'ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ'

'ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ'

Wednesday December 16, 2015,

2 min Read

'ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ' ଏହି ନିୟମ ଆସନ୍ତା ଜାନୁୟାରୀ ପହିଲାରୁ କଟକ ସହରାଞ୍ଚଳ ପୁଲିସ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି।

image


ପ୍ରଥମେ ବରଗଡ଼ ପୁଲିସ ସେପ୍ଟେମ୍ବର ପହିଲାରେ ଏହି ନିୟମଟିର ପ୍ରଚଳନ ଆରମ୍ଭ କଲେ। ପେଟ୍ରୋଲ ପମ୍ପ ମାଲିକମାନଙ୍କ ସହଯୋଗରେ ନିୟମଟି ଲାଗୁ କରିବା ପୂର୍ବରୁ ବରଗଡ଼ ପୁଲିସ ନାଗରିକ ସମାଜର ସହମତି ନେଇ ଏକ ମାସ ଧରି ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଥିଲା। "ଆମେ ବରଗଡ଼ ମଡ଼େଲର ପୁନରାବୃତ୍ତି କରିବାକୁ ଯାଉଛୁ" ଜଣେ ବରିଷ୍ଠ ପୁଲିସ ପଦାଧିକାରୀ କହନ୍ତି। ଏହି ବିଚାରଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ହେଲମେଟ୍ ପିନ୍ଧି ନ ଥିବା ବାଇକ୍ ଚାଳକମାନଙ୍କୁ ପେଟ୍ରୋଲ ନ ଦେବା ଲାଗି ଶିକ୍ଷା ଦେବା ବୋଲି ସେ କହନ୍ତି।

ଏ ସମ୍ପର୍କରେ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରମାନଙ୍କ ସହିତ ଏକ ବୈଠକ ଆୟୋଜନ କରିବା ଲାଗି କଟକ ପୁଲିସ ଚିନ୍ତା କରୁଛି, କାହିଁକିନା ଏହା ଫଳରେ ନିର୍ବିଘ୍ନରେ ନିୟମଟିର ସଫଳ ରୂପାଯନ ହୋଇପାରିବ। ବରଗଡ଼ ଜିଲ୍ଲା ପୁଲିସ ଅଧୀକ୍ଷକ ଶ୍ରୀ ଆଶିଷ ସିଂହ ଯେ କି ବରଗଡ଼ ମଡ଼େଲର ପ୍ରବର୍ତ୍ତକ କହନ୍ତି," ଆମେ ଏ ଦିଗରେ ପ୍ରଭୂତ ସଫଳତା ହାସଲ କରିପାରିଛୁ। ଏହି ସଫଳତାର ଚାବିକାଠି ଥିଲା ଆମପ୍ରତି ପେଟ୍ରୋଲ ପମ୍ପ ମାଲିକମାନଙ୍କର ସ୍ଵେଚ୍ଛାକୃତ ଅକୁଣ୍ଠ ସମର୍ଥନ"।

ଦ୍ଵୈତ ନଗରୀର ଏକ ଅଂଶ ହେଲେ ମଧ୍ୟ କଟକର ବାଇକ୍ ଚାଳକମାନଙ୍କର, ଭୁବନେଶ୍ଵର ତୁଳନାରେ ହେଲମେଟ୍ ବ୍ୟବହାର କରିବାର ସଚେତନତା ଅନେକାଂଶରେ କମ୍ ବୋଲି କଟକର ଜଣେ ବରିଷ୍ଠ ପୁଲିସ ପଦାଧିକାରୀ କହନ୍ତି।

ଏହା ବ୍ୟତୀତ ଦୁଇଚକିଆ ଯାନ କିଣିବା ସମୟରେ ଡିଲରମାନଙ୍କଠାରୁ ହେଲମେଟ୍ କିଣିବା ବାଧ୍ୟତାମୂଳକ କରାଯିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି ଲାଗି ଯୋଜନା କରାହେଉଛି। "ଆମେ ବି ହେଲମେଟ୍ ନ ପିନ୍ଧି ଥିଲେ ପାଞ୍ଚଶହ ଟଙ୍କା ଜୋରିମାନା ପରିବର୍ତ୍ତେ ଏକ ହେଲମେଟ୍ ଉପହାର ଦେବା ଲାଗି ଚିନ୍ତା କରୁଛୁ। ସହରର ରାସ୍ତାରେ ହେଲମେଟ୍ ବ୍ୟବହାର କରିବାଲାଗି ବାଇକ୍ ଚାଳକମାନଙ୍କୁ ପ୍ରୋତ୍ସାହିତ କରିବାକୁ ଆମେ ଅବିରତ ଚେଷ୍ଟା ଚଳାଇଛୁ"। ଆସିଷ୍ଟାଣ୍ଟ ପୁଲିସ କମିଶନର (ଟ୍ରାଫିକ) ପି.କେ.ଦଳାଇ କହନ୍ତି।

ଓଡ଼ିଶା ହାଇକୋର୍ଟ ଦ୍ଵାରା ନିଯୁକ୍ତଏବଂ ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରାଫିକ ପରିଚାଳନା କମିଟି ଗତ ସପ୍ତାହରେ ଏହି ପ୍ରସ୍ତାବଗୁଡ଼ିକ ରଖିଛି।

Share on
close