ଯେତେବେଳେ ଲକ୍ଷ୍ୟ ଥାଏ ଅନ୍ତିମ ସୀମାରେ, ସେତେବେଳେ ଯେକୌଣସି ଚ୍ୟାଲେଞ୍ଜ ଛୋଟ ପଥର ପରି ଲାଗିଥାଏ- ପାବନା ଜୈନ

ଯେତେବେଳେ ଲକ୍ଷ୍ୟ ଥାଏ ଅନ୍ତିମ ସୀମାରେ, ସେତେବେଳେ ଯେକୌଣସି ଚ୍ୟାଲେଞ୍ଜ ଛୋଟ ପଥର ପରି ଲାଗିଥାଏ- ପାବନା  ଜୈନ

Thursday November 19, 2015,

5 min Read

ବୈଷୟିକ ଜ୍ଞାନ ପାବନାଙ୍କ ଜୀବନରେ ସବୁବେଳେ ରହିଆସିଛି। ସିଲିକନ ଭ୍ୟାଲିର ମୂଳଭିତ୍ତିରୁ ଆସିଥିବା ପାବନା ଜୈନ SHIFTMobilityର ସହ ପ୍ରତିଷ୍ଠାତା ଯେଉଁଠାରେ ମୋଟରଗାଡ଼ି ସମ୍ବନ୍ଧୀୟ ଶିଳ୍ପ ପାଇଁ ଏକ ଏକକ ଜାଗା। ସେମାନଙ୍କ ଏହି ବାଧାଜନକ ଜ୍ଞାନକୌଶଳ ମୂଳ ସ୍ତରରୁ ଆରମ୍ଭ ହୋଇ ଗତିଶୀଳତା ପାଇଁ ସରଳୀକୃତ ସୂଚନା ପ୍ରଦାନ ଦେବା ପର୍ଯ୍ୟନ୍ତ କାମ କରିଥାଏ।

image


ସହ-ପ୍ରତିଷ୍ଠାତା ଅରବିନ୍ଦ ଜୈନଙ୍କୁ ବିବାହ କରି ସେ କୁହନ୍ତି, “ସିଲିକନ ଭ୍ୟାଲିରେ ରହି କିଛି ଆରମ୍ଭ ନକରିବା ଏକ ଅପରାଧ।” ଓରାକଲରେ 18ବର୍ଷ କାମ କରିବା ପରେ ସେ ନିଜସ୍ଵ କିଛି ଆରମ୍ଭ କରିବା ପାଇଁ ସ୍ଥିର କଲେ। ମୋଟରଯାନ ସଂପର୍କିତ ଶିଳ୍ପରେ ଭରପୁର ସୁଯୋଗକୁ ଦେଖିପାରି ଏହା ଉପରେ କାମ ଆରମ୍ଭ କରିବାକୁ ସ୍ଥିର କଲେ। “କାରଗୁଡ଼ିକ ଯେତେବେଳେ ଚାଲୁଥିଲା, ତାଙ୍କ ପାଇଁ ଲାଗିଥିବା ଲୋକମାନେ ନଥିଲେ। ମୁଁ ତାହା ଭିତରେ ବହୁତ କିଛି ରହିଥିବାର ଦେଖିପାରିଲି ଯାହା ପ୍ରଚଳିତ ବାଣିଜ୍ୟ ମଡେଲ ଏବଂ ଏହା ସହ ଜଡ଼ିତ ସୁଯୋଗକୁ ଭିନ୍ନ ଏକ ରୁପ ଦେଇପାରିବ ଏବଂ ଏହା ହରାଇବାର ଭୟ ମଧ୍ୟ ଥିଲା” ବୋଲି ସେ ମତ ଦିଅନ୍ତି।

