କର୍ମଠ ଜୀବନ ବଞ୍ଚିବା ଲାଗି ୧୦ଟି ଉପାୟ

0

ଦିନଯାକର ପରିଶ୍ରମ ପରେ ଆପଣ ଜୀବନରେ କେତେ ଖୁସି? ଆପଣ ଯାହା ପାଇଛନ୍ତି ତାକୁ ନେଇ ସନ୍ତୁଷ୍ଟ ତ? କିମ୍ବା ଆପଣ ଅସୁଖୀ ଓ କିଛି ନ କରିପାରିବାର ଗ୍ଲାନିରେ ଜଡ଼ସଡ଼ କି? ତେବେ ଆପଣଙ୍କ ଜୀବନକୁ କେମିତି ଅଧିକ ସୃଜନକ୍ଷମ କରିବେ । ସବୁ ବେଳେ କିଛି କରିବାର ଆନନ୍ଦ କେମିତି ଉପଭୋଗ କରିବେ? କ’ଣ କଲେ ଏକ ପ୍ରଡକ୍ଟିଭ୍ ଜୀବନ ବଞ୍ଚିପାରିବେ । ଉନ୍ନତ ଜୀବନ ବଞ୍ଚିବାର ୧୦ଟି କଳା ଏଠାରେ ଉପସ୍ଥାପନ କରାଗଲା ।

୧୦. ନୀତିନିଷ୍ଠ ହୁଅନ୍ତୁ

ଜଣେ ଖାଇବା, ପଢ଼ିବା, ଗାଧୋଇବା ସବୁ କାମରେ ନୀତିନିଷ୍ଠ ଅମାୟିକ ହେବା ଉଚିତ । ମୁଁ ଛାତ୍ର ଥିବା ବେଳେ ମୋତେ ଏମିତି ଚଳିବାକୁ ହେଉଥିଲା । କଲେଜ ଯିବା ପରେ ମୁଁ ଭାବିଲି ଆଉ କାହାକୁ ଭୟ ନାହିଁ । ଏବେ ଆମେ ସ୍ଵାଧୀନ । ତେବେ କିଛି ମାସ ଯିବା ପରେ ମୁଁ ସବୁବେଳ ଦୁର୍ବଳ ଅନୁଭବ କଲି, ଭଲ ମାର୍କ ରହିଲାନି, ସବୁବେଳେ ଶୋଇବାକୁ ଇଛାହେଲା, ଆଗ୍ରହ କମିଗଲା । ନୀତିନିଷ୍ଠ ହୋଇ କାମ କରିବା ଭାଆରି କଷ୍ଟ । କିନ୍ତୁ ନୀତିନିଷ୍ଟ ହେଲେ ଜୀବନ ବ୍ୟବସ୍ଥିତ ହୁଏ । ଏମିତି କରନ୍ତୁ, ଦେଖିବେ ଆପଣ ଆଦୌ ନିରାଶ ହେବେନି ।

୯. ଶୀଘ୍ର ଉଠନ୍ତୁ

ଆଧୁନିକ ସମୟରେ ଶୀଘ୍ର ଶୋଇବାକୁ ଯିବା କେମିତି ଗୋଟେ ବେଖାପ ଲାଗୁଛି । କିନ୍ତୁ ଆପଣଙ୍କ ଶରୀର ଓ ସାମର୍ଥ୍ୟ ସହ କୌଣସି ହେଳା କରନ୍ତୁନି । ସଭ୍ରେ କହୁଛି, ଶୀଘ୍ର ଉଠୁତିବା ବ୍ୟକ୍ତି ଅଧିକ କର୍ମଠ ଓ ଚଳଚଂଚଳ । ଯେତେବେଳେ ଆପଣ ଡେରି ରାତି ଯାଏଁ ଚେଇଁବେ ଆପଣଙ୍କ ଶରୀର ଏ ପୀଡ଼ାକୁ ଗ୍ରହଣ କରିପାରିବନି । ସକାଳୁ ସକାଳୁ ଦିନ ଆରମ୍ଭ କରିବା ଚତୁରତାର ବିଷୟ ।

୮. ବ୍ୟାୟାମ କରନ୍ତୁ

ମନ ଭାରାକ୍ରାନ୍ତ ହେଲେ ଶରୀର ବି ହୋଇଥାଏ । ସୁସ୍ଥ ଓ ଉଦ୍ଦାମ ରହିଲେ କାମ କରିବାର ଆଗ୍ରହ ବଢେ଼ । ପ୍ରତିଦିନ ଅନ୍ତତଃ ୨୦ ମିନିଟ୍ ବ୍ୟାୟାମ କରନ୍ତୁ । ଯେତେ ଅଧିକ ସମୟ ବ୍ୟାୟାମ ପାଇଁ ଦେବେ ଆପଣ ସେତେ ସତେଜ ଓ ସୁନ୍ଦର ରହିବେ ଓ କାମ କରିବାର ଆଗ୍ରହ ତଥା କ୍ଷମତା ଧ୍ୟ ବଢ଼ିବ ।

୭. ଜଳଖିଆ

ଦିନର ସବୁଠୁ ଗୁରୁତ୍ୱପୂର୍ଣ ଖାଦ୍ୟ ହେଉଛି ଜଳଖିଆ । ଆପଣ ଦିନ ଯେମିତି ଆରମ୍ଭ କରିବେ କାମ ସେମିତି କରିବେ । ସକାଳେ ଯେଭଳି ଖାଇବେ ଦିନସାରା ସେଇ ଅନୁପାତରେ ଚଂଚଳ ରହିବେ । ସକାଳୁ ଶକ୍ତି ବର୍ଧକ ଉତ୍ତମ ଖାଦ୍ୟ ଖାଆନ୍ତୁ । ଯଦି ନିୟମିତ ଭାବେ ଆପଣ ଜଳଖିଆ ଖାଇବାରେ ଅବହେଳା କରନ୍ତି ଏହା ବଡ଼ ରୋଗ ଆଡ଼କୁ ଟାଣିନେବ । ଓଟ୍ସ, ଫଳ, ପାଉଁରୁଟି, ବିନ୍ସ, ଅଣ୍ଡା ଆଦି ସକାଳୁ ସକାଳୁ ଖାଆନ୍ତୁ ।

୬. ପ୍ରାଥମିକତା

ଏହା ସହଜ ସୂତ୍ର, ଯଦି ଆନ୍ତରିକତାର ସହ ଅନୁସରଣ କରିବେ, ଜୀବନରୁ ବିଷାଦ ଚାଲିଯିବ । ଆପଣଙ୍କ କାମ ବି ବେଶ୍ ଭଲ ହେବ । ସବୁବେଳେ ସବୁଠୁ ଗୁରୁତ୍ୱପୂର୍ଣ କାମକୁ ଆଗେ କରନ୍ତୁ ଓ ସହଜ କାମଗୁଡ଼ିକୁ ପଚକୁ ରଖନ୍ତୁ । ମୁଁ ପ୍ରଥମେ ପ୍ରଥମେ ଠିକ ଓଲଟା କରୁଥିଲି । ତେବେ ଆଗଜ୍ରହ ଥିବା କାମ ଆଗ କରିଦେବା ପରେ କଷ୍ଟକାମ ବେଳେକୁ ଇଛା ମରିଯାଉଥିଲା । ସକାଳୁ ଯେତେବେଳେ ମନ ପ୍ରଫୁଲ୍ଲ ଅଛି ଗୁରୁତ୍ୱପୂର୍ଣ ଓ କଷ୍ଟକାମ ଗୁଡ଼ିକ ସାରିଦେବା ଉଚିତ ।

୫. ସଂଗଠିତ

ନିଜକୁ ସଂଗଠିତ କରିବା ବଡ଼ କଥା । କାମ ଏମିତିରେ ସହଜ ହୋଇଯାଏ । ନିଜର ସବୁ ଜିନିଷ ସଂଗଠିତ କରି ସଜାଇ ରଖନ୍ତୁ । ବହି ଥାକରେ ବହି, ଜୋତା ସ୍ଥାନରେ ଜୋତା, ଡ୍ରେସ୍ ସ୍ଥାନରେ ଡ୍ରେସ୍, ଅଫିସ୍ ଜିନିଷ ଇତ୍ୟାଦି ସବୁକୁ ସଜାଇ ଉପଯୁକ୍ତ ଭାବେ ରଖନ୍ତୁ । ଜିନିଷ ଖୋଜିବାରେ ନିଜର ସମୟ ନଷ୍ଟ କରନ୍ତୁନି ।

୪. ନିୟମିତତା

ସଂଗଠିତ ହେବା ଓ ପ୍ରାଥମିକତା ଦେବା ଦୁଇଟି ଯାକ ସହ ତାଳ ଦେଇ ନିୟମିତତା ଯାଇଥାଏ । ନିୟମିତତା ଅର୍ଥ ନୁହେଁ ଯେ ସବୁ ମୁହୂର୍ତ ମାପିଚୁପି ଚାଲନ୍ତୁ । କିନ୍ତୁ ଦିନଚର୍ଯ୍ୟାକୁ ଆଗରୁ ଆକଳନ କରିନେଲେ ଭଲ । ଅବସର ବିନୋଦନ ଓ ଫୂର୍ତି ପାଇଁ କିଛି ସମୟ ରଖିଥାନ୍ତୁ । ପ୍ରାଥମିକତା ଓ ନିୟମିତତା ଭିତରେ ବିଭେଦ ହେଲା, ପ୍ରଥମିକତା ସବୁବେଳେ ସମାନ । କିନ୍ତୁ ନିୟମିତତାରେ ଦୈନିକ ପରିବର୍ତନ ଘଟିପାରେ ।

୩. ଅବସର ବିନୋଦନ

ଖାଲି କାମ କରିବେ, ଅବସର ନାହିଁ ମାନେ ଆପଣ ମାନ୍ଦା ହେଇଯିବେ । ଆପଣଙ୍କ ଦିନଚର୍ଯ୍ୟାରେ କାମ ଓ ଅବସର ମଧ୍ୟରେ ସନ୍ତୁଳନ ରଖନ୍ତୁ । ଅବସର ସମୟ ନେଲେ ନିଜର ମାନସିକତା ତାଜା ହୋଇଯାଏ । ଅବସର ମାନେ ମୁଁ କହୁନି ଫେସ୍ବୁକ୍ ଖୋଲି ବସ । ସୋସିଆଲ ମିଡିଆର ଗୋଟେ ଚୁମ୍ବକୀୟ ପୃଥିବୀ ଯେଉଁଠି ଆପଣ ସମୟ ଜ୍ଞାନ ହରେଇବେ । ବରଂ ପଢ଼ାପଢ଼ି, ନିଜ ଆଗ୍ରହ କାମ, ଗୀତ ଶୁଣିବା ପିଲା ବା ଗୃହପାଳିତ ସହ ଖେଳିବା ଆଦିରେ ସମୟ ଦିଅନ୍ତୁ । ନହେଲେ ଚୁପଚାପ ବସି ନିଜର ଏକାକୀତ୍ୱକୁ ନିରୀକ୍ଷଣ କରନ୍ତୁ ।

୨. ଯାହା କରୁଛନ୍ତି ଭଲପାଆନ୍ତୁ

ପ୍ରତିଷ୍ଠିତ ସିନେନିର୍ମାତା ଶେଖର କପୁର କହନ୍ତି, ୨୪ ବର୍ଷ ବୟସରେ ସେ କ୍ୟାରିଅର ଶବ୍ଦକୁ ନିଜ ଭୋକାବୁଲାରିରୁ ହଟାଇଦେଲେ । ତେଣୁ ଆଜି ଏଥିପାଇଁ ସେ ବେଶ୍ ସୁଖୀ ଲୋକ । ଆପଣ ଯାହା ଭଲ ପାଉଛନ୍ତି କରନ୍ତୁ ଓ ଯାହା କରୁଛନ୍ତି ଭଲପାଆନ୍ତୁ । ଆପଣ ଯେତେବେଳେ ସକାଳେ ଉଠୁଛନ୍ତି ଦିନଯାକର କାର୍ଯ୍ୟ ଚିନ୍ତା ଯେମିତି ଆପଣଙ୍କୁ ରୋମାଞ୍ଚିତ ଆଉ ଆମୋଦିତ କରିବ, ଯତ୍ନବାନ ହୁଅନ୍ତୁ । ଆହ୍ୱାନକୁ ସାମନା କରନ୍ତୁ, ଭଲପାଆନ୍ତୁ । ଉଠୁଉଠୁ ଯଦି ଦିନଚର୍ଯ୍ୟାକୁ ନେଇ ମନରେ କୁଣ୍ଠା ଆସେ ତେବେ କଥା ସରିଲା । ତେବେ ଭାବନ୍ତୁ ଆପଣ କିଛି ଭୁଲ କାମରେ ହାତ ଦେଇଛନ୍ତି । ଆପଣ ନିଜକୁ ପେଲିଠେଲି କାମ କରନ୍ତୁନାହିଁ ।

୧. ଲକ୍ଷ୍ୟ ଉପରେ ନଜର ରଖନ୍ତୁ

କର୍ମଠ ଦିନର ଅର୍ଥ ଗୋଟେ ସଫଳ ଜୀବନ ବଞ୍ଚିବା । ତେଣୁ ଏଥିପାଇଁ ସବୁଠୁ ଭଲ ଉପାୟ ହେଲା ସବୁବେଳେ ନିଜ ଲକ୍ଷ୍ୟ ଉପରେ ଆଖି ରଖିଥାନ୍ତୁ । ଆପଣ ଏ ଲେଖା ପଢ଼ୁଛନ୍ତି, କାରଣ ଆପଣ କେମିତି ନିର୍ଦିଷ୍ଟ ମାର୍ଗରେ ଜୀବନ ବଞ୍ଚିବେ ଜାଣିବାକୁ ଚାହୁଛନ୍ତି । କିଏ ଜଣେ ଆପଣଙ୍କୁ ଏ ନିଷ୍ପତ୍ତି ପାଇଁ ପ୍ରଚୋଦିତ କରୁଛି । ମୁଁ ଅନୁଭବ କରିଥିଲି, ମୁଁ ଯେମିତି ବଞ୍ଚୁଛି ଯଦି ସେମିତି ବେଞ୍ଚ ତିନି ବର୍ଷ ପରେ ବି କିଛି ପରିବର୍ତନ ହେବନି । ମୋର ବହୁ ଯୋଜନା ବହୁ ଲକ୍ଷ୍ୟ ଥିଲେ ବି ସେବୁ ପୂରଣ ହେବନି । ଯଦି ମୁଁ ଜୀବନର ଧାରା ନବଦଳାଏ ଓ ,ଏମିତି ବଞ୍ଚିବା ଜାରି ରଖେ ତେବେ ଏହାହିଁ ପରିଣତି । ତେଣୁ ଲକ୍ଷ୍ୟ ସ୍ଥଳକୁ ଆଖିଆଗରେ ରଖି ଜୀବନକୁ ବଦଳେଇବାକୁ ହେବ।

ମୂଳ ଲେଖା - ରାଖୀ ଚକ୍ରବର୍ତୀ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା