ବଲିଉଡର କିଛି ପ୍ରେରଣାଦାୟୀ ଚରିତ୍ର

ବଲିଉଡ୍ ଏମିତି କିଛି ଚରିତ୍ରକୁ ଜନ୍ମ ଦେଇିଛି, ଯାହା ସବୁବେଳେ ଆମକୁ ଜଣେ ଭଲ ମଣିଷ କରି ଗଢ଼ି ତୋଳିବାର ପ୍ରେରଣା ଯୋଗାଇଥାଏ । ଆଉ କିଛି ଏମିତି ବି ରହିଛନ୍ତି, ଯାହାକୁ ଆମେ ଅନୁସରଣ କରିବା ଠିକ୍ ନୁହେଁ ।

ବଲିଉଡର କିଛି ପ୍ରେରଣାଦାୟୀ ଚରିତ୍ର

Thursday January 14, 2016,

4 min Read

ବଲିଉଡ୍ ଏମିତି କିଛି ଚରିତ୍ରକୁ ଜନ୍ମ ଦେଇିଛି, ଯାହା ସବୁବେଳେ ଆମକୁ ଜଣେ ଭଲ ମଣିଷ କରି ଗଢ଼ି ତୋଳିବାର ପ୍ରେରଣା ଯୋଗାଇଥାଏ । ଆଉ କିଛି ଏମିତି ବି ରହିଛନ୍ତି, ଯାହାକୁ ଆମେ ଅନୁସରଣ କରିବା ଠିକ୍ ନୁହେଁ ।

ଇଣ୍ଟରନେଟ୍ ତଥା ସୋସିଆଲ୍ ମିଡିଆରେ ଏବେ ଏମିତି ଅନେକ ଚିତ୍ର ଘୂରି ବୁଲିଛି ଯାହା ପରୋକ୍ଷରେ କିଛି ବ୍ୟବସ୍ଥାକୁ ବିରୋଧ କରିବା ସହ ଆଉ କିଛି ସପକ୍ଷରେ କହୁଛି । ନିକଟରେ ଏମିତି ଅନେକ ଛବି, ଫେସବୁକର ‘ଫ୍ରିବେସିକ୍ସ’ ବ୍ୟବସ୍ଥାକୁ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା ଯଦିଓ ଏହାକୁ ଗ୍ରହଣ କରିବା କିମ୍ବା ନକରିବା ଆପଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।

ବଲିଉଡ୍ ଏମିତି କିଛି ଚରିତ୍ରକୁ ଜନ୍ମ ଦେଇିଛି, ଯାହା ସବୁବେଳେ ଆମକୁ ଜଣେ ଭଲ ମଣିଷ କରି ଗଢ଼ି ତୋଳିବାର ପ୍ରେରଣା ଯୋଗାଇଥାଏ । ଆଉ କିଛି ଏମିତି ବି ରହିଛନ୍ତି, ଯାହାକୁ ଆମେ ଅନୁସରଣ କରିବା ଠିକ୍ ନୁହେଁ । କାହାକୁ ଆପଣ ଗ୍ରହଣ କରିବା ଉଚିତ୍ ଓ କାହାକୁ ଗ୍ରହଣ କରିବା ଅନୁଚିତ୍ ଏହା ଆପଣ ଭଲ ଭାବେ ଜାଣିଥିବେ । ବଲିଉଡରେ ସେଭଳି କିଛି ଚରିତ୍ରଙ୍କ ବିଷୟରେ ଜାଣିବା ।

ଚୌଧୁରୀ ବଲଦେବ ସିଂହ

ଲୋକପ୍ରିୟ ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ’ ଚଳଚ୍ଚିତ୍ରରେ ଅମରେଶ୍ ପୁରୀ ଏହି ଭୂମିକାରେ ଅଭିନୟ କରିଥିଲେ । ପ୍ରଥମରୁ ରାଜ୍(ଶାହାରୁଖ୍ ଖାନ୍) ଓ ସିମ୍ରନ୍(କାଜୋଲ୍)ଙ୍କ ପ୍ରେମକୁ ସେ ବିରୋଧ କରିଥିଲେ ସୁଦ୍ଧା । ଶେଷରେ ସେ ନିଜ ଝିଅ ଓ ରାଜର ଆଖିରେ ରହିଥିବା ପ୍ରେମକୁ ଅନୁଭବ କରି ପାରିଥିଲେ । ଚଳଚ୍ଚିତ୍ରର ଶେଷରେ ସେ ସିମ୍ରନକୁ ରାଜ୍ ସହ ଯିବା ପାଇଁ ଅନୁମତି ଦେଇଥିଲେ । ମୋଟ ଉପରେ ସେ ସିମ୍ରନକୁ ତା’ ଜୀବନ ବଞ୍ଚିବାର ସ୍ୱାଧୀନତା ପ୍ରଦାନ କରିଥିଲେ ।

image


ଚୌଧୁରୀ ବଲଦେବ ସିଂହଙ୍କ ଭଳି ହେବା ଉଚିତ୍ ।

ରାଧେ

ଲୋକମାନେ ପ୍ରତିଶୃତି ଦିଅନ୍ତି । ପରମୁହୂର୍ତ୍ତରେ ଭାଙ୍ଗି ଦିଅନ୍ତି । କିନ୍ତୁ ରାଧେ ଯେବେ ଥରେ ପ୍ରତିଶୃତିବଦ୍ଧ ହୁଏ, ସେ ନିଜ ମନ କଥା ମଧ୍ୟ ଶୁଣେ ନାହିଁ । ଏଭଳି ଏକ ଚିତ୍ତାକର୍ଷକ ଭୂମିକାରେ ସଲମାନ ଖାନ୍, ଫିଲ୍ମ ୱାଣ୍ଟେଡରେ ଅଭିନୟ କରିଥିଲେ ।

ରାଧେ ପରି ହେବା ଉଚିତ୍ ।

image


ଦେବଦାସ

ମଣିଷ ଖୁସିରେ ପିଏ, ଦୁଃଖରେ ପିଏ । କିଛି କାମ ନଥିଲେ ବି ପିଏ । ‘ପିନେକେ ଲିଏ ପିନେକା ବାହାନା ଚାହିଏ’ ବୋଲି ଅଧିକାଂଶ ଚିନ୍ତା କରନ୍ତି । କିନ୍ତୁ ଦେବଦାସ ନିଶ୍ୱାସ ନେବାପାଇଁ ପିଏ । କାରଣ ସେ ବଞ୍ଚି ପାରିବ ଆଉ ହୃଦୟରେ ନିଜ ପ୍ରେମିକା ‘ପାରୋ’କୁ ସାଇତି ରଖିପାରିବ । ଲୋକପ୍ରିୟ ଚଳଚ୍ଚିତ୍ର ଦେବଦାସରେ ମୁଖ୍ୟ ଭୂମିକାରେ ଅଭିନୟ କରି ଶାହାରୁଖ୍ ଖାନ୍ ଏହି ଚରିତ୍ରକୁ ଜୀବନ୍ତ କରି ଦେଇଥିଲେ ।

image


ଦେବଦାସ ଭଳି ହେବା ଠିକ୍ ନୁହେଁ ।

ଆନନ୍ଦ ବାବୁ

ଆନନ୍ଦ ବାବୁଙ୍କ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚିତ । ଫିଲ୍ମ ଆନନ୍ଦ ରାଜେଶ୍ ଖାନ୍ନା ଏହି ଭୂମିକାରେ ଅଭିନୟ କରିଥିଲେ । ଆନନ୍ଦ ବାବୁ କାହାରିକୁ କାନ୍ଦିବାକୁ ଦିଅନ୍ତି ନାହିଁ । ସେ ଲୁହକୁ ଘୃଣା କରନ୍ତି । କିନ୍ତୁ ନିଜ କ୍ଷେତ୍ରରେ ସେ କାନ୍ଦିବାକୁ ଠିକ୍ ବୋଲି ଭାବନ୍ତି ।

image


ଆନନ୍ଦ ବାବୁଙ୍କ ଭଳି ଦ୍ୱନ୍ଦ୍ୱ ମଧ୍ୟରେ ରହିବା ଠିକ୍ ନୁହେଁ ।

ବିକ୍ରମ ସିଂହ ରାଠୋର୍

ସେ ଯାହା କହେ କରେ, ସେ ଯାହା ନ କହେ ତା’ ବି ସେ କରେ । ଫିଲ୍ମ ରାୱଡି ରାଠୋରରେ ଅକ୍ଷୟ କୁମାର ବିକ୍ରମ ସିଂହ ରାଠୋର୍ ଭୂମିକାରେ ଅଭିନୟ କରି ଏଭଳି ଏକ ମନଗଢ଼ା ଡାଏଲଗ୍ କୁହନ୍ତି ।

image


ଏଭଳି ବିପଦପୂର୍ଣ୍ଣ ଶୈଳୀ ପ୍ରକୃତ ଦୁନିଆରେ ଅମୂଳକ ।

ଶେହେନସା

ଅଧିକାଂଶ ଲୋକ ବ୍ୟକ୍ତିତ୍ୱ ହରାଇ ବସନ୍ତି । କିନ୍ତୁ ଶେହେନସା ସେଭଳି ନୁହେଁ । ଯଦି ସମ୍ପର୍କ ବିଷୟରେ ପଚରାଯାଏ, ତାହେଲେ ସେ ସଭିଙ୍କ ବାପା । ନାଁ ତା’ର ଶେହେନସା ।

