ବାପାଙ୍କ ମାଡ଼ ଭୟରେ ଗାଁ ଛାଡ଼ି ଆସିଥିବା ପିଲା ଆଜି ଉତ୍ତର ଭାରତର ଦୋସା ଇଡ଼ଲି ଯାଦୁଗର

ବାପାଙ୍କ ମାଡ଼ ଭୟରେ ଗାଁ ଛାଡ଼ି ଆସିଥିବା ପିଲା ଆଜି ଉତ୍ତର ଭାରତର ଦୋସା ଇଡ଼ଲି ଯାଦୁଗର

Friday January 06, 2017,

3 min Read

ଦିନ ଥିଲା ଜୟରାମ ବାନନଙ୍କୁ ଛୋଟ ବେଳେ ଛୋଟ ଛୋଟ ଜିନିଷ ପାଇଁ ନିଜ ଘରେ ଅନେକ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ୁଥିଲା। ଆଜି ଜୟରାମ ଏକ ଏପରି ବ୍ରାଣ୍ଡର ମାଲିକ ଯାହାର କେବଳ ଉତ୍ତର ଭାରତରେ ୩୦ଟି ଆଉଟଲେଟ ରହିଛି। ଭାରତ ଛଡ଼ା ଉତ୍ତର ଆମେରିକା, କାନାଡା, ବ୍ୟାଙ୍ଗକକ ଏବଂ ସିଙ୍ଗାପୁର ଠାରେ ମଧ୍ୟ ତାଙ୍କ ବ୍ରାଣ୍ଡର ଶାଖା ରହିଛି। କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଥିବା ଏକ ଛୋଟ ଗାଁ, କର୍କଳା ହେଉଛି ତାଙ୍କର ଜନ୍ମ ସ୍ଥାନ। ଜୟରାମଙ୍କ କାହାଣୀ କୌଣସି ସିନେମାର କାହାଣୀ ଠାରୁ କମ ନୁହେଁ। ଉତ୍ତର ଭାରତର ନିବାସୀ ଯେଉଁମାନେ ରୁଟି ଓ ବଟର ଚିକେନ ଭଳି ଖାଦ୍ଯ ଖାଇବାକୁ ଭଲ ପାଉଥିଲେ ସେମାନେ ଆଜି ଜୟରାମଙ୍କ ଦୋସା, ଇଡ଼ଲି ଓ ସମ୍ବରର ଦୀୱାନା।

Source : <a href=

Source :

WordPressa12bc34de56fgmedium"/>

କିନ୍ତୁ ଜୟରାମଙ୍କ ପିଲାବେଳ ବିତିଥିଲା ଭୟ ମଧ୍ୟରେ। କେଜାଣି କେତେବେଳେ ତାଙ୍କ ବାପାଙ୍କ ନିଷ୍ଠୁର ହାତରୁ ମାଡ଼ ଖାଇବେ! ଏମିତି ବି ସମୟ ଥିଲା ଯେବେ ତାଙ୍କ ବାପା ରାଗରେ ତାଙ୍କୁ ନିର୍ଧୂମ ପିଟି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ଢାଳି ଦେଇଥିଲେ। ସ୍କୁଲ ପରୀକ୍ଷାରେ ଫେଲ ହେବା ବେଳକୁ ତାଙ୍କ ବୟସ ୧୩। ବାପାଙ୍କ ହାତରୁ ଭୟଙ୍କର ଦଣ୍ଡ ପାଇବା ଭୟରେ ଘରେ ଥିବା ଅଳ୍ପକିଛି ଟଙ୍କା ଚୋରୀ କରି ସେ ଘର ଛାଡ଼ି ପଳେଇ ଆସିଥିଲେ।

ମୁମ୍ବାଇ ପାଇଁ ବସ ଧରି ସେ ବସିଥିଲେ। କିନ୍ତୁ ମୁମ୍ବାଇ ଠାରେ ତାଙ୍କରି ଗାଁର ଜଣେ ଲୋକ ତାଙ୍କୁ ଠାବ କରି ସେଠାରେ ଏକ କ୍ୟାଣ୍ଟିନରେ କାମ ଦେଇଥିଲେ। ବସ ରେ ବସିଥିବା ସମୟରେ ସେ ମୁମ୍ବାଇ ଭଳି ଏକ ବିଶାଳ ସହରରେ ପହଞ୍ଚି ଯେ କରିବେ କଅଣ, ତାହା ବିଲକୁଲ ଭାବିନଥିଲେ। କିନ୍ତୁ ଅଦମ୍ୟ ସାହସ ନେଇ ସେ ପନଭେଲର ଏକ କ୍ୟାଣ୍ଟିନରେ ବାସନ ଧୋଇବା କାମ କଲେ। ଦିନତାଙ୍କ ସାରା ପରିଶ୍ରମ କରି କାମ କରିବା ପରେ ମଧ୍ୟ ମାଲିକ ଠାରୁ ଚପଲରେ ମାଡ଼ ଖାଇବାକୁ ପଡ଼ୁଥିଲା। Kenfoliosକୁ ଜୟରାମ କୁହନ୍ତି, ଏହା ଯୋଗୁଁ କିନ୍ତୁ ମୁ ଆହୁରି ପରିଶ୍ରମ କରି କାମ କରିବାକୁ ଲାଗିଲି।“ ଧୀରେ ଧୀରେ ସେ ୱେଟର ଓ ତାପରେ ମ୍ୟାନେଜର ହେଇଗଲେ। କିନ୍ତୁ ତାଙ୍କ ଜୀବନର ଅଭିଜ୍ଞତାରୁ ସେ ବୁଝିସାରିଥିଲେ ଯେ ସେ ଆଉ କାହାର ମାଲିକାନା ତଳେ କାମ କରିପାରିବେ ନାହିଁ।

ସେ ମୁମ୍ବାଇରେ ଏକ ସାଉଥ ଇଣ୍ଡିଆନ ଜଳଖିଆ ଦୋକାନଟିଏ ଖୋଲିବା ବିଷୟରେ ଚିନ୍ତା କଲେ। କିନ୍ତୁ ମୁମ୍ବାଇରେ ଆଗରୁ ଅନେକ ସାଉଥ ଇଣ୍ଡିଆନ ଦୋକାନ ଥିଲା। ଏପରି ଏକ ମାର୍କେଟରେ ପରୀକ୍ଷଣ ନକରି ସେ ବରଂ ଦିଲ୍ଲୀରେ ଦୋକାନ ଆରମ୍ଭ କରିବା ବିଷୟରେ ଭାବିଲେ। ସେତେବେଳର ସମୟରେ ପ୍ରକୃତ ଭଲ ସାଉଥ ଇଣ୍ଡିଆନ ଦୋସା ବହୁତ ଦାମ ଥିଲା। କିନ୍ତୁ ସେ ତାକୁ ବଦଳାଇବାକୁ ଚାହୁଁଥିଲେ। 

“ମୁଁ ବେଷ୍ଟ କ୍ଵାଲିଟିର ଦୋସା, ଠେଲାର ଦାମରେ ଦେବାକୁ ଭାବିଲି।“

୧୯୮୬ରେ ସେ ତାଙ୍କର ପ୍ରଥମ ଦୋକାନ ଖୋଲିଲେ ଏବଂ ପ୍ରଥମ ଦିନରେ ୪୭୦ ଟଙ୍କା ରୋଜଗାର କଲେ। ଗ୍ରାହକର ମନ ଜିଣିବାର ମନୋବୃତ୍ତି ଏବଂ ଏକ ନିଆରା ମେନୁ ସହ ଧୀରେ ଧୀରେ ଅନେକ ଲୋକଙ୍କ ପ୍ରିୟ ଜଳଖିଆ ଦୋକାନ ପାଲଟିଗଲା ତାଙ୍କର ଦୋକାନ। ତା’ର ନାମ ଦେଲେ ସେ ‘ସାଗର’। ନିକଟବର୍ତ୍ତୀ ଇଲାକାରେ ସମସ୍ତେ ଏଇ ନାମ ଜାଣିବାକୁ ଲାଗିଲେ। ଦୋସା କହିଲେ ସାଗର ବୋଲି ସମସ୍ତେ ଜାଣୁଥିଲେ।

ଚାରିବର୍ଷ ପରେ ସେ ଦିଲ୍ଲୀର ନାମିଦାମୀ ଲୋଧି ହୋଟେଲ ଠାରେ ନିଜର ଆଉଟଲେଟ ଖୋଲିଲେ। ଠିକ ସେଇ ମେନୁ କିନ୍ତୁ ୨୦% ଅଧିକ ଦାମ। ଜୟରାମ ଖୁବ ଗର୍ବର ସହ କହନ୍ତି ଯେ ସେ ଦିଲ୍ଲୀର ସବୁଠାରୁ ବଢିଆ ସମ୍ବର ଦେଉଛନ୍ତି। ଏହି ନୂଆ ଦୋକାନ ଖୋଲିବା ସହ ସେ ଦୋକାନର ନାମରେ ଆଉ ଏକ ଶବ୍ଦ ‘ରତ୍ନ’ ଯୋଡ଼ିଲେ। ବ୍ରାଣ୍ଡ ‘ସାଗର ରତ୍ନ’ର ଚର୍ଚ୍ଚା ଚାରିଆଡ଼େ ହେବାକୁ ଲାଗିଲା।

ଆଜି ମଧ୍ୟ ସେ ନିଜର ବ୍ୟବସାୟର ସ୍ଥଳୀକୁ ମନ୍ଦିର ଭଳି ପବିତ୍ର ସ୍ଥାନ ବୋଲି ମାନନ୍ତି ଏବଂ ସେ ନିଜେ କେବେ ମଧ୍ୟ ସେଠାରେ ଖାଆନ୍ତି ନାହିଁ। ତାଙ୍କ ହିସାବରେ ସେ ଏକ ମନ୍ଦିର ଏବଂ ଗ୍ରାହକ ମାନେ ହେଲେ ଭଗବାନ। ସେଠାରେ କେବଳ ଗ୍ରାହକ ମାନେ ହିଁ ଖାଦ୍ୟଗ୍ରହଣ କରନ୍ତି। ସେ ପ୍ରତିଦିନ ସକାଳ ୯ଟା ସମୟରେ ଘରୁ ବାହାରନ୍ତି ଓ ନିଜର ସବୁ ଆଉଟଲେଟରେ କାମ ଦେଖି ସାରି ଡେରି ରାତିରେ ଫେରନ୍ତି। ପରିଷ୍କାର ପରିଚ୍ଛନ୍ନତାକୁ ନେଇ ସେ ଏକଦମ କଡ଼ା। ରୋଷେଇ ହେଉଥିବା ଘର ମଧ୍ୟରେ ଗୋଟିଏ ମାତ୍ର ମାଛି ରହିବ ନାହିଁ।

ଏକ ସମୟରେ ଲୋକେ ତାଙ୍କୁ କେବଳ ଜଳଖିଆ ପରିବେଷଣ କରୁଥିବା ନେଇ ଅନେକ ସମାଲୋଚନା କରିଥିଲେ। ଏହି ସମାଲୋଚନାର ଜବାବ ଦେଇ ଜୟରାମ ‘ସ୍ଵାଗତ’ ନାମରେ ଏକ ଉପକୂଳୀୟ ଖାଦ୍ଯର ରେଷ୍ଟୁରାଣ୍ଟ ଖୋଲିଲେ।

କଠିନ ପରିଶ୍ରମ, ଅଦମ୍ୟ ସାହସ ଓ କାମ ପ୍ରତି ନିଷ୍ଠା ଥିଲେ ଯେ କେହି ମଧ୍ୟ ସଫଳ ହେଇପାରିବ – ଜୟରାମଙ୍କ କାହାଣୀ ଏହା ହିଁ କୁହେ।