ନିୟୁୟର୍କର ଟେଡ ଯୁବ ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରିଥିବା ସର୍ବକନିଷ୍ଠା ଭାରତୀୟ ବାଳିକା

ନିୟୁୟର୍କର ଟେଡ ଯୁବ ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରିଥିବା ସର୍ବକନିଷ୍ଠା ଭାରତୀୟ ବାଳିକା

Saturday December 05, 2015,

2 min Read

ଇଷିତା କଟ୍ୟାଲଙ୍କୁ ମାତ୍ର ଦଶ ବର୍ଷ ବୟସ । ସେ ପୁନେର ବାସିନ୍ଦା,ଏବଂ ସେ ବଲେବାଡ଼ିର ଭିବଗ୍ୟୋର ହାଇସ୍କୁଲର ଛାତ୍ରୀ । ଭିନ୍ନ ଏକ ପରିଚୟରେ ସେ ହୋଇଛନ୍ତି କନିଷ୍ଠା ଭାରତୀୟ ଯୁବତୀ, ଯେ ବକ୍ତବ୍ୟ ରଖିଥିଲେ ନିୟୁୟର୍କର ଟେଡ ଯୁବ ସମ୍ମିଳନୀରେ । ଦ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଯେ, ଇଷିତା ‘ବର୍ତ୍ତମାନ ତୁମେ କଣ ହେବାକୁ ଚାହୁଁଛ’ ବିଷୟରେ ତାଙ୍କର ବକ୍ତବ୍ୟ ପ୍ରଦାନ କରି ଯେଉଁମାନେ କି ପିଲାମାନଙ୍କୁ କିଛି ଭିନ୍ନ କରିଦେଖାଇବାରେ ବହୁତ ଛୋଟ ଭାବନ୍ତି ସେମାନଙ୍କ ପାରମ୍ପାରିକ ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରିଥିଲେ ।

image


ଚଳିତି ବର୍ଷ ପ୍ରାରମ୍ଭରେ ଇଷିତା ପୁନେର ଟେଡ଼ଏକ୍ସ ସଂଗଠନ ଦ୍ୱାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ । ଏହି ସେସନର ସଂମ୍ପୂର୍ଣ୍ଣ ଆନନ୍ଦ ନେବାପରେ ସେ ମଧ୍ୟ ତାଙ୍କି ସଂଗଠନରେ ଅଂଶ ଗ୍ରହଣ କରିପାରିବେକି ବୋଲି ସଂଗଠନ କର୍ମୀଙ୍କୁ ପଚାରିବାକୁ ଚାହିିଁଲେ । ସଂଗଠନର ଉତ୍ତର ଥିଲା ସକାରାତ୍ମକ । ସର୍ତ୍ତ ଥିଲା ଯେ ତାଙ୍କୁ କେବଳ skype ପରିକ୍ଷାର ଦୁଇ ରାଉଣ୍ଡ ପାସ୍ କରିବାକୁ ପଡ଼ିବ, ଯାହାକି ଗ୍ଲୋବାଲ ଟେଡ଼ଏକ୍ସ କର୍ମୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା । କୃତିତ୍ୱର ସହ ଦୁଇଟି ଯାକ ରାଉଣ୍ଡ ଅତିକ୍ରମ କରି ସେ ଏସିଆ-ପେସିଫିକ ରିଜନ ଟେଡ଼ଏକ୍ସ ଯୁବ କାର୍ଯ୍ୟକ୍ରମର ସର୍ବ କନିଷ୍ଠା କାର୍ଯ୍ୟକର୍ତ୍ତୀ ହୋଇଥିଲେ ।

image


ଇଷିତା ଜଣେ ଭଲ ଲେଖିକା ମଧ୍ୟ । ସେ ମାତ୍ର ୮ ବର୍ଷ ବୟସରେ ସିମରନ୍ସ ଡ଼ାଏରି ନାମକ ଏକ ପୁସ୍ତକ ରଚନା କରିଥିଲେ । ଏ ନେଇ ସେ କୁହନ୍ତି, ଗ୍ରୀଷ୍ମ ଛୁଟିରେ ମୁଁ ସମୟ ନଷ୍ଟ କରିବାକୁ ଚାହୁଁନଥିଲି ବରଂ କିଛି ନୂଆ କରିବାକୁ ଚାହୁଁଥିଲି । ଗୋଟିଏ ପିଲାର ମନରେ କଣ ସବୁ ଚାଲିଥାଏ ଓ ତାହାର କଥା କାହିଁକି ଶୁଣାଯିବ ଏ ଥିଲା ସିମରନର ଡ଼ାଏରିର ପୃଷ୍ଠଭୂମି । ପ୍ରଥମ ବହି ପ୍ରକାଶିତ ହୋଇଥିଲା ଆମାଜନ ର କିଣ୍ଡଲ ଷ୍ଟୋରରେ ଏବଂ ପରେ ପ୍ୟାଟ୍ରିଜ ପବ୍ଲିସରସ୍ ଏହାକୁ ପ୍ରକାଶ କରିଥିଲା ।

ମୂଳ ଲେଖା - Think Change India

ଭାଷାନ୍ତର - ସୌରଭ ପରିଡ଼ା