image


ସେହେନସା ଭଳି ସାହସୀ ହେବା ଉଚିତ୍ ।

ବୁଲ୍ଲା

ଅଧିକାଂଶ ଲୋକ ସତ ଲୁଚାନ୍ତି । ସେମାନେ କ’ଣ, ତାହା ଜାଣିବାକୁ ଦିଅନ୍ତି ନାହିଁ । କିନ୍ତୁ ବୁଲ୍ଲା ଏକ ଖୋଲା ବହି । ସେ ସବୁକିଛି ଜଣାଇଦିଏ ।

image


ବୁଲ୍ଲା ଭଳି ହେବା ଉଚିତ୍ ।

ସର୍ଦ୍ଧାର୍ ଖାନ୍

କୌଣସି ଜିନିଷ ନେବା ପୂର୍ବରୁ ଅଧିକାଂଶ ଲୋକ ଅନୁମତି ନିଅନ୍ତି ନାହିଁ । କିନ୍ତୁ ସର୍ଦ୍ଧାର୍ ଖାନ୍ ସବୁକିଛି କହିକି ହିଁ ନିଏ ।

image


ସର୍ଦ୍ଧାର୍ ଖାନ୍ ଭଳି ହେବା ଉଚିତ୍ ।

ରାଜ୍

କିଛି ଲୋକ ପ୍ରତ୍ୟେକ କଥାରେ ବ୍ୟସ୍ତ ହୋଇ ପଡନ୍ତି । କିନ୍ତୁ ରାଜ୍ ଭାବେ ‘ବଡ ବଡ ଦେଶରେ ଏମିତି ଛୋଟ ଛୋଟ କଥା ତ ଘଟେ’ । ସେ ସବୁବେଳେ ଶାନ୍ତ ରହେ ।

image


ରାଜ୍ ଭଳି ହେବା ଉଚିତ୍ ।

ଗବର୍

ଅଧିକାଂଶ ଲୋକ ସେମାନଙ୍କର ପ୍ରକୃତ ମୂଲ୍ୟ ଜାଣି ନଥା’ନ୍ତି । କିନ୍ତୁ ଗବର୍ ଜାଣିଛି ସରକାର ତା’ ମୁଣ୍ଡର ମୂଲ୍ୟ ୫୦,୦୦୦ ଟଙ୍କା ରଖିଛନ୍ତି । ସେ ନିଜର ମୂଲ୍ୟ ଜାଣେ ।

image


ଗବର୍ ଭଳି ହେବା ଉଚିତ୍ ।

ବିଜୟ

ବହୁ ଲୋକ ଟଙ୍କା ପାଇଁ କିଛି ବି କରି ଦିଅନ୍ତି । କିନ୍ତୁ ବିଜୟ ସେମିତି କରେ ନାହିଁ । ତା’ର ନିଜସ୍ୱ କିଛି ନିୟମ ରହିଛି । ସେ ଫିଙ୍ଗା ହୋଇଥିବା ଟଙ୍କା ଗ୍ରହଣ କରେ ନାହିଁ ।

image


ବିଜୟ ଭଳି ହେବା ଉଚିତ୍ ।

ରମାଧୀର୍ ସିଂହ

ସବୁ ଅଭିଭାବକମାନେ ସେମାନଙ୍କ ସନ୍ତାନକୁ ଆଗକୁ ବଢ଼ିବାକୁ କୁହନ୍ତି । କିନ୍ତୁ ରମାଧୀର ସିଂହ ସେପରି ନୁହେଁ । ସେ ଜାଣିଥିଲା ‘ବେଟେ ସେ ନା ହୋ ପାଏଗା’ ।

image


ରମାଧୀର ସିଂହ ଭଳି ହେବା ଉଚିତ୍ ।

ମୋଗାମ୍ବୋ

ଅନେକଙ୍କୁ ଖୁସି କରିବା କାଠିକର ପାଠ । କିନ୍ତୁ ମୋଗାମ୍ବୋ ଛୋଟ ଛୋଟ କଥାରେ ଖୁସି ହୁଏ । ସେ ସବୁବେଳେ ଖୁସି ରହେ ।

image


ମୋଗାମ୍ବୋ ଭଳି ହେବା ଉଚିତ୍ ।

କ୍ରାଇମ୍ ମାଷ୍ଟର୍ ଗୋଗୋ

ଅନେକ ଲୋକ ସେମାନଙ୍କର ନକରାତ୍ମକ ଛବିକୁ ଦେଖାନ୍ତି ନାହିଁ । କିନ୍ତୁ କ୍ରାଇମ୍ ମାଷ୍ଟର୍ ଗୋଗୋ ଜୀବନକୁ ଖୋଲାଖୋଲି ବଞ୍ଚେ । ସେ ଆଖିଡୋଳାରେ ଲୁଡୁ ଖେଳେ ।

image


ଗୋଗୋ ଭଳି ହେବା ଉଚିତ୍ ।

(Soure: Scoophoop)