ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା ଦରିଆ ସୁନ୍ଦରୀଙ୍କ “ତାଳସରୀ ବେଳାଭୂମି’’

ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା ଦରିଆ ସୁନ୍ଦରୀଙ୍କ “ତାଳସରୀ ବେଳାଭୂମି’’

Wednesday February 24, 2016,

2 min Read

ଦରିଆ ସୁନ୍ଦରୀଙ୍କ ଭିଡ଼ ଦେଖିବାକୁ ମିଳେ । ଦେଖିଲେ ମଣିଷ ମନ୍ତ୍ରମୁଗ୍ଧ ହୋଇଯିବ ପ୍ରକୃତିର ଏହି ଅପୂର୍ବ ଶୋଭାକୁ । ଦରିଆ ସୁନ୍ଦରୀ ହେଉଛନ୍ତି ନାଲି କଙ୍କଡ଼ା । ଏତେ ପରିମାଣରେ ସେମାନେ ତାଳସରୀ ବେଳାଭୂମିରେ ଦେଖାଯାଆନ୍ତୀ ଯେ ଲାଗେ ଯେଭଳି ସାଧବ ବୋହୂମାନେ ବେଳାଭୂମିକୁ ଓହ୍ଲେଇ ଆସି ମଉଜମସ୍ତି କରୁଛନ୍ତି । ସେହି ତାଳସରୀ ବେଳାଭୂମିକୁ ରାଜ୍ୟ ବେଳାଭୂମି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି । ଏହି ବେଳାଭୂମିକୁ ପର୍ଯ୍ୟଟକଙ୍କ ନିମନ୍ତେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ତାଳସରୀ ବେଳାଭୂମିରେ କାଫେଟାରିଆଠାରୁ ଆରମ୍ଭ କରି ରିସେପ୍ସନ୍ ସେଂଟର୍, ଆମ୍ପିଥିଏଟର ଓ ଫୁଡ୍ ପାର୍କ ଆଦି ନିର୍ମାଣ କରାଯିବ । ଏଥିପାଇଁ ସରକାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିସାରିଛନ୍ତି ।

ପଢନ୍ତୁ - ୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର

ବାଲେଶ୍ୱର ଜିଲ୍ଲାରେ ରହିଛି ତାଳସରୀ ବେଳାଭୂମି । ଭୁବନେଶ୍ୱର, ତାଳସରୀ, ଉଦୟପୁର, ଚନ୍ଦନେଶ୍ୱର, ବିଚିତ୍ରପୁରକୁ ନେଇ ଏକ ଟୁରିଷ୍ଟ୍ ସର୍କିଟ୍ ଗଠନ କରାଯିବ । ଏହାର ନାମ ବିଚ୍ ଟୁରିଜିମ୍ ଡେଷ୍ଟିନେସନ୍ ଭାବେ ନାମିତ କରାଯିବ ।

ପର୍ଯ୍ୟଟକଙ୍କ ପାଖରେ ତାଳସରୀ ନୀରବ ବେଳାଭୂମି ଭାବେ ଜଣାଶୁଣା । ସେଥିପାଇଁ ଏଠାକୁ ଅନେକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଏଠାରେ ଉତ୍ତାଳ ଲହରୀର ଗର୍ଜନ ଶୁଣିବାକୁ ମିଳେ ନାହିଁ । ତାଳସରୀକୁ ବିକଶିତ କରିବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ତାହାକୁ ଦେଖିଲେ ଜଣାପଡୁଛି ଯେ ସମୁଦ୍ରତଟକୁ ସଂଯୋଗ କରିବା ପାଇଁ ଏକ ଓଭରବ୍ରିଜ୍ ନିର୍ମାଣ କରାଯିବ । ଯେଉଁ ପର୍ଯ୍ୟଟକ ଓଭରବ୍ରିଜରେ ଯାତ୍ରା କରିବାକୁ ଚାହିଁବେ ତାଙ୍କୁ ସେହି ସୁଯୋଗ ମିଳିବ । ଏହା ବ୍ୟତୀତ ଲୋକମାନେ ପାଦରେ ଚାଲି ଚାଲି ମଧ୍ୟ ବେଳାଭୂମି ବୁଲି ପାରିବେ । ସେଠାରେ ଆକର୍ଷଣୀୟ ଲ୍ୟାଣ୍ଡସ୍କେପ୍ ପ୍ରସ୍ତୁତ କରାଯିବ । ପାର୍କିଂର ସୁବ୍ୟବସ୍ଥା ରହିବ । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମଧ୍ୟ ସରକାର ବ୍ୟବସ୍ଥା ରଖିବେ ।

୨୦୧୨ରେ ତାଳସରୀ ବେଳାଭୂମିକୁ ଦେଢ଼ ଲକ୍ଷ ପାଖାପାଖି ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ୨୦୧୪ରେ ସେହି ସଂଖ୍ୟା ୨ ଲକ୍ଷ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ପ୍ରତିବର୍ଷ ଏହି ବେଳାଭୂମିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି । ତାଳସରୀ ବେଳାଭୂମି ବିକଶିତ ହେଲେ ସେଠାରେ ହୋଟେଲ୍ ଶିଳ୍ପର ମଧ୍ୟ ବିକାଶ ହୋଇପାରିବ । 

image


ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ - 

1। ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା, ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଛାତ୍ରଛାତ୍ରୀ

2। ପୁରୀ ଅଭୟାରଣ୍ୟରେ ରାତି କଟାଇବେ ପର୍ଯ୍ୟଟକ, ଆଦିବାସୀ ଅଂଚଳକୁ ବିଦେଶୀଙ୍କୁ ଅନୁମତି

3। ଆସିଲା ମୋବାଇଲ୍ ଆପ୍: ପର୍ଯ୍ୟଟନ ସ୍ଥଳ ଆର୍ବଜନା ଫଟୋ ସରକାରଙ୍କୁ ପଠାଅ