ଇନ୍ଦୋରର ଜିଲ୍ଲାପାଳ ୨୫୦ ପଛୁଆ ଶ୍ରେଣୀର ଝିଅଙ୍କ ପାଇଁ ଆୟୋଜନ କଲେ ‘ଦଙ୍ଗଲ’ ଫିଲ୍ମର ବିଶେଷ ସ୍କ୍ରୀନିଙ୍ଗ

ଇନ୍ଦୋରର ଜିଲ୍ଲାପାଳ ୨୫୦ ପଛୁଆ ଶ୍ରେଣୀର ଝିଅଙ୍କ ପାଇଁ ଆୟୋଜନ କଲେ ‘ଦଙ୍ଗଲ’ ଫିଲ୍ମର ବିଶେଷ ସ୍କ୍ରୀନିଙ୍ଗ

Thursday January 05, 2017,

3 min Read

ଅମୀର ଖାନଙ୍କ ଦ୍ଵାରା ଅଭିନୀତ ଦଙ୍ଗଲ ବକ୍ସ ଅଫିସରେ ହେଇଛି ବ୍ଲକବଷ୍ଟର ହିଟ। ବ୍ଯବସାୟିକ ସଫଳତା ସହ ଏକା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ମାନଙ୍କର ମାନସିକତାରେ ମଧ୍ୟ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଇଛି। ଫିଲ୍ମ ଦେଖି ଅନେକ ଲୋକ ହୃଦୟଙ୍ଗମ କରିଛନ୍ତି ଯେ ଝିଅ ଜନମ କେବଳ ଚୂଲି ମୁଣ୍ଡକୁ ନୁହେଁ। ବରଂ ଝିଅ ମାନଙ୍କୁ ତାଙ୍କର ସ୍ଵପ୍ନକୁ ଅନୁସରଣ କରିବା ପାଇଁ ସୁଯୋଗ ମିଳିବା ଉଚିତ। ଇନ୍ଦୋର ଜିଲ୍ଲାର ଜିଲ୍ଲାପାଳ ପି ନରହରି ସେ ଅଞ୍ଚଳରେ ରହୁଥିବା ଅବହେଳିତ ବର୍ଗଙ୍କର ୨୫୦ ଝିଅ ମାନଙ୍କ ପାଇଁ ଏହି ଫିଲ୍ମର ଏକ ଏକ ବିଶେଷ ସ୍କ୍ରୀନିଙ୍ଗ ଆୟୋଜନ କରିଥିଲେ। ଏହି ବର୍ଗର ଝିଅ ମାନେ ମଧ୍ୟ ସ୍ଵପ୍ନ ଦେଖିପାରିବେ ଏବଂ ଉଚିତ ମାର୍ଗଦର୍ଶନ ମିଳିଲେ ନିଜ ଜୀବନରେ ଅନେକ କିଛି କରିପାରିବେ, ଏ ପ୍ରେରଣା ଦେବାର ଲକ୍ଷ୍ୟ ନେଇ ଆୟୋଜନ ହେଇଥିଲା ଏହି ସ୍କ୍ରୀନିଙ୍ଗ।

Source : <a href=

Source :

Amity Universitya12bc34de56fgmedium"/>

ନରହରି ନିଜେ ଏକ ଖୁବ ସାଧାରଣ ପରିବାରରୁ ଆସିଛନ୍ତି। ତେଣୁ ଅବହେଳିତ ବର୍ଗଙ୍କ ପାଇଁ କିଛି କରିବାର ଆକାଂକ୍ଷା ତାଙ୍କର ସର୍ବଦା ଥିଲା। The Better India ସହ କଥା ହେଇ ନରହରି କୁହନ୍ତି,

ଏ ପ୍ରକାର ପ୍ରୟାସ ମୋ ପାଇଁ ପ୍ରଥମ ନୁହେଁ। ମୁଁ ଏହା ପୂର୍ବରୁ ଗ୍ୱାଲିଅରରେ ଜିଲ୍ଲାପାଳ ଥିଲି। ସେଠାରେ ମୁଁ ଝିଅ ମାନଙ୍କ ପାଇଁ ଏମିତି ଅନେକ କିଛି ଉଦ୍ୟମ କରିଥିଲି।

ସେ ଦଙ୍ଗଲ ଫିଲ୍ମ ହେବା ପୂର୍ବରୁ ମଧ୍ୟ ପୂର୍ବରୁ ମଧ୍ୟ ଫୋଗାଟ ଭଉଣୀଙ୍କ କାହାଣୀ ସବୁବେଳେ ଲୋକଙ୍କୁ ଶୁଣାନ୍ତି। ତାଙ୍କୁ ଏ କାହାଣୀ ସବୁବେଳେ ପ୍ରେରଣା ଯୋଗାଇଥାଏ। ସେ ଭାଷଣ ଦେବା ସମୟରେ ଅନେକ ସମୟରେ ତାଙ୍କ କାହାଣୀ କହିଥାନ୍ତି। ଅନେକ ଅଭାବ ଅସୁବିଧାରେ ଥିବା ଲୋକେ ଏବଂ ନିଜ ଅଧିକାରରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଏକ ପ୍ରେରଣାର ଉତ୍ସ।

