ଜଣେ ଭାରତୀୟ ମହିଳାଙ୍କ ଅପ୍ରତିହତ ଅଗ୍ରଗତି, ପ୍ରେରଣା ଓ କିରଣ ମଜୁମଦାର ଶ’

ଜଣେ ଭାରତୀୟ ମହିଳାଙ୍କ ଅପ୍ରତିହତ ଅଗ୍ରଗତି, ପ୍ରେରଣା  ଓ କିରଣ ମଜୁମଦାର ଶ’

Tuesday October 13, 2015,

13 min Read

ମୋର ମନେ ଅଛି, ମୋ ମାଁ କହୁଥିଲେ, ଭବିଷ୍ୟତରେ କିରଣ ମଜୁମଦାରଙ୍କ ଭଳି ସଦୟ, ଆତ୍ମନିର୍ଭରଶୀଳ ଓ ସଫଳ ହେବ ପାଇଁ ଚେଷ୍ଟା କର । ମୋ ମାଁ ଓ ମୋ ଭଳି ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ କିରଣ ହେଉଛନ୍ତି ବାସ୍ତବରେ ଜଣେ ଆଦର୍ଶ ଚରିତ୍ର । ସେ ଶିଳ୍ପ ସମାଜରେ ନିଜର ଏଭଳି ଏକ ସ୍ଥାନ ସୃଷ୍ଟି କରିଛନ୍ତି, ଯେଉଁ କ୍ଷେତ୍ରରେ ଆଗରୁ କୌଣସି ମହିଳା ନେତ୍ରୀ ନଥିଲେ । ତାଙ୍କ ପାଖରେ କେବଳ ଦୃଢ ଇଚ୍ଛାଶକ୍ତି, ଅଦମ୍ୟ ସାହସ ଏବଂ କିଛି ଅଲଗା କରି ଦେଖେଇବାର ପ୍ରବଳ ଇଚ୍ଛା ଭାରି ରହିଥିଲା । ଏବଂ ସେ ଏସବୁକୁ ସାବ୍ୟସ୍ତ କରିପାରିଛନ୍ତି ।

ନିକଟରେ ମୁ ତାଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିବାର ସୁଯୋଗ ପାଇଥିଲି । ତା’ ପରେ ତାଙ୍କ ସହ ଏକ ସୌହାର୍ଦ୍ୟପୂର୍ଣ୍ଣ କଥାବାର୍ତା ହେଲା । ଜଣେ ମହିଳା ଯାହାଙ୍କ ବ୍ୟକ୍ତିତ୍ଵ ଅନେକଙ୍କୁ ପ୍ରଭାବିତ କରିଛି, ତାଙ୍କପାଖରେ ଏକାଧାରରେ ଉତ୍ସାହ, କୌତୁକ ଓ ଦୃଷ୍ଟିଭଙ୍ଗୀ ଭରପୁର ରହିଅଛି ।

ଦୟାକରି ଏହି ସାକ୍ଷାତକାରକୁ ପଢନ୍ତୁ ଏବଂ ସେଥିରୁ ମୋ ଭଳି କିଛି ପ୍ରେରଣା ଲାଭ କରନ୍ତୁ । ଏହା ହେଉଛି ଆଲୋଚନାର ପ୍ରଥମ ଅଂଶ (ଏହା ଏକ ଘଣ୍ଟା ଧରି ଚାଲିଥିଲା) ଏବଂ ଶୀଘ୍ର ମୁଁ ତାଙ୍କ ବୁଦ୍ଧିମତ୍ତା ଓ ବ୍ୟକ୍ତିତ୍ଵର ଅଧିକ ଗଭୀର ଦିଗ ଉପରେ ଆଲୋକପାତ କରିବି ।

କିରଣ ତାଙ୍କ ମାଁ ଙ୍କ ସହିତ

କିରଣ ତାଙ୍କ ମାଁ ଙ୍କ ସହିତ


YourStory: ଆପଣ ନିଜସ୍ଵ ପ୍ରଚେଷ୍ଟାରେ ଏତେ ପରିମାଣରେ ସଫଳତା ହାସଲ କରିଛନ୍ତି । ଜୀବନର ଏହି ପର୍ଯ୍ୟାୟରେ, ଆପଣ କଣ କହିବେ ଯେ ପ୍ରୟାସ ସମୁର୍ଣ୍ଣ ହୋଇସାରିଛି ନ ତଥାପି ଆହୁରି ଅନେକ କିଛି ହାସଲ କରିବାର ଉତ୍ସାହ ଓ ଉଦ୍ଦୀପନା ଆପଣଙ୍କ ଭିତରେ ରହିଛି? ବର୍ତମାନ ଆପଣଙ୍କ ଜୀବନର ଲକ୍ଷ୍ୟ କଣ?

କିରଣ: କୌଣସି ଶିଳ୍ପଉଦ୍ୟୋଗୀ କହିବେ ନାହିଁ ଯେ ସେମାନେ ସଡକର ଶେଷ ସୀମାରେ ପହଞ୍ଚିସାରିଛନ୍ତି । ମୋ ମତରେ ଜଣେ ଶିଳ୍ପଉଦ୍ୟୋଗୀର ଜୀବନ ହେଉଛି ଏକ ଅନବରତ ଯାତ୍ରା । ଏବଂ ଏହା କଦାପି ଲକ୍ଷ୍ୟସ୍ଥଳ ନୁହେଁ ବରଂ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ଚାଲିବାର ଏକ ସୁଯୋଗ ସୃଷ୍ଟି କରିଥାଏ । ମୁଁ ଭାବେ ଜଣେ ଶିଳ୍ପଉଦ୍ୟୋଗୀ ଭାବରେ ମୁଁ ଏହି କଥାଟିକୁ ଅନୁଭବ କରିସାରିଛି । ଆମେ ଏଭଳି ଏକ ରାସ୍ତା ବାଛିଥାଉ, ଯାହା ଆମକୁ କେତେ ବାଟ ନେଇଯିବା ତାହା ଆମେ ଜାଣିନଥାଉ । ତେଣୁ ଆମେ ଏହାକୁ ଆବିଷ୍କାରର ଏକ ମହାଯାତ୍ରା ରୂପେ ଗ୍ରହଣ କରିଥାଉ । ଆବିଷ୍କାରର ଏହି ମହାଯାତ୍ରା ଆମକୁ ଅହରହ ଉତ୍ସାହ ଯୋଗେଇ ଚାଲିଥାଏ । କାରଣ ଏହା ଆମକୁ ଏକ ଅଦେଖା ଲକ୍ଷ୍ୟସ୍ଥଳରେ ପହଞ୍ଚେଇଥାଏ । ଆମେ ସବୁ ଶିଳ୍ପଉଦ୍ୟୋଗୀଙ୍କ ଯାତ୍ରା ଏହିଭଳି ଚାଲିଥାଏ ।

