୧୬ ବର୍ଷୀୟ ଓଡ଼ିଆ କିଶୋର ଜିତିଲେ ସ୍ଵଚ୍ଛ ଭାରତ ସବୁଜ ସମ୍ମାନ

୧୬ ବର୍ଷୀୟ ଓଡ଼ିଆ କିଶୋର ଜିତିଲେ ସ୍ଵଚ୍ଛ ଭାରତ ସବୁଜ ସମ୍ମାନ

Thursday November 26, 2015,

2 min Read

ମାତ୍ର ୧୬ ବର୍ଷ ବୟସ୍କ AIPMT(ସର୍ବ ଭାରତୀୟ ମେଡିକାଲ ପରୀକ୍ଷା) ଆଶାୟୀ ସ୍ଵଚ୍ଛ ଭାରତ ଅଭିଯାନର ‘ଓଏଲ୍ଏକ୍ସ ଆଇଡିଆଥନ୍ ୨୦୧୫’ ସମ୍ମାନ ଜିଣିବାରେ ସକ୍ଷମ ହୋଇଛନ୍ତି । ପରିବା ବର୍ଜ୍ୟକୁ ସାରରେ ପରିଣତ କରିବାର ପରିବେଶ-ଅନୁକୂଳ ଚିନ୍ତନ ତାଙ୍କୁ ଏହି ସଫଳତା ଦେଇଛି । ସେ ହେଉଛନ୍ତି ଓଡ଼ିଶାର ଜୟପୁର ସହରର ଯଶୱନ୍ତ ଗେମ୍ବାଲି । ‘ମାଇଁ କଣ୍ଟ୍ରି ମାଇଁ ଆଇଡିଆ କ୍ୟାମ୍ପେନ୍’ ଶୀର୍ଷକ ପ୍ରତିଯୋଗିତାରେ ଭାଗ ନେଇ ସାନିଆ ମିର୍ଜାଙ୍କ ଠାରୁ ସେ ଏ ପୁରସ୍କାର ଗ୍ରହଣ କରିଛନ୍ତି । କୋଟାର ମହାବୀର ନଗରରେ ଏକ ପରିବା ହାଟ ବୁଲୁଥିବା ସମୟରେ ପରିବା-ବର୍ଯ୍ୟରୁ ସାର ପ୍ରସ୍ତୁତିର ଆଇଡିଆ ତାଙ୍କ ମନକୁ ଆସିଥିଲା ବୋଲି କହନ୍ତି ଗେମ୍ବାଲି ।

image


ସେପ୍ଟେମ୍ବର ୧୭ ତାରିଖରେ ଗୁଡ଼ଗାଓଁରେ ଆୟୋଜିତ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଗେମ୍ବାଲିଙ୍କୁ ସାନିଆ ଏକ କିଣ୍ଡଲ୍ ଟ୍ୟାବ୍ ପ୍ରଦାନ କରିଥିଲେ । କୋଟା ଠାରେ A ପାଇଁ କୋଚିଂ ନେଉଥିବା ଗେମ୍ବାଲିଙ୍କ ଜିନ୍ତନରେ ରହିଛି, କିଭଳି ପରିବା ବ୍ୟବସାୟୀମାନେ ହାଟ ସରିବା ପରେ ପରିବା-ବର୍ଜ୍ୟକୁ ସଂଗ୍ରହ କରି ସାର ପ୍ରସ୍ତୁତ କରିପାରିବେ । ସେ ସାରକୁ ବିକ୍ରି ସେମାନେ ଅତିରିକ୍ତ ରୋଜଗାର ମଧ୍ୟ ପାଇବେ । ଗେମ୍ବାଲି ଇଂରାଜୀରେ ୫ଟି ବହି ଲେଖିଛନ୍ତି ଓ ଜାତୀୟ ସ୍ତରରେ ବହୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

ଦେଶବ୍ୟାପୀ ୮ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ହଜାର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତା ପାଇଁ ନିଜର ଚିନ୍ତନ ଆଲେଖ ପଠାଇଥିଲେ । ସେଥି ମଧ୍ୟରୁ ୫୫୦ ଶ୍ରେଷ୍ଠ ଆଲେଖକୁ ସ୍ଵଚ୍ଛ ଭାରତ ୱେବସାଇଟରେ ସ୍ଥାନୀତ କରାଯାଇଥିଲା । ପ୍ରସିଦ୍ଧ ସିନେନିର୍ମାତା ସୁଧୀର ମିଶ୍ର, ପରିବେଶବିତ ସୁନୀତା ନାରାୟଣ, ଓଏଲ୍ଏକ୍ସ ସିଇଓ ଏର୍ଭିନ୍ପ୍ରିତ୍ ସିଂ ଆନନ୍ଦ ଓ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ନେଇ ବିଚାରକ ମଣ୍ଡଳୀ ଗଢ଼ାଯାଇଥିଲା । ବିଚାରକ ଗେମ୍ବାଲିଙ୍କୁ ଶ୍ରେଷ୍ଠ ଘୋଷିତ କରିଥିଲେ ।

ନିଜ ପ୍ରିୟ ତାରକା ସାନିଆଙ୍କ ହାତରୁ ପୁରସ୍କାର ଗ୍ରହଣ କରି ଗେମ୍ବାଲି ବେଶ୍ ଉତ୍ସାହିତ । ସେ କହନ୍ତି, ‘ ଯେତେବେଳେ ସାନିଆ ମିର୍ଜା ମୋ ଆଇଡିଆକୁ ପ୍ରଶଂସା କଲେ ତାହା ମୋ ପାଇଁ ଏକ ଅତ୍ୟନ୍ତ ଉତ୍ସାହୀ ମୁହୂର୍ତ୍ତ ଥିଲା । ସେ କହିଲେ ଯେ ଏ ଆଇଡିଆ ଏକ ବ୍ୟାପକ ପରିବର୍ତନ ଆଣିବ ।’

ମୂଳ ଲେଖା - ପିଟିଆଇ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା