ଯଶୋଦା ସଦନ : ୧୯୯୯ ମସିହା ମହାବାତ୍ୟାରେ ଉଦ୍ଧାର ବାସହୀନ ପିଲାଙ୍କ ଅସ୍ଥାୟୀ ବାସସ୍ଥାନରୁ ରାଜ୍ୟର ସୁପରିଚିତ ଅନାଥାଶ୍ରମ

By Sourabh Kumar Parida

ଯଶୋଦା ସଦନ : ୧୯୯୯ ମସିହା ମହାବାତ୍ୟାରେ ଉଦ୍ଧାର ବାସହୀନ ପିଲାଙ୍କ ଅସ୍ଥାୟୀ ବାସସ୍ଥାନରୁ ରାଜ୍ୟର ସୁପରିଚିତ ଅନାଥାଶ୍ରମ

Saturday December 12, 2015,

3 min Read

ଜୀବନରେ ପିତାମାତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମେ ସକାଳ ଉଠିବାଠୁ ନେଇ ରାତିରେ ଶୋଇବାକୁ ଯିବାଯାଏ ପ୍ରତିକ୍ଷଣରେ ପିତାମାତାଙ୍କ ଦିଗଦର୍ଶନରେ କାର୍ଯ୍ୟ କରିଥାଉ । କିନ୍ତୁ ଯେଉଁମାନଙ୍କର ପିତାମାତା ନାହିାଁନ୍ତି, ସେମାନଙ୍କର କଥା ଆମେ କେବେ ଚିନ୍ତା କରନ୍ତି ନାହିଁ। କିନ୍ତୁ ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏମାନଙ୍କ କଥା କେବଳ ଚିନ୍ତା କରନ୍ତି ନାହିଁ ସେମାନଙ୍କୁ ନିଜର ଭାବି ନିଜ ସନ୍ତାନଠୁ ବି ଅଧିକ ଯତ୍ନ ନିଅନ୍ତି । ଆମେ ଏଠାରେ ଏପରି ଏକ ଅନୁଷ୍ଠାନର କଥା ହେବାକୁ ଯାଉଛନ୍ତି ଯାହା ଦୀର୍ଘ ୧୫ ବର୍ଷ ହେଲା ଅନେକ ଅନାଥ ପିଲାଙ୍କ ପରିବାର ହୋଇ ଛିଡାହୋଇଛି, କଟକର ଯଶୋଦା ସଦନ । ନାଆଁ ଯେମିତି କାର୍ଯ୍ୟ ବି ସେମିତି । ମାତା ଯଶୋଦାଙ୍କ ପରି ଅନ୍ତେବାସୀମାନଙ୍କର ଲାଳନ ପାଳନର ଭାର ସମ୍ଭାଳି ନିଜ ମାର ଅନୁପସ୍ଥିତିକୁ ସେମାନଙ୍କୁ ଭୂଲିବାକୁ ଦେଇଛି ।

ଅନ୍ତେବାସୀମାନଙ୍କ ପାଇଁ ଏହା ଘରଠୁ ବାହାରେ ଏକ ଘର । ଏଠାରେ ଅନ୍ତେବାସୀମାନଙ୍କୁ ଶିକ୍ଷା ସହ ଖେଳକୁଦ, ନାଚ, ଗୀତ, ଯୋଗ ପରି ସବୁକ୍ଷେତ୍ରରେ ତାଲିମ ଦିଆ ଯାଇଥାଏ ।

ଅନୁଷ୍ଠାନର ତତ୍ତ୍ଵାବଧାରୀକା ଅଶିମା ମିଶ୍ର ଯେ କି ପିଲାମାନଙ୍କର ମାଁ'ର ଭୂମିକା ନିଭାଇ ଆସୁଛନ୍ତି କୁହନ୍ତି, "ସେମାନଙ୍କୁ ବିଦ୍ୟାଳୟ ଶିକ୍ଷା ବ୍ୟତୀତ ସକାଳେ ଓ ସନ୍ଧ୍ୟାରେ ଦୈନିକ ୪ ଘଣ୍ଟା ଟ୍ୟୁସନର ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ ପରମ୍ପରା, ସଂସ୍କୃତି ଏବଂ ଐଶ୍ୱରୀକ ଭାବର ପରିବେଶ ପ୍ରଦାନ କରାଯାଇ ଏକ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବାକୁ ପ୍ରୟାସ କରାଯାଇଥାଏ ।"

image


ଏହି ଅନୁଷ୍ଠାନର ପ୍ରତିଷ୍ଠାର କାହାଣୀ ମଧ୍ୟ ଅନେକ ରୋଚକଭରା । ୧୯୯୯ ମସିହାର ମହାବାତ୍ୟାରେ ପୁନରୁଦ୍ଧାର ଓ ସାହାଯ୍ୟ କାର୍ଯ୍ୟରେ ଯାଇଥିବା ଏକ ସ୍ୱେଛାସେବୀ ଦଳ ପ୍ରାୟ ୮୦ ଜଣ ବାସହୀନ ଓ ଆତ୍ମୀୟଙ୍କୁ ହରାଇ ଦିଗହରା ହୋଇପଡିଥିବା ପିଲାଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ଯତ୍ନ ଓ ଦାୟୀତ୍ୱ ନେବାକୁ ସେମାନେ କୌଣସି ଉପାୟରେ ସମର୍ଥ ନଥିଲେ କିନ୍ତୁ ସେମାନଙ୍କୁ ଛାଡି ଆସିବା ବି ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା । ଶେଷରେ ସେଇ ଦରଦୀ ମଣିଷମାନେ ସେମାନଙ୍କୁ ସାଥିରେ ନେଇଆସିଲେ ।

ଭୁୁବନେଶ୍ୱରର ରାମକୃଷ୍ଣ ମିଶନର ସାଧୁ ସ୍ୱାମୀ ପ୍ରାଣ ରୂପାନନ୍ଦ ସରସ୍ୱତୀ ଏ ବିଷୟରେ ଖବର ପାଇ ସ୍ୱେଛାସେବୀମାନଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କୁ ସାମୟୀକ ଭାବେ ନିଜ ଆଶ୍ରମରେ ରଖିବାର ବ୍ୟବସ୍ଥା କଲେ ।

ମେଜର ସ୍ୱର୍ଗତ ଶ୍ୟାମ ସୁନ୍ଦର ସାହୁଙ୍କ ନେତୃତ୍ୱରେ କଟକରେ ସେମାନଙ୍କ ପାଇଁ ଏକ ଅସ୍ଥାୟୀ ବାସସ୍ଥାନ ନିର୍ମାଣ ନହେବା ଯାଏ ସେମାନେ କିଛିମାସ ପାଇଁ ସେଠାରେ ରହିଲେ । ମେଜର ସ୍ୱର୍ଗତ ଶ୍ୟାମ ସୁନ୍ଦର ସାହୁ ଯଶୋଦା ସଦନର ଜଣେ ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି ।

ସମସ୍ତ ଘାତ ପ୍ରତିଘାତକୁ ଅତିକ୍ରମ କରି ୨୦୦୦ ମସିହାରେ ପ୍ରତିଷ୍ଠା ହୁଏ ଯଶୋଦା ସଦନ । ପ୍ରତିଷ୍ଠାର କିଛି ଦିନ ପରେ ଓଡିଶାର ପ୍ରତିଷ୍ଠିତ ସାମାଜିକ ପ୍ରତିଷ୍ଠାନ ଉତ୍କଳ ବିପନ୍ନ ସହାୟତା ସମିତି କିଛି ମାସ ପାଇଁ କିଛି ବର୍ଷ ପାଇଁ ଏହାର ସମସ୍ତ ଆର୍ଥିକ ଦାୟୀତ୍ୱ ନିର୍ବାହ କରିବାକୁ ଆସିଲା ।

୨୦୦୩ରେ ମୁମ୍ବାଇର ଜେମ ଏଣ୍ଡ ଜୁଏଲରୀ ନ୍ୟାସନାଲ ରିଲିଫ ଫାଉଣ୍ଡେସନ, ଯାହାକି ମହାବାତ୍ୟା ସମୟରେ ବିପନ୍ନଙ୍କ ପାଇଁ ସହାୟତା କାର୍ଯ୍ୟରେ ନିୟୋଜିତ ଥିଲା ଓ ସେଠାରେ ସେହି ସ୍ୱେଛାସେବୀମାନଙ୍କ ସହ ପରିଚିତ ହୋଇଥିଲା । ଯଶୋଦା ସଦନ ପାଇଁ ସମସ୍ତ ଆଧୁନିକ ସୁବିଧାରେ ପରିପୂର୍ଣ୍ଣ ଏକ ତୃତୀୟ ମହଲା ବିଲ୍ଡିଂ ନିର୍ମାଣ କଲା । ଧୀରେ ଧୀରେ ଯଶୋଦା ସଦନ ନିଗର ପରିଚୟ ସୃଷ୍ଟି କଲା ଓ ବିଭିନ୍ନ ଦିଗରୁ ନିଜ ପାଇଁ ଅର୍ଥ ଯୋଗାଡ କରିବାକୁ ଲାଗିଲା ଓ ସବୁକିଛି ଧିରେ ଧିରେ ସହଜ ହେବାକୁ ଲାଗିଲା । ସେତେବେଳକୁ ପିଲାମାନଙ୍କ କିଛି ଦୂର ସମ୍ପର୍କୀୟ ପିଲାମାନଙ୍କୁ ଘରକୁ ନେବାକୁ ଚାହିଁଲେ । ଏହା ଦ୍ୱାରା ସଦନ ୩୦ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଯେଉଁମାନେ ବାକି ରହିଲେ ସେମାନେ ସେମାନଙ୍କର ନୂଆ ପରିବାରକୁ ନେଇ ଖୁସିଥିଲେ ଓ ତନ୍ମଧ୍ୟରେ କିଛି ନୂଆ ଅନ୍ତେବାସୀବି ସେମାନଙ୍କ ସହ ଯୋଡି ହୋଇଯାଇଥିଲେ ।

ଏହାର ଯୁଗ୍ମ ସମ୍ପାଦକ ଜଗଦୀଶ ପଟ୍ଟନାୟକ କୁହନ୍ତି, ଏହି ଅନୁଷ୍ଠାନ ଓ ଅନ୍ତେବାସୀମାନଙ୍କ ସହିତ ମୋର ସମ୍ପର୍କ ଅତି ଘନିଷ୍ଠ ଓ ଏହା ମୋର ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ସେମାନଙ୍କର ମଙ୍ଗଳ ନେଇ ସର୍ବଦା ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ସେମାନଙ୍କର ଦେହ ଖରାପ ହେଲେ କିମ୍ବା କୌଣସି ଅଘଟଣ ଘଟିଲେ ମୁଁ ଶାନ୍ତିରେ ରହିପାରେ ନାହିଁ ।

ସେମାନଙ୍କର ଶିକ୍ଷାନେଇ ସେ କୁହନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଧ୍ୟୟନ ରତ ଓ କିଛି ପିଲା ଚଳିତ ବର୍ଷ ସ୍ନାତ୍ତକ ସମାପ୍ତ କରିବାକୁ ଯାଉଛନ୍ତି । ଏହା ପରେ ସେମାନଙ୍କୁ ଆଗ୍ରହ ଓ ଯୋଗ୍ୟତା ନେଇ କିଛି ବୈଷୟିକ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯିବ । ବାଳିକାମାନଙ୍କ କ୍ଷେତ୍ରରେ ଆମେ ସେମାନଙ୍କ ପରିବାରର ସହମତିରେ ସେମାନଙ୍କ ବିବାହ କରି ସେମାନଙ୍କୁ ସେମାନଙ୍କ ନୂତନ ପରିବାରକୁ ପଠାଇଥାଉ କାରଣ ଆମେ ଭାବୁ ପିଲାମାନେ ବିବାହ କରି ନିଜର ପରିବାର ପାଇଲେ ଓ ସଂସାର ଗଢ଼ିଲେ ହିଁ ସେମାନେ ନିଜ ଜୀବନରେ ସମ୍ପୂର୍ଣ୍ଣତା ପାଇପାରିବେ ବୋଲି ଆମେ ବିଶ୍ୱାସ କରୁ ।