ଗଜପତି ଜିଲ୍ଲାରେ ମୋ ସ୍ଵଚ୍ଛ ଶୌଚାଳୟର ଚମକ

ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଜିଲ୍ଲାର ବାକି ୧୧୯ଟି ପଞ୍ଚାୟତକୁ ମଧ୍ୟ ଓଡିଏଫ୍ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

0

ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଜିଲ୍ଲାର ବାକି ୧୧୯ଟି ପଞ୍ଚାୟତକୁ ମଧ୍ୟ ଓଡିଏଫ୍ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

ଜନଗଣନା ରିପୋର୍ଟ ଅନୁଯାୟୀ ଓଡିଆରେ ଏବେ ବି ୭୬.୬ ପ୍ରତିଶତ ଘରେ ପାଇଖାନା ନାହିଁ । ଦେଶର ସବୁଠାରୁ ଅଧିକ ଆଦିବାସୀ ସମ୍ପ୍ରଦାୟ ଆମ ରାଜ୍ୟରେ ବସବାସ କରନ୍ତି । ଏମିତି ଅନେକ ଗାଁ ରହିଛି, ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟର ଅବସ୍ଥା ଶୋଚନୀୟ । ସେଠାରେ ପରିମଳ ବିଷୟରେ ଲୋକଙ୍କର ଧାରଣା ହିଁ ନାହିଁ ।

ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଜିଲ୍ଲାର ବାକି ୧୧୯ଟି ପଞ୍ଚାୟତକୁ ମଧ୍ୟ ଓଡିଏଫ୍ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

ଫେବୃଆରୀ ୨୦୧୫ରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରତ୍ୟେକ ଘରେ ପାଇଖାନା ତିଆରି କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବା କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ୍ ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏଥିପାଇଁ ‘ମୋ ସ୍ୱଚ୍ଛ ଶୌଚାଳୟ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଜିଲ୍ଲାରେ ବସବାସ କରୁଥିବା ସମ୍ପ୍ରଦାୟର ଲୋକମାନଙ୍କୁ ଏକାଠି କରି ପ୍ରଶାସନ-ଜନତା ମିଳିତ ସହଯୋଗରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା । ସେହିପରି ଖୋଲାମେଲାରେ ମଳତ୍ୟାଗ ନକରି ପାଇଖାନାରେ ମଳତ୍ୟାଗ କରିବା ପାଇଁ ଲୋକମାନଙ୍କ ମନରେ ସଚେତନତା ଜାଗୃତ କରିବା ମଧ୍ୟ ଏହି ଯୋଜନା ଅନ୍ତର୍ଭୁକ୍ତ ଥିଲା । ପାଇଖାନା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ସ୍ୱଚ୍ଛ ଭାରତ ମିଶନରୁ ଆବଶ୍ୟକ ଅର୍ଥ ମିଳିଥିଲା, ଯାହା ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ପାଇଖାନା ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨,୦୦୦ ଟଙ୍କା ପ୍ରଦାନ କରାଯାଉଥିଲା ।

ଗଜପତି ଜିଲ୍ଲାରେ ଥିବା ୭ଟି ବ୍ଲକ୍ ମଧ୍ୟରୁ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍ । ସେଠାକାର ଅଧିକାଂଶ ପଞ୍ଚାୟତକୁ ଗମନାଗମନର ବିଶେଷ ସୁବିଧା ନଥିବାରୁ କଞ୍ଚାମାଲ୍ ପହଞ୍ଚାଇବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ସେହିପରି ଲୋକମାନଙ୍କୁ ମଳତ୍ୟାଗ ପାଇଁ ପାଇଖାନାର ବ୍ୟବହାର କରିବା ଦିଗରେ ସଚେତନା କରିବା ମଧ୍ୟ କିଛି ସହଜ କଥା ନଥିଲା ।

ଜିଲ୍ଲାକୁ ପରିମଳ ଦିଗରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ଅଣ୍ଟା ଭିଡିଥିବା ଜିଲ୍ଲା ପ୍ରଶାସନ ଏକ ଯୋଜନା ଅନୁଯାୟୀ ପ୍ରଥମେ ୧୦ ଜଣିଆ ଦଳ ଗଠନ କଲା । ଏଥିରେ କିଛି ଜିଲ୍ଲା ଉନ୍ନୟନ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ରହିଥିଲେ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାକୁ ପଠାଇଥିଲା । ନଦିଆରେ ସେଠାକାର ପ୍ରଶାସନ ‘ସବର୍ ଶୌଚଘର’ ନାମକ ଏକ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେଇଥିଲା । ଫଳରେ ନଦିଆ ଜିଲ୍ଲା ଦେଶର ପ୍ରଥମ ଖୋଲାରେ ମଳତ୍ୟାଗ ମୁକ୍ତ ଜିଲ୍ଲା ହୋଇ ପାରିଥିଲା ।

