ଏହି ଶିଖ ସମ୍ପ୍ରଦାୟର ସଦସ୍ୟମାନେ ଦୈନିକ୧୪୦୦୦ ଲେକଙ୍କୁ ଖାଦ୍ୟ ଯୋଗାଉଛନ୍ତି

ଏହି ଶିଖ ସମ୍ପ୍ରଦାୟର ସଦସ୍ୟମାନେ ଦୈନିକ୧୪୦୦୦ ଲେକଙ୍କୁ ଖାଦ୍ୟ ଯୋଗାଉଛନ୍ତି

Saturday December 05, 2015,

1 min Read

ଶିଖ ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କର ଧର୍ମୀୟ ପରମ୍ପରା ସେବାକୁ ଆଗେଇ ନେଇଚାଲିଛନ୍ତି । ପୃଥିବୀରେ ସବୁଠୁ ଅସୁରକ୍ଷିତ ଥିବା ଲୋକଙ୍କ ପାଇଁ - ସିରିୟା ବଡ଼ରୁ ପାଂଚ ମାଇଲ ଦୁର ରେଫ୍ୟୁଜି କ୍ୟାମ୍ପର ଲୋକଙ୍କ ପାଇଁ ଯେଉଁମାନେ ରାଷ୍ଟ୍ରଯୁଦ୍ଧରେ କ୍ଷତିଗ୍ରସ୍ତ ସେମାନଙ୍କୁ ସେବା ଯୋଗାଉଛନ୍ତି । ଲଙ୍ଗର ଏଡ଼, ଯାହାକି ୟୁକେର ଏକ ଏନଜିଓ ଖାଲସା ଏଡର ଏକ ଅଂଶ ଏକ ବେକେରୀ ଚଲେଇଛି ଯାହାକି ଦୈନିକ୧୪,୦୦୦ ଲେକଙ୍କୁ ଖାଦ୍ୟ ଯୋଗାଉଛି ।

image


ସଂଗଠନର କର୍ମୀଗଣ ବର୍ଷେରୁ ଅଧିକ ହେବ ଏଠାରେ ଅବସାଦରେ ଥିବା ଲୋକଙ୍କୁ ଖୁଆଉଛନ୍ତି ଏବଂ ସେମାନଙ୍କ ବଂଚିବାର ଏକ ନୂତନ ଆଶା ଦେଖାଉଛନ୍ତି । ଆରମ୍ଭରୁ ସେମାନେ ଏକ ପୂର୍ଣ୍ଣ ଅନ୍ନଛତ୍ର ଖୋଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ କେବଳ ବେକେରୀ ଖାଦ୍ୟକୁ ପରିବର୍ତ୍ତନ କରିଥିଲେ ।

image


ସିରିୟାର ଅନ୍ୟ ପକ୍ଷରେ ଲିବାନନ-ସିରିୟା ବଡ଼ରରେ ଏହି ସଂଗଠନ ମଧ୍ୟ ରିଫୁ୍ୟଜିଙ୍କୁ ସାହାଯ୍ୟ କରିବା ସହ ଏକ ବିଦ୍ୟାଳୟ ଚଳେଇଛି । ଏଠାରେ ୫୦୦୦ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ଦ ଟାଇମସ୍ ଅଫ ଇଣ୍ଡିୟାର ଏକ ସାକ୍ଷାତକାରରେ ଖଲସା ଏଡ଼ର ସିଇଓ ରବି ସିଂହ କହିଲେ ବେଳେବେଳେଶରଣାର୍ଥୀ ମାନେ ଆମକୁ ଦେଖି ISIS ଭାବନ୍ତି । ସଂଗଠନର ଅଧିକାଂଶ କର୍ମୀ ଇଉରୋପର ଯାହାଙ୍କର ପୂୁର୍ବପୁରୁଷ ଉତ୍ତର ଭାରତୀୟ ପଞାବୀ ଅଟନ୍ତି ।

image


ମୂଳ ଲେଖା - Think Change India

ଭାଷାନ୍ତର - ସୌରଭ ପରିଡ଼ା