓ ସେ ଅଞ୍ଚଳର ଭୂତଳ ଜଳର ମାତ୍ରା ମଧ୍ୟ ବଢିଛି। ସୋନମ Indian Expressକୁ କୁହନ୍ତି, “ମୁଁ ଏପରି କିଛି ବୈପ୍ଳବିକ ପଦକ୍ଷେପ ନେଇନାହିଁ। ନବମ ଶ୍ରେଣୀର ପଢା ବହିରେ ଥିବା ବିଜ୍ଞାନକୁ କାମରେ ଲଗାଉଛି ମାତ୍ର। ଆମ ପରି ପାହାଡିଆ ଲୋକଙ୍କୁ ନୂଆଁ ନୂଆଁ ଉପାୟ ବାହାର କରି ପ୍ରକୃତି ସହ କାମ କରିବାକୁ ପଡ଼ିବ, ପ୍ରକୃତି ବିରୁଦ୍ଧରେ ଯାଇ ନୁହେଁ। “
Related Stories
December 24, 2016
December 24, 2016
December 24, 2016
December 24, 2016
Stories by Team Odia
December 24, 2016
December 24, 2016
December 24, 2016
December 24, 2016