ମୁଁ ଯେବେ ଜାଣିଲି ଯେ ଏଇ ଦୁଇ ଭଉଣୀଙ୍କ ଉପରେ ଫିଲ୍ମ ହେଇଛି, ସେଇ ମୂହୁର୍ତ୍ତରେ ମୁଁ ଜାଣିଥିଲି ଯେ ମୋତେ ଏହାର ଏକ ସ୍କ୍ରୀନିଙ୍ଗ ଆୟୋଜନ କରାଇବାକୁ ହେବ। ଯେଉଁ ଝିଅ ମାନଙ୍କ ପାଇଁ ମୁଁ କାମ କରୁଛି ସେମାନଙ୍କୁ ଏ ଫିଲ୍ମଟି ଦେଖାଇବାକୁ ହେବ। ସେମାନେ ମଧ୍ୟ ସ୍ଵପ୍ନ ଓ ତାକୁ ହାସିଲ କରିବାର ଏ ଅସାଧାରଣ କାହାଣୀରୁ ଶିଖିବେ।

ଏ ବିଚାର ଆସିବା ପରେ ପରବର୍ତ୍ତୀ ସୋପାନ ଥିଲା ଏକ ବଡ଼ ସିନେମା ହଲ ଯୋଗାଡ଼ କରିବା ଯେଉଁଠାରେ ଏହ ସ୍କ୍ରୀନିଙ୍ଗ କାର୍ଯ୍ୟକ୍ରମ ହେଇପାରିବ। Times of Indiaର ଏକ ରିପୋର୍ଟ ଅନୁସାରେ ଏହି ଝିଅ ମାନେ ସରକାରୀ ଅନାଥାଶ୍ରମ ଏବଂ ଏନଜିଓ ଯେପରିକି ଜୀବନଜ୍ଯୋତି ଏବଂ ଶ୍ରଦ୍ଧାନନ୍ଦ ଆଶ୍ରମରୁ ଆସିଥିଲେ। ନରହରି କୁହନ୍ତି ସିନେମା ହଲର ମାଲିକ ତୁରନ୍ତ ଆମ ପାଇଁ ସେ ହଲଟି ବୁକ କରିଦେଲେ। ଏଥିରୁ ଅନେକ ଝିଅଙ୍କ ପାଇଁ ସିନେମା ହଲରେ ଫିଲ୍ମ ଦେଖିବାର ଅଭିଜ୍ଞତା ଥିଲା ପ୍ରଥମ। ସେମାନେ ବହୁତ ଖୁସି ଥିଲେ। ସେମାନଙ୍କ ପାଇଁ ଜଳଖିଆର ଆୟୋଜନ ମଧ୍ୟ ହେଇଥିଲା। ଏଇ ଝିଅ ମାନେ ବି ଆଗକୁ ଯାଇ ଅସାଧ୍ୟ ସାଧନ କରିପାରିବେ – ତାଙ୍କୁ ଏଇ ବିଶ୍ବାସ ଦେବା ଥିଲା ନରହରିଙ୍କର ଲକ୍ଷ୍ୟ।

ନରହରି କୁହନ୍ତି,

ଆମ ପରିବାରରେ ଆମେ ପାଞ୍ଚ ଭାଇ ଗୋଟିଏ ଭଉଣୀ ଥିଲୁ। ପାଞ୍ଚଟି ପୁଅ ହେବା ପରେ ମୋ ବାପା ଝିଅଟିଏ ପାଇଁ ବିକଳ ଥିଲେ। ଯଦିଓ ସେ ଗାଁରେ ଥିବା ଜଣେ ସାଧାରଣ ଦରଜୀ ଥିଲେ କିନ୍ତୁ ଝିଅ ପୁଅ ମଧ୍ୟରେ ଫରକ ହେବା କଥା ନୁହେଁ ବୋଲି ଭଲ ଭାବେ ଜାଣିଥିଲେ। ଆମ ସଭିଙ୍କ ମଧ୍ୟରେ ମୋ ଭଉଣୀ ସବୁଠାରୁ ଉଚ୍ଚଶିକ୍ଷିତା।

ନିଜ ବାପା ଯିଏ ସର୍ବଦା ନାରୀ ସଶକ୍ତିକରଣ ନେଇ କଥା କହୁଥିଲେ, ତାଙ୍କୁ ନେଇ ନରହରି ଖୁବ ଗର୍ବ କରନ୍ତି। ସେ କୁହନ୍ତି ସରକାରୀ ଚାକିରିରେ ଥିବା ଅଧିକାରୀ ମାନଙ୍କୁ ଏସବୁ ସାମାଜିକ ସମସ୍ଯା ପାଇଁ କାମ କରି ନିଜେ ଉଦାହରଣ ସାଜିବା ଉଚିତ।

ଆମକୁ ଜନସାଧାରଣଙ୍କ ପାଇଁ ଦୃଷ୍ଟାନ୍ତ ହେବାକୁ ପଡ଼ିବ। ଯଦି ଆମେ ସମାଜର ବିକାଶ ପାଇଁ କିଛି କରିପାରିବା ତେବେ ଆମକୁ ନିଶ୍ଚେ ତାହା କରିବା ଉଚିତ। ମୋର ସାଧ୍ୟ ଅନୁସାରେ ମୁଁ ଯାହା କରିପାରିବି, ତାହା ନିଶ୍ଚେ କରିବି।