ଶାଢୀ ଆନ୍ଦୋଳନକୁ ଦେଉଛି ନୂଆ ରୂପ #100SareePact

ଶାଢୀ ଆନ୍ଦୋଳନକୁ ଦେଉଛି ନୂଆ ରୂପ #100SareePact

Friday April 22, 2016,

2 min Read

ଜୀବନର ପ୍ରତ୍ୟେକଟି ତତ୍ଵ ସହ ଜଡିତ ଏକ କାହାଣୀ। ସେ ତେଣିକି ଗୋଟିଏ ମୂହୁର୍ତ୍ତ ହେଉ ବା ଏକ ବିଶେଷ ଦିନ ହେଇଥାଉ ବା ଏକ ଖାଦ୍ଯ, ଗହଣା ନହେଲେ ଶାଢୀ। ବାସ କେବଳ ଦରକାର ନିଜ ମନକୁ ଓ ସ୍ମୃତିର ସେଇ ଆଲବମକୁ ଖେଳେଇବାର ଓ ଛୋଟ ଛୋଟ ବସ୍ତୁ ବି ପାଲଟିଯାଏ ଗୋଟେ କାହାଣୀର ପୁଡିଆ, ସେଇ ସ୍ମୃତିର ମ୍ୟାଜିକ ଛୁଆଁ ରେ। ଠିକ ସେମିତି କିଛି ମ୍ୟାଜିକ ନେଇଆସିଛି #100SareePact। ଶାଢୀର ସୌନ୍ଦର୍ଯ୍ୟ ସହ କିଛି ସ୍ମୃତିର ମ୍ୟାଜିକ। 

image


ଭାରତୀୟ ବେଶଭୂଷାରେ ଶାଢୀର ପରିଚୟ ସ୍ୱତନ୍ତ୍ର । ଶାଢୀ ଓ ସିନ୍ଦୂର ପିନ୍ଧା ମହିଳାଙ୍କୁ ଦେଖିଲେ ସମ୍ମାନରେ ମୁଣ୍ଡ ନଇଁ ଆସେ । ପରିବର୍ତ୍ତିତ ସମୟ ସାଙ୍ଗରେ ଆଉ କର୍ମଜୀବୀ ମହିଳାଙ୍କ ସମୟର ସ୍ୱଳ୍ପତା ଭିତରେ ହୁଏତ କିଛିଟା ଫିକା ପଡ଼ି ଆସିଥିଲା ଶାଢୀ । ଏବେ କିନ୍ତୁ ସେଇ ଆନ୍ଦୋଳନକୁ ବ୍ୟାପକ ରୂପ ଦେଉଛି- #100SareePact ।

ଘଟଣାଟି ଆରମ୍ଭ ହୋଇଥିଲା ଏମିତି । ଦୁଇ ମହିଳା ବନ୍ଧୁ ଶାଢୀ ପିନ୍ଧାକୁ ନେଇ ନିଜ ଭିତରେ କିଛି କଥା ହେଉଥିଲେ । ସୋସିଆଲ୍ ମିଡ଼ିଆରେ ଫଟୋ ବି ଛାଡ଼ୁଥିଲେ । ହେଲେ ଅଚାନକ ତାହା ବଢିଗଲା । ତା’ର ପରିଧି ନେଲା ବ୍ୟାପକ ରୂପ । #100SareePactରେ ଏବେମହିଳାମାନେ ନିଜ ଶାଢୀ ପିନ୍ଧା ଫଟୋ ଛାଡ଼ୁଛନ୍ତି । ଦିନକୁ ଦିନ ଏହା ବଢିବାରେ ଲାଗିଛି ।

