ଖଣ୍ଡଗିରିର ପ୍ରସ୍ତର ଗାତ୍ରରେ ଜୟଦେବଙ୍କର ଗୀତଗୋବିନ୍ଦ କାବ୍ୟ

ଖଣ୍ଡଗିରିର ପ୍ରସ୍ତର ଗାତ୍ରରେ ଜୟଦେବଙ୍କର ଗୀତଗୋବିନ୍ଦ କାବ୍ୟ

Monday January 11, 2016,

1 min Read

ଖୁବ ଶୀଘ୍ର ପ୍ରସିଦ୍ଧ କବି ଜୟଦେବଙ୍କର ଅମର କାବ୍ୟ ଗୀତଗୋବିନ୍ଦ ସ୍ଥାପତ୍ୟକଳା ରୂପରେ ଅଙ୍କିତ ହେବ। ସ୍ଥାନୀୟ ଜୟଦେବ ବାଟିକାରେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ପାଦଦେଶରେ ଥିବା ପ୍ରସ୍ତର ଗାତ୍ରରେ ନିପୁଣ ଶିଳ୍ପୀମାନଙ୍କ ହସ୍ତରେ ଗୀତଗୋବିନ୍ଦର ଚିତ୍ରରୂପ ଖୋଦନ କରାହେଉଛି।

image


ଦଶଜଣ ଶିଳ୍ପୀଙ୍କର କୁଶଳୀ ହାତର ସ୍ପର୍ଶରେ କବିଙ୍କର ଏହି ଶ୍ରେଷ୍ଠକୃତି, ଯାହାର ସର୍ଗଗୁଡ଼ିକରେ ରାଧାକୃଷ୍ଣଙ୍କର ଅପୂର୍ବ ନୈସର୍ଗିକ ଲୀଳା ବର୍ଣ୍ଣିତ ହୋଇଅଛି ସେ ସବୁ ପ୍ରସ୍ତରଗାତ୍ରରେ ଜୀବନ୍ତ ହୋଇ ଉଠୁଛନ୍ତି।

ଏହି ସଂସ୍କୃତ କବିଙ୍କୁ ଏକ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଓଡ଼ିଶା ବନ ଉନ୍ନୟନ ନିଗମ ଥିମ ପାର୍କଟିକୁ ବିକଶିତ କରୁଛନ୍ତି ଯାହା ଆଗନ୍ତୁକମାନଙ୍କ ପାଇଁ ଏକ ଭୂସ୍ଵର୍ଗରେ ପରିଣତ ହେବ।

ଶିଳାପୃଷ୍ଠରେ ଏହି ଅମର ପ୍ରାଚୀନ ସଂସ୍କୃତ କାବ୍ୟର ସାମୋଦ ଦାମୋଦର ସର୍ଗଠାରୁ ଆରମ୍ଭ କରି ସୁପ୍ରୀତ ପୀତାମ୍ବର ସର୍ଗ ପର୍ଯ୍ୟନ୍ତ ୧୨ଟି ସର୍ଗର ସ୍ଥାପତ୍ୟ ବିଖ୍ୟାତ ପୁରସ୍କାରପ୍ରାପ୍ତ ପ୍ରସ୍ତରଶିଳ୍ପୀମାନଙ୍କଦ୍ଵାରା ଅଙ୍କିତ କରାହେଉଛି। ସେମାନେ ଏହା ପୂର୍ବରୁ ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିରେ କାମ କରିଛନ୍ତି।

"ଆମେ ସର୍ଗର ବର୍ଣ୍ଣନା ଦଶଜଣ ସ୍ଥପତିଙ୍କୁ ଦେଲୁ ଏବଂ ସେମାନେ ତା'ର ଛବି ତିଆରି କରି ଦୁଇ ମାସ ତଳେ ଖୋଦନ ଆରମ୍ଭ କରିଛନ୍ତି" OFDC ଭୁବନେଶ୍ଵର ଡିଭିଜନର ମ୍ୟାନେଜର ରୁଦ୍ରମଣି ସାହୁ କହନ୍ତି।

ରାଜ୍ୟ ପୁରସ୍କାର ପ୍ରାପ୍ତ ତିନିଜଣ ସ୍ଥପତି ବିପିନ ମହାରଣା, ପରୀକ୍ଷିତ ମହାରଣା, ଏବଂ ନିମାଇଁ ମହାରଣା ଖୋଦନ କାର୍ଯ୍ୟ କରୁଥିବା ଶିଳ୍ପୀମାନଙ୍କର ନେତୃତ୍ଵ ନେଇଛନ୍ତି।

ବର୍ତ୍ତମାନ ସୁଦ୍ଧା କାମଟିର ପ୍ରାୟ ଶତକଡ଼ା ନବେ ଭାଗ ସଂପୂର୍ଣ୍ଣ ହୋଇସାରିଲାଣି। OFDC ଆଶା କରୁଛି ଯେ ଜାନୁୟାରୀ ମଧ୍ୟଭାଗରେ ଏହାର ଉଦ୍ଘାଟନ ହୋଇପାରିବ।