ପ୍ରିନ୍ସ ତିୱାରୀ: ସିଏ ଚାକିରି ଛାଡ଼ି ବସ୍ତି ପିଲାଙ୍କୁ ପାଠ ପଢ଼ାଉଛନ୍ତି

By Pravat Pattnaik

ପ୍ରିନ୍ସ ତିୱାରୀ: ସିଏ ଚାକିରି ଛାଡ଼ି ବସ୍ତି ପିଲାଙ୍କୁ ପାଠ ପଢ଼ାଉଛନ୍ତି

Monday January 04, 2016,

3 min Read

ପ୍ରିନ୍ସ୍ ତିୱାରୀ । ବୟସ ୨୧ ବର୍ଷ । ମୁମ୍ବାଇ ନୁହେଁ ସାରା ଦେଶ ପାଇଁଁ ଏହା ଏବେ ଖାଲି ଏକ ନାମ ନୁହେଁ । ଏହା ଏକ ପ୍ରେରଣା ହୋଇଗଲାଣି । ଏହି ଯୁବକ ଜଣକ ଚାଟାର୍ଡ ଆକାଉଟାଂଟ ଭାବେ ପାଠ ପଢ଼ି ଚାକିରି କରିଥିଲେ । ସେ ଚାହିଁଥିଲେ ଯେ କୌଣସି ବହୁଦେଶୀୟ କଂପାନିରେ ନିଜକୁ ପ୍ରତିଷ୍ଠିତ କରି ବିଳାସପୂର୍ଣ୍ଣ ଜୀବନ ବଂଚି ପାରିଥାନ୍ତେ । କିନ୍ତୁ ଯୁବକଙ୍କ ଲକ୍ଷ୍ୟ ଥିଲା ଅଲଗା । ସେ ନିଜ ପାଇଁ ବହୁତ କିଛି କରିବା ବଦଳରେ ଯୁବାବସ୍ଥାରୁ ଦେଶ ପାଇଁ ଓ ସମାଜ ପାଇଁ କିଛି କରିବାକୁ ଚାହିଁଛନ୍ତି । ଆଉ ଏହି କାର୍ଯ୍ୟରେ ସେ ବେଶ ସଫଳ ମଧ୍ୟ ହୋଇଛନ୍ତି।

image


ମୁମ୍ବାଇର ବସ୍ତି ଅଂଚଳରେ ରହୁଥିବା ପିଲାମାନଙ୍କୁ ସେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ଶିକ୍ଷିତ କରିବା ଓ ସମାଜ ପ୍ରତି ସଚେତନ କରାଇବାର ଗୁରୁ ଦାୟିତ୍ୱ ମୁଣ୍ଡାଇଛନ୍ତି ପ୍ରିନ୍ସ । ସେ ଏଭଳି ବସ୍ତିର ପିଲାଙ୍କୁ ପାଠ ପଢ଼ାଉଛନ୍ତି ଯେଉଁ ସ୍ଥାନରେ ଲୋକମାନେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଜୀବନଯାପନ କରୁଛନ୍ତି । ରହିବା ପାଇଁ ଘର ନାହିଁ । ଜରି ଲଗା ଘରେ ତିନି ଚାରି ଜଣ ଶୋଉଛନ୍ତି । ଟ୍ରେନର ବିକଟାଳ ଶବ୍ଦ ସବୁ ବେଳେ ଫାଟି ପଡୁଛି । ଏଭଳି ପରିବେଶରେ ବଢ଼ିଥିବା ପିଲାମାନେ ଯେ ଶିକ୍ଷା ପ୍ରତି କେବେ ଆଗ୍ରହ ଦେଖାଇବେ ତାହା ଭାବିବା ସ୍ୱପ୍ନ ଥିଲା । କିନ୍ତୁ ସେହି ସ୍ୱପ୍ନକୁ ସତ କରିବା ଦିଗରେ ପ୍ରିନ୍ସଙ୍କ ଅଦମ୍ୟ ଆଗ୍ରହ ପ୍ରଶଂସନୀୟ । ନିଜ ଉଦ୍ୟମ ବଳରେ ସେ ୨୦୧୧ରେ କିଛି ପିଲାଙ୍କୁ ନେଇ ତାଙ୍କର ଏହି ମହତ୍ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୫ରେ ସେ ଏଭଳି ୧୦୦ ଜଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କୁ ଇଂରାଜୀ ଲେଖିବା ଶିଖାଉଛନ୍ତି । ଶିକ୍ଷାର ମହତ୍ୱ କଣ ତାହା ବୁଝାଉଛନ୍ତି ।

image


ଦୁଇ ମାସ ତଳେ ପ୍ରିନ୍ସ ଏକ ଭଡ଼ା ଘର ନିଜ ପାଇଁ ନେଇଛନ୍ତି ଯେଉଁଠାରେ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଏହି ଘରଟିରେ ଦୁଇ ବଖରା ରହିଥିବା ବେଳେ ଗୋଟିଏ କୋଣରେ କମ୍ପ୍ୟୁଟର ଟେବୁଲଟିଏ ଥୁଆ ହୋଇଥିବା ଦେଖିବାକୁ ମିଳୁଛି ।

image


ପ୍ରିନ୍ସ ଯେତେବେଳେ ରାସ୍ତାରେ ଟଙ୍କାଏ ଦୁଇ ଟଙ୍କା ଭିକ ମାଗୁଥିବା ଏହି ପିଲାମାନଙ୍କୁ ଦେଖୁଥିଲେ ତାଙ୍କ ହୃଦୟରେ ସ୍ପନ୍ଦନ ସୃଷ୍ଟି ହେଉଥିଲା । ନିଜକୁ ସମ୍ଭାଳି ପାରୁ ନ ଥିଲେ । ସେମାନଙ୍କଠାରୁ ବହୁତ ଭଲ ଭାବେ ଜୀବନ ଯାପନ କରୁଥିବା ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ । କାଣ୍ଡିଭାଲିରେ ଠାକୁର କଲେଜରେ ବାଣିଜ୍ୟ ବିଭାଗରେ ପାଠ ପଢ଼ୁଥିବା ବେଳେ ସେ ଏଭଳି ପିଲାମାନଙ୍କ ପାଇଁ କିଛି କରିବାକୁ ମନସ୍ଥ କରିଥିଲେ । ସେମାନଙ୍କ ହାବଭାବ ପରଖି ପାଇଁ ଭିକ ମାଗୁଥିବା ପିଲାମାନଙ୍କୁ ସେ ଅନୁସରଣ କରିବା ଆରମ୍ଭ କରିଦେଇଥିଲେ । ୨୦୧୧ରେ ପ୍ରିନ୍ସ ସେହି ପିଲାମାନେ ରହୁଥିବା ସ୍ଥାନକୁ ଯାଇଥିଲେ । ପୁରୁଣା ପୋଷାକ ପତ୍ର ବଦଳରେ ଷ୍ଟିଲ୍ ପାତ୍ର ବିକ୍ରି କରୁଥିବା ପରିବାର ସେହି ବସ୍ତିରେ ରହୁଥିଲେ । ସେମାନଙ୍କ ପିଲାମାନେ ମୁନ୍ସିପାଲିଟି ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲକୁ ସେମାନେ ଯାଉଥିଲେ ସତ । କିନ୍ତୁ ପାଠ ପଢ଼ିବା ପାଇଁ ନୁହେଁ । ମଧ୍ୟାହ୍ନ ଭୋଜନ ଖାଇବା ପାଇଁ । ସେତେବେଳେ ପ୍ରିନ୍ସଙ୍କୁ ୧୭ ବର୍ଷ ହୋଇଥିଲା । ନିଜକୁ ଏକ ଚାଟାର୍ଡ ଆକାଉଟାଂଟ ଭାବେ ସେ ପ୍ରତିଷ୍ଠିତ କରିବାକୁ ଚାହୁଁଥିଲେ । ସେଥିପାଇଁ ଏକ କୋଚିଂ କ୍ଲାସରେ ଯୋଗ ଦେଲେ । ଅତି କଠିନ CA ପରୀକ୍ଷା ପାସ୍ କରିବା ପରେ ଡେଲୋଏଟ ଭଳି ସଂସ୍ଥାରେ ଜୁନିଅର ଆକାଉଟାଂଟ ଭାବେ କାମ କରିବା ଆରମ୍ଭ କରିଥିଲେ ।

image


ଗରିବ ପିଲାମାନଙ୍କୁ ପଠାଇବା ପୂର୍ବରୁ ପ୍ରିନ୍ସଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା । ପ୍ରଥମେ ସେମାନଙ୍କ ଅଭିଭାବକମାନଙ୍କୁ ବୁଝାଇବା କଷ୍ଟକର ହୋଇପଡ଼ିଥିଲା । ସେମାନଙ୍କ ପିତାମାତାମାନେ କହୁଥିଲେ ଯେ ପିଲାମାନେ ପାଠ ପଢ଼ିଲେ କଣ ଅଧିକ କରିପକାଇବେ । ଶେଷରେ ଆମ ଭଳି ମୁଲିଆ ହୋଇ କାମ କରିବେ। ପ୍ରିନ୍ସ କିନ୍ତୁ ପଛକୁ ଫେରି ଚାହିଁ ନ ଥିଲେ । ପିଲାମାନଙ୍କ ସହ ମିଶିବା ପାଇଁ ସେ ପ୍ରତିଦିନ ବିସ୍କୁଟ ଓ ଦୁଗ୍ଧ ନେଇ ଯାଉଥିଲେ । ଏଭଳି ଭାବେ କିଛି ଦିନ ଗଲା ପରେ କିଛି ପିଲାଙ୍କୁ ଏକାଠି ନେଇ ସେ ଫ୍ଲାଏଓଭର୍ ତଳେ ଚର୍ଚ୍ଚା ଆରମ୍ଭ କରିଥିଲେ । ପ୍ରଥମେ କିଛି ପିଲା ଖାଇବା ବାହାନାରେ ଆସି ଯୋଗ ଦେଲେ । କିନ୍ତୁ ପାଠପଢ଼ାରେ ସେମାନଙ୍କ ବିଶେଷ ମନ ନ ଥିଲା । ଦୁଇ ତିିନି ମାସ ପରେ କିଛି ପିଲା ପାଠପଢ଼ାକୁ ନେଇ ବହୁତ ଉତ୍ସାହ ଦେଖାଇଲେ ।

image


ପ୍ରିନ୍ସ ୩-୧୫ ବର୍ଷ ବୟସ ପିଲାମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ । ସେମାନଙ୍କୁ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ କାମ କରିବାକୁ ଯିବାକୁ ପଡୁଥିଲା । ଛୁଟିଦିନଗୁଡ଼ିକରେ ସେ ପିଲାମାନଙ୍କୁ ଦିନ ସାରା ପାଠ ପଢ଼ାଉଥିଲେ। ପ୍ରିନ୍ସ ସେମାନଙ୍କୁ ଇଂରାଜୀ, ଗଣିତ, ବିଜ୍ଞାନ ଓ ହିନ୍ଦୀ ପଢ଼ାଉଥିଲେ । ପଢ଼ିବା ପାଇଁ ପିଲାମାନଙ୍କୁ ସେ ଖାତା, କଲମ, ବହି ସବୁ କିଛି ଯୋଗାଇ ଦେଉଥିଲେ ।

ତିନି ବର୍ଷରେ ପ୍ରିନ୍ସର ବେତନ ୧୭,୭୦୦ ଟଙ୍କାରୁ ବଢ଼ି ୫୧ ହଜାର ଟଙ୍କା ପାଖାପାଖି ହୋଇଗଲା । ଏବେ ସେ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଡେକଚି ଓ କଡ଼େଇ କିଣି ସେଥିରେ ଛୋଟ ପିଲାଙ୍କ ପାଇଁ ପୋହା ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ । ପ୍ରିନ୍ସଙ୍କ ଏହି ମହତ୍ କାର୍ଯ୍ୟ ବିଷୟରେ ଜାଣିବା ପରେ ଆଖପାଖର ଲୋକମାନେ ମଧ୍ୟ ଖାଦ୍ୟ ସହାୟତା ଯୋଗାଇ ଦେଲେ ।

୨୦୧୪ରେ ସେ ଟେରେସା ନାମକ ବେସରକାରୀ ସଂସ୍ଥା ଗଠନ କଲେ । ଏବେ ସେ ୧୦୦ ଜଣ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ତାଙ୍କୁ ଭଲ ଲୋକଙ୍କ ସହାୟତା ଏବେ ମିଳିଯାଉଛି ।