ଷ୍ଟାର୍ଟ-ଅପରେ ଯୋଗ ଦେବା ବେଳେ ଭୂମିକା, ପଦବୀ ବିଷୟରେ ପଚାରନି: Paytmର ରୁଚି ସାଂଘଭି

By Pravat Pattnaik

ଷ୍ଟାର୍ଟ-ଅପରେ ଯୋଗ ଦେବା ବେଳେ ଭୂମିକା, ପଦବୀ ବିଷୟରେ ପଚାରନି: Paytmର ରୁଚି ସାଂଘଭି

Monday January 04, 2016,

3 min Read

ମୋବାଇଲ୍ ୱାଲେଟରୁ ଇ-କମର୍ସ ୱେବ୍ସାଇଟରେ ପରିଣତ ହୋଇସାରିଥିବା Paytmରେ ନୂଆ ବୋର୍ଡ ସଦସ୍ୟ ଭାବେ ଯୋଗ ଦେଇଛନ୍ତି ରୁଚି ସାଂଘଭି । ଏହାକୁ ସେ ଫେସବୁକ୍ ଓ ଡ୍ରପ୍ ବକ୍ସ ଭଳି ସଂସ୍ଥାରେ କାମ କରିଛନ୍ତି । ଆମେରିକାରେ ସିଲିକନ୍ ଭାଲିରେ ସେ ଭାରି ଜଣାଶୁଣା । ୨୦୧୩ ଶେଷ ଆଡକୁ ରୁଚି Dropboxରୁ ଚାକିରି ଛାଡ଼ିଦେଲେ । ସେ ବିଷୟରେ ସେ କହିଛନ୍ତି ଯେ ମୁଁ ଷ୍ଟାର୍ଟ ଅପ ଜଗତରେ ୧୦ ବର୍ଷ ହେଲାଣି କାମ କରୁଛି । ଏଠାରେ ୨୪ ଘଣ୍ଟା କାମ କରିବାକୁ ହୁଏ ।

image


ଷ୍ଟାର୍ଟ ଅପ୍ ଜଗତରେ କାମ କରିବାକୁ ଚାହୁଁଥିବା ପ୍ରର୍ଥୀଙ୍କ ପାଇଁ ରୁଚିଙ୍କ ବଡ଼ ମନ୍ତ୍ର ହେଉଛି ଯେତେବେଳେ ତୁମେ ଏହି ଜଗତରେ ପ୍ରବେଶ କରୁଛ ଓ କୌଣସି କଂପାନିରେ ଚାକିରି ପାଉଛ, ସେଠାରେ କେବେ ନିଜର ପଦବୀ କଣ ଓ ଭୂମିକା କଣ ପଚାର ନାହିଁ । ଯେଉଁ କାମ ଦିଆଯାଉଛି ତାହାକୁ ନିଷ୍ଠାର ସହ କର ।

ଇଟାଲୀରେ ଛୁଟି କଟାଇବାକୁ ରୁଚି ଭଲ ପାଆନ୍ତି । ଯୋଗ ଅଭ୍ୟାସ କରିବାକୁ ସେ ଭୁଲନ୍ତି ନାହିଁ । ଟେନିସ୍ ଖେଳିବା ତାଙ୍କର ଏକ ପସନ୍ଦ । ଜେନୋମିକ୍ସ ଜଗତ ପ୍ରତି ସେ ଆକର୍ଷିତ ହୋଇଛନ୍ତି । ଯଦିଓ ତାଙ୍କର ଏ ଜଗତ ବିଷୟରେ ବେଶି କିଛି ଜ୍ଞାନ ନାହିଁ, ତଥାପି ସେ କଲର୍ ଓ ଅନ୍ୟ କେତେକ ମୋଲେକ୍ୟୁଲାର୍ ବାୟୋଲୋଜି କ୍ଷେତ୍ରରେ କାମ କରୁଥିବା କଂପାନିରେ ପୁଞ୍ଜିନିବେଶ କରିଛନ୍ତି ।

୨୦୦୪ରେ କାର୍ନେଜି ମେଲୋନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ସେ ନ୍ୟୁୟର୍କ ଚାଲି ଯାଇଥିଲେ । ସେଠାରେ ସେ ଏକ ଡେରିଭେଟିଭ୍ ଟ୍ରେଡିଂ ସଂସ୍ଥାରେ ଯୋଗ ଦେଇଥିଲେ । ସେଠାରେ ଏତେ ସମୟ କାର୍ଯ୍ୟ ବ୍ୟସ୍ତ ରହୁଥିଲେ ଯେ, ଅନ୍ୟ କିଛି କରିବାକୁ ତାଙ୍କ ପାଖରେ ସମୟ ରହୁ ନଥିଲା । ଏହା ତାଙ୍କ ମାନସିକତାକୁ ବଦଳାଇ ଦେଇଥିଲା । ସେ ପଶ୍ଚିମକୁ ଯିବାକୁ ଚାହୁଁଥିଲେ । କିନ୍ତୁ ଚାକିରି ଛାଡ଼ିବା କଷ୍ଟକର ଥିଲା । କିନ୍ତୁ ସେ ସାହସର ସହ ପଦକ୍ଷେପ ନେଇ ଚାକିରି ଛାଡ଼ି ଦେଲେ । ସିଲିକନ୍ ଭାଲିରେ ସେ ପହଚିଂବା ପରେ ପ୍ରଥମେ ଓରାକଲ୍ ଓ ପରେ ଫେସବୁକରେ ଚାକିରି ପାଇଗଲେ ।

image


୨୦୦୫ରେ ସେ ଫେସବୁକରେ ଚାକିରି ପାଇଁ ସକ୍ଷାତକାର ଦେବାକୁ ଯାଇଥିଲେ । ସେତେବେଳେ ପାଲୋ ଅଲ୍ଟୋ ନାମକ ଏକ ଚାଇନା ରେସ୍ତୋରାଁର ଉପର ମହଲାରେ ଫେସବୁକର କାର୍ଯ୍ୟାଳୟ ଥିଲା । ଏକ ଘର ଭିତରେ କଳାପଟାରେ ଇଞ୍ଜିନିୟର ପଦବୀ ଖାଲି ଥିବା ଲେଖାଯାଇଥିଲା । ବହୁତ ଲୋକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ । କିନ୍ତୁ ଘର ଭିତର ଗୋଟିଏ କଥା ତାଙ୍କୁ ବହୁତ ଆକର୍ଷିତ କରିଥିଲା, ତାହା ହେଉଛି, ସମସ୍ତେ ପ୍ରବଳ ଉତ୍ସାହର ସହ କାମ କରୁଥିଲେ । କିଏ କ'ଣ କରୁଥିଲା ତାହା ବୁଝିବା କଷ୍ଟକର ଥିଲା । ମଧ୍ୟାହ୍ନରେ ମୁଁ ସାକ୍ଷାତକାର ପାଇଁ ପହଚିଂ ଯାଇଥିଲି । କିନ୍ତୁ ମୋର ଯିଏ ସାକ୍ଷାତକାର ନେବାର ଥିଲା ସେ ଅଫିସ୍ ପହଚିଂ ନ ଥିଲେ । କଛି ସମୟ ପରେ ମାର୍କ ଜୁକରବର୍ଗ ଅଫିସରେ ପ୍ରବେଶ କଲେ । ସେ ମୋର ପ୍ରାରମ୍ଭିକ ସାକ୍ଷାତକାର ନେଲେ । ପ୍ରାୟ ଦେଢ଼ ଘଂଟା । ଏହି ସମୟ ଭିତରେ ସେ ମୋତେ ବହୁତ ପ୍ରଶ୍ନ କରିଥିଲେ ଯାହା ସ୍ୱାଭାବିକ ବୋଲି କୁହାଯାଇପାରିବ ନାହିଁ । ଯେମିତି ତୁମକୁ ଯଦି ଏଭରେଷ୍ଟ ପାହାଡ଼କୁ ପଠାଯିବ ଓ କୁହାଯିବ ଦୁଇଟି ଜିନିଷ ହିଁ ନେଇପାରିବ, ତେବେ ତୁମେ କଣ ନେବାକୁ ଚାହିଁବ, ଇତ୍ୟାଦି । ଅପରାହ୍ନ ୩ଟାରେ ସାକ୍ଷାତକାର ନେବାର ଥିବା ବ୍ୟକ୍ତି ପହଚିଂଲେ । ସାକ୍ଷାତକାର କେତେ ଭଲ ଥିଲା ତାହାର ପ୍ରମାଣ ହେଉଛି ଫେସବୁକର ପ୍ରଥମ ମହିଳା ଇଞ୍ଜିନିୟର ଭାବେ ରୁଚି ଚାକିରି ପାଇଗଲେ ।

ରୁଚି ୨୦୧୦ରେ ଫେସବୁକ୍ ଛାଡ଼ିଦେଲେ । ଏହା ପଛର କାରଣ ମଧ୍ୟ ଆଶ୍ଚର୍ଯ୍ୟ କରିବା ଭଳି । ଏ ବିଷୟରେ ରୁଚି କହନ୍ତି ମୁଁ ବହୁତ କମ ବୟସରେ ଫେସବୁକରେ ଇଞ୍ଜିନିୟର ହୋଇପାରିବା ସହ ପ୍ରଡକ୍ଟଠାରୁ ଆରମ୍ଭ କରି ନିଯୁକ୍ତ ଓ ଉପାଧ୍ୟକ୍ଷ ଭଳି ପଦବୀରେ କାମ କରିଥିଲି । ମୋତେ ଯେତେବେଳେ ୨୯ ବର୍ଷ ହୋଇଗଲା ମୋତେ ଲାଗିଲା ମୁଁ ବହୁତ ବୟସ୍କ ହୋଇଗଲିଣି । ମୋ ପାଖରେ କାମ କରିବା ପାଇଁ ସେଭଳି ଉତ୍ସାହ ନ ଥିବାର ମୋର ମନେ ହେଲା । ତେଣୁ ମୁଁ ଫେସବୁକ୍ ଛାଡ଼ିଦେଲି ।

ଏହା ପରେ ନିଜ ସ୍ୱାମୀ ଆଦିତ୍ୟ ଅଗ୍ରୱାଲଙ୍କ ସହ ମିଶି ସେ ୨୦୧୧ରେ କୋଭ୍ ନାମକ ଷ୍ଟାର୍ଟ ଅପ୍ ସଂସ୍ଥା ଗଠନ କଲେ । ବର୍ଷକ ପରେ କୋଭକୁ Dropbox ଖରିଦ କରିନେଲା ଓ ରୁଚି ଓ ତାଙ୍କ ସ୍ୱାମୀ Dropboxରେ ଯୋଗ ଦେଲେ । ଡ୍ରପବକ୍ସରେ ନିଜର କର୍ମଚାରୀଙ୍କୁ ରୁଚି ଏହା କହିଥିଲେ ଯେ ତୁମେ ଯେତେବେଳେ ଷ୍ଟାର୍ଟ ଅପ୍ ଜଗତରେ ଚାକିରି କରୁଛି, କେବେ ବି ପ୍ରଶ୍ନ କର ନାହିଁ ମୋର ପଦବୀ କଣ? ମୋର ଭୂମିକା କଣ? ଯାହା କଂପାନିକୁ ଆଗକୁ ନେବ ସେହି ସମସ୍ତ କାମ କରିବାକୁ ପ୍ରସ୍ତୁତ ରହିବାକୁ ହେବ ବୋଲି ସେ କହିଛନ୍ତି ।

ରୁଚି କେବେ ଏମବିଏ ଡିଗ୍ରି ହାସଲ କରିବାକୁ ଚାହିଁ ନାହାନ୍ତି । କାରଣ ସେ କହନ୍ତି ଯେ ଚାକିରି ହିଁ ହେଉଛି ସବୁଠୁ ବଡ଼ ଶିକ୍ଷକ । ଏମବିଏ କଲେ କଂପାନି ପ୍ରତିଷ୍ଠା କରିବ ଅନ୍ୟଥା ବଡ଼ ପଦବୀରେ ଯୋଗ ଦେବ । ବିନା ଏମବିଏରେ ସେ ଏହି ଦୁଇ କାର୍ଯ୍ୟ କରିସାରିଥିଲେ । ତେଣୁ ଅଭିଜ୍ଞତାକୁ ସେ ନିଜର ଶ୍ରେଷ୍ଠ ଶିକ୍ଷକ ବୋଲି କହିବାକୁ ଭୁଲି ନ ଥିଲେ ।