Red Polka: ଏବେ କରନ୍ତୁ window shopping ବି ଅନଲାଇନ

Red Polka: ଏବେ କରନ୍ତୁ window shopping ବି ଅନଲାଇନ

Friday November 06, 2015,

4 min Read

ଆଜିର ଦିନରେ ଇ-କମର୍ସ ଭତ୍ତିଭୂମିର ଚାହିଦା ବଢ଼ିଚାଲିଥିବା ବେଳେ ଅନଲାଇନ ଗ୍ରାହକମାନଙ୍କର ରୁଚି ମଧ୍ୟ ବଦଳିବାରେ ଲାଗିଛି । ସମୟେ ସମୟେ ଗ୍ରାହକ ଏଥିରେ ଥିବା ଅନେକ ୱେବସାଇଟ ଓ ମାତ୍ରାଧିକ ଦ୍ରବ୍ୟରୁ ନିଜ ପସନ୍ଦର ଦ୍ରବ୍ୟ କିଣିବାରେ ଦ୍ୱନ୍ଦରେ ପଡିଯାଇଥାଏ । ହିନ୍ଦିରେ ଏକ କଥା ଅଛି ଯୋ ଦିଖତାହେ, ୱ ବିକତା ହେ, ଏବଂ ରେଡ ପୋଲକାର ପ୍ରତିଷ୍ଠାତା ଏବଂ ସିଇଓ ବିଶାଖା ସିଂ ଏହି କଥାରେ ସଂପୂର୍ଣ୍ଣ ବିଶ୍ୱାସ କରନ୍ତି ।

ରେଡ ପୋଲକା ଏକ ଅନଲାଇନ ଫେସନ ଏବଂ ଲାଇଫଷ୍ଟାଇଲ ବ୍ୟାଖ୍ୟା ପୋର୍ଟାଲ ଅଟେ, ଯାହାକି ବିକ୍ରେତାମାନଙ୍କୁ ସେମାନଙ୍କର ଡିଜାଇନ, ସେମାନଙ୍କ ଟାର୍ଗେଟ ଅଡିଆନ୍ସମାନଙ୍କୁ ଦେଖାଇବାକୁ ଏକ ଭିତ୍ତିଭୂମି ପ୍ରଦାନ କରିଥାଏ । ବର୍ତ୍ତମାନ ଏହା କେବଳ ମହିଳା ଗ୍ରାହକ ଓ ସେମାନଙ୍କ କିଣିବା ରୁଚି ଉପରେ ଧ୍ୟାନ ରଖି କାର୍ଯ୍ୟ କରୁଛି ।

image


ଜଣେ ମିଡିଆ ମାର୍କେଟିଂ ପ୍ରଫେସନାଲ ଭାବେ ବିଶାଖା ଟାଇମ୍ସ ଅଫ ଇଣ୍ଡିଆ, ସିଏନବିସି ଟିଭି ୧୮ରେ କାମ କରିବା ସହ ଟାଇମ୍ସ ନାଓର ବ୍ରାଣ୍ଡିଙ୍ଗ ଓ ଲଂଚ ଷ୍ଟ୍ରାଟେଜିରେ ସହଯୋଗ କରିଥିଲେ । ଏହି କ୍ଷେତ୍ରରେ ତାଙ୍କର ୧୫ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି । ଏହି ଅଭିଜ୍ଞତାରୁ ସେ ଗ୍ରାହକମାନଙ୍କ ବ୍ୟବହାର ସମ୍ବନ୍ଧୀୟ ଜ୍ଞାନ ହାସଲ କରିଥିଲେ, ଯାହାକି ତାଙ୍କୁ ପରବର୍ତ୍ତି ସମୟରେ ବହୁମାତ୍ରାରେ ସାହାଯ୍ୟ କରିଥିଲା । ମୁଁ ବ୍ରାଣ୍ଡକୁ ବୁଝିବା ଓ ଗ୍ରାହକମାନଙ୍କ କିଣିବା ବ୍ୟବହାର ଉପରେ ଜାଣିବା ପାଇଁ କଠିନ ପରିଶ୍ରମ କରିବା ସହ ଅନେକ ରିସର୍ଚ୍ଚ କରିଥିଲି ବୋଲି ବିଶାଖା କୁହନ୍ତି । ନିଜ ଅଭିଜ୍ଞତାରୁ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଯଦି ତୁମେ ତୁମର ବ୍ରାଣ୍ଡ ମେସେଜିଂକୁ ଗ୍ରାହକମାନଙ୍କର କିଣିବା ବ୍ୟବହାର ସହ ସମତାଳରେ ରଖିପାର ତେବେ ଏହା ଆଶ୍ଚର୍ଯ୍ୟଜନକ ଭାବରେ କାର୍ଯ୍ୟ କରିଥାଏ ।

