ସରକାରୀ ଚାକିରୀ କରୁଥିଲେ ହରିଶ ଧନଦେବ। ତେବେ ଚାକିରୀରେ ସେତେ ଖୁସି ନ ଥିଲେ। ଚାଷୀ ପରିବାରରେ ଜନ୍ମ ତାଙ୍କର। ତାଙ୍କ ମନ ବି ଚାଷ ଆଡ଼େ ବେଶି ଥିଲା। ଦିଲ୍ଲୀରେ ହେଉଥିବା ଆଗ୍ରି-ଏକ୍ସପୋ ବୋଲି ଏକ ମେଳା ବୁଲିଯାଇଥିଲେ। ସେଇ ମେଳା ହିଁ ତାଙ୍କ ଜୀବନର ଗତି ବଦଳାଇଦେଇଥିଲା। ଚାକିରୀ ଛାଡ଼ି ସେ ନିଜର ୧୨୦ ଏକରର ଚାଷଜମିରେ ଆଲୋଭେରା ବା ଘିକୁଆଁରୀ ଚାଷ କରିବା ଆରମ୍ଭ କଲେ।
Times Of Indiaର ଏକ ରିପୋର୍ଟ ଅନୁସାରେ ହରିଶଙ୍କର ମୋଟ ବାର୍ଷିକ ଆୟ ବର୍ତ୍ତମାନ ୧.୫ କୋଟିରୁ ୨ କୋଟି ମଧ୍ୟରେ। ସେ ରାଜସ୍ଥାନ ଜୟସେଲମେର ଠାରୁ ୪୫ କିଲୋମିଟର ଦୂରରେ ଥିବା ଦହିସର ଠାରେ ‘Naturelo Agro’ ନାମରେ ନିଜର କମ୍ପାନୀ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏହି ମରୁଭୁମି ଅଞ୍ଚଳରେ ଚାଷ ହେଉଥିବା ଘିକୁଆଁରୀ ବହୁଳ ମାତ୍ରାରେ ପତଞ୍ଜଳି ଫୁଡ ପ୍ରଡକ୍ଟକୁ ପଠାଯାଉଛି। ଏହି ଆଲୋଭେରା ରୁ ପ୍ରସ୍ତୁତ ହେଉଛି ପତଞ୍ଜଳିର ଆଲୋଭେରା ରସ।
ଏହି ଅଞ୍ଚଳରେ ହେଉଥିବା ଆଲୋଭେରା ଖୁବ ଉନ୍ନତ ମାନର ହେଇଥିବାରୁ ତା’ର ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଚାହିଦା ରହିଛି। ପତଞ୍ଜଳିରେ ଥିବା ବିଶେଷଜ୍ଞ ମାନେ ଏହାର ବେଶ ପସନ୍ଦ କରିଥିଲେ ଏବଂ ତୁରନ୍ତ ତାଙ୍କର ଅର୍ଡର ଦେଇଦେଇଥିଲେ।
ଧନଦେବଙ୍କର ଉଦ୍ୟମ ତାଙ୍କ ପାଇଁ ସୁଫଳ ଆଣିଛି। ଜୟସେଲମେର ପୌର ନିଗମରେ କନିଷ୍ଠ ଯନ୍ତ୍ରୀ ଭାବେ ସେ ନିଯୁକ୍ତି ପାଇଥିଲେ ସତ କିନ୍ତୁ ମନ ସବୁବେଳେ ଚାଷରେ ଥିଲା। ତାଙ୍କର ଜମି ଥିଲା, ପାଣିର ସୁବିଧା ଥିଲା କିନ୍ତୁ କଣ ଚାଷ କରିବେ ସେ ନେଇ ସନ୍ଦିହାନ ଥିଲେ। କୃଷି ମେଳା ଯିବା ପରେ ସେ ନିଜ ଜମିରେ ଆଲୋଭେରା ସହ ଅଁଳା ଓ ଗୁଣ୍ଡା ଚାଷ କରିବେ ବୋଲି ଭାବିଲେ। ମରୁଭୁମି ଅଞ୍ଚଳରେ ପ୍ରାୟତଃ ବାଜରା ଗହମ, ମୁଗ ଓ ସୋରିଷ ଇତ୍ୟାଦି ଚାଷ ହେଇଥାଏ। କିନ୍ତୁ ସେ କିଛି ଅଲଗା କରିବେ ବୋଲି ଚିନ୍ତା କଲେ। ସେ ‘babie densis’ ବୋଲି ଏକ ପ୍ରକାରର ଆଲୋଭେରା ଚାଷ କରିବାର ଯୋଜନା କଲେ। ଏହି ବିଶେଷ ପ୍ରକାରର ଆଲୋଭେରାର ଗୁଣବତ୍ତାର ମାନ ଏତେ ଭଲ ଯେ ବ୍ରାଜିଲ, ହଙ୍ଗକଙ୍ଗ ଓ ଆମେରିକାରେ ମଧ୍ୟ ଏହାର ବହୁତ ଚାହିଦା ରହୁଛି। ପ୍ରଥମେ ସେ ପ୍ରାୟ ୮୦,୦୦୦ ଚାରା ଲାଗାଇଲେ। ଏବେ ବଢି ସେ ସଂଖ୍ୟା ୭ ଲକ୍ଷରେ ଆସି ପହଞ୍ଚିଛି। ସେ କୁହନ୍ତି ଗତ ଚାରି ମାସ ମଧ୍ୟରେ ସେ ୧୨୫-୧୫୦ ଟନ ପର୍ଯ୍ଯନ୍ତ ଆଲୋଭେରା ମଣ୍ଡ ହରିଦ୍ଵାରରେ ଥିବା ପତଞ୍ଜଳିର କାରଖାନାକୁ ପଠାଇ ସାରିଛନ୍ତି।
Related Stories
January 30, 2017
January 30, 2017
January 30, 2017
January 30, 2017
Stories by Team Odia
January 30, 2017
January 30, 2017
January 30, 2017
January 30, 2017