ଦିନ ମଜୁରିଆ ଭାବେ କାମ କରୁଥିଲେ, ଆଜି ଚଳଉଛନ୍ତି ୧୬୦୦କୋଟିର କମ୍ପାନୀ

ଦିନ ମଜୁରିଆ ଭାବେ କାମ କରୁଥିଲେ, ଆଜି ଚଳଉଛନ୍ତି ୧୬୦୦କୋଟିର କମ୍ପାନୀ

Tuesday December 06, 2016,

3 min Read

ତାଙ୍କର ବାପା ଓ ବଡ଼ ଭାଇ ଦୁହେଁ ଆର୍ମିରେ କାମ କରି ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ। ସେମାନେ ଚାଲିଗଲା ପରେ ୧୬ ବର୍ଷର ସୁଦୀପ ଦତ୍ତଙ୍କ ପାଖରେ ଆଉ କୌଣସି ସାହାରା ନଥିଲା। ସେ ଆଗକୁ ବେଶି ପାଠ ପଢି ଇଞ୍ଜିନିୟର ହେବାର ସ୍ଵପ୍ନ ଦେଖୁଥିଲେ। କିନ୍ତୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କୁ ନିଜ ସ୍ଵପ୍ନକୁ ଭୁଲିଯାଇ କାମ କରିବା ଆରମ୍ଭ କରିବାକୁ ପଡିଲା। ନିଜର ଗାଁ; ପଶ୍ଚିମବଙ୍ଗର ଦୂର୍ଗାପୁର ଛାଡ଼ି ସେ କର୍ମ ସନ୍ଧାନରେ ମୁମ୍ବାଇ ଗଲେ। ସେଠାରେ ଏକ ଫ୍ଯାକ୍ଟରିରେ ଦିନ ମଜୁରିଆ ଭାବେ ଦିନକୁ ୧୫ ଟଙ୍କା ପାରିଶ୍ରମିକରେ କାମ କରିବା ଆରମ୍ଭ କଲେ।

ଆଜି ସେଇ ସୁଦୀପ ଏକ ୧୬୮୫ କୋଟି ଟଙ୍କାର କମ୍ପାନୀ ଚଳଉଛନ୍ତି। ତାଙ୍କର କମ୍ପାନୀ ଅନେକ ବଡ଼ ବଡ଼ ଏଫଏମସିଜି କମ୍ପାନୀ ଓ କିଛି ଫାର୍ମା କମ୍ପାନୀ ଯେମିତି କି Mondelez India, Perfetti Van Melle, Nestle, Cipla ଏବଂ Sun Pharma ଇତ୍ୟାଦି ଭଳି କମ୍ପାନୀ ମାନଙ୍କୁ ସୁଦୀପ ପ୍ୟାକେଜିଙ୍ଗ ସମାଧାନ ଯୋଗାଉଛନ୍ତି। ସୁଦୀପଙ୍କର Ess Dee ଆଲୁମିନିୟମ ଲିମିଟେଡ ଆଜି ଦେଶର ଏକ ପ୍ରଧାନ ପ୍ୟାକେଜିଙ୍ଗ କମ୍ପାନୀ ହିସାବରେ ଗଣା।

Image : (L) – <a href=

Image : (L) –

Rediff; (R) – Forbes Indiaa12bc34de56fgmedium"/>

ସୁଦୀପଙ୍କ ବାପା ଆର୍ମିର ଜଣେ ଜବାନ ଥିଲେ ଯିଏକି ୧୯୭୧ରେ ହେଇଥିବା ବାଂଲାଦେଶ ସ୍ଵାଧୀନତା ଯୁଦ୍ଧରେ ଗୁଳିମାଡ଼ ଯୋଗୁଁ ପକ୍ଷାଘାତ ଗ୍ରସ୍ତ ହେଇଥିଲେ। ତିନି ମାସ ବିଛଣାରେ ପଡ଼ିବା ପରେ ସେ ମୃତ୍ୟୁବରଣ କରିଥିଲେ। କିଛି ଦିନ ପରେ ବଡ଼ ଭାଇ ରୋଗଗ୍ରସ୍ତ ହେଇ ପଡିଥିଲେ। ଅର୍ଥାଭାବ ଯୋଗୁଁ ଚିକିତ୍ସା ଅଭାବରେ ସେ ମଧ୍ୟ ଆଖି ବୁଜିଦେଇଥିଲେ। ସୁଦୀପଙ୍କ ଉପରେ ଏବେ ମାଁ ଓ ଚାରିଟି ସାନ ଭାଇଭଉଣୀଙ୍କ ଦାୟିତ୍ଵ ପଡିଲା। ସେ ଦୂର୍ଗାପୁର ରେ ହିଁ ରହି ରିକସା ଟାଣି ପାରିଥାନ୍ତେ ଅଥବା କୌଣସି ଏକ ଛୋଟମୋଟ ହୋଟେଲରେ ବୋଲହାକ କରିପାରିଥାନ୍ତେ। କିନ୍ତୁ ସୁଦୀପ ନିଜ ଭାଗ୍ୟ ସହ ଲଢେଇ କରିବାର ନିଷ୍ପତ୍ତି ନେଲେ ଏବଂ ସ୍ଵପ୍ନର ସହର ମୁମ୍ବାଇ ଅଭିମୁଖେ ଯାତ୍ରା କଲେ।

ମୁମ୍ବାଇରେ ଜୀବନ ଆଦୌ ସହଜ ନଥିଲା। ସେ ଏକ ପ୍ୟାକେଜିଙ୍ଗ ଫ୍ଯାକ୍ଟରିରେ ମୁଲିଆ ଭାବେ କାମ ଆରମ୍ଭ କଲେ। ଗୋଟିଏ ବଖରାରେ ୨୦ ଜଣ ଲୋକଙ୍କ ସହ ରହି, ପଇସା ସଞ୍ଚୟ କରିବା ପାଇଁ ଦିନକୁ ୪୦ କିଲୋମିଟର ଚାଲି କାମ କରୁଥିଲେ ଓ ମାଁ ଙ୍କ ପାଖକୁ ପ୍ରତି ମାସ ପଇସା ପଠାଉଥିଲେ। ଦୁଇବର୍ଷ ପରେ ଫ୍ଯାକ୍ଟରି କ୍ଷତିରେ ଚାଲୁଥିବାରୁ ତା’ର ମାଲିକ ତାକୁ ବନ୍ଦ କରିବାର ନିଷ୍ପତ୍ତି ନେଲେ। ସୁଦୀପଙ୍କୁ ତାହା ଏକ ସୁଯୋଗ ଭଳି ଲାଗିଲା। ସେ ମାଲିକକୁ ୧୬,୦୦୦ ଟଙ୍କା ଦେଲେ ଓ ଲାଭ ବାଣ୍ଟିବାର ଏକ ରାଜିନାମା କରି ଫ୍ଯାକ୍ଟରିର ଦାୟିତ୍ଵ ନିଜ ହାତକୁ ନେଲେ। (ସୂତ୍ର – Ken Folios)

ଯଦିଓ ପ୍ୟାକେଜିଙ୍ଗ କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀ ଯେପରିକି India Foils ଓ Jindal Ltdଙ୍କର କବଜା ଥିଲା, ସୁଦୀପ ଫାର୍ମା କମ୍ପାନୀ ମାନଙ୍କ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କଲେ। ଖୁବ ଶୀଘ୍ର ଏହି ସବୁ କମ୍ପାନୀ ମାନଙ୍କର ପ୍ୟାକେଜିଙ୍ଗ ଶୈଳୀକୁ ଆପଣେଇନେଲେ। ଧୀରେ ଧରେ ସୁଦୀପଙ୍କ କମ୍ପାନୀ ମିଡ-କ୍ୟାପ କମ୍ପାନୀ ମାନଙ୍କ ମଧ୍ୟରେ ଗଣା ହେବାକୁ ଲାଗିଲା। ସୁଦୀପ Live Mintକୁ କହନ୍ତି, 

“ମୋର ଲକ୍ଷ୍ୟ କେବଳ ଏହାକୁ ଲାର୍ଜ-କ୍ୟାପ କମ୍ପାନୀ କରିବା ନଥିଲା, ବରଂ ନାମୀଦାମୀ ବହୁରାଷ୍ଟ୍ରୀୟ କମ୍ପାନୀ ଯେମିତିକି Unilever ଓ P&G ସହ ସମାନ ବର୍ଗରେ ଠିଆ କରାଇବା ଥିଲା। “

ନଭେମ୍ବର ୨୦୦୮ରେ ସୁଦୀପ ବେଦାନ୍ତ ଠାରୁ India Foilsକୁ ୧୩୦ କୋଟି ଟଙ୍କାରେ କିଣିନେଲେ। ଏହା ଏକ ବିରାଟ ବଡ଼ ନିଷ୍ପତ୍ତି ଥିଲା ଓ ଭାଗ୍ୟ ସହ ଏକ ବଡ଼ ଟକ୍କର। “ଦତ୍ତ ଏକ ଜଣାଶୁଣା ନାମ ନଥିଲେ। Ess Dee ଆଲୁମିନିୟମ ମଧ୍ୟ ଏକ ଛୋଟ କମ୍ପାନୀ ଥିଲା, India Foils ଠାରୁ ଛୋଟ। Ess Dee ବର୍ଷକୁ ପ୍ରାୟ ୧୮,୦୦୦ ଟନ ଫଏଲ ଉତ୍ପାଦନ କରୁଥିଲା ଏବଂ India Foils ତା’ଠାରୁ ୧୦୦୦ ଟନ ଅଧିକ ଉତ୍ପାଦନ କରୁଥିଲା। ତେଣୁ ବହୁତ ଜଣ ଦ୍ଵନ୍ଦରେ ଥିଲେ,” Ess Deeର ଜଣେ ପୂର୍ବତନ ପରାମର୍ଶଦାତା Forbes Indiaକୁ କୁହନ୍ତି।

କିନ୍ତୁ ଏହି ପଦକ୍ଷେପ ସହ ବିଶ୍ଵର ଏକ ବଡ଼ ଖେଳାଳି ବେଦାନ୍ତ ପ୍ୟାକେଜିଙ୍ଗ ଦୁନିଆରୁ ବିଦାୟ ନେଲା ଏବଂ Ess Dee ଏହି କ୍ଷେତ୍ରରେ ଏକ ପ୍ରଧାନ କମ୍ପାନୀ ଭଏ ଆଗକୁ ଆସିଲା। ଆଜି ସୁଦୀପ ପରିଚାଳନା କରୁଥିବା ଏହି କମ୍ପାନୀର ମୂଲ୍ୟ ୧୬୦୦ କୋଟି ଟଙ୍କା ଏବଂ ଏହା ଇଣ୍ଡଷ୍ଟ୍ରିକୁ ନାନା ସୌଖୀନ ଓ ବୈଷୟିକ ଦୃଷ୍ଟିରୁ ଆଗଧାଡ଼ିର ପ୍ୟାକେଜିଙ୍ଗ ସମାଧାନ ଯୋଗାଉଛି।