ମୋ କାର୍ଯ୍ୟକ୍ଷେତ୍ର ମଧ୍ୟ ଅଲଗା ନୁହେଁ । ଏହି ଯାତ୍ରା ମୁ ସୁଯୋଗବଶତଃ ଆରମ୍ଭ କରିଥିଲି । ସନ ୧୯୭୮ ମହିହାର କଥା, ମୁଁ ଜାଣିଗଲିଯେ ମୁଁ ନିଜକୁ ଜଣେ wine ବିଶେଷଜ୍ଞରେ ପରିଣତ କରିବାର ସ୍ଵପ୍ନକୁ ସାକାର କରିପାରିବି ନାହିଁ କିମ୍ବା wine ସଂସ୍ଥା ମଧ୍ୟ ପରିଚଳନା କରିପାରିବି ନାହି । ତାହା ଠିକ ଅଛି । ମୁଁ ଆଉ କଣ କରିପାରିବି? ତାପରେ ଆକସ୍ମିକ ଭାବେ ମୁଁ ଏହି ବ୍ୟବସାୟ ଆରମ୍ଭ କଲି । ମୁ କହିଲି ଠିକ ଅଛି । ଏହା ହେଉଛି ଜୈବ ବୈଷୟିକ ଜ୍ଞାନ, ଏହି ଜ୍ଞାନର ତ ସୁରା ସହ ସମ୍ପର୍କ ରହିଛି । ଏହା ଏକ ଆଗ୍ରହଜନକ ଓ ଚମତ୍କାରୀ ବିଷୟ । ବ୍ୟବସାୟ ଆରମ୍ଭ କରିବା ସମ୍ପର୍କରେ ମୋର ଆଗରୁ କୌଣସି ଧାରଣା ନଥିଲା । କାରଣ ମୁଁ ଆଗରୁ କିଛି ବ୍ୟବସାୟ କରିନଥିଲି । କିନ୍ତୁ ଏହା ହିଁ ହେଉଛି ଆବିଷ୍କାରର ମହାଯାତ୍ରା । ବ୍ୟବସାୟୀକ ଯାତ୍ରା କଣ ସେ ବିଷୟକୁ ଆବିଷ୍କାର କରାଯାଉ ।

କାର୍ଯ୍ୟରତ କିରଣ Bioconରେ

କାର୍ଯ୍ୟରତ କିରଣ Bioconରେ


ଏମିତି ଭାବରେ ମୁଁ ଆରମ୍ଭ କଲି । ମୁଁ ଶିଳ୍ପ ଭିତ୍ତିକ ଜୈବ ପୁଷ୍ଟିସାର ବା ଏନଜାଇମ ତିଆରି କରିବା ଆରମ୍ଭ କରିଦେଲି । ଏ ଭିତରୁ ଅଧିକାଂଶ ଜୈବ ପୁଷ୍ଟିସାର ବା ଏନଜାଇମ ଫଳରସ ତିଆରିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଥିଲା । ଏ ବିଷୟରେ ମୁଁ ଆଗରୁ ପଢିଥିଲି ଓ ଜାଣିଥିଲି । ଏହାହିଁ ମୋର ଉତ୍ସାହ ବଢାଇ ଚାଲିଲା ଏବଂ ସେହି ବିଚାରଧାରା ଯୋଗୁ ମୁ ଆଜି ସୁରା ପ୍ରସ୍ତୁତି ବ୍ୟବସାୟ ସହ ଜଡିତ ରହିଛି । ମୋର ଆଗରୁ ବିଷୟବସ୍ତୁ ଉପରେ ବେଶ ଧାରଣା ରହିଥିଲା । କାରଣ ଜଣେ ବ୍ୟବସାୟୀ ନିଜେ କଣ କରିବାକୁ ଯାଉଛନ୍ତି ସେ ବିଷୟ ସ୍ପଷ୍ଟ ନହେବ ଯାଏ କୌଣସି ବ୍ୟବସାୟ ଆରମ୍ଭ କରିନଥାନ୍ତି । ମୋ ମତରେ ଜଣେ ବ୍ୟବସାୟୀଙ୍କ ନିଜ ବ୍ୟବସାୟ ସମ୍ପର୍କରେ ଗଭୀର ଜ୍ଞାନ ରହିବା ନିହାତି ଆବଶ୍ୟକ । ନିଜେ ତିଆରି କରୁଥିବା ଦ୍ରବ୍ୟ ସମ୍ପର୍କରେ ତାଙ୍କର ସ୍ପଷ୍ଟ ଧାରଣା ରହିବା ଅତି ଗୁରୁତ୍ଵପୂର୍ଣ୍ଣ ଅଟେ । ମୁ କିଛି ନୂଆ କରିବାକୁ ଚାହୁଁଥିଲି । ଏହା ଏକ ଅଗ୍ରଣୀ ଶିଳ୍ପ ଓ ମୁ ଏହାକୁ ଆଗେଇ ନେବାରେ ସମର୍ଥ ହେଲି କାରଣ ଏ ବିଷୟରେ ମୋର ଆଗରୁ ଧାରଣା ଥିଲା । ମୁଁ କାହାର ଚଲାପଥ ଅନୁସରଣ କଲା ଭଳି କେହି ନଥିଲେ (ସ୍ମିତ ହସ) । ମୋତେ ବାଟ ଦେଖାଇବାକୁ କେହି ନଥିଲେ ବା କଣ କରିବାକୁ ହେବ ସେ ବିଷୟରେ ପରାମର୍ଶ ଦେବା ପାଇଁ ମଧ୍ୟ କେହି ନଥିଲେ ।

YourStory: ବର୍ତ୍ତମାନ ଆପଣ ଅନେକ ଲୋକଙ୍କୁ ବାଟା ଦେଖାଉଛନ୍ତି । ମୋର ମାନେ ଅଛି କଲେଜରେ ପାଠ ପଢିଲାବେଳେ ଆମକୁ ଆପଣଙ୍କ ଆଦର୍ଶ ସମ୍ପର୍କରେ ପଢାଯାଉଥିଲା । ଆପଣଙ୍କସଫଳତାର ଉଦାହରଣ ଦିଆଯାଇ ଜୀବନରେ କିଭଳି ଅର୍ଥପୂର୍ଣ୍ଣ ଭାବରେ ଆଗେଇହେବ ସେ ବିଷୟରେ ଦିଗଦର୍ଶନ କରାଯାଉଥିଲା ।

କିରଣ: ପଛକୁ ଅନାଇଲେ, ମତେ ଲାଗେ, ହଁ, ଏହା ଏକ ସାହସିକ ପଦକ୍ଷେପ ଥିଲା କାରଣ ମୁ କେଉଁ କ୍ଷେତ୍ରକୁ ପ୍ରବେଶ କରୁଛି ସେ ବିଷୟ ମୋତେ ଜଣା ନଥିଲା । ମୋ ମତରେ ଶିଳ୍ପଉଦ୍ୟୋଗୀ ମାନେ ପ୍ରକୃତରେ ଖୁବ ସାହାସୀ ଏବଂ ସେମାନେ ଅନେକ ଆଶଙ୍କାକୁ ସମ୍ମୁଖୀନହୋଇ ଆଗକୁ ବଢିଥାନ୍ତି । ଆପଣ ସଂଗ୍ରାମ କରିବାକୁ ଚାହୁଁଛନ୍ତି, ଆପଣ ଆହ୍ଵାନର ମୁକାବିଲା କରିବାକୁ ଚାହୁଁଛନ୍ତି, କିନ୍ତୁ ଏହା ଉଦ୍ଦେଶ୍ୟପୂର୍ଣ୍ଣ ହେବା ଉଚିତ । ସେ ସମୟରେ ମୋର ଜୀବନର ଉଦ୍ଦେଶ୍ୟ ଥିଲା ନିଜକୁ ଜଣେ ଦକ୍ଷ ପରିଚାଳକ ବା ମ୍ୟାନେଜର ଭାବେ ପ୍ରମାଣିତ କରିବା । ଲୋକମାନେ କହିଲେ ଯେ ଆମେ ଆପଣଙ୍କୁ brewmasterର ଚାକିରୀ ଦେଇପାରିବୁ ନାହି । କାରଣ ଆପଣ ଜଣେ ମହିଳା । ସେ ସମୟରେ ମୁଁ ଦୃଢ ନିଶ୍ଚିତ ଥିଲି ଯେ ଜଣେ ମହିଳା ମଧ୍ୟ କୌଣସିବି ବ୍ୟବସାୟ ପରିଚାଳନା କରିପାରିବ ।

ଏହା ହିଁ ଥିଲା ମୋ ପାଇଁ ଏକ ବଡ ଆହ୍ଵାନ । ମୋର ଉଦ୍ଦେଶ୍ୟ ଥିଲା ଏନଜାଇମକୁ ନେଇ ବିକାଶ କରିବା ଏବଂ ଜୈବ ବୈଷୟିକ ଜ୍ଞାନକୁ ନେଇ ଏକ ବ୍ୟବସାୟ ପ୍ରତିଷ୍ଠା କରିବା । ଜଣେ ଉଦ୍ୟୋଗପତି ଭାବରେ ଆପଣ ନିଜ ଭିତରର ଆହ୍ଵାନକୁ ସ୍ଵୀକାର କରିବାର ସାହସରହିବା ଦରକାର । କୌଣସି ଶକ୍ତି ଆପଣଙ୍କୁ ଆଗେଇନେବ । ତେଣୁ ଏହା ହୁଏତ Flipkart, Biocon କିମ୍ବା ଏକ Infosys ହୋଇପାରେ, ଏକ ଉତ୍ସାହ ଆପଣଙ୍କୁ ବାଟ ଦେଖାଇବା ଉଚିତ, ତାହାହିଁ ଆପଣଙ୍କ ଉଦ୍ଦେଶ୍ୟ ସଫଳ କରିବ ଏବଂ ଆହ୍ଵାନକୁ ସ୍ଵୀକାର କରିବାର ଶକ୍ତି ଯୋଗାଇବ । ମୋ ପାଇଁ ଆହ୍ଵାନ ଥିଲା ଯେ କେହି ହେଲେ ଜୈବ ବୈଷୟିକ ଜ୍ଞାନକୁ ଭିତ୍ତି କରି ବ୍ୟବସାୟ ଆରମ୍ଭ କରିନଥିଲେ। ଏହାକୁ ସମ୍ଭବ କରି ମୋତେ ଦେଖାଇବାର ଅଛି । ଜଣେ ମହିଳା ମଧ୍ୟ ବ୍ୟବସାୟ ଚଳାଇପାରିବ ଏବଂ ବ୍ୟବସାୟର ସୁପରିଚାଳନା କରିପାରିବ । ମୋର ଉଦ୍ଦେଶ୍ୟ ଥିଲା, “ ଆହା! ଏହାହିଁ ଚମତ୍କାର ବିଚାର” । ଏହା ଏକ ନୂତନ ବିଚାର ଥିଲା । ଆମେ କିପରି ରାସାୟନିକ ଜ୍ଞାନକୌଶଳକୁ ଏନଜାଇମ ଜ୍ଞାନକୌଶଳରେ ପରିବର୍ତନ କରି ଏକ ସବୁଜ ବିଶ୍ଵ ତିଆରି କରିପାରିବା । ଏହାହିଁ ଆରମ୍ଭରେ ମୋର ଉଦ୍ଦେଶ୍ୟ ଥିଲା ।

image


Infosys କ୍ଷେତ୍ରରେ ମଧ୍ୟ ଠିକ ଏହିଭଳି କିଛି ଘଟିଥିଲା । ସେମାନେ ଏକ ସଫ୍ଟୱେର କମ୍ପାନୀ ପ୍ରତିଷ୍ଠା କରିବା ସମୟରେ ଠିକ ଏଭଳି ଉତ୍ସାହ ଓ ଉଦ୍ଦେଶ୍ୟକୁ ନେଇ ଆରମ୍ଭ କରିଥିଲେ । ସେସମୟରେ ତାଙ୍କ ପାଇଁ Y2k ସବୁଠୁ ବଡ ସମସ୍ୟା ହୋଇ ରହିଥିଲା । ସେମାନେ କହିଲେ ନା ଆମେ ପ୍ରଥମ ବଂଶର ଉଦ୍ୟୋଗୀ ଭାବେ ଏହି ଉଦ୍ଦେଶ୍ୟକୁ ଏକ ଆହ୍ଵାନ ଭାବେ ଗ୍ରହଣ କରିବା । ଆଉ ଆପଣ ଉଦ୍ଯୋଗ ଆରମ୍ଭ କଲାବେଳେ ଜାଣିପାରିବେ ଯେ ଏହାହିଁ ହେଉଛି ଆବିଷ୍କାରର ମହାଯାତ୍ରା । ଆପଣ ପ୍ରଥମେ ସମସ୍ୟାର ସମାଧାନ ପାଇଁ ମୌଳିକ ଉପାୟଗୁଡିକ ଶିଖିଥାନ୍ତି । ଆପଣ କୌଣସି ବ୍ୟବସାୟର ପଶିବା ସମୟରେ ଧୀରେ ଧୀରେ ଏଭଳି ସମସ୍ୟାର ସମାଧାନ ସ୍ଵାଭାବିକ ହୋଇପଡେ । ତାପରେ ଆପଣ ଜାଣିବେ ଏହାର ଏକ ଅନୁଷ୍ଠାନିକ ପ୍ରକ୍ରିୟା ରହିଛି । ଏହା କୌଣସି ଅସ୍ଥାୟୀ କାର୍ଯ୍ୟ ଭଳି ନୁହେ । ଆପଣଙ୍କୁ କଣ କରିବାକୁ ହେବ ତାର ଏକ ବାସ୍ତବିକତା ରହିଛି । ଆପଣଙ୍କ କାର୍ଯ୍ୟ ସମାଧାନର ଏକ କୌଶଳ ରହିଛି ଏବଂ ଆପଣ ଏହି କାର୍ଯ୍ୟରେ ଧୀରେ ଧୀରେ ଅଭ୍ୟସ୍ତ ହୋଇଯାନ୍ତି ।

Bioconର ମୂଳଭିତ୍ତି ପ୍ରତିଷ୍ଠା ଦିନ

Bioconର ମୂଳଭିତ୍ତି ପ୍ରତିଷ୍ଠା ଦିନ


YourStory: ଆପଣ କଣ ସବୁବେଳେ ହୃଦୟଙ୍ଗମ କରିପାରୁଥିଲେ ଯେ ଆପଣ ଏକ ମହାନ କିମ୍ବା ବଡ ଧାରଣର କାର୍ଯ୍ୟ କରିବାକୁ ଯାଉଛନ୍ତି?

କିରଣ: ଠିକ ଅଛି । ଆରମ୍ଭରେ ଆପଣ ଏ ବିଷୟରେ ଚିନ୍ତା କରିନଥାନ୍ତି । କିଛି ଲୋକ ଚିନ୍ତା କରିଥାନ୍ତି କିନ୍ତୁ ମୁଁ ସେ ବିଷୟରେ ଚିନ୍ତା କରିନାହି । ମୋର ଲକ୍ଷ୍ୟ ହେଲା, ଯେଉଁ କାର୍ଯ୍ୟ ଆରମ୍ଭ କରିଛି ସେଥିରେ କିଭଳି ସଫଳ ହେବି । ମୋର କୌଣସି ବ୍ୟବସାୟୀକ ପୃଷ୍ଟଭୁମି ନଥିଲା । ଅନେକ ଲୋକ ବ୍ୟବସାୟୀ ପରିବାରରୁ ଆସିଥାନ୍ତି, ତେଣୁ ବ୍ୟବସାୟ ପ୍ରତିଷ୍ଠା, ତାର ପରିଚାଳନା ଓ ତାକୁ ଆଗକୁ ବଢାଇବା ନେଇ, ସେମାନଙ୍କ ଚିନ୍ତାଧାରା ମୋ ଭଳି ବ୍ୟକ୍ତିଠାରୁ ଭିନ୍ନ ହେଇଥାଏ । ଆଗରୁ ମୋର କିଛି ବ୍ୟବସାୟୀକ ଅଭିଜ୍ଞତା ନଥିଲା। ବ୍ୟବସାୟର ପଦ୍ଧତି ବୁଝିବା ପାଇଁ ମୁ କୌଣସି କମ୍ପାନୀ ରେ କାମ ମଧ୍ୟ କରିନଥିଲି । ମୋତେ ପ୍ରଥମେ କିଛି ମୌଳିକ ଜ୍ଞାନ ହାସଲ କରିବାକୁ ପଡିଥିଲା ।

YourStory: ଆପଣ କେବେ କେବେ ଏକାକୀ ଅନୁଭବ କରୁଥିଲେ କି?

କିରଣ: ନା, କେବେ ନୁହେଁ । ମୋ ନିଜ ଭିତରେ ଯଥେଷ୍ଟ ଉତ୍ସାହ ଭରିରହିଛି । ତେଣୁ ଏକାକୀ ଅନୁଭବ କରିବାର ପ୍ରଶ୍ନହିଁ ଉଠୁନାହି । ଆପଣ ଯଦି ଅଦମ୍ୟ ଶକ୍ତିରେ ଭରପୁର, କମ କିପରି ହାସଲ କରାଯିବ ଜାଣିଛନ୍ତି ଓ ଆଗକୁ ମାଡିଚାଲିବାର ଉତ୍ସାହ ରହିଛି ତେବେ ଏକାକିତ୍ଵର ପ୍ରଶ୍ନ ଉଠିବ ନାହି । ମୁ କିଛି ଗୋଟେ କରିବାକୁ ଚାହୁଁଥିଲି, କୌଣସି କଥାକୁ ମୋର ଭୟ ନଥିଲା । ବ୍ୟବସାୟ ଆରମ୍ଭ କରିବାବେଳେ ମୋ ପାଖରେ ଯଥେଷ୍ଟ ପଇସା ନଥିଲା । ସେସମୟରେ ମୁଁ ଭାରତର ଏମୁଣ୍ଡରୁ ସେମୁଣ୍ଡ ଯାଏ ଟ୍ରେନ ଓ ବସରେ ଯାତ୍ରା କରିଛି । ସେସମୟରେ ଉଡାଜାହାଜର ଟିକେଟ କାଟିବା ପାଇଁ ମୋ ପାଖରେ ପଇସା ନଥାଏ । ମୋର ମାନେ ଅଛି, ମୋତେ ନେଇ ମୋ ବାପା ମାଁ ଖୁବ ଚିନ୍ତିତ ଥାନ୍ତି । କହନ୍ତି, “ ତୁ ଜଣେ ଏକୁଟିଆ ଝିଅ, ନିଜେ ନିଜେ ଭାରତର ସବୁ ଅଞ୍ଚଳ ବୁଲୁଚୁ”। ସେତେବେଳ ପଞ୍ଜାବରେ ଅକାଳୀ ଦଳର ଶାସନ ଥିଲା । ତଥାପି ମୁଁ ଏକୁଟିଆ ଯିବାଆସିବା କରୁଥାଏ । ସେସମୟରେ ଉତ୍ତର ଭାରତରେ ବ୍ୟବସାୟରେ ବେଶୀ ସୁଯୋଗ ଥିବାରୁ ମୁଁ ସେ ଅଞ୍ଚଳକୁ ବେଶୀ ଯିବାଆସିବା କରୁଥାଏ । ମୋର କୌଣସି ଚିନ୍ତା ବା ଭୟ ନଥିଲା । ଅନେକ ସମୟରେ ପୁରା ବସରେ ମୁ ଏକୁଟିଆ ମହିଳା ଯାତ୍ରୀ ଥାଏ । ଅନେକ ଲୋକଙ୍କ ଚାହାଣୀ ମୋ ଉପରେ ଥାଏ । ଡ୍ରାଇଭର ବାବୁ ମୋ ପାଇଁ ଭୟ କରି ପଚାରେ,”ଆପ କାହାଁ ଜା ରହେ ହେଁ ମାଡାମ?” ମୁ କହେ, “ମୁଝେ ଜଗଜୀତ ଇଣ୍ଡଷ୍ଟ୍ରି ଜାନା ହେ।“ ଡ୍ରାଇଭର ଠିକ ଗେଟ ସାମନାରେ ଗାଡି ଅଟକାଏ ଓ ମୁ ଖୁବ ଦମ୍ଭର ସହ ଓହ୍ଳାଇ ଯାଏ ।

ନିଜ ପରିବାର ସହ କିରଣ

ନିଜ ପରିବାର ସହ କିରଣ


YourStory: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ଵ ଗଠନରେ ଆପଣଙ୍କ ମାତା ପିତାଙ୍କର କିପରି ପ୍ରଭାବ ରହିଛି?

କିରଣ: ମୋ ଉପରେ ମୋ ମାତା ପିତାଙ୍କର ଗଭୀର ପ୍ରଭାବ ପଡିଛି । ମୋ ବାପା ତାଙ୍କ ସମୟର ଜେନ ଅଗଧାଡିର ବ୍ୟକ୍ତି ଥିଲେ । ସେ କୁହନ୍ତି, “ତୁ ମୋ ଝିଅ, ତ ମାନେ ନୁହେ ଯେ ତୁ ଏକ career ଗଢିବା ପାଇଁ ଉଚ୍ଛାଶା ରଖିବୁ ନାହି । ତୋତେ ନିଜର ଏକ ପରିଚୟ କରିବାକୁ ହେବ ।“

ବାପା ମାଁଙ୍କ ସହ କିରଣ

ବାପା ମାଁଙ୍କ ସହ କିରଣ


ସେ ନିଜେ ଜଣେ brewmaster ଥିଲେ ଓ ତାଙ୍କ ସନ୍ତାନ ମଧ୍ୟରୁ କିଏ ଜଣେ ସେହି ବୃତ୍ତି ବାଛିନିଅନ୍ତୁ ବୋଲି ସେ ଚାହୁଁଥିଲେ । କିନ୍ତୁ ମୁଁ ତାଙ୍କୁ ପଚାରିଲି ଯେ ଜଣେ ମହିଳା କଣ ଏଇ କାମ କରିପାରିବେ । ତାର ଉତ୍ତର ଦେଇ ବାପା କହିଥିଲେ, “ତୋ ଭଳି ଦୃଢ ଇଚ୍ଚାଶକ୍ତି ଥିବା ବଳ ମହିଳା ନିଶ୍ଚେ କରିପାରିବେ, କାହିଁକି ନୁହେଁ । “ ମୋ ଉପରେ ତାଙ୍କର ଅଖଣ୍ଡ ବିଶ୍ଵାସ ଥିଲା । ସେ ମୋତେ ଅନେକ ସମୟରେ ଆଦର୍ଶ ମୂଲ୍ୟବୋଧ ସମ୍ପର୍କରେ ବୁଝେଇଥାନ୍ତି । ସେ ସବୁବେଳେ କହୁଥିଲେ, “ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି ଭଲ ଗୁଣ ଥାଏ । ତମେ ଯଦି ଏକ ଭଲ ପରିଚାଳକ ହେବ ତେବେ ତମେ ନିଜେ ଲୋକଙ୍କ ଭିତରେ ଭଲ ଗୁଣ ସୃଷ୍ଟି କରିପାରିବ । ଜଣେ ଭଲ ପରିଚାଳକର ଲକ୍ଷଣ ହେଉଛି ସେ ଅନ୍ୟର ଭଲ ଗୁଣ ଗୁଡିକୁ ବାହାରକୁ ଆଣିପାରିଥାଏ । ଜଣେ ଭଲ ପରିଚାଳକର ତାହାହିଁ କର୍ତ୍ତବ୍ୟ । “ ମୁ ଏବେ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ହେଇଆସିଛି ।

ବାପା ମୋ ଭିତରେ ଉଚ୍ଚ ଗୁଣର ନୈତିକ ମୂଲ୍ୟବୋଧ ପ୍ରତିଷ୍ଠା କରିଥିଲେ । ସେ ସବୁବେଳେ କୁହନ୍ତି ଯେ ବ୍ୟବସାୟରେ କୌଣସି ପାଖ ବାଟା ନଥାଏ । ବ୍ୟବସାୟ କରିବାରେ ଉଭୟ ଭଲ ରାସ୍ତା ଓ ଖରାପ ରାସ୍ତା ରହିଥାଏ । ମୁଁ ଚାହେଁ ମୋ ଝିଅ ସାଧୁତାର ସହ ବ୍ୟବସାୟ କରୁ ଏବଂ ସାଧୁତା ବଳରେ ହିନ ତିଷ୍ଠି ରହୁ ।

ପିତା ମାତାଙ୍କ ସହ ବାଲ୍ୟାବସ୍ଥାରେ କିରଣ

ପିତା ମାତାଙ୍କ ସହ ବାଲ୍ୟାବସ୍ଥାରେ କିରଣ


ମୋ ମାଁ ସଦାବେଳେ ମୋ ସହ ରହିଛନ୍ତି । ବାପାଙ୍କ ଭଳି ସେ ମଧ୍ୟ ଉଚ୍ଚ ଆଦର୍ଶରେ ବିଶ୍ଵାସ ରଖୁଥିଲେ । ଆତ୍ମନିର୍ଭରଶୀଳତା ଉପରେ ତାଙ୍କର ଗଭୀର ବିଶ୍ଵାସ ଥିଲା । ବାପାଙ୍କ ଦେହାନ୍ତ ପରେ ମାଁ ନିଜକୁ ବ୍ୟସ୍ତ ରଖିବା ପାଇଁ ନିଜର ବ୍ୟବସାୟ ଆରମ୍ଭ କରିଦେଲେ । ସେ ଆଗରୁ କେବେବି ଏପରି କିଛି କମ କରିନଥିଲେ । ଏବେ ତାଙ୍କୁ ୮୨ ବର୍ଷ ବୟସ । ସେ ଏବେବି ତାଙ୍କ ବ୍ୟବସାୟର ସବୁ କିଛି ବୁଝା ବୁଝି କରୁଛନ୍ତି । ଦିନେ ସେ ମୋତେ କହିଲେ – ଯେଉଁମାନେ ନିଜ ମସ୍ତିଷ୍କକୁ ବ୍ୟସ୍ତ ରଖନ୍ତି ନାହି ସେମାନକୁ Alzheimers ଓ Dementia ଭଳି ରୋଗ ହୁଏ ବୋଲି ମୁ ପଢିଛି । ସେଥିପାଇଁ ମୁ ନିଜକୁ ବ୍ୟସ୍ତ ରଖୁଛି । ମୁ ଯଦି ମୋର ବ୍ୟବସାୟ ଚାଲୁ ରଖିଲେ ହିନ ନିଜକୁ ସଂପୂର୍ଣ୍ଣ ଭାବେ ବ୍ୟସ୍ତ ରଖି ପାରିବି (ଅଳ୍ପ ହସି)। (ଆମେ ଖୁବ ଶୀଘ୍ର କିରଣଙ୍କ ମାଁ ଙ୍କ କାହାଣୀ ଆପଣମାନଙ୍କ ସମ୍ମୁଖକୁ ଆଣିବୁ, ଯିଏ କି ଏକ ସ୍ୱୟଂଚାଳିତ laundry (Jeeves) ବ୍ୟବସାୟ କରନ୍ତି ।)

YourStory: ଜଣେ ବ୍ୟବସାୟୀ ମହିଳା, ସଫଳ ଉଦ୍ୟୋଗୀ ଏବଂ ଏକ ଆଦର୍ଶ ଚରିତ୍ର ଭାବେ ଲିଙ୍ଗ ପରିପ୍ରେକ୍ଷୀରେ ଆପଣ ଏହାକୁ କିପରି ଦେଖନ୍ତି? ଆଗକୁ ବଢୁଥିବା ମହିଳା ଶିଳ୍ପଉଦ୍ୟୋଗୀ ମାନଙ୍କୁ ଆପଣ କି ପରାମର୍ଶ ଦେବେ?

କିରଣ: ମୁଁ ଯେତେବେଳେ ସୁରାପ୍ରସ୍ତୁତି ପଥ ପଢିବାକୁ ଅଷ୍ଟ୍ରେଲିଆ ଗଲି, ମୋ କ୍ଲାସ ରେ ମୁ ଏକାହିଁ ମହିଳା ଥିଲି । ଏହି ସମୟଟି ମୋ ପାଇଁ ଏକ ନିର୍ଣାୟକ ସମୟ ଥିଲା । ମୋତେ ଅନୁଭବ ହେଲା ଯେ ମୋତେ ନିଜ ଗୋଡରେ ନିଜେ ଠିଆ ହେବାକୁ ପଡିବ । ମୋତେ ଜଣେ ଜଣେ କରି ସବୁ ପୁରୁଷଙ୍କ ସହ ନିଜକୁ ତୁଳନା କରିବାକୁ ପଡିଲା ।ଅନ୍ୟମାନଙ୍କର ଅନେକ ଅଭିଜ୍ଞତା ଥାଇ ମଧ୍ୟ ମୁ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କଲି । ଏଥିରୁ ମୁ ହୃଦୟଙ୍ଗମ କଲି ଯେ ମହିଳା ହେବାଟା ଆଦୌ ପ୍ରତିକୂଳ ନୁହେ। ମହିଳା ହେବ ଯୋଗୁ ହିଁ ମୋର ଆତ୍ମବିଶ୍ଵାସ ବଢିଲା ।

ମୁଁ ସବୁବେଳେ ମହିଳା ମାନଙ୍କୁ କୁହେ, ଏହା କେବଳ ମନ ଭିତର କଥା। ଆପଣ ଜଣେ ମହିଳା ହୋଇଥିବାରୁ କୌଣସି ଏକ କାମ କରିପରିବେ ନାହି ବୋଲି କାହିଁକି ଭାବୁଛନ୍ତି? ଆପଣ କଣ ଏପରି କାମ ଅଛି ଯାହା କରିପାରିବେ ନାହି?କୁହନ୍ତୁ ।

ମୋ ମତରେ ଆପଣ ମୂଳତଃ ଅନ୍ୟର ସମାଲୋଚନା କୁ ନ ଶୁଣିବାର ଅଭ୍ୟାସ କରିବା ଉଚିତ । ଏହାହିଁ ଆପଣଙ୍କୁ ଅନ୍ୟଠାରୁ ଅଲଗା କରିଥାଏ । ଜଣେ ମହିଳା ଭାବରେ ମୋତେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । ମାତ୍ର ନିଜକୁ ବୈଷୟିକଜ୍ଞାନ ରେ ପୂର୍ଣ୍ଣ ଭାବରେ ଦକ୍ଷ କରିବାରୁ ମୋର ଆତ୍ମବିଶ୍ଵାସ ବଢିଲା । ମୁଁ ବଡ ବଡ ବ୍ୟବସାୟୀ, breweries ଆଉ brewers ମାନଙ୍କ ପାଖକୁ ଗଲେ ମଧ୍ୟ ଖୁବ ଦମ୍ଭର ସହ ତାଙ୍କ ସ୍ତରର କଥାବାର୍ତ୍ତା କରିପାରୁଥିଲି । ଅନେକ ବୈଷୟିକ ଟିକି ନିଖି କଥା ତାଙ୍କ ସାଙ୍ଗରେ ଖୁବ ଆରାମରେ ହେଇପାରୁଥିଲି । ମୁ ବୁଝିପାରୁଥିଲି ଯେ ବୈଷୟିକ ଜ୍ଞାନ ଦୃଷ୍ଟିରୁ ମୁ ସେମାନଙ୍କଠାରୁ କିଞ୍ଚିତ ଉପରେ ଥିଲି । ମୁ ମୋର ଦକ୍ଷତା ଉପରେ କାମ କରୁଥିଲି। ସମସ୍ତଙ୍କୁ ନିଜ ନିଜର ଦକ୍ଷତା ଉପରେ ଜୋର ଦେଇ କାମ କରିବା ଉଚିତ।

ମୁ ସବୁବେଳେ କୁହେ ଯେ ଯଦି ସମସ୍ତେ କୁହନ୍ତି ଯେ ଆପଣ ମହିଳା ଓ ତେଣୁ ଆପଣଙ୍କୁ ସାହାଯ୍ୟ ଦରକାର, ତେବେ ସାହାଯ୍ୟ ନିଅନ୍ତୁ (ହସ) । ଆପଣଙ୍କୁ ହୁଏତ ସାହାଯ୍ୟର ଦରକାର ନ ହେଇପାରେ, କିନ୍ତୁ ନିଅନ୍ତୁ । ମୋର ମାନେ ଅଛି, ସରକାରୀ ଅଫିସଗୁଡିକରେ ମୁ ଏହି ଜିନିଷର ପୂର୍ଣ୍ଣ ସୁବିଧା ନେଇଛି ।ମୋତେ ସେସମୟରେ ସରକାରୀ ଅଫିସ ଗୁଡିକର ଚକ୍କର କାଟିବାକୁ ପଡୁଥାଏ ଲାଇସେନ୍ସ ନେଇ । ମୋର ମନେ ଅଛି ମୁ ଜଣେ ସରକାରୀ ବୁଦ୍ଧିଜୀବୀଙ୍କ ପାଖକୁ ଯାଇ କହିଥିଲି, “ ମୋତେ ଏଠାରେ ଖୁବ ଭୟ ଲାଗୁଛି । “ ସେ ପଚାରିଲେ – କାହିଁକି? ମୁ ଉତ୍ତର ଦେଇଥିଲି, “ଆପଣଙ୍କୁ ଦେଖା କରିବା ପାଇଁ ବାରଣ୍ଡାରେ ଅପେକ୍ଷା କରିବା ସମୟରେ ଅନେକ ନୂଆ ବ୍ୟବସାୟୀ ମୋତେ ଆସି କହୁଛନ୍ତିଯେ ଆପଣଙ୍କ ଅନୁମତି ପାଇବାକୁ ହେଲେ ଆପଣଙ୍କୁ ଲାଞ୍ଚ ଦେବାକୁ ପଡିବ । ହେ ଭଗବାନ! ମୁ ଡରିଗଲି ।ମୁ ଭାବିଲି ଯଦିଲାଞ୍ଚ ଦେବାକୁ ପଡେ ତେବେ ମୁ ବ୍ୟବସାୟ ଚଳେଇ ପାରିବିନି। “ “ଅଫିସର ଜଣକ କହିଲେ , “ନା ନା ନା, ଆପଣ କାହାରି କଥା ବିଶ୍ଵାସ କରନ୍ତୁ ନାହି ।ଆପଣଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ । “ ମୁ ଭାବିଲି, ବେଶ ଭଲ କଥା ।ମୋତେ ଖୁବ ଖୁସି ଲାଗିଲା । ସେ କହିଲେ ଏବେ ଆଉ ବାରଣ୍ଡାରେ ବସି ଅପେକ୍ଷା କରିବାକୁ ହେବ ନାହି ଓ ଯେବେବି ଆସିବେ ସିଧା ଆସି ମୋ ରୁମରେ ବସିବେ । ଲୋକମାନେ ଆପଣଙ୍କୁ ଭୁଆ ବୁଲାଉଛନ୍ତି, ଆପଣଙ୍କୁ ଲାଞ୍ଚ ଦେବାକୁ ପଡିବ ନାହି ।

ବାସ୍ତବରେ ଅନେକ ସଚ୍ଚୋଟ ଅଫିସର ଅଛନ୍ତି । ସେମାନଙ୍କୁ ନିୟମିତ ଭାବେ ଦେଖା କରିବା ଉଚିତ । ସାଧାରଣ ବିଶ୍ଵାସଯେ ଅଧିକାଂଶ ଅଫିସର ମାନେ ଖରାପ, ତା’ ଭୁଲ । ମୁଁ ଯେତେବେଳେ ମଞ୍ଜୁରୀ ପାଇଲି, ସେତେବେଳେ ବିଚାରା ସେଇ ଅଫିସର ଜଣକ ଟେଲିଗ୍ରାମ କରି ଜଣାଇଲେ, “ଶୁଭେଚ୍ଛା, ଆମେ ଆପଣଙ୍କ କମ୍ପାନୀର ଲାଇସେନ୍ସକୁ ମଞ୍ଜୁରୀ ଦେଇଛୁ । “

Biocon ନିର୍ମାଣ ସାଇଟରେ

Biocon ନିର୍ମାଣ ସାଇଟରେ


ସେହିପରି ବାଙ୍ଗାଲୋରରେ ମୁ ପ୍ରତିଥର ଶିଳ୍ପସଚିବଙ୍କ ଅଫିସକୁ ଯାଇଥାଏ । ସେଠାରେ ଯେତେଲୋକ ଉପସ୍ଥିତ ଥିଲେ ମଧ୍ୟ ପ୍ରଥମେ ମୋ କଥା ଶୁଣାଯାଏ ।କାରଣ ସେଠାରେ କେହି ମହିଳା ନଥାନ୍ତି ।ତେଣୁ ମହିଳା ହେବା ଏକ ପ୍ରକାରେ ସୁବିଧାଜନକ । ଆମେ ଖାଲି ତାକୁ ଏକ ଭିନ୍ନ ଢଙ୍ଗରେ ଦେଖିବା ଦରକାର ।

ମୋତେ କେବେବି ଲାଞ୍ଚ ଦେବାକୁ ପଡିନାହି । ମୋ କାମ ମୁ ହାସଲ କରିନିଏ ।ମୋର ପୁରୁଷ ସହକର୍ମୀ ମାନେ ମୋତେ କହନ୍ତି – ଆପଣଙ୍କ ଉପରେ ଆମର ଈର୍ଷା ହୁଏ, ଏବଂ ଏହା ଠିକ କଥା ନୁହେ । ଆପଣ କେବେ ଲାଞ୍ଚ ନଦେଇ କାମ ହାସଲ କରିପାରୁଛନ୍ତି ଯେତେବେଳେ କି ସେହି କାମ ପାଇଁ ଆମକୁ ଲାଞ୍ଚ ଦେବାକୁ ପଡୁଛି ।ଥରେ ସେମାନେ କହିଲେ ଜଣେ ବ୍ୟକ୍ତିଙ୍କ ସମ୍ବନ୍ଧରେ ଯେ ସେ ଖୁବ ଦୁର୍ନୀତିଗ୍ରସ୍ତ ଓ ତାଙ୍କୁ କାଳେ ଲାଞ୍ଚ ନଦେଇ କାମ କରେଇବାଟା ଏକ ଆହ୍ଵାନ ।ସେ ବ୍ୟକ୍ତି ଜଣକ ସବସିଡି ପଇସାରୁ ଶତକଡା ଦଶ ଭାଗ ଦାବି କରୁଥିଲେ ନହେଲେ ଆମକୁ ଚେକ ଦେବାକୁ ମନା କରୁଥିଲେ ।ତାପରେ ମୁଁ ଯାଇ ଆଦୌ ଲାଞ୍ଚ ନଦେଇ ଚେକଟି ନେଇଆସିଲି ।ମୋର ସହକର୍ମୀ ମାନେ ପଚାରିଲେ ଓ କହିଲେ ଯେ ଏହା ଠିକ ନୁହେଁ ।ସେ ଆପଣଙ୍କୁ କିପରି ଦେଲେ କିନ୍ତୁ ଆମକୁ ମନା କରୁଥିଲେ ।ମୋର ମାନେ ଅଛି, ମୋର ଉତ୍ତର ଥିଲା – ହଁ, କାରଣ ମୁ ଜଣେ ମହିଳା।ସେ ମୋତେ ଲାଞ୍ଚ ମାଗିପାରିବେ ନାହି ।କିନ୍ତୁ ମୁ ଏହାର ପ୍ରକୃତ କାରଣ କହିବି। ମୁ କହିଲି – ମୁ ପ୍ରତିଟି କାମ ପାଇଁ ନିଜେ ଅଫିସ ଗୁଡିକୁ ଯାଏ, ଆଉ ଆପଣ ସେହି କାମ ପାଇଁ ନିଜର କ୍ଲର୍କ କିମ୍ବା ଅଧସ୍ତନ କର୍ମଚାରୀଙ୍କୁ ପଠାନ୍ତି ।ଏହା ଦ୍ଵାରା ତାଙ୍କପାଇଁ ଲାଞ୍ଚ ମାଗିବା ସହଜ ହେଇଯାଏ ।କିନ୍ତୁ ଆପଣ ନିଜେ ଗଲେ କିଏ ଆପଣଙ୍କୁ ପଇସା ମାଗିବ? ଏଥିରୁ ମୁଁ ଏକ ଶିକ୍ଷା ପାଇଛି ଏବଂ ଆପଣଙ୍କୁ ଏ ବିଷୟରେ ଆପଣଙ୍କୁ କହୁଛି ଯଦି ଆପଣ କାମ ହାସଲ କରିବାକୁ ଚାହୁଁଛନ୍ତି ତେବେ ତାକୁ ନିଜେ କରନ୍ତୁ ।

ମୋ ବାପା ମୋତେ ଆହୁରି ଏକ କଥା ଶିଖେଇଥିଲେ । ସେ କହନ୍ତି - ଯଦି ଆପଣ ସରକାରଙ୍କ ଠାରୁ କିଛି ସୁବିଧା ସୁଯୋଗ ଚାହୁଁଛନ୍ତି ତେବେ ତାକୁ ନିଜ ସ୍ଵାର୍ଥସାଧନ ପାଇଁ କରନ୍ତୁ ନାହିଁ। ବରଂ ସମ୍ପୂର୍ଣ ବ୍ୟବସାୟୀକ ସମାଜର ସ୍ବାର୍ଥକୁ ଚାହିଁ ସେ କାମ କରନ୍ତୁ । ମୁ ତାହା କରିବା ଶିଖି ଯାଇଛି ଏବଂ ଏବେ ମଧ୍ୟ ମୁଁ ଯେତେବେଳେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରେ, ମୁ ସେଠାକୁ ଯାଇ Biocon ଆପଣଙ୍କ ସାହାଯ୍ୟ ଦରକାର କରୁଛି ବୋଲି କୁହେ ନାହିଁ ।ହୁଏତ ସେଭିତରୁ କିଛି କାମ Biocon ପାଇଁ ଦରକାର ପଡୁନଥିବ, କିନ୍ତୁ ମୁ ସମ୍ପୂର୍ଣ ଶିଳ୍ପସମାଜକୁ ନେଇ କଥାବାର୍ତ୍ତା କରେ କାରଣ ମୁ ଶିଳ୍ପର ଉନ୍ନତି ପାଇଁ ସଦାବେଳେ ଚେଷ୍ଟିତ । ସମସ୍ତଙ୍କ ବିକାଶର ଚିନ୍ତାଧାରାକୁ ଆପଣେଇ ନିଅନ୍ତୁ ଏବଂ ଦେଖନ୍ତୁ ବିକାଶ ଆପଣଙ୍କୁ କିପରି କୋଳେଇ ନେବ।

image


ଗୋଟିଏ ପଟେ, ପୁଞ୍ଜିବାଦ ପ୍ରତି ଅନ୍ତରଙ୍ଗତାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ମୁ ସଂପୂର୍ଣ୍ଣ ସମର୍ଥନ ଜଣାଇଥାଏ । ମୁ ସଦାବେଳେ ଶିଳ୍ପ ଓ ସରକାର ମଧ୍ୟରେ ରହିଆସିଥିବାଅସାଧୁ ମେଣ୍ଟକୁ ସମାଲୋଚନା କରିଥାଏ । ମୁ ଅନେକ ସ୍ଥାନରେ ଦେଖିଛି, ଯେତେବେଳେ କିଛି ସୁବିଧା ସୁଯୋଗ ପାଇବା ପାଇଁ ଶିଳ୍ପକ୍ଷେତ୍ର ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କରିବାକୁ ଚେଷ୍ଟା କରିଥାଏ । ମୋ ମତରେ ଏହା ସଂପୂର୍ଣ୍ଣ ଭୁଲ। ମୋ ମତରେ ଆପଣ ସଂପୂର୍ଣ୍ଣ ଶିଳ୍ପକ୍ଷେତ୍ର ପାଇଁ ଏହା କରିବା ଉଚିତ, ଯାହା ଦ୍ଵାରା ସଂପୂର୍ଣ୍ଣ ଶିଲ୍ପା କ୍ଷେତ୍ର ଉପକୃତ ହୋଇପାରିବ । ଯଦିଓ ଅନେକ ଲୋକ କହନ୍ତି ଯେ କିରଣ ଜଣେ ନିର୍ବୋଧ ମହିଳା, ବ୍ୟବସାୟ କିପରି କରାଯାଏ ତାଙ୍କୁ ଜଣା ନାହିଁ, ତଥାପି ଏହି ମୂଲ୍ୟବୋଧକୁ ନେଇ ମୁ ଆଗେଇ ଆସିଛି - ସମସ୍ତଙ୍କ ପାଇଁ ଦାବି କରନ୍ତୁ, କେବଳ ନିଜ ପାଇଁ ନୁହେଁ, ଦେଖିବେ ଆପଣ କିପରି ହାଉଆ ବଦଳେଇ ଡଇ ପାରିବେ ।