ଝିଅ ଜନ୍ମ ହେଲେ ଉପହାର ବାଂଟୁଛନ୍ତି ଏହି ଗୁଜୁରାତି ଦମ୍ପତି

ଝିଅ ଜନ୍ମ ହେଲେ ଉପହାର ବାଂଟୁଛନ୍ତି ଏହି ଗୁଜୁରାତି ଦମ୍ପତି

Monday January 25, 2016,

3 min Read

ଜନ୍ମ ହେବା ପୂର୍ବରୁ ଝିଅକୁ ମାରି ଦେବା ଭାରତରେ ଏକ ସାଧାରଣ ଘଟଣା । ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସତ୍ୱେ ଲୋକମାନେ ଝିଅଟିଏକୁ ଜନ୍ମ ଦେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିନ୍ତୁ ସମାଜରେ ଏଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ ଝିଅଟିଏ ଜନ୍ମ ହେଲେ ବହୁତ ଖୁସିି ହୋଇ ଯାଆନ୍ତି । ଝିଅମାନଙ୍କୁ ଜନ୍ମ ପୂର୍ବରୁ କିମ୍ବା ପରେ ମାରି ଦେଉଥିବା ଲୋକମାନଙ୍କ ପାଇଁ ଗୁଜୁରାଟର ଏହି ଦମ୍ପତି ଏଭଳି ଉଦାହରଣ ସୃଷ୍ଟି କରିଛନ୍ତି ଯାହାକୁ ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଦମ୍ପତି ସହରରେ ଯେଉଁ କୌଣସି ସ୍ଥାନରେ ଝିଅ ଜନ୍ମ ହେଲେ ତାଙ୍କୁ ସ୍ୱାଗତ କରିବା ପାଇଁ ଉପହାର ଧରି ପହଂଚି ଯାଆନ୍ତି ।

ଗୁଜୁରାଟର ନରୋଦା ସହରର ବାସିନ୍ଦା ହେଉଛନ୍ତି ସଂଜୟ ଜାନି । ତାଙ୍କ ପତ୍ନୀ ଓ ଦୁଇ ଯାଆଁଳା ଝିଅ ସେଦିନ ଅନେକ ଗୁଡ଼ିଏ ଉପହାର ପ୍ୟାକେଟ୍ ଘରେ ବସି ପ୍ରସ୍ତୁତ କରୁଥିଲେ । କିଏ ଛୋଟ ପିଲାଙ୍କ ପାଇଁ ଥିବା ପୋଷାକର ପ୍ୟାକେଟ୍ ପ୍ରସ୍ତୁତ କରୁଥିଲା ତ ଆଉ କିଏ ଛୋଟ ପିଲାଙ୍କ ଜୋତା, ସେମାନେ ବ୍ୟବହାର କରୁଥିବା ସାବୁନ ପାଉଡର, କିଏ ଗ୍ଲୋଭ୍ସ ତ ଆଉ କିଏ ଟାୱେଲର ପ୍ୟାକେଟ୍ ପ୍ରସ୍ତୁତ କରୁଥିଲେ ।

image


ପରଦିନ ସହରର ୪୪ଟି ଡାକ୍ତରଖାନାରେ ଜନ୍ମ ହେବାକୁ ଥିବା ଶିଶୁମାନଙ୍କୁ ପୃଥିବୀ ପୃଷ୍ଠକୁ ସ୍ୱାଗତ କରିବା ପାଇଁ ଏହି ଉପହାର ପ୍ୟାକେଟଗୁଡ଼ିକୁ ପ୍ରସ୍ତୁତ କରାଯାଉଥିଲା । ସଂଜୟଙ୍କ ଦୁଇ ଯାଆଁଳା ଝିଅଙ୍କୁ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ଆମେ କାଲି ଜନ୍ମ ହେବାକୁ ଥିବା ଶିଶୁମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି । ଏହିଭଳି ଭାବେ ସଂଜୟ ବାଳିକାଙ୍କ ଜନ୍ମକୁ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ।

