ଝାଡଖଣ୍ଡର ଜେଲର ଚାରିକାନ୍ଥ ମଧ୍ୟରେ ଜୀବନକୁ ଚିହ୍ନିଥିବା ସିଇଓ

ଏହା କୌଣସି ବଲିଉଡ ଚଳଚ୍ଚିତ୍ରର କାହାଣୀଠୁ କମ ନୁହେଁ । ଆମେରିକା ଫେରନ୍ତା, କେଲୋଗ ସ୍କୁଲ ଅଫ ମ୍ୟାନେଜମେନ୍ଟ ରୁଉଚ୍ଚ ଶିକ୍ଷା ଲାଭ କରିଥିବା କର୍ପୋରେଟ ଜଗତର ଠାଣି ଥିବା ଯୁବକ, ଯଥେଷ୍ଟ ଦରମା, ଦାମୀ ଗାଡି, ବିଦେଶୀ କୁକୁର, ସୁନ୍ଦରୀ ସ୍ତ୍ରୀ ଓ ଦୁଇଟି ଛୋଟ ଛୋଟ ଛୁଆଙ୍କ ସହ ସୁଖ ଶାନ୍ତି ରେ ଜୀବନ ବିତଉଥିବା ଚେତନ ମହାଜନ ଦିନେ ଜେଲର ଚାରି କାନ୍ଥ ମଧ୍ୟ ରେ ସମୟ କାଟିବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ । ଭାରତୀୟ ପିଙ୍ଗଳ କୋଡ ସେକ୍ସନ ୩୪ ଅନ୍ତର୍ଗତ ୪୨୦ ଓ ୪୦୬ ଧାରା ରେ ବନ୍ଧା ହେବା ପରେ ତାଙ୍କ ଜୀବନ ରେ ଅଭୁତପୂର୍ବ ପରିବର୍ତ୍ତନ ଘଟିଥିଲା । ଆଉ ଜେଲ ର ଚାରିକାନ୍ଥର କାହାଣୀ କୁ ନେଇ ଲେଖିଥିଲେ ତାଙ୍କ ବହି “ବ୍ୟାଡ ବଏଜ ଅଫ ବୋକାରୋ ଜେଲ” ।

ଝାଡଖଣ୍ଡର ଜେଲର ଚାରିକାନ୍ଥ ମଧ୍ୟରେ ଜୀବନକୁ ଚିହ୍ନିଥିବା ସିଇଓ

Wednesday November 04, 2015,

5 min Read

ଏହା କୌଣସି ବଲିଉଡ ଚଳଚ୍ଚିତ୍ରର କାହାଣୀଠୁ କମ ନୁହେଁ । ଆମେରିକା ଫେରନ୍ତା, କେଲୋଗ ସ୍କୁଲ ଅଫ ମ୍ୟାନେଜମେନ୍ଟ ଉଚ୍ଚ ଶିକ୍ଷା ଲାଭ କରିଥିବା କର୍ପୋରେଟ ଜଗତର ଠାଣି ଥିବା ଯୁବକ, ଯଥେଷ୍ଟ ଦରମା, ଦାମୀ ଗାଡି, ବିଦେଶୀ କୁକୁର, ସୁନ୍ଦରୀ ସ୍ତ୍ରୀ ଓ ଦୁଇଟି ଛୋଟ ଛୋଟ ଛୁଆଙ୍କ ସହ ସୁଖ ଶାନ୍ତି ରେ ଜୀବନ ବିତଉଥିବା ଚେତନ ମହାଜନ ଦିନେ ଜେଲର ଚାରି କାନ୍ଥ ମଧ୍ୟ ରେ ସମୟ କାଟିବେ ସ୍ଵପ୍ନରେ ସୁଧା ଭାବି ନଥିଲେ । ଭାରତୀୟ ପିଙ୍ଗଳ କୋଡ ସେକ୍ସନ ୩୪ ଅନ୍ତର୍ଗତ ୪୨୦ ଓ ୪୦୬ ଧାରା ରେ ବନ୍ଧା ହେବା ପରେ ତାଙ୍କ ଜୀବନ ରେ ଅଭୁତପୂର୍ବ ପରିବର୍ତ୍ତନ ଘଟିଥିଲା । ଆଉ ଜେଲ ର ଚାରିକାନ୍ଥର କାହାଣୀ କୁ ନେଇ ଲେଖିଥିଲେ ତାଙ୍କ ବହି “ବ୍ୟାଡ ବଏଜ ଅଫ ବୋକାରୋ ଜେଲ” ।

ଚେତନ ମହାଜନ : ଏଚସିଏଲ ଲର୍ନିଂର ସିଇଓ

ଚାଳନ୍ତୁ ଟିକେ ୨୦୧୨ ଆଡେ ନଜର ପକାଇବା । ଯାହା ଆମକୁ ଚେତନ ଙ୍କ ସଂଘର୍ଷର କାହାଣୀ ବିଷୟରେ ସମ୍ୟକ ଧାରଣ ଦେବ । ଚେତନ ଙ୍କୁ Everonn, ଭଳି ଏକ ନାମୀ କମ୍ପାନୀର ବୈଭାଗିକ ମୁଖ୍ୟ ହିସାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଏହା ମଧ୍ୟ ପୂର୍ବୀୟ ଦେଶ ମାନଙ୍କରେ ନାମ କମାଇଥିବା Gems group ର ଅଂଶ ବିଶେଷ ଥିଲା । ତେବେ everonn ର ବୋକାରୋ ସହର ରେ ଆଇଆଇଟି ତାଲିମ କେନ୍ଦ୍ର ରହିଛି ଯାହା ଅନେକ ଆଦୃତ । ତେବେ ଚେତନ ସେଠାରେ ଯୋଗ ଦାନ କରିବା ପରେ ବୋକାରୋ କେନ୍ଦ୍ରର ଅନେକ ଶିକ୍ଷକ କେନ୍ଦ୍ର ଛାଡିକି ଚାଲିବା ଆରମ୍ଭ କାଲେ । ଅଭିଭାବକ ମାନେ ପଇସା ଫେରସ୍ତ ପାଇ ଦାବି କରିବା ଆରମ୍ଭ କାଲେ, ଯଦିଓ ଚେତନ ବିଭାଗୀୟ ମୁଖ୍ୟ ଥିଲେ ତେବେ ଉପରୁ ଅନୁମତି ନ ଆସିବା ଯାଏ ସେ ପଇସା ଫେରାଇବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ତେବେ ପରିସ୍ଥିତି ଜଟିଳ ହେବାକୁ ଲାଗିଲା ଏବଂ ପୁଲିସ ଆସି କେନ୍ଦ୍ରକୁ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଲା ।

image


ତେବେ କେନ୍ଦ୍ରର ବିଦ୍ୟାର୍ଥୀ ଓ ଅଭିଭାବକ ମାନେ ଚେତନ ପଳାଇଯିବା ସନ୍ଦେହ କରି ତାଙ୍କୁ ପୁଲିସ ର ଜିମା ଦେଲେ ଓ ପୁଲିସ ତାଙ୍କୁ ଗିରଫ କଲା । ଏହି ଖବର ଟାଇମସ ଅଫ ଇଣ୍ଡିଆ ରେ ମଧ୍ୟ ପ୍ରକାଶିତ ହୋଇଥିଲା ।

ଡିସେମ୍ବର ୨୪ ତାରିଖ ରେ ବୋକାରୋ ଜେଲ ରେ ପ୍ରବେଶ କରିଥିବା ଚେତନଙ୍କ ଭାଗ୍ୟକୁ କୋର୍ଟ ଏକ ସପ୍ତାହ ରୁ ଅଧିକ ସମୟ ବନ୍ଦ ରହିବା କାରଣରୁ ସେ ୨୪ ଘଣ୍ଟା ପରିବର୍ତ୍ତେ ଏକାଧିକ ଦିନ ଜେଲ ରେ ରହିବାକୁ ବାଧ୍ୟ ହେଲେ । ପ୍ରାୟ ଏକ ମାସ ଜେଲ ରେ ରହିବା ତାଙ୍କ ପାଇ ଏକ ଭିନ୍ନ ଅନୁଭବ ଥିଲା । ଜେଲ ମଧ୍ୟରେ ସେ ଖୁନୀ, ବଳତ୍କାରୀ, ଚୋର, ଠକ ଏପରି ଅନେକ ଅପରାଧ ସହ ଜଡିତ ଲୋକଙ୍କ ସହ ରହିଲେ । ଏହାପରେ ଅନେକ ଲୋକ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ ।

ଏଠାରେ Your Story ସହ ବାର୍ତ୍ତାଳାପ ମଧ୍ୟ ରେ ସେ ତାଙ୍କର ଜେଲର ଅନୁଭୂତି ରୁ କିଛି ରୋମନ୍ଥନ କରିବାକୁ ଚେଷ୍ଟା କରିଛନ୍ତି ।

ଜେଲର ଅଭିଜ୍ଞତା ପରେ ଆପଣଙ୍କ ବୃତ୍ତିଗତ କ୍ଷେତ୍ର ରେ ଆପଣ ନିଜକୁ କେତେ ଅଲଗା ଅନୁଭବ କରୁଛନ୍ତି ?

କହିବାକୁ ଗଲେ ଏହା ମୋ ପାଇ ବହୁତ ଅଧିକ ଆଶ୍ଚର୍ଯ୍ୟର ବିଷୟ ଦୁଇଟି ଦୃଷ୍ଟିକୋଣରୁ । ପ୍ରଥମତଃ ମୁଁ କେବେ କୌଣସି ଲୋକଙ୍କ ଉପରେ ଆଖି ବୁଝି ନିଜ ସ୍ଵକୀୟ ମତ ପୋଷଣ କରେ ନହିଁ । କାରଣ ତାହା ଠିକ ନୁହେଁ । ଏବଂ ଏହା ମୋ ସହ ଘଟିଲା ।

ଅନ୍ୟ ପକ୍ଷ ରେ ମୁଁ ନିଜ ଭିତରେ ବହୁତ ଦୃଢମନା ହୋଇଯାଇଛି । ବାସ୍ତବିକତାକୁ ପରଖିବାର ଶକ୍ତି ମୋ ପକ୍ଷେ ଆସିଯାଇଛି । ଅନେକାଂଶରେ ମୁଁ ଆଜି ଏକ ଅନୁଭବି ବ୍ୟକ୍ତି ହିସାବରେ ନିଷ୍ପତି ନବାରେ ଟିକେ ଦୁଇ ପାଦ ଆଗକୁ ବଢି ଯାଇଛି । ଚାକିରି ହରାଇବା ଠୁ ବେଶୀ କଷ୍ଟଦାୟକ ଓ ହତାଶା ଭାବ ଥିବା ସମସ୍ୟା ରହିଛି ।

ଜେଲରେ ଥିବା ସମୟ ରେ ଆପଣ ପାଇଥିବା ତିନୋଟି ଶିକ୍ଷା ବିଷୟରେ କୁହନ୍ତୁ ଯାହା ଆପଣ କେଲୋଗରେ ଶିଖି ନଥିଲେ ?

ଯଦି କିଏ ତୁମ ଲାପଟପ ଓ ମୋବାଇଲ ନେଇ ତୁମକୁ ଜେଲରେ ଭରିଦିଏ, ତେବେ ତାହାର ସୁଫଳ ତୁମେ ନିଶ୍ଚିତ ପାଇବା । ବାହାରିଲା ପରେ ନିଶ୍ଚିତ ତୁମ ହାତରୁ ଗୋଟେ ପ୍ରକାଶଯୋଗ୍ୟ ।

image


ଆପଣ ଭାରତୀୟ ଆଇନ ବ୍ୟବସ୍ଥାରେ ଥିବା ଦୁର୍ନୀତି ସହ ମୁକାବିଲା କରିବାର ବାଟ ପାଇଯିବେ ।

ଝାଡଖଣ୍ଡ ପୁଲିସକୁ ବୁଝାଇ ପାରିବେ ଯେ କମ୍ପାନୀରେ କାମ କରୁଥିବା ଲୋକଟି ନ୍ୟାଇକ ପରିସର ରେ ଆସିବା କଥା ନୁହେଁ । ତା ସହ ସାମ୍ବାଦିକ ମାନଙ୍କୁ ବୁଝାଇ ପାରିବେ ଯେ ଗୋଟେ ନିରୀହ ଲୋକକୁ ଗିରଫ କରିବା କିଛି ବଡ ଖବର ନୁହେଁ ।

ଆଜି ଦୈନନ୍ଦିନ ଜୀବନରେ ଏହି ଜେଲର ଅନୁଭବ କିଛି ପ୍ରଭାବ ପକାଉଛି ??

ଆଜି ଯେତେବେଳେ ମୁଁ ଗ୍ରାମାଞ୍ଚଳ ଲୋକଙ୍କ ପାଇ କିଛି ଉତ୍ପାଦ ତିଆରି କରୁଛି, ମୁଁ ସଠିକ ଭାବେ ଜାଣି ପାରୁଛି ସେଠାକାର ଲୋକଙ୍କର ଚାହିଦା ଓ ପସନ୍ଦ ତଥା ନାପସନ୍ଦ ।

ସେହିପରି ଆଜି ମୁଁ ଆଗ ଅପେକ୍ଷା ଭଲ ଲେଖି ପାରୁଛି ।

ନିଜ କେରିୟାର ରେ ଆଜି ଯାଏଁ କେବେ ଏହି ଜେଲ ଘଟଣା ଯୋଗୁ ଆପଣଙ୍କୁ ସବୁଠୁ ଅଧିକ କଷ୍ଟ ଉଠାଇବାକୁ ପଡିଛି ?

ସେମିତି ଦେଖିଲେ ଏଚସିଏଲ ଏକ ଉତ୍ତମ କମ୍ପାନୀ । ମତେ ଚାକିରି ଦେବାରେ ସେମାନଙ୍କ କୌଣସି ସମସ୍ୟା ନଥିଲା । ତେବେ ସେମାନେ ମତେ ପଚାରିଥିଲେ ଯେ ମୋର ନ୍ୟାଇକା ବିଚାର ସରିଯାଇଛି ନା ନାହିଁ, କାରଣ କେହି କେବେ ଜଣେ ବିଚାରଧିନ ବ୍ୟକ୍ତି କୁ ନିଜ କମ୍ପାନୀରେ ଗ୍ରହଣ କରିବେନି । ତେବେ ୨୦୧୩ ମାର୍ଚ୍ଚରେ ମୋର କେସ ସମାଧାନ ହୋଇଯିବା ପରେ ମୁଁ Everonn ଛାଡି ଏଚସିଏଲ ରେ ଯୋଗଦାନ କରିଥିଲି ।

ତେବେ ଜେଲ ଯିବା ପରେ ଓ ସେଠୁ ଫେରିବା ପରେ ଲୋକ ମାନେ ମତେ ଟିକେ ଅଲଗା ନଜରରେ ଦେଖନ୍ତି । ଯଦିଓ ମୁଁ ସମ୍ପୂର୍ଣ ଦୋଷମୁକ୍ତ ଓ ନିଜ କୁ ପ୍ରମାଣିତ କରିବା ପାଇ ଏକ ବହି ମଧ୍ୟ ଲେଖି ସରିଛି ତଥାପି ଲୋକ ମାନେ ଆଜି ବି ମୋ ଆଖି ସହ ଆଖି ମିଶାଇ କଥା ହବାରେ ପଛଘୁଞ୍ଚା ଦିଅନ୍ତି ।

ଦୁନିଆ କୁ ଦେଖିବାରେ ଓ ବିଭିନ୍ନ ସମସ୍ୟା ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗୀ ରେ କିପରି ପରିବର୍ତ୍ତନ ଆସିପାରିଛି ଏହି ଘଟଣା ଘଟିବା ପରେ ??

ମୁଁ ଏବେ ଜୀବନରେ ଛୋଟ ଛୋଟ ଜିନିଷକୁ ଅଧିକ ଗୁରୁତ୍ଵ ଦବା ଆରମ୍ଭ କରିଛି । ଜେଲରୁ ବାହାରିବା ମୋ ପାଇଁ ବହୁତ ବଡ ଘଟଣା ଥିଲା । ନିଜ ପସନ୍ଦରେ ଦୁଇ ମୁଠା ଖାଇବାରେ ଯେଉଁ ଖୁସି ତାହା ହୁଏତ ମୁଁ ଭାଷାରେ ବର୍ଣନା କରି ପାରିବି ନାହିଁ। ନିଜ ପିଲା ମାନଙ୍କୁ ଖୁସି ରେ ଆଲିଙ୍ଗନ କରିବା ରେ ଯେଉଁ ଆନନ୍ଦ ତାହା ଅତୁଳନୀୟ । ଅନେକ କିଛି ମୁଁ ଏବେ ଅଧିକ ଗୁରୁତ୍ଵ ଦଉଛି, ବିଶେଷ କରି ପରିବାର ସହ ଅଧିକ ସମୟ ବିତେଇବାକୁ ଚେଷ୍ଟା କରୁଛି ।

ତେବେ ମୋ ଭିତରେ ଏକ ବାସ୍ତବବାଦୀ ମଣିଷ ଜନ୍ମ ନେଇଛି । ଏବେ ମୁଁ ଅଧିକ ବାସ୍ତବବାଦୀ ହୋଇଯାଇଛି । ଯେମିତିକି ଯେ କୌଣସି ଅଘଟଣ ପାଇ ମାନସିକ ସ୍ତର ରେ ପ୍ରସ୍ତୁତ ରହୁଛି । ମୁଁ ବର୍ତ୍ତମାନ ରେ ବଞ୍ଚିବାରେ ବିଶ୍ଵାସ କରୁଛି । ଭବିଷ୍ୟତ ଅନିଶ୍ଚିତ ତେଣୁ ତା ପାଇଁ ଯେତେ ପ୍ରସ୍ତୁତ ହେଲେ ବି ଆପଣ ସମୟ ଆଗରେ ନିଶ୍ଚିତ ହାର ମାନିବେ ।

ନିଜ ବହି ରୁ ପାଠକ ମାନେ କଣ ଗ୍ରହଣ କରିବେ ବୋଲି ଆପଣ ଆଶା ରଖିଛନ୍ତି ।

ଆପଣ ଜାଣିଛନ୍ତି ଏହି ବହିଟି ଗୋଟେ ନୀତିଦିନିଆ ଡାଏରୀ ଭଳି । ମୁଁ ଏହାକୁ କେବେ ଗୋଟେ ବହି ଲେଖିବା ଶୈଳୀରେ ଲେଖିନି ବ ଲେଖିବାକୁ ଚେଷ୍ଟା ବି କରିନି । ତେଣୁ ଏହା କୌଣସି ରୋମାଣ୍ଟିକ ଉପନ୍ୟାସ ନୁହେଁ ଯେ ଲୋକ ଏହାକୁ ସେଭଳି ଗ୍ରହଣ କରିବେ, ବରଂ ଏହା ମୋର ଜୀବନର ର ଅନୁଭବ ।

ଯେମିତି ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଜିନିଷ ରେ ଆନନ୍ଦ ପାନ୍ତି । ଅନେକ କୁହନ୍ତି ଏହି ବହି ଟି ମୋ ଜୀବନ ର ଶେଷ ଅଟହାସ୍ୟ, ତେବେ ପଙ୍କ ରୁ ପଦ୍ମ ବାହାରିବା ଭଳି ଜେଲ ଭିତର ଅନୁଭୂତି କୁ ବଖାଣି ଆଜି ମୁଁ ଏଇ ବହି ଲେଖିଛି ।

ମୋ ପାଇ ଏହା ଏକ ମାନବିକତା ର ଶିକ୍ଷା। । ଏପରିକି ଜେଲରେ ଥିବା ଲୋକ ମାନେ ଯେ ଅସ୍ପୃଶ୍ୟ ବା ଘୃଣାର ପାତ୍ର ନୁହନ୍ତି । ସେମାନେ ମଧ୍ୟ ଆମ ପରି ଭାବନା ଆଉ ଅନୁଭବୀ । ଆହୁରି ମଧ୍ୟ ମତେ ଏମିତି ଲାଗେ ଯେପରି ଆମେ ସମସ୍ତେ ଏକ ଜେଲ ମଧ୍ୟ ରେ ଅଛୁ । ଯାହା ଆମେ ଅନୁଭବ କରିପାରୁନୁ । ଜୀବନ ମଧ୍ୟ ଏକ ଜେଲ ଯାହାର ଚାରି କାନ୍ଥ ମଧ୍ୟରେ ଆମେ ସମସ୍ତେ ଆବଦ୍ଧ । କେବଳ ଯାହା ଆମେ ଏହା ଅନୁଭବ କରିବା କଥା ।