ଜାନୁଆରି ୧୬ରେ Start-Up Indiaର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଜାନୁଆରି ୧୬ରେ Start-Up Indiaର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

Tuesday January 05, 2016,

3 min Read

ନୂଆଦିଲ୍ଲୀରେ ୨୦୧୬ ମସିହା ଜାନୁଆରି ୧୬ ତାରିଖରେ ଶୁଭାରମ୍ଭ ହେବାକୁ ଥିବା ଭାରତ ସରକାରଙ୍କ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଆନ୍ଦୋଳନରେ ସହଭାଗୀ ହେବାର ଗୌରବ ଅର୍ଜନ କରିଛି ୟୋରଷ୍ଟୋରି ।

image


ଦେଶର ଯୁବକମାନଙ୍କ ମଧ୍ୟରେ ଥିବା ଔଦ୍ୟୋଗିକ ଉଦ୍ଦୀପନାର ଉତ୍ସବ ପାଳନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଏବଂ ଏଥିରେ ସାରା ଦେଶର ପ୍ରମୁଖ ଷ୍ଟାର୍ଟଅପଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତା(୧୫୦୦ରୁ ଅଧିକ ଜଣ) ଯୋଗଦେବେ । କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଷ୍ଟାର୍ଟଅପ୍ ଇଣ୍ଡିଆ’ର ଆନୁଷ୍ଠାନିକ ଶୁଭାରମ୍ଭ କରିବା ସହ ଷ୍ଟାର୍ଟଅପ୍ ଆକ୍ସନ୍ ପ୍ଲାନ୍ ଉନ୍ମୋଚନ କରିବେ ।

୨୦୧୬ ଜାନୁଆରି ୧୬ ତାରିଖ ପୂର୍ବାହ୍ନ ୯ଟା ୩୦ରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଉଦ୍ଘାଟନ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।

image


ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଉଦ୍ୟୋଗୀପଣ ଉପରେ ବିରାମହୀନ ବିଶ୍ୱସ୍ତରୀୟ କର୍ମଶାଳା ଜାରି ରହିବ ଏବଂ ନିମ୍ନପ୍ରଦତ୍ତ ବିଷୟ ଆଦି ଉପରେ ଆଲୋଚନା ହେବ:

• Unleashing Entrepreneurship and Innovation: What do Indian Startups Need to Grow and Prosper

• Celebrating Women: Stories of Innovative Women Entrepreneurs

• How digitization will change India’s future

• Making Indian Healthcare Leapfrog

• Financial inclusion is within reach

Show Me the Money: How do we Capitalize Entrepreneurship? ବିଷୟ କୁ ନେଇ ଏକ ସଂପାନରେ ଅଧ୍ୟକ୍ଷତା କରିବେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା । Face-to-face with Policy makers ଶୀର୍ଷକ ଏକ ଭିନ୍ନ ଶୈଳୀର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରମୁଖ ମନ୍ତ୍ରାଳୟର ସଚିବମାନେ ଷ୍ଟାର୍ଟଅପ୍ ଲାଗି ସରକାର କିଭଳି ବାତାବରଣ ଯୋଗାଇ ଦେଉଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୋକ୍ତି ବାଢ଼ିବେ ।

କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଷ୍ଟାର୍ଟଅପ୍ ବିକାଶ ଲାଗି ସୁସ୍ଥ ବାତାବରଣ ସୃଷ୍ଟି ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ପଷ୍ଟ କରିବା । ଏ ସଂପାନରେ ରାଜସ୍ଵ, ମାନବସମ୍ବଳ ବିକାଶ, କର୍ପୋରେଟ୍ ବ୍ୟାପାର, ଅର୍ଥ ସେବା, ଆର୍ଥନୀତିକ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତି, ଜୈବପ୍ରଯୁକ୍ତି, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ବିଭାଗର ସଚିବମାନେ ଯୋଗଦେବେ । ଏଥିସହ ଏହି ସଂପାନରେ ସିକ୍ୟୁରିଟିଜ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ(SEBI) ଓ ସ୍ମଲ ଇଣ୍ଡଷ୍ଟ୍ରିଜ୍ ଡେଭେଲପମେଣ୍ଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SIDBI)ର ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ ।

ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଶ୍ରୀ ମାସାୟୋସି ସନ୍(ପ୍ରତିଷ୍ଠାତା ସିଇଓ, ସଫ୍ଟବ୍ୟାଙ୍କ), ଶ୍ରୀ ଟ୍ରାଭିସ୍ କାଲାନିକ୍(ପ୍ରତିଷ୍ଠାତା, ଉବର୍) ଏବଂ ଆଡାମ୍ ନୁଏମାନ୍(ପ୍ରତିଷ୍ଠାତା, ୱିୱର୍କ)ଙ୍କ ଭଳି ବିଶ୍ୱସ୍ତରୀୟ ବ୍ୟବସାୟ ନେତୃତ୍ୱ ଓ ପୁଞ୍ଜିପତିମାନେ ଯୋଗଦେବେ । ସିଲିକନ୍ ଭାଲିର ୪୦ରୁ ଉଧ୍ୱର୍ ଷ୍ଟାର୍ଟଅପ୍ ସିଇଓ ଓ ପ୍ରତିଷ୍ଠାତା, ପୁଞ୍ଜିପତି ଓ ଆେଞ୍ଜଲ ନିବେଶକାରୀ ଏଥିରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେବେ ଏବଂ ପ୍ରଶ୍ନୋତ୍ତରୀ ସଂପାନରେ ବି ଭାଗନେବେ ।

Launchpad Accelerator ଶୀର୍ଷକ ଏକ ଅଭିନବ ସଂପାନ ଆୟୋଜନ କରିବ ଗୁଗଲ୍ । ଷ୍ଟାର୍ଟଅପ୍ ଫଣ୍ଡିଂ ବାବଦରେ ନିଜର ମତ ବାଣ୍ଟିବେ ସଫ୍ଟବ୍ୟାଙ୍କର ସଭାପତି ତଥା ସିଓଓ ନିକେଶ ଅରୋରା । ଏ ଅବସରରେ ଭାରତରେ ଷ୍ଟାର୍ଟଅପମାନଙ୍କ ଦ୍ୱାରା ହୋଇଥିବା କିଛି ସ୍ଵତନ୍ତ୍ର ଓ ଅଭିନବ କାମକୁ ନେଇ ଏକ ଭର୍ଚୁଆଲ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି ।

ଗତ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରାକ୍ ଆଭାସ ମୁତାବକ କାର୍ଯ୍ୟକ୍ରମର ଏକ ଅଂଗ ଭାବେ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ର ସମ୍ପୂର୍ଣ ଆକ୍ସନ୍ ପ୍ଲାନ୍ ଉନ୍ମୋଚିତ ହେବ । ଦେଶରେ ଷ୍ଟାର୍ଟଅପମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର କି ପଦକ୍ଷେପ ନେଇଛନ୍ତି ଓ କ’ଣ ଯୋଜନା ସବୁ ରଖିଛନ୍ତି, ଏସବୁର ପୁର୍ଣାଙ୍ଗ ସୂଚନା ଏହି ପ୍ଲାନରେ ରହିବ ।

ଦେଶରେ ଷ୍ଟାର୍ଟଅପ୍ ପରମ୍ପରାକୁ ଉତ୍ସାହିତ କରିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି, ଆଇଆଇଆଇଟି ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ୩୫୦ରୁ ଅଧିକ ଜିଲ୍ଲାରେ ଯୁବ ଗୋଷ୍ଠୀଙ୍କ ପାଇଁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରଦର୍ଶିତ କରାଯିବ ।

ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ(DIPP) ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରୁଛି । ଏଥିରେ Invest India, iSpirt,YourStory, NASSCOM, SheThePeople.tv, Kairos Society ସମେତ FICCI ଓ CIIର ଯୁବଶାଖା ସହଭାଗୀ ଅଛନ୍ତି ।

ଭାଷାନ୍ତର: ଶୁଭ୍ରାଂଶୁ ପଣ୍ଡା