୫୦ ବର୍ଷୀୟ ସଂଜୟ କହିଛନ୍ତି ଯେ ୧୨ ବର୍ଷ ତଳେ ତାଙ୍କର ଦୁଇ ଯାଆଁଳା ଝିଅ ପ୍ରାଞ୍ଜଳ ଓ ପ୍ରାତ୍ୱୀ ହସପିଟାଲରେ ଜନ୍ମ ହୋଇଥିଲେ । ସେମାନଙ୍କ ଜନ୍ମରେ ସଂଜୟ ଏତେ ଖୁସି ହୋଇଯାଇଥିଲେ ଯେ ୧୦ କିଲୋର ମିଠେଇ ଆଣି ହସ୍ପିଟାଲରେ ବାଂଟିବାକୁ ଲାଗିଲେ । କିନ୍ତୁ ମିଠେଇ ନେବା ବେଳେ ଯେତେବେଳେ ଲୋକମାନେ ଜାଣୁଥିଲେ ଯେ ଝିଅ ଜନ୍ମରେ ମୁଁ ମିଠା ବାଂଟୁଛି ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ସେମାନଙ୍କ ପ୍ରତିକ୍ରିୟା ବିଚଳିତ କରିବା ଭଳି ଥିଲା । ତାଙ୍କ ପତ୍ନୀ ଦେବଯାନିକୁ ଲୋକେ ଏଭଳି ଅନେକ ପ୍ରକାର କହିବାକୁ ଲାଗିଲେ । ଝିଅ ଜନ୍ମ ହେବାରେ ଏତେ ଖୁସି ହେବା କାରଣ କଣ । ଆଜିଠାରୁ ତୁମର ବେଳା ଖରାପ ଆରମ୍ଭ ହୋଇଗଲା ବୋଲି ଜାଣ ଭଳି ଅନେକ କୁତ୍ସାରଟନା ସେମାନଙ୍କୁ ଶୁଣିବାକୁ ପଡ଼ିଥିଲା । ଝିଅମାନଙ୍କ ପ୍ରତି ଲୋକମାନଙ୍କ ଏଭଳି ମନୋଭାବକୁ ଅଙ୍ଗେ ଲିଭାଇବା ପରେ ସଞ୍ଜୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ନିଜର ପରିବାରର କେତେକ ସଦସ୍ୟ ମଧ୍ୟ ଝିଅ ଜନ୍ମକୁ ନେଇ ଦୁଃଖି ଥିବା କହିଥିଲେ । ସେହିଦିନଠାରୁ ସଞ୍ଜୟ ନିଷ୍ପତି ନେଇଥିଲେ ଯେ ଝିଅମାନଙ୍କ ପ୍ରତି ଲୋକମାନଙ୍କ ଯେଉଁ ମାନସିକତା ରହିଛି ତାହା ବଦଳାଇବାକୁ ହେବ ।

ସେହିଦିନଠାରୁ ପ୍ରତି ବର୍ଷ ୧୨ ଜାନୁଆରିରେ ଜନ୍ମ ହେଉଥିବା ଝିଅମାନଙ୍କୁ ଏହି ଦମ୍ପତି ଉପହାର ବାଂଟୁଛନ୍ତି । ୧୨ ଜାନୁଆରିରେ ସଞ୍ଜୟଙ୍କ ଦୁଇ ଝିଅ ଜନ୍ମ ହୋଇଥିଲେ । ଉପହାର ବାଂଟିବା ବେଳେ ସେ ଲୋକମାନଙ୍କୁ ଝିଅମାନଙ୍କ ପ୍ରତି ଥିବା ନକାରାତ୍ମକ ମନୋଭାବ ଦୂର କରିବାକୁ ପ୍ରୟାସ କରନ୍ତି । ସଂଜୟ ସହରର ସମସ୍ତ ଡାକ୍ତରଖାନାରେ ଜଣାଇ ଦେଇଛନ୍ତି ଯେ ଯେଉଁଠାରେ ବି ଯଦି ବାଳିକା ଶିଶୁ ଜନ୍ମ ହେବେ ତୁରନ୍ତ ମୋତେ ଫୋନ୍ କରି ଜଣାଇବେ । ଡାକ୍ତରମାନେ ମଧ୍ୟ ଏ ଦିଗରେ ସଂଜୟଙ୍କୁ ବେଶ ସହଯୋଗ କରୁଛନ୍ତି । ସଂଜୟ ଓ ତାଙ୍କ ପତ୍ନୀ ସମସ୍ତ ବାଳିକା ଶିଶୁଙ୍କୁ କୁଙ୍କୁମର ଟୀକା ଲଗାଇ ଓ ଉପହାର ଦେଇ ସ୍ୱାଗତ କରିଥାନ୍ତି । ଲୋକମାନେ ସେମାନେ ଏଭଳି ପୁସ୍ତକ ମଧ୍ୟ ବାଂଟୁଛନ୍ତି ଯାହା ଦ୍ୱାରା ଲୋକମାନେ ବାଳିକାମାନଙ୍କ ଆବଶ୍ୟକତାକୁ ବୁଝି ପାରିବେ । ସଂଜୟଙ୍କ ଦୁଇ ଝିଅ ତାଙ୍କ ବାପା ମାଙ୍କ କାମକୁ ନେଇ ବେଶ ଗର୍ବିତ ଥିବା କହନ୍ତି ।

    Share on
    close