ଭେଙ୍କେଟ ସ୍ୱାମୀଙ୍କ ଅରବିନ୍ଦ ଆଇ କେୟାର ହସପିଟାଲ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ସାମାଜିକ ପ୍ରତିଷ୍ଠାନର ମାନ୍ୟତା ପାଇବା ପଛରେ ଥିବା ୬ଟି ପ୍ରମୁଖ କାରଣ

ଭେଙ୍କେଟ ସ୍ୱାମୀଙ୍କ ଅରବିନ୍ଦ ଆଇ କେୟାର ହସପିଟାଲ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ସାମାଜିକ ପ୍ରତିଷ୍ଠାନର ମାନ୍ୟତା ପାଇବା ପଛରେ ଥିବା ୬ଟି ପ୍ରମୁଖ କାରଣ

Tuesday November 03, 2015,

5 min Read

ପାଂଚ ଦିନର ଯାତ୍ରା ପରେ ଜାଗୃତି ଟ୍ରେନ୍ ତାମିଲନାଡ଼ୁର ମଦୁରାଇରେ ପହଂଚିଲା । ସେଠାରେ ରହଣିର ଏକ ସଂପୂର୍ଣ୍ଣ ଦିବସ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ କେନ୍ଦ୍ରୀଭୂତ କଲା । ଏହି ପରିପ୍ରେକ୍ଷୀରେ ଦେଶର ସ୍ୱାସ୍ଥ୍ୟ ସେବା ସହ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରିଥିବା ଅନ୍ୟତମ ପ୍ରମୁଖ ସାମାଜିକ ପ୍ରତିଷ୍ଠାନ, ଅରବିନ୍ଦ ଆଇ କେୟାର୍ ହସ୍ପିଟାଲ୍ ସଂପର୍କରେ ଅବଗତ କରାଇଲା ।

image


ସମଗ୍ର ବିଶ୍ୱରୁ ଅନ୍ଧତ୍ୱ ପୂର କରିବା ସେମାନଙ୍କ ଲକ୍ଷ୍ୟ । ସମଗ୍ର ବିଶ୍ୱରେ ୪୫ ନିୟୁତ ଚକ୍ଷୁହୀନ ଲୋକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୨ ନିୟୁତ ଭାରତରେ ରହନ୍ତି । ତେବେ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ କଥାହେଲା ଏହା ମଧ୍ୟରୁ ୮୦ପ୍ରତିଶତ ଅନ୍ଧତ୍ୱ / ଚକ୍ଷୁହୀନତାକୁ ପ୍ରତିରୋଧ କରାଯାଇପାରିବ । ସେଠାର କର୍ମଚାରୀଙ୍କ ଆଭିମୁଖ୍ୟ ଏବଂ ଗୁଣାତ୍ମକ ଚିନ୍ତାଧାରା ଆମକୁ ସବୁଠାରୁ ଅଧିକ ପ୍ରଭାବିତ କଲା । ଏହା ହେଉଛି ଅରବିନ୍ଦ ଆଇ କେୟାରର ପ୍ରତିଷ୍ଠାତା ଡା. ଜି ଭେଙ୍କେଟସ୍ୱାମୀଙ୍କ ଦ୍ୱାରା ପ୍ରଦତ୍ତ ଏକ ଉଚ୍ଚମାନର ପରଂପରା ।

୧୯୭୬ ମସିହାରେ ତାଙ୍କୁ ଯେତେବେଳେ ୫୮ ବର୍ଷ ସେତେବେଳେ ସେ ଏହି ହସ୍ପିଟାଲର ପ୍ରତିଷ୍ଠା କରିଥିଲେ । ସେହିସମୟରେ ହସ୍ପିଟାଲଟି ମାତ୍ର ୧୧ଶଯ୍ୟା ବିଶିଷ୍ଟ ଥିଲା । କିନ୍ତୁ ବର୍ଷ ପରେ ବର୍ଷ ନିଜର ଅକ୍ଲାନ୍ତ ତ୍ୟାଗ ଓ ପରିଶ୍ରମ ଯୋଗୁଁ ହସ୍ପିଟାଲର କଳେବରକୁ ବୃଦ୍ଧି କରାଇବା ସହ ବିଶ୍ୱର ଏକ ଖ୍ୟାତନାମା ହସ୍ପିଟାଲରେ ପରିଗଣିତ କରାଇପାରିଛନ୍ତି ।

ଏକ ଦଶନ୍ଧୀ ପୁର୍ବେ ଡା. ଭେଙ୍କଟସ୍ୱାମୀଙ୍କ ଦେହାନ୍ତ ଘଟିଛି, କିନ୍ତୁ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଓ ଆଦର୍ଶ କମ୍ପାନୀର ବିରାଟ ସ୍ତମ୍ଭ ରୂପେ ଠିଆ ହୋଇଛି । ଯଦି ଆପଣ ଏକ ଶ୍ରେଷ୍ଠ ସାମାଜିକ ପ୍ରତିଷ୍ଠାନ ସୃଷ୍ଟି କରିବାକୁ ଯାଉଛନ୍ତି ତେବେ ଅରବିନ୍ଦ ଆଇ କେୟାରର ଅଦ୍ୱିତୀୟତାକୁ ଦୃଷ୍ଟିରେ ରଖନ୍ତୁ । 

୧।ସମ୍ବଳ ଠାରୁ ଅଭିଳାଷା ଶ୍ରେଷ୍ଠତର

କେବଳ ୧୧ଶଯ୍ୟା ବିଶିଷ୍ଟ ହସ୍ପିଟାଲରୁ ବିଶ୍ୱର ଏକ ଶ୍ରେଷ୍ଠ ସାମାଜିକ ପ୍ରତିଷ୍ଠାନରେ ପରିଣତ କରିବା କଷ୍ଟକର । କିନ୍ତୁ ଡା. ଭେଙ୍କଟସ୍ୱାମିଙ୍କ ଅଭିଳାଷା ଅତୁଳନୀୟ ଅଟେ । ତାଙ୍କ ନିକଟରେ କୌଣସି ବଡ଼ ପୁଞ୍ଜିନିବେଶକ କିମ୍ବା ଅର୍ଥ ନଥିଲା ଯାହା ବଳରେ ସେ ନିଜର ପ୍ରକଳ୍ପକୁ ଏକ ବିରାଟ ରୂପ ଦେଇପାରିବେ । କିନ୍ତୁ କ୍ରମାଗତ ପରିଶ୍ରମରେ ସେ ଏଭଳି ଏକ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କଲେ ଯଦ୍ୱାରା ସେ ଏକ ସ୍ଥାୟୀ ସାମାଜିକ ପ୍ରତିଷ୍ଠାନ ସୃଷ୍ଟି କରିପାରିବେ । ଯେତେବେଳେ ଉପଲବ୍ଧ ଶଯ୍ୟାର ଅଭାବ ହେଲା ସେ ଏକ ନୂତନ ଶଯ୍ୟା ସଂଯୋଗ କଲେ । ଯେତେବେଳେ ସ୍ଥାନର ଅଭାବ ହେଲା ସେ ନୂତନ ଭାବେ ନିର୍ମାଣ କଲେ। କେବଳ ଭାରତରେ ହସ୍ପିଟାଲ ଗୁଡ଼ିକ ନିର୍ମାଣ ନୁହେଁ ବିଶ୍ୱର ୭ଟି ବିଭିନ୍ନ ଦେଶରେ ଅନ୍ୟ ହସ୍ପିଟାଲର ନିର୍ମାଣ କରିଛନ୍ତି । ଏହା ହେଉଛି ତାଙ୍କର ସୀମିତ ସମ୍ବଳର ପରିସୀମାରୁ ଅତିକ୍ରାନ୍ତ ଅଭିଳାଷାର ଶକ୍ତି ।

୨।ବିଶ୍ୱକୁ ପରିବର୍ତ୍ତନ କରିବାକୁ ହେଲେ ନିଜର ଜୀବନକୁ ନିୟନ୍ତ୍ରଣ କରନ୍ତୁ

ସାମାଜିକ ପ୍ରତିଷ୍ଠାନ ପ୍ରତିଷ୍ଠାତାଙ୍କ ଏହା ହେଉଛି ଏକ ଉଲ୍ଲେଖନୀୟ ଗୁଣାବଳୀ । ଯଦି କୌଣସି ଠାରେ ତ୍ରୁଟିବିଚ୍ୟୁତି ଦେଖାଦିଏ ତେବେ ଏହା ସଂପର୍କରେ ସେ ଅଭିଯୋଗ କରିବା ଅପେକ୍ଷା ଏହାକୁ ଠିକ୍ କରିବାକୁ ନିଜଆଡ଼ୁ ଚେଷ୍ଟା ଆରମ୍ଭ କରିଦିଅନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଡା. ଭେଙ୍କଟସ୍ୱାମୀ । ତାଙ୍କର ଅତୁଳନୀୟ ପ୍ରତିବଦ୍ଧତା ଥିଲା ଯଦ୍ୱାରା ସେ ଅସମ୍ଭବକୁ ବି ସମ୍ଭବ କରିପାରୁଥିଲେ । ପ୍ରକାରାନ୍ତରେ ସେ ଜଣେ ଉଚ୍ଚକୋଟିର ନେତା ଥିଲେ କାରଣ, ସେ ନିଜର ଚିନ୍ତାଧାରା ସଂପର୍କରେ ଅନ୍ୟମାନଙ୍କୁ ସହଜରେ ବୁଝାଇପାରୁଥିଲେ ଏବଂ ଲୋକଙ୍କୁ ପ୍ରଭାବିତ କରିପାରୁଥିଲେ । ଯେଉଁଲୋକମାନେ ନିଜର ଚିକିତ୍ସା କରାଇପାରୁନଥିଲେ ସେମାନଙ୍କ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ନିର୍ମାଣ କରିବା ସହ ଚକ୍ଷୁହୀନ ଲୋକଙ୍କ ଜୀବନକୁ ପରିବର୍ତନ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ ।

୩।ପ୍ରଥମେ ନିଜକୁ ନେତୃତ୍ଵ ନେବାକୁ ପଡ଼ିବ

ଜଣେ ବ୍ୟକ୍ତିର ବୃତ୍ତିଗତ କ୍ଷେତ୍ରରେ ବିକାଶ ପାଇଁ ବିଭିନ୍ନ ସୋପାନ ରହିଥାଏ । ଆପଣ ଜଣେ ଦକ୍ଷତାସଂପନ୍ନ ବ୍ୟକ୍ତି ହୋଇପାରନ୍ତି କିମ୍ବା ଜଣେ ସମ୍ବଳପୂର୍ଣ୍ଣ ଟିମ୍ ସଦସ୍ୟ, ଏକ ଦକ୍ଷ ପ୍ରଶାସକ କିମ୍ବା ପ୍ରଭାବଶାଳୀ ପରିଚାଳକ, କିନ୍ତୁ ବିଶ୍ୱକୁ ପରିବର୍ତ୍ତନ କରିବାକୁ ହେଲେ ଜଣେ ନେତାର ଆବଶ୍ୟକତା ରହିଛି । ଏବଂ ଡା. ଭେଙ୍କଟସ୍ୱାମୀ ସେଇ ନେତାମାନଙ୍କ ମଧ୍ୟରୁ ଜଣେ । ବ୍ୟକ୍ତିଗତ ନମ୍ରତା ସହ ବୃତ୍ତିଗତ ଇଚ୍ଛାଶକ୍ତି ଦ୍ୱାରା ନିଜର ପରାକାଷ୍ଠା ନିର୍ମାଣ କରିଥିଲେ । ତାଙ୍କର ପ୍ରଖର ଦୂରଦୃଷ୍ଟି ସହ ଯୋଗାଣର କୌଶଳ, ସୃଜନତାତ୍ମକ ବିପ୍ଣନ ଓ ସାମାଜିକ ଦାୟିତ୍ୱବୋଧ ଗୁଣ ରହିଥିଲା । ସେ ଏକ ସାଧାରଣ ଜୀବନଯାପନ ଶୈଳୀ, ସହାନୁବନ୍ଧନ ଏବଂ ଗଠନମୂଳକ ଦକ୍ଷତାର ଏକ ପ୍ରକୃଷ୍ଟ ଉଦାହରଣ ଥିଲେ ।

୪।ନିଜର କଂପାନୀଙ୍କୁ ଉତ୍ତମରୁ ଶ୍ରେଷ୍ଠତା ଆଡ଼କୁ ନିଅନ୍ତୁ

ଡା. ଭେଙ୍କଟସ୍ୱାମୀ ଉତ୍ତମରୁ ଶ୍ରେଷ୍ଠତାର ଆଦର୍ଶକୁ ସଠିକ୍ ଭାବେ ପ୍ରୟୋଗ କରିଥିଲେ । ସେ ଜାଣିଥିଲେ ଯେ କଂପାନୀ ଭଲ ଲୋକଙ୍କୁ ନେଇ ଗଠିତ ହୋଇଥାଏ । ସେ କର୍ମଚାରୀଙ୍କ ବିକାଶ ଓ ବ୍ୟକ୍ତିତ୍ୱ ଉପରେ ଅଧିକ କେନ୍ଦ୍ରୀଭୂତ କଲେ । ବର୍ତମାନ କର୍ମଚାରୀମାନେ ସେହି ପ୍ରଶିକ୍ଷଣ ଦ୍ୱାରା କାର୍ଯ୍ୟରତ । ସେ ଜୀବନରେ ଏଭଳି କଷ୍ଟକର ସମସ୍ୟାର ସମ୍ମୁଖୀନ ହୋଇଥିଲେ ଯେଉଁଠି ଏକ ଦୃଢ଼ ସକାରାତ୍ମକ ବ୍ୟକ୍ତି ବି ପଛଘୁଞ୍ଚା ଦେଇଥାନ୍ତା, କିନ୍ତୁ ସେ ଏହାକୁ ଦୃଢ଼ତାର ସହକାରେ ସାମ୍ନା କଲେ ଏବଂ ଏହାର ସମାଧାନ କଲେ । କେବଳ ଏହାନୁହେଁ ସେ ପ୍ରଚଣ୍ଡ ଧୈର୍ଯ୍ୟବାନ୍ ଥିଲେ । ସେ ଜାଣିଥିଲେ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଦୀର୍ଘ ସମୟ ଆବଶ୍ୟକ ଏଣୁ ସେ ହତୋତ୍ସାହ ହୋଇନଥିଲେ । ଏହି ଗୁଣାବଳୀ ତାଙ୍କୁ ତାଙ୍କ କଂପାନୀକୁ ଏକ ଉତ୍କର୍ଷତାର ସ୍ତରକୁ ପହଂଚାଇପାରିଥିଲା ।

୫। ଉଚ୍ଚ ମୂଲ୍ୟବୋଧ ଆପଣଙ୍କ ଭିତ୍ତିଭୂମିକୁ ଦୃଢ଼ତା ପ୍ରଦାନ କରେ

ଡା. ଭେଙ୍କଟସ୍ୱାମୀ ଗୋଟିଏ ମୂଲ୍ୟବୋଧକୁ ବିଶ୍ୱାସ କରୁଥିଲେ, ଯେଉଁ ବ୍ୟକ୍ତି ଆମ ଦ୍ୱାର ନିକଟକୁ ଆସନ୍ତୁନା କାହିଁକି ଉଚିତ ସେବା ପାଇ ଫେରିବେ, ଯଦିଓ ସେମାନଙ୍କ ନିକଟରେ ଅର୍ଥର ଅଭାବ ରହିଥାଏ । ଆମେ କୌଣସି ରାସ୍ତା ବାହାର କରିବା । ଏହି ମାନ୍ୟତା ଦ୍ୱାରା ସେ ତିନିଜଣ ବ୍ୟକ୍ତିଙ୍କ ବଦଳରେ ଜଣେ ବ୍ୟକ୍ତିଠାରୁ ସେବା ନିମନ୍ତେ ଅର୍ଥ ଗ୍ରହଣ କରୁଥିଲେ, ତଥାପି ଏହା ତାଙ୍କ ଅରବିନ୍ଦ ଆଇ କେୟାରକୁ ସ୍ଥାୟୀତ୍ୱ ପ୍ରଦାନ କରିଥିଲା । ଏହା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ ଗୁଣାବଳୀ ରହିଥିଲା ଯାହା ତାଙ୍କ ପ୍ରତିଷ୍ଠାର ସ୍ଥାୟୀତ୍ତ୍ଵରେ ସହାୟକ ହୋଇଥିଲା । ପ୍ରଥମତଃ, ସହାନୁଭୂତି, ଯାହା ସମସ୍ତଙ୍କ ନିକଟରେ ଚକ୍ଷୁସେବାରେ ପରିବର୍ତ୍ତିତ କରିଥିଲେ । ଦ୍ୱିତୀୟତଃ, ଗୁଣାତ୍ମକମାନ; ଏହା ଦ୍ୱାରା ସେ ଆଶ୍ଚର୍ଯ୍ୟଜନକ ଗୁଣାତ୍ମକ ବ୍ୟବସ୍ଥାର ନିର୍ମାଣ କରିପାରିଥିଲେ । ତୃତୀୟତଃ, ସ୍ୱଚ୍ଛତା; ଏହା ଚିକିତ୍ସା ସମୟରେ ସୁଲଭତା ପ୍ରଦାନ ଦିଗରେ ପ୍ରୟୋଗ କରିଥିଲେ । ଅନ୍ତିମରେ ସହଭାଗିତା; ଏହା ଦ୍ୱାରା ସେ ଏକ ମୁକ୍ତ କ୍ଷେତ୍ର ପ୍ରସ୍ତୁତ କରି ଲୋକଙ୍କୁ ଅଧିକ ଦିଅନ୍ତୁ, ଅଧିକ ପାଆନ୍ତୁ ବ୍ୟବସ୍ଥା ସଂପର୍କରେ ବୁଝାଇବାରେ ସକ୍ଷମ ହୋଇଥିଲେ । ଏହି ସମସ୍ତ ଅରବିନ୍ଦ ଆଇ କେୟାର୍ କ୍ଷେତ୍ରରେ ବାସ୍ତବରେ ଘଟିଥିଲା ।

୬। ନିଜକୁ ଏକ ବଡ଼ ଖେଳୁଆଡ଼ ବୋଲି ମନେ କରନ୍ତୁ

ଡା. ଭେଙ୍କଟସ୍ୱାମୀ ଏଭଳି ଏକ ବ୍ୟବସାୟିକ ମଡେଲକୁ ଭଲପାଇଥିଲେ ଯାହା ଚକ୍ଷୁସେବା କ୍ଷେତ୍ରରେ ପ୍ରଯୁଯ୍ୟ ନଥିଲା । ମ୍ୟାକ୍ ଡୋନାଲ୍ଡଙ୍କ ବ୍ୟବସାୟିକ ବ୍ୟବସ୍ଥାକୁ ସେ ଗ୍ରହଣ କରିଥିଲେ! ସେ ଏହାକୁ ଭଲ ପାଇଲେ କାରଣ ସେମାନେ ନିଜର ବ୍ୟବସାୟକୁ ସମଗ୍ର ବିଶ୍ୱରେ ପ୍ରସାର କରିପାରିଛନ୍ତି । କେବଳ ଏହାନୁହେଁ ସେମାନଙ୍କ ସାମଗ୍ରୀର ଗୁଣାତ୍ମକମାନର ବୃଦ୍ଧି, ମୂଲ୍ୟଦରରେ ହ୍ରାସ ଏବଂ ସମସ୍ତଙ୍କ ପାଇଁ ସୁଲଭତା ଆଦି ଗୁଣାବଳୀକୁ ମଧ୍ୟ ଗ୍ରହଣ କରିଥିଲେ । ଏହି ସମସ୍ତକୁ ସେ ଚକ୍ଷୁସେବାରେ ପରିବର୍ତ୍ତିତ କରିଥିଲେ । ସେ ଯେତେବେଳେ ମାତ୍ର ୨୦୦ ଡଲାରରେ ଚକ୍ଷୁ ଲେନ୍ସର ପ୍ରତିରୋପଣ ଅସ୍ତ୍ରୋପଚାର କଲେ, ପରବର୍ତ୍ତୀ ସମୟରେ ଏହି ବ୍ୟବସାୟିକ ମଡେଲ୍ ପ୍ରୟୋଗ କରି ଏହାକୁ ୫ଡଲାରକୁ ହ୍ରାସ କରାଇଲେ । ଏହା ଦ୍ୱାରା ଅରବିନ୍ଦ ଆଇ କେୟାାର୍ ବିଶ୍ୱର ୮୫ଟି ଦେଶକୁ ପରିବ୍ୟାପ୍ତ କରିପାରିଥିଲେ ।

(ଏହି ପ୍ରବନ୍ଧ ଜାଗୃତି ଯାତ୍ରା ଅଭିଯାନର ଏକ ଅଂଶବିଶେଷ ...)