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନଦିଆ ଯାଇଥିବା ଦଳ ସେଠାକାର ସ୍ଥିତି ଓ ଯୋଜନାକୁ ଅନୁଧ୍ୟାନ କରି ଫେରିବା ପରେ ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳ ଡିଷ୍ଟ୍ରିକ୍ଟ ରିସୋର୍ସ ଟିମ୍(ଡିଆରଟି) ଓ ଅନ୍ୟଟି ବ୍ଲକ୍ ରିସୋର୍ସ ଟିମ୍(ବିଆରଟି) ଭାବେ କାର୍ଯ୍ୟ କରିବା ଆରମ୍ଭ କଲା । ଡିଆରଟି ସିଧାସଳଖ ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟ କରୁଥିଲା ।

ଏହି ଦଳଗୁଡିକ ବିଭିନ୍ନ ପଞ୍ଚାୟତ ପର୍ଯ୍ୟବେକ୍ଷଣ କରି କେଉଁଠି କ’ଣ ଅସୁବିଧା ରହିଛି ଜାଣିବା ପରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ଅଭିଯାନ ଆରମ୍ଭ କରିଥିଲେ । ସେହିପରି ଏକ ଗୋଷ୍ଠୀଗତ ମୁକ୍ତ ପରିମଳ ଯୋଜନା(ସିଏଲଟିଏସ୍) ଅନୁଯାୟୀ ଲୋକମାନଙ୍କୁ ପରିମଳ ଓ ପାଇଖାନାର ବ୍ୟବହାର ଦିଗରେ ସଚେତନ କରାଇଥିଲେ । ଏହି ଯୋଜନା ଅଧୀନରେ ହେଉଥିବା ସଭା ଗୁଡିକରେ ଅଧିକରୁ ଅଧିକ ଗ୍ରାମବାସୀ ଯୋଗ ଦେଇ ପ୍ରଶ୍ନ ପଚାରିବା ସହିତ ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରି ପାରିଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଡିଆରଟିର ଅନ୍ୟତମ ସଦସ୍ୟ ପ୍ରକାଶ କୁମାର ସାହୁଙ୍କୁ ଜିଲ୍ଲାର ଲୁହାନାଗରା ପଞ୍ଚାୟତର ଦାୟିତ୍ୱ ପ୍ରଦାନ କରାଯାଇଥିଲେ । ଗତ ବର୍ଷ ଜୁଲାଇ ମଧ୍ୟର ତାଙ୍କୁ ସେହି ପଞ୍ଚାୟତଙ୍କୁ ଓଡିଏଫ୍ ଅନ୍ତର୍ଭୁକ୍ତ କରାଇବାର ଚ୍ୟାଲେଞ୍ଜ ପ୍ରଦାନ କରାଯାଇଥିଲା । ସେହି ପଞ୍ଚାୟତରେ ଏକ ଏନଜିଓ (ଗ୍ରାମ ବିକାଶ)ର ଉଦ୍ୟମରେ କିଛି ଘରେ ପୂର୍ବରୁ ପାଇଖାନା ଥିଲା । ମାତ୍ର ଏହି ପଞ୍ଚାୟତରେ ଦୁର୍ଗମ ହୋଇଥିବାରୁ ଏବଂ ପାହାଡିଆ ଅଞ୍ଚଳରେ ରହିଥିବାରୁ ଅନେକ ଘରେ ଏବେ ବି ପାଇଖାନା ନିର୍ମାଣ କରାଯାଇ ନଥିଲା । ପାଖାପାଖି ୫୪୦ଟି ଘରେ ପାଇଖାନାର ଆବଶ୍ୟକତା ରହିଥିଲା । ସିଏଲଟିଏସ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି, ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ସାହାଯ୍ୟରେ ପ୍ରକାଶ ସ୍ୱଳ୍ପ ସମୟ ମଧ୍ୟରେ ଲୁହାନଗରା ପଞ୍ଚାୟତକୁ ଓଡିଏଫ୍ ଅନ୍ତର୍ଭୁକ୍ତ କରିବାକୁ ସକ୍ଷମ ହୋଇଥିଲେ ।