ମୋଟରଯାନ ସେକ୍ଟରରେ ଆରମ୍ଭ କରିବା ପରେ SHIFTMobility ବିନିର୍ମାଣ ପାଇଁ ଉତ୍ପାଦଗୁଡ଼ିକୁ ବଜାରକୁ ଛାଡ଼ିଥିଲା, କେତେ ସେକେଣ୍ଡ ମଧ୍ୟରେ ଯେ କୌଣସି ସ୍ଥାନରେ, ଯେ କୌଣସି ସମୟରେ ଗ୍ରାହକମାନଙ୍କ ପାଖରେ ପହଞ୍ଚିବା ପାଇଁ ବିକ୍ରେତାମାନଙ୍କୁ ସଶକ୍ତ କରିଥିଲା ଏବଂ ଗାଡ଼ିର ମରାମତିର ସମୟ ସୀମାକୁ କମାଇବା ପାଇଁ ସର୍ଭିସ ସେଣ୍ଟର ପ୍ରତିଷ୍ଠା କରିଥିଲା। ଏହାର ଫଳସ୍ଵରୁପ ସେମାନେ ବହୁ ସଂଖ୍ୟାରେ କାର ମରାମତି କରିବା ସହ ବହୁତ ଗ୍ରାହକଙ୍କ ସହିତ ଗାଡ଼ିର ଯତ୍ନ ନେବାର କୌଶଳ ସଂପର୍କରେ ଆଲୋଚନା କରିବାରେ ସହାୟକ ହୋଲା। ଏକ ବହୁ-ଉତ୍ପାଦ କଂପାନୀ ଭାବରେ ମୋବାଇଲ ଜ୍ଞାନକୌଶଳ ମାଧ୍ୟମରେ ସେମାନଙ୍କ ସବୁ ଗ୍ରାହକଙ୍କୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିବାର କୌଶଳ ନିର୍ମାଣ କରାଯାଇଛି ଏବଂ ସେମାନଙ୍କର ବିଭିନ୍ନ ପ୍ରକାରର ମୋବାଇଲ SaaS ଅଫର ଏବଂ ସେବା ରହିଛି। ଏହି ସମାଧାନ ବାଣିଜ୍ୟ କୌଶଳକୁ ନିର୍ମାଣ କରିବା ପାଇଁ ଆପଣାଯାଇପାରିବ ଏବଂ ଏଥିରୁ ପ୍ରତି ଅଂଶଧନକାରୀ ଯେପରିକି ନିର୍ମାଣକାରୀ, ବିକ୍ରେତା ଏବଂ ସର୍ଭିସ ସେଣ୍ଟରମାନେ ଲାଭାନ୍ଵୀତ ହୋଇପାରିବେ।

“କାରମାନଙ୍କରେ ନୂଆ W3C ମାନ ସଂଯୋଗ କରି ଆମେ ଛାଡ଼ିଥାଉ। ଏହି କାର ନେଟୱର୍କରେ ରହିଥିବା କାରମାନଙ୍କର ଦୃତ ମରାମତି ସେବା ଯୋଗାଇବା ପାଇଁ ଆମେ ଆମକୁ ପ୍ରସ୍ତୁତ କରିଛୁ। କାରର ସୁପରିଚାଳନା ପାଇଁ ଯେପରିକି ଗାଡ଼ିର ବିଭିନ୍ନ ଅଂଶ, ଅତ୍ୟାଧୁନିକ ମରାମତି, ସୂଚନା ଏବଂ ଆମୋଦପ୍ରମୋଦ ଓ ଶେଷରେ ଆନୁଷଙ୍ଗିକ ଉପାଦାନକୁ ରଖିଛୁ,” ବୋଲି ପାବନା କୁହନ୍ତି।

ମଇଶୁରରେ ଜନ୍ମିତ ଏବଂ ଲାଳିତପାଳିତ, ମଇଶୁରରରେ ନିଜ ସ୍କୁଲ ପଢ଼ା ଶେଷକରି ମହିଶୁର ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ ଶେଷ କରନ୍ତି। ନିଜ ସ୍ନାତକ ଶେଷ କରିବା ପରେ ସେ ବାଙ୍ଗାଲୋରରେ ଏକ କଂପାନୀ ୟୋକୋଗାୱାରେ ଚାକିରୀ କରନ୍ତି।

image


ନିଜ ବିବାହ ପରେ ସେ ସିଲିକନ ଭ୍ୟାଲିରେ ଅବସ୍ଥାନ କରିନ୍ତି ଏବଂ 1991ରୁ 1993ରେ ନର୍ଥରିଜର କାର୍ଲିଫର୍ଣ୍ଣିଆ ଷ୍ଟେଟ ୟୁନିଭରସିଟିରୁ ତାଙ୍କର ସ୍ନାତକୋତ୍ତର ଶେଷ କରନ୍ତି। ସେ ନ୍ୟୁରାଲ ନେଟୱର୍କରେ ନିଜର ପିଏଚଡି କରନ୍ତି କିନ୍ତୁ ଏହାକୁ ସେ କେବେ କୁହନ୍ତି ନାହିଁ।