Vishakha Singh

Vishakha Singh


ଗ୍ରାହକମାନଙ୍କର କିଣିବା ରୁଚି ଓ ବ୍ୟବହାର ବିଷୟରେ ଜାଣିବା ପାଇଁ ସେ ଫ୍ୟୁଚର ଗ୍ରୁପ ଜଏନ କଲେ । ସେଠାରେ କାମ କରିବା ପରେ ସେ ନିଜର ପ୍ରଥମ ବ୍ୟବସାୟ ଅରୋରା କମ୍ସ ନାମକ ଏକ ସପର ମାର୍କେଟିଂ ଏବଂ ରିଟେଲ ମିଡିଆ ଫାର୍ମ ଆରମ୍ଭ କଲେ । ଏହି ସମୟରେ ସେ ସପର ଏନଗେଜମେଣ୍ଟ ବୁଝିବା ଓ କିଣିବାର ବ୍ୟବହାର କିପରି ଏକ ବ୍ରାଣ୍ଡର ବିକ୍ରି ବୃଦ୍ଧି କରିପାରିବ ଜାଣିବା ପାଇଁ ଅନେକ ବ୍ରାଣ୍ଡ ସହ କାମକଲେ ।

ସେ ଅନୁଭବ କଲେ ଯେ ଅନଲାଇନ ମାର୍କେଟର ପ୍ରବେଶ ପରେ ସୋସିଆଲ ମିଡିଆ ଓ ଅନଲାଇନ ସପ ପ୍ରଭାବରେ ପ୍ରତି ବ୍ୟକ୍ତିକୁ ଜଣେ ଜଣେ ମାର୍କେଟର କରିଦେଇଛି । ମୁଁ ମହିଳାମାନଙ୍କ ସପିଂ ବ୍ୟବହାର ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କଲି । ମୋର ରିସର୍ଚ୍ଚରୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ, ମହିଳାମାନଙ୍କର ପସନ୍ଦ ଓ ରୁଚି ବହୁ ବ୍ୟାପକ । ସେଥିପାଇଁ ମହିଳା ମାନଙ୍କ କ୍ଷେତ୍ରରେ ୱିଣ୍ଡୋ ସପିଂ ବହୁ ଗୁରୁତ୍ୱ ରଖେ । ଏପରିକି ମହିଳା ମାନେ ନିଜର ଡିନର ପାଇଁ ଯାଉଥିବା ବେଳେ ଯଦି ରାସ୍ତାରେ ଏକ ଦୋକାନ ଦେଖନ୍ତି ତେବେ ନିହାତି ଭାବରେ ଦୋକାନର ୱିଣ୍ଡୋ ଅଫରକୁ ଲକ୍ଷ୍ୟ କରିବେ । ଏବଂ ମହିଳାମାନଙ୍କର ଏହି ୱିଣ୍ଡୋ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିବାର ଭାବନାରୁ ତାଙ୍କ ମନକୁ ରେଡ ପୋଲକାର ଭାବନା ଆସିଲା ।

ରେଡ ପୋଲକା ଜଣେ ମହିଳା ଗ୍ରାହକର ନୂଆ ଓ ଭିନ୍ନ ଭିନ୍ନ ଦ୍ରବ୍ୟ ଆବିଷ୍କାର କରିବାର ଆବଶ୍ୟକତା ଓ ପ୍ରକୃତିକୁ ଗୁରୁତ୍ୱ ଦେଇଥାଏ ବୋଲି ସେ କୁହନ୍ତି ।

ଜଣେ ବିକ୍ରେତାର ନଜରରେ ବିଶାଖା କୁହନ୍ତି, ଆଜିର ଦିନରେ ବିକ୍ରେତାମାନଙ୍କ ପାଖରେ ସେମାନଙ୍କ ଦ୍ରବ୍ୟ ବିକିବା ପାଇଁ ବିଭିନ୍ନ ଅନଲାଇନ ଓ ଅଫଲାଇନ ସୁବିଧା ଥିଲେ ମଧ୍ୟ ଏ ଗୁଡିକ ଏତେ ବିଶାଳ ଓ ବିଭିନ୍ନତାର ସମାଗମରେ ଭରପୁର ଯେ ସେମାନଙ୍କ ପାଇଁ ତାଙ୍କର ଗ୍ରାହକମାନଙ୍କ ପାଖରେ ପହଂଚିବାରେ ବହୁତ ଅସୁବିଧା ହୋଇଥାଏ ।

କ୍ରେତାମାନଙ୍କୁ ସହଜରେ ଲାଇଫଷ୍ଟାଇଲ ଓ ଘର ସଜାରେ ସେମାନଙ୍କ ମନ ପସନ୍ଦର ବିଭିନ୍ନ ଡିଜାଇନ ଯୋଗାଇବା ସହ ସମସ୍ତ ବିକ୍ରେତାମାନଙ୍କୁ କେବଳ ଇ-କମର୍ସ ନୁହେଁ ଏକ ବାଣିଜ କ୍ଷେତ୍ର ପ୍ରଦାନ କରିବା ଲକ୍ଷ୍ୟରେ ରେଡ ପୋଲକାର ଆରମ୍ଭ ହୋଇଥିଲା ବୋଲି ଭିଶାଖା କୁହନ୍ତି ।

ରେଡ ପୋଲକା କ୍ରେତାମାନଙ୍କ ରୁଚିକୁ ନେଇ ବିଭିନ୍ନ ପ୍ରକାରର ଡିଜାଇନ ଯୋଗାଇବା ସହ ପ୍ରତି ସପ୍ତାହରେ ନୂଆ ନୂଆ ସୃଜନାତ୍ମକ ଡିଜାଇନର ସମ୍ଭାର ଆଣିବା ସହ ଏହାର ଉପାଦେୟତା ଓ ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥାଏ । ବ୍ୟକ୍ତିଗତ ରୁଚିକୁ ମଧ୍ୟ ଧ୍ୟାନ ଦେଇ ବିଭିନ୍ନ ଆବଶ୍ୟକତା ଅନୁସାରେ ଡିଜାଇନ ଯୋଗାଇଦିଆଯାଇଥାଏ ।

ଯେପରିକି କଂପାନୀର 'ବ୍ରିଥ ଇଜି (ଆରାମର ନିଶ୍ଵାସ)' ସ୍କିମ ଗ୍ରୀଷ୍ମ ଋତୁକୁ ଲକ୍ଷ୍ୟ କରି ଖରାଦିନରେ କାର୍ଯ୍ୟକ୍ଷେତ୍ରକୁ ପିନ୍ଧି ଯିବାର ବସ୍ତ୍ର, ଏହାର ବ୍ୟବହାରିକ ଜ୍ଞାନ ଓ ଉପାଦେୟତା ଓ କେଉଁ ପର୍ବ କିମ୍ବା ଉତ୍ସବରେ କେଉଁ ବସ୍ତ୍ର ପିନ୍ଧିବେ ଓ କେଉଁ ଶୈଳୀରେ ପିନ୍ଧିବେ ଏସବୁ ଜ୍ଞାନ/ଟିପ୍ସ ପ୍ରଦାନ କରିଥାଏ ।

ନିଜର ଦ୍ରବ୍ୟ ପ୍ରଦର୍ଶୀତ କରିବା ପାଇଁ ବିକ୍ରେତାମାନଙ୍କୁ କିଛି ଅର୍ଥ ଦେବାକୁ ପଡିଥାଏ ଏବଂ ବିକ୍ରିରୁ କିଛି କମିଶନ ମଧ୍ୟ ମିଳିଥାଏ । ଏହା ହିଁ ରେଡ ପୋଲକାର ରୋଜଗାର ମାଧ୍ୟମ ବୋଲି ଭିଶାଖା କୁହନ୍ତି । ୩୫ ଟି ବ୍ରାଣ୍ଡ ନିଜର ଦ୍ରବ୍ୟ ବିକ୍ରୟ କରିବା ପାଇଁ ଏହି ଭିତ୍ତିଭୂମି ସହ ଅନୁବନ୍ଧିତ ଅଛନ୍ତି ।

ସାଇଟର ୩୦ ପ୍ରତିଶତ ଭିଜିଟର ପୁନର୍ବାର ଓ ବାରମ୍ବାର ଏହି ସାଇଟକୁ ଭିଜିଟ କରୁଛନ୍ତି, ଯାହା ଲୋକମାନେ ଆମର ତଥ୍ୟକୁ ପଢ଼ିବାକୁ ପସନ୍ଦ କରୁଥିବାର ସୂଚନା ଦିଏ । ବର୍ତ୍ତମାନ ଏହା ଏକ ନେଟୱର୍କ ମାର୍କେଟିଂ ମଡେଲରେ କାର୍ଯ୍ୟ କରୁଛି ।

ରେଡ ପୋଲକା ଜାନୁଆରୀ ୨୦୧୫ରେ ଆରମ୍ଭ ହୋଇଥିଲ । ଏହା ଆଞ୍ଜେଲ ଇନଭେଷ୍ଟରରୁ ୧.୬ କୋଟି ଟଙ୍କା ମୂଳ ପୁଞ୍ଜି ଆଣିଛି । ଭିଶାଖାଙ୍କ ଜଣେ ବନ୍ଧୁ ଏହି ବ୍ରାଣ୍ଡ ବିଷୟରେ ଜାଣି ଆଗ୍ରହରେ କିଛି ଅର୍ଥ ବିନିଯୋଗ କରିବାକୁ ଚାହିଁଲେ। ରେଡ ପୋଲକାର ଟିମକୁ ଆହୁରି ବଡ କରିବାର ଯୋଜନା ରହିଛି ଏବଂ ଖୁବ ଶୀଘ୍ର ଏହାର ମୋବାଇଲ ଆପ୍ପ ମଧ୍ୟ ଲଞ୍ଚ ହେବାର ଯୋଜନା ରହିଛି।

ବର୍ତ୍ତମାନର ସମୟ ହେଲା ଅନଲାଇନ କିଣାବିକାର ସମୟ। ସମସ୍ତେ ନିଜ ଘର ଭିତରର ଆରାମରେ ବସି ଫୋନ, ଟ୍ୟାବ ବା କମ୍ପ୍ୟୁଟର ଜରିଆରେ ନିଜର ଶପିଂ କରିବାକୁ ଇଛୁକ। କିନ୍ତୁ ସେଥିପାଇଁ ଇ-କମର୍ସ ପ୍ଲାଟଫର୍ମ ଅନେକ। ସେଥିପାଇଁ ଏବେ ଅଳିଆ ଓ ଅନାବନା ତଥ୍ୟ ମଧ୍ୟରୁ ବାହାରିବା ଦରକାର।