ଅକ୍ସଫୋର୍ଡ ଡିକ୍ସନାରୀ ଅନୁଯାୟୀ ପୁରୁଷ ସମଲିଙ୍ଗିର ମାନେ ହେଉଛି “ସହୃଦୟ ଓ ଖୁସମିଜାଜ” । ତେବେ ଦୁଖର ବିଷୟ ସୁପ୍ରୀମ କୋର୍ଟ ୨୦୦୯ ମସିହାର ଦିଲ୍ଲୀ ହାଇ କୋର୍ଟର ସମଲିଙ୍ଗି ସ୍ଵୀକୃତି ଜନିତ ରାୟକୁ ହଟାଇ ପୁନର୍ବାର ଏହାକୁ ଅପରାଧିକ ଘୋଷଣା କରିଛନ୍ତି । ତେବେ ଆମେ ସବୁବେଳେ ଭଲ କାମକୁ ଉତ୍ସାହିତ କରିଆସିଥିବା ବେଳେ ଅରିକ୍ଷିତକୁ ଦଇବ ସାହା ନ୍ୟାୟରେ ସଫଳତା ହାସଲ କରିଥିବା ଏହିଭଳି ଚାରି ଜଣ ସମଲିଙ୍ଗି ଙ୍କୁ ଭେଟିଥିଲୁ ।
ସଲାମ ନିତିନ ରାଓ
ପୁନେ ଓ ବାଙ୍ଗାଲୋରରେ ବଢିଥିବା ଏକ ସାଧାରଣ ବାଳକ ଥିଲା ନିତିନ ବନ୍ତୱାଲ ରାଓ । ଗଣିତକୁ ଭଲପାଉଥିବା ତଥା ସବୁବେଳେ କିଛି ନୂଆ କରିବାର ଇଚ୍ଛା ରଖୁଥିଲା ନିତିନ । ଏନଆଇଟିରୁ ଡିଗ୍ରୀ ହାସଲ ପରେ ସେ ନିଜ ଅଭିଳାଷ ପୂରଣ ପାଇ ମାନବଧୀକାର ଓ ପ୍ରାଥମିକ ଶିକ୍ଷା କ୍ଷେତ୍ର ରେ ଓ ପରେ ନିଜର ଉଦ୍ୟୋଗ ଆରମ୍ଭ କରିଥିଲେ । ପରେ ତାଙ୍କୁ ଏମଆଇଟି ସୋଲନରୁ ଏମବିଏ ପାସ କରିଥିବା ଜଣେ ଛାତ୍ର ତାଙ୍କୁ ଯୋଗ ଦେବା ପରେ ସେମାନେ ଆଜି ସିଲିକନ ଭ୍ୟାଲିରେ ନିଜ ସ୍ଵଉଦ୍ୟୋଗ କରିପାରିଛନ୍ତି ।
ତେବେ ଏତେ ସବୁ ସଫଳତା ମଧ୍ୟରେ ସେ ଲୋକମାନଙ୍କୁ ନିଜ ସମଲିଙ୍ଗିତା ବିଷୟରେ କହିପାରୁନଥିଲେ । “ମୁଁ ସବୁବେଳେ ପୁରୁଷ ମାନଙ୍କ ପ୍ରତି ଆକର୍ଷଣ ଅନୁଭବ କରୁଥିଲେ ମଧ୍ୟ ଆମ ସମାଜର ସଂକୀର୍ଣ୍ଣ ମନୋଭାବ ଯୋଗୁ ପରିବାର ତଥା ସାଙ୍ଗ ସାଥି ମାନଙ୍କୁ ଏହା ବିଷୟରେ କହିବା ମୋ ପାଇ ଅତ୍ୟନ୍ତ କଷ୍ଟ ସାଧ୍ୟ ଥିଲା । ଯେବେ ପରିବାରକୁ ଏହା ବିଷୟରେ କହିଲି ସେମାନେ ମୋତେ ବୁଝେଇବାକୁ ଲାଗିଲେ ଯେ ଏହା ଏକ ସ୍ଵାସ୍ଥ୍ୟଗତ ସମସ୍ୟା ।“
ନିତିନ କୁହନ୍ତି ଯଦିଓ ଅନେକ ସମଲିଙ୍ଗି ଆଜି ଏହା ବିଷୟରେ ମୁକ୍ତ ଭାବରେ କୁହନ୍ତି ତଥାପି ଆମ ମାନଙ୍କୁ ଦୃଢ ନେତୃତ୍ଵର ଆବଶ୍ୟକତା ରହିଛି । ଏପରିକି ତାଙ୍କର ନିଜ କଲେଜରେ ସହପାଠୀ ସମଲିଙ୍ଗି ମାନଙ୍କ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରିବା ତାଙ୍କ ପାଇଁ ଏକ କ୍ଷୋଭର ବିଷୟ । ତେବେ ମଣିପାଲ ଓ ହାଇଦରାବାଦ ଆଇନ ସ୍କୁଲ ଭଳି ଶିକ୍ଷାନୁଷ୍ଠାନରେ ସମଲିଙ୍ଗିଙ୍କୁ ସଠିକ ସମ୍ମାନ ମିଳେ । ନିତିନ ବିଶ୍ଵାସ କରନ୍ତି ଯେ ଏହି ସମଲିଙ୍ଗିତା ଉପରେ ଲୋକମାନେ ଶିକ୍ଷିତ ହେବା ଆବଶ୍ୟକ, ଓ ସେ ସମାଜର ଏହା ବିଷୟରେ ଅଜ୍ଞ ଥିବା ଲୋକମାନଙ୍କୁ ଶିକ୍ଷିତ କରାଇବାକୁ ଜୋର ଦେଇ କୁହନ୍ତି ।
