ଛାତ୍ର, ଅବସରପ୍ରାପ୍ତ ବ୍ୟକ୍ତି ଓ ମୁକ୍ତବୃତ୍ତିଧାରୀଙ୍କୁ ସାମୟିକ କର୍ମସଂସ୍ଥାନ ଦେଉଛି ମୁମ୍ବାଇର Mykindofjob

ଛାତ୍ର, ଅବସରପ୍ରାପ୍ତ ବ୍ୟକ୍ତି ଓ ମୁକ୍ତବୃତ୍ତିଧାରୀଙ୍କୁ ସାମୟିକ କର୍ମସଂସ୍ଥାନ ଦେଉଛି ମୁମ୍ବାଇର Mykindofjob

Friday January 01, 2016,

2 min Read

ଯଦି ଆପଣ ପକେଟ୍ ଖର୍ଚ୍ଚ ପାଇଁ କାମ ଖୋଜୁଥିବା ଛାତ୍ର ବା ଅବସର ପରେ କାମ ଖୋଜିଥିବା ବରିଷ୍ଠ ନାଗରିକ ତେବେ ଆପଣଙ୍କ ପାଇଁ ସବୁବେଳେ ପାର୍ଟ-ଟାଇମ୍ କାମର ସୁଯୋଗ ରହିଛି । ନିଜ ସୁବିଧା ସମୟରେ କାମ କରିବାକୁ ଇଛୁକ ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବୃତ୍ତିଧାରୀ ଅଙ୍କିତ ବଂସଲ ଚଳିତ ବର୍ଷ ଜୁଲାଇରେ Mykindofjob ନାମରେ ଏକ ଅନ୍ଲାଇନ୍ ବଜାର ଆରମ୍ଭ କରିଛନ୍ତି ।

image


ଏଥିରେ ଛାତ୍ର, ମା’ ଓ ଅବସରପ୍ରାପ୍ତ ଲୋକଙ୍କ ଲାଗି ବିଭିନ୍ନ ପ୍ରକାର କାମ ରହିଛି । ଫ୍ରିଲାନ୍ସର (ମୁକ୍ତବୃତ୍ତିଧାରୀ)ଙ୍କ ପାଇଁ ବି ଏଥିରେ ସୁଯୋଗ ରହିଛି । ଯେଉଁମାନେ ନିଜର ବ୍ୟବସାୟ ବା କମ୍ପାନି ଆରମ୍ଭ କରିଛନ୍ତି ଅଥଚ ସେମାନଙ୍କର ସେବାକୁ କିଣିବା ପାଇଁ ଗ୍ରାହକ ପାଉନାହାନ୍ତି, ସେମାନେ ମଧ୍ୟ ଏ ୱେବସାଇଟର ଲାଭ ଉଠାଇ ପାରିବେ ।

Mykindofjobର ସିଇଓ ଅଙ୍କିତ ବଂଶଲ କହନ୍ତି, "ତେବେ, ଏହା କେବଳ ଏକ ଜବ୍ ପୋର୍ଟାଲ ନୁହେଁ । ସମମନସ୍କ ଲୋକଙ୍କୁ ଏକାଠି କରିବାର ଏହା ଏକ ମାଧ୍ୟମ । ନିଯୁକ୍ତିଦାତା ଖୋଜିବା, ନିଜର ବ୍ୟବସାୟ ବଢ଼ାଇବା, ଅନୁଭୂତି ବାଣ୍ଟିବା, ନିଜ ବ୍ୟକ୍ତିଗତ କୌଶଳ ପାଇଁ ଉପଯୁକ୍ତ କ୍ଷେତ୍ର ସନ୍ଧାନ କରିବା ଆଦି ବିବିଧ କାର୍ଯ୍ୟ ପାଇଁ ଏହା ଏକ ସରଳ ମାଧ୍ୟମ । ଅନ୍ୟପଟେ କର୍ପୋରେଟ୍ ସଂସ୍ଥା ଏଥିରେ ଗୋଟିଏ ଜାଗାରେ ବିବିଧ କୌଶଳଧାରୀ ବ୍ୟକ୍ତିଙ୍କୁ ପାଇପାରିବେ।"

ତେବେ ଏ ଉଦ୍ୟମଟି ଏବେ ସୀମିତ ରହିଛି, କାରଣ ଏବେ ବି ଏହା ବାହ୍ୟ ଅର୍ଥ ଅନୁଦାନ(ଫଣ୍ଡିଂ) ଅପେକ୍ଷାରେ ରହିଛି । ତେବେ ମାତ୍ର ତିନିମାସ ଭିତରେ ୧୦୦ରୁ ଅଧିକ କର୍ପୋରେଟ୍ ଓ ୫୦୦୦ରୁ ଅଧିକ ବ୍ୟବହାରକାରୀ ଏଥି ସହ ପଞ୍ଜିକୃତ ହୋଇଛନ୍ତି । ବ୍ୟବହାରକାରୀଙ୍କ ପାଇଁ ପଞ୍ଜୀକରଣ ମାଗଣା ଥିବା ବେଳେ କର୍ପୋରେଟଙ୍କୁ ଦେୟ ଦେବାକୁ ପଡ଼ୁଛି ।

ନିଜ ଅନୁଷ୍ଠାନର ଅଗ୍ରଗତି ଠଉରେଇ ଅଙ୍କିତ କହନ୍ତି, ଆଗାମୀ ୨-୩ ବର୍ଷ ମଧ୍ୟରେ ସେ ଅତି କମରେ ଏକ ଲକ୍ଷ ଅତରିକ୍ତ କର୍ମସଂସ୍ଥାନ ସୃଷ୍ଟି କରିବାରେ ସଫଳ ହେବେ । ମୁମ୍ବାଇରେ ସଫଳ ହେବା ପରେ ସେ ଦେଶର ଅନ୍ୟ ସହରରେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିବେ ବୋଲି କହିଛନ୍ତି ।

"ଆମେ ଅଧିକରୁ ଅଧିକ ସହରକୁ ଯାଇ ଅଧିକରୁ ଅଧିକ ଜୀବନକୁ ପ୍ରଭାବିତ କରିବାର ଯୋଜନା କରିଛୁ । ପ୍ରକାରାନ୍ତରେ ଆମେ ଏକ ବିଶ୍ୱବ୍ୟପୀ କମ୍ପାନି ଭାବେ ନିଜକୁ ଦେଖିବାକୁ ଚାହୁଁଛୁ ।"

ବଜାର ଓ ପ୍ରତିଯୋଗିତା

ଅନଲାଇନ ମାନବସମ୍ବଳ ବଜାର ଏବେ ୩ ବିଲିଅନ୍ ଡଲାରରୁ ଅଧିକ ବଡ଼ ବୋଲି ଆକଳନ କରାଯାଉଛି । LinkedIn, Monster.com, Naukri.com ଓ Timesjobs.com ଭଳି ବଡ଼ ବଡ଼ ସଂସ୍ଥା ଏବେ ବଜାରକୁ ମାଡ଼ି ବସିଛନ୍ତି । ଅଙ୍କିତଙ୍କ Mykindofjobକୁ ମାତ୍ ଦେଲା ଭଳି ବହୁ ପୋର୍ଟାଲ ଭାରତରେ ରହିଛି ।

ଅଙ୍କିତ କହନ୍ତି, ନୂଆ ସଂସ୍ଥା ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି, ଅଧିକରୁ ଅଧିକ ଲୋକଙ୍କୁ ଯଥାସମ୍ଭବ ଶୀଘ୍ର ନିଜ ଆଡ଼କୁ ଆକୃଷ୍ଟ କରିବା । ଡିଜିଟାଲ, ସୋସିଆଲ ଓ ଅଫଲାଇନରେ ନିଜର ମାର୍କେଟିଂ ପାଇଁ ସେ ଉଦ୍ୟମ କରୁଛନ୍ତି।

‘ଆମର ଯେଭଳି ବିବଧତା ରହିଛି, ସେ ଦୃଷ୍ଟିରୁ ଦେଖିଲେ ଆମର କେହି ପ୍ରତିଯୋଗୀ ନାହାନ୍ତି । ଆମର ନୂଆ ପ୍ରଚାର ଉଦ୍ୟମ ଆଗାମୀ କିଛିମାସରେ ଆମ ଭିତ୍ତିଭୂଇଁକୁ ଅଧିକ ଶକ୍ତ କରିବ ବୋଲି ଆଶା ।’

ୱେବସାଇଟ

ମୂଳ ଲେଖା - ତଉସିଫ ଅସଲମ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା