ଜରିଗୋଟାଳିରୁ କୋଟିପତି ଅନୁଷ୍ଠାନର ପରିଚାଳିକା

ଜରିଗୋଟାଳିରୁ କୋଟିପତି ଅନୁଷ୍ଠାନର ପରିଚାଳିକା

Saturday November 28, 2015,

1 min Read

୧୯୮୧ ଯାଏଁ ସେ ଥିଲେ ସାମାନ୍ୟ ଜରିଗୋଟାଳି । ରାସ୍ତାକଡ଼ରୁ ଜରି ଗୋଟାଇ ନିଜର ଦିନକୁ ୫ ଟଙ୍କା ଆୟ କରୁଥିଲେ ସେ ଆଉ ସେଇଥିରେ ମେଣ୍ଟୁଥିଲା ଗୁଜୁରାଣ । ଆଜି ୬୦ ବର୍ଷ ବୟସରେ ସେ ସଫେଇ କର୍ମଚାରୀ ସମବାୟ ସଂସ୍ଥା ପରିଚାଳନା କରୁଛନ୍ତି ଯାହାର ବାର୍ଷିକ କାରବାର ଏକ କୋଟି ଟଙ୍କା । ଏହା ହେଉଛଇ ଅହମଦାବାଦର ମଞ୍ଜୁଲା ବଘେଲାଙ୍କ କାହାଣୀ । ଅହମଦାବାଦରେ ୪୫ଟି ଅନୁଷ୍ଠାନକୁ ସଫେଇ ଓ ଘରକରଣା ସେବା ଯୋଗାଇ ଦେବାକୁ ୪୦୦ କର୍ମଚାରୀଙ୍କୁ ନେଇ ସେ ଗଢ଼ିଛନ୍ତି ଶ୍ରୀ ସୌନ୍ଦର୍ଯ୍ୟ ସଫାଇ ଉକ୍ରର୍ଷ ମହିଳା ସେବା ସହକାରୀ ମଣ୍ଡଳୀ ଲିମିଟେଡ୍ ।

image


ସେ କହନ୍ତି ସେଲ୍ଫ ଏମ୍ପ୍ଲଏଡ୍ ଓମେନ୍ସ ଆସୋସିଏସନ୍(ସେୱା)ର ପ୍ରତିଷ୍ଠାତା ଏଲାବେନ ଭଟ୍ଟଙ୍କୁ ଭେଟିବା ପରେ ତାଙ୍କ ଜୀବନର ଗତିପଥ ବଦଳିଲା । ପ୍ରଥମେ ୪୦ ମହିଳା ଜରିଗୋଟାଳିଙ୍କୁ ନେଇ ମଣ୍ଡଳୀ ଗଠନ କଲେ । ଏବେ ଏହି ମଣ୍ଡଳୀର ସଦସ୍ୟମାନେ ସବୁ ପ୍ରକାର ଅତ୍ୟାଧୁନିକ ସଫେଇ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ଭାଇବ୍ରାଣ୍ଟ୍ ଗୁଜରାଟ ସମିତିରେ ଏମାନଙ୍କର ସଫେଇ ବେଶ୍ ଆଖିଦୃଶିଆ ଥିଲା ।

image


ଏବେ ମଣ୍ଡଳୀର ବାର୍ଷିକ କାରବାର ଲକ କୋଟି ଡେଇଁଛି । ଭବିଷ୍ୟତରେ ସେମାନେ ପ୍ରଯୁକ୍ତି ଜ୍ଞାନ ହାସଲ କରି ଇ-ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାକୁ ଇଛା ରଖିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ ମଣ୍ଡଳୀର ଜଣେ ସଦସ୍ୟ ହେମାବେନ୍ ପରମାର କହିଛନ୍ତି, ‘ଆମର ପ୍ରଯୁକ୍ତି ଜ୍ଞାନ ନଥିବାରୁ ଏବେ ବିଭିନ୍ନ କମ୍ପାନି ପକ୍ଷରୁ ଆହୂତ ଇ-ଟେଣ୍ଡରରେ ଆମେ ଭାଗ ନେଇ ପାରୁନାହୁଁ । କିନ୍ତୁ ଏ ବାଧାକୁ ଆମେ ଅବଶ୍ୟ ଅତିକ୍ରମ କରିବାରେ ସଫଳ ହେବୁ ।’

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

    Share on
    close