୨୦୧୦ ରେ ନିତିନ ଇକ୍ୱାଲ ଇଣ୍ଡିଆ ଆଲିଆନ୍ସ ନାମକ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଠାବ କରିଥିଲେ ଯାହାକୁ ତୁଷାର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଚଳନ୍ତି, ଏବଂ ଏହି ଅନୁଷ୍ଠାନ ଏବେ ଯାଏ ୩୦୦ ସମଲିଙ୍ଗି ସମର୍ଥକଙ୍କ ବକ୍ତବ୍ୟ ରେକର୍ଡ କରିସାଛି ।
ବିଦ୍ୟା ପାଇ, ଇନଭେଷ୍ଟମେଣ୍ଟ ବ୍ୟାଙ୍କର-ଉଦ୍ୟୋଗୀ ଓ ସମଲିଙ୍ଗି କର୍ମୀ
ଅନ୍ୟ ମାନଙ୍କ ପରି ସେ ଯଦିଓ ନିଜର ସମଲିଙ୍ଗି ଗୁଣ ବିଷୟରେ ଶୀଘ୍ର ଜାଣିପାରିନଥିଲେ ତଥାପି ୨୦ ବର୍ଷ ବୟସ ପରେ ଏହା ବିଷୟରେ ଜାଣିବା ପରେ ବିଦ୍ୟା ଏହା ଆଜିଯାଏ ଏକ ସାମାଜିକ ସମାଲୋଚନାର ବିଷୟ ଥିବା କଥା କୁହନ୍ତି ।
ବିଦ୍ୟା ଏବେ ଜଣେ ସମଲିଙ୍ଗି କର୍ମୀ ଏବଂ ଏହି ବିଷୟରେ ସ୍ଵର ଉତ୍ତୋଳନ କରିବା ସହ, ମହିଳା ଅଧିକାର ଓ ପଶୁ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି । ଏକଦା ତାଙ୍କର ଫୋଟୋ ଏକ ଅଗ୍ରଣୀ ଦୈନିକ ଖବରକାଜର ମୁଖ୍ୟ ପୃଷ୍ଠାରେ ସମଲିଙ୍ଗି ଆନ୍ଦୋଳନ କୁ ସମର୍ଥନ କରିବା ଅବସରରେ ବାହାରିବା ପରେ ପରିବାର ଲୋକ ତାଙ୍କୁ ସମଲିଙ୍ଗି ବୋଲି ସନ୍ଦେହ କରିଥିଲେ ମଧ୍ୟ ସେ ସେବେ ଯାଏଁ ନିଜ ସମଲିଙ୍ଗିତା ଉପରେ ଜାଣି ପାରିନଥିଲେ ।
ସିଟି ବ୍ୟାଙ୍କରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବରେ କାର୍ଯ୍ୟରତ ବିଦ୍ୟା କୁହନ୍ତି ଲୋକମାନେ ଏହା ବିଷୟରେ ଖୋଲିକି ନ କହିବା ପଛରେ ଦୁଇଟି କାରଣ ରହିଛି । ପ୍ରଥମ ଏହା ଏକ ସାମାଜିକ ବିରୋଧାଭାଷ ଏବଂ ଦ୍ଵିତୀୟ ଏହା ପ୍ରତି ରହିଥିବା ଆଇନଗତ ପକ୍ଷପତିତା । ସୁପ୍ରୀମ କୋର୍ଟ ର ରାୟ ଏବେ ସମଲିଙ୍ଗି ମାନଙ୍କୁ ଆଶ୍ଚର୍ଯାଚକିତ କରିଛି । ଏହା ସହ ଏବେ ଧର୍ମୀୟ ଭାବନା ସହ ଏହାକୁ ଜୋଡା ଯାଉଥିବାରୁ ପରିସ୍ଥିତି ଅଧିକ ଜଟିଳ ଆଡକୁ ଗତି କରୁଛି ।
ଆମେ ନିଜ ପ୍ରତି ପ୍ରତିବଦ୍ଧତା ହେବା ଆବଶ୍ୟକ। ନିଜର ଆତ୍ମବିଶ୍ଵାସ ଓ ସକାରାତ୍ମକ ଚିନ୍ତାଧାରା ହିଁ ସମଲିଙ୍ଗି ମାନଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାରେ ସହାୟକ ହବ ।
ଭରତ ଜୟରମଣ : ମାନବ ସମ୍ବଳ ରୁ ମାନବାଧିକାର
ଭରତ ଜୟରମଣ, ଆମାଜୋନର ‘ଶିକ୍ଷା ଓ ବିକାଶ’ ଅଧିକାରୀ ଭାବରେ କମକରୁଥିବା ବେଳେ କୋରନେଲ ବିଶ୍ଵବିଦ୍ୟାଳୟ ରୁ ଉଚ୍ଚ ଶିକ୍ଷା ଲାଭ କରିବା ସହିତ ଗୁଗଲ, ୱିପ୍ରୋ ଭଳି ସଂସ୍ଥା ରେ କମ କରିସାରିଛନ୍ତି । ନିଜର ସମଲିଙ୍ଗିତା ଉପରେ ସେ କୁହନ୍ତି ମୁଁ ଇନ୍ଟାରନେଟ ରୁ ଏହା ବିଷୟରେ ପଢିବା ପରେ ଅନେକ କିଛି ଜାଣିବାକୁ ପାଇଲି ଏବଂ ମତେ ପରିବାର ଓ କର୍ମ କ୍ଷେତ୍ରରେ ମଧ୍ୟ ଅନେକ ସହଯୋଗ ଓ ସମର୍ଥନ ମିଳିଛି ।
ତେବେ ଏହା ବିଷୟରେ କଥା ହବା ସମସ୍ତଙ୍କ ପାଇ ସହଜ ନୁହେଁ କାରଣ ଏହା ଦ୍ଵାରା ସମାଲୋଚିତ ହେବାର ଭୟ ଥାଏ । ଏପରିକି ଶାରୀରିକ ଆଘାତ ପାଇବାର ଭୟ ମଧ୍ୟ ଥାଏ । ତେବେ ଅନେକ ସମୟରେ ମାନସିକ ପୀଡା ଲୋକମାନଙ୍କୁ ଏହା ବିଷୟରେ ମୁହଁ ଖୋଲିବାକୁ ବାଧ୍ୟ କରୁଥିବା କଥା ସେ ଜୋର ଦେଇ କୁହନ୍ତି । ସେ ଅନୁଭବ କରିଛନ୍ତି ଯେ ସମଲିଙ୍ଗି ବିଷୟ ଉପର ସ୍ତର ରେ ସଠିକ ଭାବେ ଉପସ୍ଥାପିତ ହୋଇପାରୁନହିଁ । ବିଶେଷ କରି ସରକାରୀ ତଥା ବଡ ବଡ ଉଦ୍ୟୋଗ ମାନଙ୍କରେ ଏହା ପ୍ରତି ସମର୍ଥନ ନାହିଁ । ଯଦିଓ ଫ୍ୟାଶନ ଦୁନିଆରେ ଲୋକମାନେ ଏହା ପ୍ରତି ସମ୍ବେଦନଶୀଳ ତେବେ ସମସ୍ତେ ଏହା ପ୍ରତି ସକାରାତ୍ମକ ଭାବନା ପୋଷଣ କରିବା ଆବଶ୍ୟକ ।
ଶଙ୍କର ଗଣେଶ : ଇନ୍ଟାରନେଟ ଦ୍ଵାରା ସମଲିଙ୍ଗି ପ୍ରଚାର
ତାମିଲନାଡୁର ଏକ ଛୋଟ ସହର ତୁଟିକୋରିନରୁ ଆସିଥିବା ଶଙ୍କର ଛୋଟ ବେଳେ ଭଲ ପାଠ ପଢୁଥିବା ବେଳେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହୀ ଥିଲେ । ଯଦିଓ ସେ ନିଜ ସମାଲିଙ୍ଗିତା ବିଷୟରେ ବହୁତ ଆଗରୁ ଜାଣିଥିଲେ ତେବେ ସେ ବିଷୟରେ ବିଶେଷ ଜ୍ଞାନ ଓ ସୂଚନା ନଥିଲା । ପ୍ରଥମକରି Orkutରେ ସେ ସମଲିଙ୍ଗି ମାନଙ୍କ ସହ ସମ୍ପର୍କରେ ଆସିଥିଲେ । ତେବେ ପରେ ସେମାନେ ସମସ୍ତେ ଉଭୟାଲିଙ୍ଗୀ ଥିବା ତାଙ୍କୁ ହତୋତ୍ସାହିତ କରିଥିଲା । ସେ ନିଜ ପାଇ ଏକ ସମଲିଙ୍ଗି ବନ୍ଧୁ ଖୋଜୁଥିଲେ ।
ଅନେକ ସମୟରେ ସେ ନିଜ ପରିବାର ବିଷୟରେ ଭାବୁଥିଲେ କି କିପରି ସେମାନେ ତାଙ୍କୁ ସମଲିଙ୍ଗି ଭାବରେ ଗ୍ରହଣ କରିବେ । ଯେବେ ସେ ତାଙ୍କ ବାପା ଙ୍କୁ ଏହା ବିଷୟରେ କହିଲେ, ତାଙ୍କ ବାପା ଏହା ମେଡିକାଲ ସାଇନ୍ସ ଦ୍ଵାରା ଠିକ କରାଯାଇପାରିବ ବୋଲି କହିଥିଲେ । ଯଦିଓ ସେ ତାଙ୍କ ବାପାଙ୍କୁ ବୁଝାଇ ପାରିଥିଲେ ତେବେ ଏ ସମ୍ପର୍କରେ କିମ୍ବା ସେକ୍ସନ ୩୭୭ ବିଷୟରେ ତାମିଲ ସଂବାଦପତ୍ରରେ କିଛି ଖବର ପ୍ରକାଶିତ ନହେବା ଦୁଖ ଦାୟକ ବୋଲି ସେ କୁହନ୍ତି ।
ସମଲିଙ୍ଗି ଙ୍କ ମାନସିକତା ତଥା ଭାବନା ବିଷୟରେ ଲୋକମାନେ ବହୁତ କମ ଜାଣନ୍ତି । ଏହା ଏକ ଶାରୀରିକ ସମସ୍ୟା ନୁହେଁ । ତେବେ ମେଡିକାଲ ବିଶେଷଜ୍ଞ ଓ ସମାଜ ଏହା ବିଷୟରେ ଜାଣିବା ଓ ସଚେତନତା ଆଣିବା ଆବଶ୍ୟକ । ତାଙ୍କ ନିଜ ଅଫିସ Freshdeskରେ ଲୋକମାନେ ବହୁତ ସମର୍ଥନ କରନ୍ତି ବୋଲି ସେ ଖୁସି ର ସହ କୁହନ୍ତି ।
ସେ ସମସ୍ତ ସମଲିଙ୍ଗି ଙ୍କୁ ଇନ୍ଟାରନେଟ ରେ ଏହା ବିଷୟରେ ପଢିବା ପାଇ କହିବ ସହ ଆହୁରି ମଧ୍ୟ କୁହନ୍ତି, ଭାରତରେ ଅନେକ ପ୍ରତିଭାବାନ ସମଲିଙ୍ଗି ଅଛନ୍ତି, ଯେଉଁମାନେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏହା ଦେଶ ପାଇ କ୍ଷତି ହୋଇଥିବା ବେଳେ ସମସ୍ତେ ଏହାର ସମର୍ଥନରେ ଆଗେଇଆସିବା ଆବଶ୍ୟକ ବୋଲି ସେ କୁହନ୍ତି ।
ସମଲିଙ୍ଗି ଙ୍କୁ ସମର୍ଥନ କରିବା ଲାଗି ଏହି ୱେବସାଇଟ ରେ ଲଗ ଇନ କରନ୍ତୁ : itgetsbetter.org
ଏହି ଲୋକ ମାନଙ୍କ ସହ କଥା ହେଲା ବେଳେ ଗୋଟିଏ କଥା ସାମ୍ନା କୁ ଆସିଲା ଯେ ସେମାନେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ଆମ ସମାଜରେ ଆମେ ଅର୍ଦ୍ଧନାରୀଶ୍ଵରଙ୍କୁ ଉପାସନା କରୁଥିବା ବେଳେ ସମଲିଙ୍ଗି ଙ୍କୁ ସମାଲୋଚନା କରିବା ଦୁଖ ର ବିଷୟ । ଆମର ଉଦ୍ୟମ ରହିବ ଏପରି ଲୋକଙ୍କ କାହାଣୀ ସମ୍ମୁଖକୁ ଆଣି ଆମେ ସମଲିଙ୍ଗି ତଥା ହିଞ୍ଜଡା ବା ତୃତୀୟ ଲିଙ୍ଗ ଗତ ଅଧିକାର ପ୍ରଦାନ କରିବାରେ ସହାୟକ ହୋଇପାରିବୁ ।