ଦକ୍ଷିଣ ଭାରତୀୟ ସହର ବେଙ୍ଗାଲୁରୁର ଦୁଇ ମହିଳା ଉଦ୍ୟୋଗୀ ଆଲି ମାଲଥାନ୍ ଏବଂ ଅଂଜୁ ମୌଦଗଲ୍ କଦମ୍ ନିଜ ବ୍ୟସ୍ତବହୁଳ ଜୀବନରେ ଶାଢୀ ପିନ୍ଧି ପାରୁ ନଥିଲେ । ତେଣୁ, ସେମାନେ ଠିକ କଲେ - ସପ୍ତାହକୁ ଦୁଇ ଥର ଯାହା ହେଲେ ବି ଶାଢୀ ପିନ୍ଧିବେ । ଅର୍ଥାତ୍ ବର୍ଷକୁ ୧୦୦ ଥର । ସେଇ ଅନୁସାରେ ସେମାନେ ନିଜର ଶାଢୀ ପିନ୍ଧା ଫୋଟୋ ସୋସିଆଲ୍ ମିଡ଼ିଆ ଟ୍ୱିଟର୍ ଓ ଫେସବୁକରେ ଛାଡ଼ିଥିଲେ । #100SareePact ହାସଟ୍ୟାଗ ଦେଇଥିଲେ । ଆଉ ଏବେ ସେଇ ହାସଟ୍ୟାଗରେ ହଜାର ହଜାର ଫଟୋ ସୋସିଆଲ୍ ମିଡ଼ିଆରେ ଛାଇ ଯାଇଛି ।

କଦମ୍ ଙ୍କ କହିବା ଅନୁସାରେ- 

ପ୍ରତିଟି ଶାଢୀର ମହତ୍ୱ ଅଲଗା । ପ୍ରତିଟି ଶାଢୀ କୌଣସି ଏକ ଉତ୍ସବ ବା ପରଂପରା ସହ ଜଡ଼ିତ । ତାହା ଏକ ସଜଳ ସ୍ମୃତି । ପୁଣି ଶାଢୀ ପିନ୍ଧା ନାରୀ ଜଣକ ସତରେ ଭାରୀ ସୁନ୍ଦରି ଲାଗେ । ସେଥିପାଇଁ ଗଲା ମାର୍ଚ୍ଚରେ ଆମେ ଏମିତି ନିଷ୍ପତି ନେଇଥିଲୁ ।
image


କୌଣସି ରାଜନୈତିକ ଘଟଣାବଳୀ ନୁହେଁ । ବରଂ ଆମେ କେବଳ ଶାଢୀ ପିନ୍ଧାକୁ ଯାହା ପ୍ରୋତ୍ସାହିତ କରିଛୁ । ଦକ୍ଷିଣ ଏସୀୟ ମହିଳାଙ୍କ ପରିଚୟ ଶାଢୀ । ଆଉ ଭାରତୀୟ ସଂସାରରୁ ଶାଢୀ କେବେ ହଜି ହିଁ ନଥିଲା- ବୋଲି କଦମ୍ କୁହନ୍ତି ।

image


#100SareePactରେ ମହିଳାମାନେ ନିଜ ଶାଢୀ ପିନ୍ଧା ଫଟୋ ସହିତ ଏହା ପଛର କାହାଣୀ ବି ଲେଖି ପଠାଉଛନ୍ତି । ଯେମିତି - ନାଲି ଏବଂ ହଳଦିଆ ଶାଢୀ ପରିହିତା ସ୍ମିତା ତ୍ରିପାଠୀଙ୍କ କହିବା ଅନୁସାରେ, ଏଇ ଶାଢୀଟି ସତରେ ସ୍ୱତନ୍ତ୍ର । କାରଣ ତା’କୁ ମୋ ପୁଅ ଆର୍ଯ୍ୟାନ୍ ୬ ବର୍ଷର ହୋଇଥିଲା ବେଳେ ବାଛିଥିଲା ।

image


ଏବେ ବେଙ୍ଗାଲୁରୁର ସେହି ଦୁଇ ମହିଳାବନ୍ଧୁ ଅନ୍ୟମାନଙ୍କୁ ଶାଢୀ ପିନ୍ଧା ପଛର କାହାଣୀ ଲେଖିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ ଏକ ୱେବସାଇଟରେ ପୋଷ୍ଟ ମଧ୍ୟ କରୁଛନ୍ତି ।

ୱେବସାଇଟ - http://100sareepact.com/