ଭାରତରେ ଥିବା ସମୟରେ ସେ ଜଣେ କ୍ରୀଡ଼ାବିତ ଥିଲେ ଏବଂ ଟ୍ରାକ ଓ ପଡ଼ିଆରେ ସେ ଭାରତକୁ ପ୍ରତିନିଧିତ୍ଵ କରିଛନ୍ତି। ସେ ଖୋଖୋକୁ ଭଲପାନ୍ତି। ଜଣେ କ୍ରୀଡ଼ାବିତ ଭାବରେ ତାଙ୍କର ଲକ୍ଷ୍ୟ ସବୁବେଳେ ଶେଷ ସୀମାକୁ ରହିଥାଏ ଏବଂ ଏଥିରେ ଆସୁଥିବା ପ୍ରତିବନ୍ଧକକୁ ସେ ଖୁବ ସାଧାରଣ ଭାବେ ନିଅନ୍ତି।

ଓରାକଲରେ ଥିବା ବେଳେ ସେ ଦୁଇଟି ପ୍ରମୁଖ ପ୍ରକଳ୍ପ ଆରମ୍ଭର ପ୍ରତିଷ୍ଠାତା ଥିଲେ- ଓରାକଲ ଫ୍ୟୁଜନ ମିଡଲୱେର ଏବଂ ଓରାକଲ କ୍ଲାଉଡ। ସେ କୁହନ୍ତି, “ଏହା ପ୍ରାୟତଃ ଆରମ୍ଭ ଥିଲା କିନ୍ତୁ ସଂସାଧନ କେବଳ ନିଜ ପାଖରେ ଥିବା ବସ୍ତୁ ପର୍ଯ୍ୟନ୍ତ ହିଁ ସିମୀତ ଥିଲା। ନୂଆ କୌଶଳରେ ଲୋକମାନଙ୍କୁ ଶ୍ରେଣୀଭୁକ୍ତ କରିବା ଏବଂ ଏହାକର ବିଶ୍ଵବ୍ୟାପୀ କାର୍ଯ୍ୟକ୍ଷମ କରାଇବା ଭଳି ଆହ୍ଵାନରେ କାମ କରିବା ଉଦ୍ୟୋଗୀ ହେବାରେ ସହାୟକ ହେବା ଏକ ନୂଆ ଅଭିଜ୍ଞତା ଥିଲା।”

ଜ୍ଞାନକୌଶଳ କ୍ଷେତେରରେ ମହିଳାଙ୍କ ସଂଖ୍ୟା ନଗଣ୍ୟ ଏବଂ ଭାବନା ପ୍ରଥମ ଥର ପାଇଁ ଅଭିଜ୍ଞତା ହାସଲ କରିଥିଲେ। “ମୁଁ ଥିବା ବର୍ଗର 16ଥର M&A ମଧ୍ୟରେ ସାଫ୍ରା ଏ କ୍ୟାଟଜଙ୍କ ବ୍ୟତୀତ ମୁଁ ଏକମାତ୍ର ମହିଳା ଥିଲି ଯିଏ ବୈଠକରେ ଯୋଗଦେଇଥିଲି। ”

ଫର୍ଚୁନ 500 ସଂସ୍ଥାରେ କାମ କରିବା ପରେ ମୁଁ ଜାଣିଲି- ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି, ଆପଣଙ୍କୁ ଅଲଗା କରିବାକୁ ପଡ଼ିବ, ଆପଣଙ୍କ କଥାର ଗୁରୁତ୍ବ ରଖିବେ ଏବଂ କିଛିବର୍ଷ ପରେ ଏହା ସ୍ଵତଃପ୍ରବୃତ ଭାବରେ ଆସିଯିବ।

ତାଙ୍କ ବ୍ୟବସାୟ ବୃଦ୍ଧି ହେବା ଯୋଗୁଁ ସେ ଅଟୋମୋବାଇଲ କ୍ଷେତ୍ରରେ ମହିଳାମାନେ ଅଧିକାରୁ ଅଧିକା ଆସି ଯୋଗ ଦେବାକୁ ସେ ସାହାଯ୍ୟ କରିବେ ଏବଂ ଏକ କାରକୁ କିପରି ଯୋଡାଯାଏ ତାକୁ ଜାଣିବା ପାଇଁ ଏକ ବୈଷୟିକ ସ୍କୁଲରେ ଯୋଗଦେବେ।

ତାଙ୍କ ଔଦ୍ୟୋଗିକ ଜୀବନର ଆଉ ଏକ ମଜାଦାର ଘଟଣା ହେଲା ସ୍ଵାମୀ-ସ୍ତ୍ରୀ ଟିମକୁ ଭାଇସ ଚେୟାରମ୍ୟାନଙ୍କ ଗ୍ରହଣୀୟତା। ସ୍ଵାମୀ-ସ୍ତ୍ରୀ ଏକାଠି କାମ କରିପାରିବେ ନାହିଁ ବୋଲି କଟକଣା ଜାରି କରିଥିଲେ ସିଲିକନ ଭ୍ୟାଲିର ଭାଇସ ଚେୟାରମ୍ୟାନ। ପାବନା କୁହନ୍ତି, “ସବୁ ଅନୁମାନର ବିପରୀତ ଭାବରେ ମୋ ସ୍ଵାମୀ ଏବଂ ମୁଁ ଏକାଠି ବହୁତ ଭଲ ଭାବରେ କାମକଲୁ। ବାଣିଜ୍ୟର ବୃଦ୍ଧି ଆମର ଲକ୍ଷ୍ୟ ବୋଲି ଆମେ ଜାଣିଥିଲୁ ତେଣୁ ଆମେ ଆମର ବ୍ୟକ୍ତିଗତ ସଂପର୍କରୁ ଘର ଭିତରେ ହିଁ ସୀମିତ ରଖି ଅଫିସ ଆସିଥାଉ।”

ପାବନା ନିଜ ମାଙ୍କ ଦ୍ଵାରା ବହୁ ଭାବରେ ଅନୁପ୍ରାଣିତ ହୋଇଛନ୍ତି। ସେ ଜଣେ ଶିକ୍ଷାବିତ ଏବଂ ଗତ 40ବର୍ଷ ଧରି ସମାଜର ଅବହେଳିତ ବର୍ଗର ପିଲାମାନଙ୍କ ପାଇଁ ଏକ ସ୍ପୁଲ ଚଳାଉଛନ୍ତି। “ମୋ ମା ଯାହା କରିପାରିଛନ୍ତି ମୁଁ ତା ପାଖରେ ବି ପହଞ୍ଚିପାରିବିନି” ବୋଲି ସେ କୁହନ୍ତି। ନିକଟରେ ସେ ନିଜ ବାପାଙ୍କୁ ହରାଇଛନ୍ତି।

ମୋଟରଯାନ ଶିଳ୍ପରେ ଜଣେ ଉଦ୍ୟୋଗୀ ଭାବରେ ସେ ଭିନ୍ନ ଭିନ୍ନ କ୍ଷେତ୍ରକୁ ଚଳାଇଥାନ୍ତି ଏବଂ ଆଗାମୀ ଦିନରେ ବୈଦ୍ୟୁତିକ କାର ନିର୍ମାଣର ଲକ୍ଷ୍ୟ ରଖିଛନ୍ତି। ଯାହା ଟେସଲା ଠାରୁ ଅଧିକ ଦାମିକା ନୁହେଁ ବୋଲି ସେ କୁହନ୍ତି।

HerStory ପାବନାଙ୍କ ସହ ବାର୍ତ୍ତାଳାପ କରିଥିଲା ଏବଂ ତାଙ୍କ ସହ କଥାବାର୍ତ୍ତାର ଅଂଶ ଉପସ୍ଥାପନ କରୁଛୁ।

HS- ଏହାକୁ ଆରମ୍ଭ କରିବା ପୂର୍ବରୁ ଆପଣ ଏହା ସଂପର୍କରେ ବିଶେଷ ଭାବରେ ଚିନ୍ତା କରିଥିଲେ ନା ସମୟ ସହ ଏହା ଆରମ୍ଭ ହୋଇଗଲା?

ପାବନା- ଆରମ୍ଭ କରିବା ସମୟରୁ ହିଁ ଆମେ ଆମର ଦୂରଦୃଷ୍ଟି ବଦଳାଇନଥିଲୁ। ଆମେ ଉଭୟ ଗ୍ରାହକ ଏବଂ ବଜାରର ଆବଶ୍ୟକତାକୁ ନଜରରେ ରଖି ଏହି ଉପରେ ବହୁ ସମୟ ଅଧ୍ୟୟନ କରିଥିଲୁ, କିପରି ବେପାର ଏବଂ ବାଣିଜ୍ୟ ଉଭୟ ଟଚ ଡିଭାଇସ୍ ଦ୍ଵାରା ଜଡ଼ିତ ହୋଇପାରିବେ। ଜ୍ଞନକୌଶଳର ଗଭୀରତା ଏବଂ ସମାନ୍ତରାଳ ଶିଳ୍ପରୁ ଆସୁଥିବା ପ୍ରତିଯୋଗିତାମୂଳକ ଆହ୍ଵାନକୁ କିପରି ଆମେ ପାର କରିପାରିବୁ ଯାହା ଫଳରେ ଆମେ ଏକ ଦୃଢ ପ୍ଲାଟଫର୍ମ ତିଆରି କରିପାରିବା ସହ ଆସୁଥିବା ସମସ୍ୟାର ସମାଧାନ କକିପାରିବୁ ଏହା ଆମର ଲକ୍ଷ୍ୟ ଥିଲା। ଫଳସ୍ବରୁପ ଆଜି କେବଳ ଆସୁଥିବା ଆହ୍ଵାନ ନୁହେଁ ବରଂ ଆମେ ଆଗଧାଡ଼ିରେ ଠିଆ ହେବାରେ ସକ୍ଷମ ହୋଇପାରିଛୁ। ମୋଟରଯାନରେ ନୂଆ ଧାରାର ଆବିଷ୍କାର ଏହି ଶିଳ୍ପରେ ଦୃତଗତିରେ ବଦଳୁଛି ଯାହା ମଧ୍ୟରେ ହାଇବ୍ରିଡ କାର, ଇଲେକ୍ଚୋନିକ କାର, ହାଇଡ୍ରୋଜେନ କାର, କନେକ୍ଟେଡ କାର ଏବଂ ଇଣ୍ଟରନେଟ ଅଫ ଥିଙ୍ଗସ୍, ମୋବାଇଲ ଇଣ୍ଟିଗ୍ରେଟେଡ ମାନ୍ୟୁଫାକ୍ଚରିଙ୍ଗ ଭଳି ବିଭିନ୍ନ କୌଶଳ ରହିଛି।

HS- ଜଣେ ଉଦ୍ୟୋଗୀ ଭାବେ ନିଜକୁ ଆପଣ କେତେ ଭଲ ପାଇଥାନ୍ତି?

ପାବନା- ପ୍ରକୃତ ସମସ୍ୟାର ସମାଧାନ ବେଳେ ସେଥିରେ ସ୍ଵାଧୀନ ଭାବରେ ଜଡ଼ିତ ହେବାକୁ ନେଇ ମୁଁ ବହୁତ ଉତ୍ସାହିତ। ଉନ୍ନତ ବାତାବରଣର ଏକ କଂପାନୀ ସ୍ଥାପନ କରିବାକୁ ମୁଁ ଭଲପାଏ ଏବଂ ପ୍ରତିଦିନ ଏକ ସୁନ୍ଦର ଟିମ ଠାରୁ କିଛିନାକିଛି ଶିଖିବାକୁ ପାଇଥାଏ।

HS- ଏବଂ କଣ ଯାହାକୁ ଆପଣ ଭଲ ପାନ୍ତି ନାହିଁ

ପାବନା- ନା। ମୁଁ ପ୍ରତି ମୁହୁର୍ତ୍ତକୁ ଉପଭୋଗ କରେ।

HS- ଉଦ୍ୟୋଗୀ ଭାବରେ କଣ ଆପଣଙ୍କୁ ଗତିଶୀଳ କରାଏ?

ପାବନା- ଅଟୋମୋଟିଭ ଶିଳ୍ପ ଆଜି ସମସ୍ତଙ୍କୁ ପଛରେ ପକାଇ ତାର ସ୍ଥାନ ଅକ୍ତିଆର କରିଛି ଏବଂ ଏହା ଆଗକୁ ବି ଜାରି ରହିବ। ଦଶବର୍ଷ ସମୟର ବ୍ୟବଧାନ ପରେ ଆମ ରାସ୍ତା, କାର, ବ୍ୟବସାୟ ଏପରିକି ଡ୍ରାଇଭରମାନେ ସମସ୍ତେ ଏକ ଅଲଗା ଅଭିଜ୍ଞତା ପାଇପାରିବେ। ଅନ୍ୟ କଂପାନୀର ଜ୍ଞାନକୌଶଳ ସହ SHIFTMobility ମଧ୍ୟ ଏହା ଉପରେ ନଜର ରଖିବାରେ ପ୍ରମୁଖ ସଂସ୍ଥା ହେବ।

HS- ଆପଣ ଯାହା କରୁଛନ୍ତି କଣ ଆପଣଙ୍କୁ ଉତ୍କଣ୍ଠିତ କରି ରଖିଥାଏ?

ପାବନା- ଆଗାମୀ ଦଶନ୍ଧିକୁ ନଜରରେ ରଖି ମୋଟରଯାନ କ୍ଷେତ୍ରରେ ନୂଆ ଉଦ୍ଭାବନ ପାଇଁ ପ୍ରୟାସ କରୁଥିବା ସଂସ୍ତାମାନଙ୍କ ମଧ୍ୟରେ ମୋ କଂପାନୀ ଅନ୍ୟତମ। ପ୍ରତି କାର ମାଲିକଙ୍କୁ ଖୁସି କରିବା ଏବଂ ସେମାନଙ୍କୁ ସଂପୁର୍ଣ୍ଣ ସେବା ଯୋଗେଇବା କେବଳ ଆରମ୍ଭ ମାତ୍ର।

HS- କଠିନ ସମୟ, ପ୍ରତିଦ୍ଵନ୍ଦିତାର ଆହ୍ଵାନ ଏବଂ ଏହାକୁ ଆପଣ କିପରି ଦେଖନ୍ତି? କିଛି ନିର୍ଦ୍ଧିଷ୍ଟ.. ?

ପାବନା- ଏମାନେ ଏହି ସମୟରେ ଆପଣଙ୍କୁ ସର୍ବଶ୍ରେଷ୍ଠ ପ୍ରଦାନ କରିଥାନ୍ତି। ମୁଁ ଏମାନଙ୍କ ଦ୍ଵାରା ଉନ୍ନତି କରିଛି। ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଏହାର ସୁତ୍ର ଆପଣଙ୍କ ଚାରିପାଖରେ ରହିଛନ୍ତି- ଉଦ୍ଭାବକ, ବିନିବେଶକାରୀ, ଉପଦେଷ୍ଟା, କର୍ମଚାରୀ ଏବଂ ଗ୍ରାହକ- ଏମାନେ ସମସ୍ତେ ଗୋଟିକୁ ହିଁ ଚିନ୍ତା କରିଥାନ୍ତି।

HS- ଆପଣ ଆପଣେଇଥିବା ଲକ୍ଷ୍ୟ..

ପାବନା- ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଏହାକୁ ଆଲିଙ୍ଗନ କର।

ମୂଳ ଲେଖା - ତନବୀ ଦୂବେ

ଅନୁବାଦ - ଜୟନ୍ତ କୁମାର ସାହୁ